The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Jayanta Janapriya Mahakur

Romance

5.0  

Jayanta Janapriya Mahakur

Romance

ତୁମେ

ତୁମେ

1 min
553


ତୁମେ ମୋର ଜୀବନରେ ମିଳିଥିବା ଗୋଟିଏ ଅଭିନବ ଚରିତ୍ର। ତୁମଠାରେ ଥିଲେ ମୋତେ ସବୁ ଦୁଃଖ ରୁ ମୁକ୍ତି ମିଳେ।ମୋର ହସ ଓ କାନ୍ଦ ସବୁ ତୁମର ମୋ ସହ ଉପସ୍ଥିତିର ପ୍ରମାଣ ବହନ କରେ।ପ୍ରବଳ ଖରାର ତାପରେ ହେଉ ବା ପ୍ରବଳ ଶୀତର ଜାଡରେ ମୋର କଡ଼ରେ ତୁମେ ଥାଅ ମୋର ପ୍ରତିବିମ୍ବ ପରି।ମୋର ଜୀବନ ଯୁଦ୍ଧରେ ଗୋଟିଏ ସାହାସୀ ସୈନ୍ୟ ପରି ଯୁଦ୍ଧ କରିଚାଲ।ମୋର ସବୁ ଆଶାକୁ ତୋଳି ଆଣିବାର ଭରସା ଦିଅ ତୁମେ।ହାତରୁ ରକ୍ତ ବାହାରୁଥିଲେ ବିଶେଷଜ୍ଞ ଡାକ୍ତରଙ୍କ ପରି ବିଶଲ୍ୟକରଣୀ ପତ୍ରର ରସ ଲଗାଇ ଦିଅ। ପାଖରେ ଚକୋଲେଟ ଥାଉ କିମ୍ବା ନ ଥାଉ ତୁମେ ତ ନିଶ୍ଚୟ ଥାଅ ମୋ ପାଖରେ।


ହୃଦୟ ଭିତରେ ତୁମେ କେବେ ମୋତେ ଜାଗା ଭାଗ ନାହିଁ କେବଳ ମୋ ଚାରିପାଖରେ ଜାଗାଟିଏ ମାଗ।ମୋ ଜୀବନରେ ଆଲୁଅ ନ ଥିଲେ, ଅତିକମରେ ଗୋଟିଏ ଆଲୋକ ରଶ୍ମି ପରି ମୋର ଜୀବନକୁ ଆଲୋକିତ କରିବାକୁ ଚାହଁ। ମୁଁ ତ କେବେ ଜାଣିପାରେ ନାହିଁ ଯେ ତମେ ଖାସ୍ ଅଟ ନା ମୁଁ ଏତେ ଖାସ୍ ଯେ ତୁମେ ମୋ ପାଖରେ ଅଛ। ମୋତେ ଲାଗେ ତୁମେ ମୋ ଜୀବନରେ ନ ଥିଲେ ମୋ ଜୀବନ ବକବାସ୍ ହୋଇଯାଆନ୍ତା। ଯାହା ମୁଁ କାହାକୁ କହିପାରେ ନାହିଁ ତାହା କେବଳ ତୁମକୁ କହିପାରେ।ସତରେ ତୁମେ ମୋ ଜୀବନର ଗୋଟିଏ ଅଭୁଲା ବ୍ୟକ୍ତିତ୍ଵ। ତୁମକୁ ଛାଡ଼ି ଯଦି ମୁଁ ମୋ ଜୀବନର ଫ୍ଳାସବ୍ୟାକ୍ ଦେଖିବି ତାହାଲେ ତାହା ବ୍ଳାକ୍ ଏଣ୍ଡ ହା୍ୱଇଟ୍ ହୋଇଯିବ। ସେଥିରୁ ଖୁସିର, ଆନନ୍ଦର,ମଜାକ୍ ର ସ୍ୱର ଉଭେଇ ଯିବ। ମୁଁ ଚାହେଁନା ସେପରି କରିବାକୁ। ବାସ୍ତବିକ ଏ ଦୁନିଆ ଯେତେ ଗଜବ୍ ହେଉ ବା ଯେତେ ପରିବର୍ତ୍ତନଶୀଳ ହେଉ ତୁମେ ମୋର ଏକାନ୍ତ ନିଜର। ତୁମେ ମୋର ବନ୍ଧୁ।


Rate this content
Log in

More oriya story from Jayanta Janapriya Mahakur

Similar oriya story from Romance