ବ୍ୟବସାୟ
ବ୍ୟବସାୟ


ନୂଆଖାଇ ଛୁଟିର ମଧୁର ସ୍ମୃତିକୁ ଧରି ଘରୁ କଲେଜ ଫେରୁଥାଏ। ସମ୍ବଲପୁର ବସ୍ ଷ୍ଟାଣ୍ଡରେ ବସ୍ ଅଟକିଲା । ଗୋଟିଏ ଅଟୋର ସନ୍ଧାନରେ ମୁଁ ଓ ମୋ ସାନ ମାମୁଁ ଦୀର୍ଘ ସମୟ ଧରି ରାସ୍ତା କଡ଼ରେ ଠିଆ ହୋଇଥିଲୁ ।
ଠିକ୍ ଏତିକି ବେଳେ ଜଣେ ଲୋକ ବୋଧ ହୁଏ ଜଣେ ପୂଜକ ଗୋଟିଏ ଥାଳିରେ ଚନ୍ଦନ, ଫୁଲ, ଚାଉଳ ଓ ଦୀପଧୂପ ଧରି ଆସି ମୋ କପାଳରେ ଚନ୍ଦନ ଲଗାଇବା ପାଇଁ ଉଦ୍ୟତ ହେଉଥିବା ବେଳେ ମୋ ମାମୁଁ ତାକୁ ମୁଁ ଗାଧେଇ ନାହିଁ ବୋଲି ମିଛ କହି ତାକୁ ଯିବାକୁ କହିଲେ । ମିଛ କହିବାର କାରଣ ମୁଁ ହଠାତ୍ ଜାଣି ପାରିନଥିଲେ ମଧ୍ୟ ପରେ ଠିକ୍ ବୁଝି ପାରିଥିଲି । ମୁଁ ଭାବିଲି ଯଦି ପାପୀ, ଅଧର୍ମୀ ଅତ୍ୟାଚାରୀ ମାନେ ଯଦି ନର୍କକୁ ଯିବେ ତାହାଲେ ଭଗବାନଙ୍କ ନାମରେ ବ୍ୟବସାୟ କରୁଥିବା ଏହି
ଭଣ୍ଡପୂଜାରୀ ମାନେ ଯିବେ ତେଣୁ କେଉଁଠିକୁ ଯିବେ ?