Jayanta Janapriya Mahakur

Others

5.0  

Jayanta Janapriya Mahakur

Others

ଆତଙ୍କବାଦୀ ନିକଟକୁ ଚିଠିଟିଏ

ଆତଙ୍କବାଦୀ ନିକଟକୁ ଚିଠିଟିଏ

1 min
545


ପ୍ରିୟ ଆତଙ୍କବାଦୀ,

           ମୋର ନମସ୍କାର ଗ୍ରହଣ କରିବ। ଖବର କାଗଜ ପଢ଼ିବା ଦିନୁ ମୁଁ ତୁମ ବିଷୟରେ ଜାଣିଛି।ତୁମର କାମ ସବୁ ଜନସାଧାରଣଙ୍କ ମନରେ ଦୁଃଖ ଓ ରାଗ ସୃଷ୍ଟି କରେ। ତୁମେ ଏସବୁ କାହିଁକି କର ମୁଁ ଜାଣେନା। ତୁମେ କୁହ ତୁମକୁ ଠିକ୍ ପରିବେଶ ମିଳିଲାନି, ଠିକ୍ ଚାକିରି ମିଳିଲାନି ଏବଂ ସୁବିଧା ସୁଯୋଗ ମିଳିଲାନି।ଏ ସମସ୍ତ ଜିନିଷ ତୁମକୁ ମିଳିବା ଦରକାର ଓ ଏଥିପାଇଁ ମୁଁ ଦୁଃଖିତ।

        ମାତ୍ର ଏହାର ଅର୍ଥ ଏହା ନୁହେଁ ଯେ ତୁମେ ନିରୀହ ଜନତାଙ୍କୁ ମାରିବ। ତୁମକୁ ସୁବିଧା ମିଳୁନି ଏଥିପାଇଁ ଜନତା ଦାୟୀ ହେବେ କାହିଁକି? ଯଦି ତୁମେ ସାଧାରଣ ଲୋକଙ୍କ ନ ମାରି ସେହି ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ ନେତାଙ୍କୁ ମାରନ୍ତ ତାହାଲେ ମୁଁ ନିଜେ ମିଠା ବାଣ୍ଟନ୍ତି। କିନ୍ତୁ ତୁମେ ତ ସେ ସାଧାରଣ ଲୋକଙ୍କୁ.......

   ଯଦି ତୁମେ ମୋର କଥା ବୁଝି ପାରିଲ ଭଲକଥା। ଅନ୍ୟଥା ଆଜିକାଲି ମାର୍କେଟରେ ଗାନ୍ଧୀଜୀଙ୍କ ନୀତି ଠାରୁ ନେତାଜୀଙ୍କ ଆଦର୍ଶର ଅଧିକ ଅଛି। ତେଣୁ ଧନ ଟିକେ ସମ୍ଭାଳିକି ।


               ଇତି

          ତୁମକୁ ଘୃଣା କରୁଥିବା ଜଣେ ଶୁଭେଚ୍ଛୁ


Rate this content
Log in