Jayanta Janapriya Mahakur

Others

4.9  

Jayanta Janapriya Mahakur

Others

ଲୋକସେବା

ଲୋକସେବା

1 min
381


                      ସେଦିନ ଓ.ଏ.ସ୍ ପରୀକ୍ଷା ହେବାର ଥାଏ ସହରର ପ୍ରତିଷ୍ଠିତ ମହାବିଦ୍ୟାଳୟ ଗୁଡିକରେ । ଶୀତର ଜାଡ କମି କମି ଆସୁଥାଏ ଓ ଖରାର ମାଡ଼ ଆରମ୍ଭ ହେବାକୁ ଥାଏ । ସକାଳ ହୋଇ ଥିବାରୁ ରାସ୍ତାଘାଟ ରେ ଚଳପ୍ରଚଳ କମ୍ ଥାଏ ।


ନିଜର ମୋଟରସାଇକେଲରେ ବସି ମୁଁ ଯାଉଥାଏ ଓ.ଏସ୍ ପରୀକ୍ଷା ଦେବା କୁ ।ଦୀର୍ଘ ଦିନର ପ୍ରଚେଷ୍ଟା ପରେ ନିଜର ଲକ୍ଷ୍ୟକୁ ଆଲିଙ୍ଗନ କରିବା ପାଇଁ ଅଗ୍ରସର ହେଉଥାଏ। ପହଞ୍ଚିଲା ପରେ ଦେଖିଲି ଶହ ଶହ ଆଶାୟୀ । ସମସ୍ତଙ୍କ ହାତରେ ବହିଟିଏ ଓ ତାଙ୍କ ଆଖି ଥାଏ ବହି ଉପରେ । ହଠାତ୍ ଦେଖିଲି ଗୋଟିଏ ଛୋଟ ପିଲା ଭିକ୍ଷା ଆଶାରେ ଓ.ଏସ୍ ପରୀକ୍ଷାର୍ଥୀଙ୍କ ନିକଟକୁ ଗଲା । ପରୀକ୍ଷା ପାଇଁ ଏତେ ବ୍ୟସ୍ତ ଥିବା ସେହି ଭଦ୍ର ବ୍ୟକ୍ତି ପିଲାଟିକୁ ଟଙ୍କା ଦେବା ତ ଦୂରର କଥା ତାକୁ ଧକ୍କା ମାରି ତଡିଦେଲେ ।


ଲୋକଙ୍କ ସେବା ପାଇଁ ହେଉଥିବା ସେହି ଓ.ଏସ୍ ପରୀକ୍ଷାର ପରୀକ୍ଷାର୍ଥୀର ବ୍ୟବହାର ଦ୍ବାରା ସେ ଯେ କେତେ ଲୋକସେବା କରିବ ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ମୋତେ ଲାଗିଲା ସେହି ଭିକାରୀ ଅଶିକ୍ଷିତ ବାଳକ ମନେ ମନେ ଭାବୁଥିଲା -"ତା ବାପା ଠିକ୍ କହିଛି ।ସେ ଅଶିକ୍ଷିତ ହୋଇ ରହିଥାଉ ପଛେ ତା ମନରୁ ମାନବିକତା ନ ଥାଉ ।"              


Rate this content
Log in