କ୍ରାନ୍ତିକାରୀ
କ୍ରାନ୍ତିକାରୀ
ସୈନିକ ଦିବସ ଦିନ ନାନା ପ୍ରହସନ ଚାଲିଥାଏ ସେନାବିଭାଗରେ। ପ୍ରହସନର ପ୍ରମୁଖ ଥାଆନ୍ତି ବିଶିଷ୍ଟ ନେତା ମନ୍ତ୍ରୀ। ସୈନ୍ୟ ମୁଖ୍ୟଙ୍କ ସମେତ ନାନା ମୁନି ନାନା ମତ ପୋଷଣ କଲେ। ସୈନ୍ୟ ଯେ ଦେଶର ଧନ ତାହା ଅତ୍ୟନ୍ତ ନିଖୁଣ ଭାବେ ନେତା ବୁଝାଇଦେଲେ। ସୈନ୍ୟ ନଥିଲେ ଯେ ଦେଶର କେତେ ଜଘନ୍ୟ ପରିସ୍ଥିତି ଉପୁଜିଥାନ୍ତା ବୋଧେ ସେମାନେ ସେଦିନ ପାଇଁ ହିଁ ମନେ ପକାନ୍ତି। କିନ୍ତୁ ସୈନ୍ୟ ମାନେ ଯେ କିପରି ଅବସ୍ଥାରେ ରହୁଛନ୍ତି ଓ ତାଙ୍କ ଉନ୍ନତି ବିଷୟରେ କେହି ବି କହିଲେ ନାହିଁ।ସବୁ ସୈନିକ ଏ ବିଷୟରେ ପ୍ରଶ୍ନ କରିବାକୁ ଚାହୁଁଥିଲେ ମଧ୍ୟ କେହି ପ୍ରଶ୍ନ କରିନଥିଲେ।
ମାତ୍ର ସେହି ବିଷାଦଗ୍ରସ୍ତ ସୈନିକ ମାନଙ୍କ ମଧ୍ୟରେ ଜଣେ ଉଜ୍ଜ୍ୱଳଦୀପ୍ତ ସୈନିକ ହଠାତ୍ ଠିଆ ହୋଇ ସୈନିକ ମାନଙ୍କ ଦୁର୍ଦ୍ଦଶା ବିଷୟରେ ବର୍ଣ୍ଣନା କଲେ। ସୈନିକ ମାନେ ନିତି ଗୁଳିରେ ମରୁଛନ୍ତି କିନ୍ତୁ ଏଠାରେ କାଛି ନେତା ହୀନ ରାଜନୀତି କରିବାରେ ବ୍ୟସ୍ତ। ସୈନିକର ପୁଅ ଭୋକିଲା ରହୁଛି, କିନ୍ତୁ ନେତାର ପୁଅ ପଞ୍ଚତାରକା ହୋଟେଲରେ ଖାଉଛି। ଏପରି ବକ୍ତବ୍ୟ ଦେଇ ଥିବା ସେହି ସୈନିକ ଖୁବ୍ ପ୍ରଶଂସିତ ହେଲା।
କ୍ରାନ୍ତିକାରୀ ସୈନିକଟି କିନ୍ତୁ ପରଦିନଠାରୁ ଦେଖଖଗଲେନି।ତାଙ୍କର ଜଣେ ପ୍ରଶଂସକ ବହୁ ପୁରୁଣା ସମ୍ବାଦପତ୍ର ଦେଖିଲା ପରେ ଜାଣିଲେ ଯେ ସେ ଦେଶ - ଦ୍ରୋହ ଅପରାଧରେ କେବେଠୁ ଫାଶୀରେ ଝୁଲିସାରିଲେଣି। କ୍ରାନ୍ତିକାରୀ ସୈନିକ ସରକାରୀବାବୁ ଠାରୁ ଜିତିପାରିଲାନାହିଁ। ତେଣୁ ଆଜି ବି ପିଲାମାନେ କ୍ରାନ୍ତିକାରୀ କହିଲେ କେବଳ ଭଗତ୍ ସିଂହଙ୍କୁ ହିଁ ବୁଝନ୍ତି।