Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Jyotiranjan Sahu

Tragedy Romance

3  

Jyotiranjan Sahu

Tragedy Romance

ତୁମ ଅପେକ୍ଷାରେ

ତୁମ ଅପେକ୍ଷାରେ

3 mins
538



" ବହୁତ ଦିନପରେ ଆଜି ତୁମକୁ ଦେଖି ସେହି ଧାରା ଶ୍ରାବଣଟା ପୁଣି ମୋର ଦୁଇଆଖି ଦେଇ ବରଷିଯାଉଛି । ସେଦିନ ବି ଠିକ୍ ଏମିତି ହିଁ ବର୍ଷିଥିଲା ଏ ଧାରା ଶ୍ରାବଣ । ତୁମେ କିନ୍ତୁ ପାଲଟିଯାଇଥିଲ ଶୁଷ୍କ ମରୁର ଉଷ୍ଣ ବାଲୁକା ଶଯ୍ୟା ପରି କ୍ରୁର । ଥରୁଟିଏ ବି ବୁଝିବାକୁ ଚେଷ୍ଟା କଲନାହିଁ ମୋର ବିବଶତା । ବିଶ୍ବାସଘାତକର ବହୁମୂଲ୍ୟ ଉପାଧିଟେ ନେଇ ଚାଲିଗଲ ମୋର ଜୀବନ ପୃଷ୍ଠାରୁ । ଥରୁଟିଏ ବି ବୁଲି ଦେଖିଲନାହିଁ ମୋର ତୃଷାର୍ତ୍ତ ଓଠକୁ ଯିଏ ନିଜ ତୃଷା ମେଣ୍ଟାଉଥିଲା ଆଖିର ଧାରା ଶ୍ରାବଣରେ । ତୁମେ କୁହ ଧାରା ଶ୍ରାବଣର ଏହି ଲବଣାକ୍ତ ଜଳରେ କଣ ତୃଷା ମେଣ୍ଟିଯାଏ ! ତାକୁ ତ ଦରକାର ନୀଳ ଆକାଶର ବିଶାଳ ବକ୍ଷ ଜାବୁଡିଧରିଥିବା ଅମୃତର ଧାରା ।


ଛାଡ ! ସେଦିନବି ବୁଝିପାରିନଥିଲ କି ଆଜିବି ମୋ ମଥାରେ ଆଉ କାହାନାଁ ର ସିନ୍ଦୁର ପିନ୍ଧିବା କଷ୍ଟକୁ ବୁଝିପାରିବନି "ଏକ ନିଶ୍ବାସରେ କହିଗଲେ ଏହି କଥା ଶ୍ରାବଣୀ ଆଦିତ୍ୟଙ୍କୁ । ଆଦିତ୍ୟ କିନ୍ତୁ ଥିଲେ ନୀରବ ନିର୍ବିକାର । ଅନୁଶୋଚନାର ଲେଶ ମାତ୍ର ସ୍ପର୍ଶ କରୁନଥିଲା ତାଙ୍କ ମୁଖମଣ୍ଡଳକୁ । ସବୁ ଶୁଣି ଆଦିତ୍ୟ ତାଙ୍କର ଚିରାଚରିତ ଶୌଳୀରେ ଟିକିଏ ହସିଦେଲେ । ଏତିକିବେଳେ ଆସଲେ ଶ୍ରାବଣୀଙ୍କ ଭାବିସ୍ବାମୀ ରାଜ୍ । ରାଜ୍ ଙ୍କୁ ଦେଖି ଆଖି ଉପରେ କଳା ଚଷମାଟା ପିନ୍ଧିଦେଲେ ଶ୍ରାବଣୀ । ଆଦିତ୍ୟଙ୍କୁ ଦେଖି ରାଜ୍ କହିଲେ " ଆଦିତ୍ୟ ! କେଉଁଠିଥିଲ ତୁମେ ? ମୁଁ ତୁମକୁ ସବୁଆଡେ ଖୋଜିସାରିଲିଣି ! ଜାଣିଛ ଶ୍ରାବଣୀ ଇଏ ହେଲେ ଆଦିତ୍ୟ ଯିଏ ତୁମ ବିବାହ ପ୍ରୋପଜାଲ ମୋତେ ଦେଇଥିଲେ । ଆଉ ମୁଁ ବି ତୁମ ଫୋଟଦେଖି ତୁରନ୍ତ ହଁ କରିଦେଇଥିଲି । ଯଦି ଆଦିତ୍ୟ ନଥାନ୍ତା ମୁଁ ତୁମଭଳି ଗୋଟିଏ ବିୟୂଟିଫୁଲ ଜୀବନ ସାଥୀଟେ ପାଇବାକୁଯାଉନଥାନ୍ତି । ନା' କଣ କହୁଛ ଆଦିତ୍ୟ "! ଏହା ଶୁଣି ଆଦିତ୍ୟ ମିଥ୍ୟା ହସଟେ ହସିଦେଇ କହିଲେ " ଆରେ ନା ରାଜ୍ ! ତୋଭଳି ଗୋଟେ ହ୍ୟାଣ୍ଡସମ୍ ଡକ୍ଟର କୁ ଯିଏ ଜୀବନ ସାଥୀ ରୂପେ ପାଇବ ତାଠାରୁ ଭାଗ୍ୟବାନ ଆଉ କିଏ କହିଲୁ ? ହେଉ ମୁଁ ଯାଏ ସମୟ ହୋଇଗଲାଣି "। 


      ଏତିକି କହି ହସ୍ପିଟାଲ ର ୱେଟିଂ ରୁମ୍ ରୁ ବିଦାୟ ନେଲେ ଆଦିତ୍ୟ । ଆଉ ଶ୍ରାବଣୀ କିଛି ବୁଝିନପାରି ଚାହିଁରହିଥିଲେ ଆଦିତ୍ୟର ଯିବା ବାଟକୁ । କିଛିସମୟ ର ନୀରବତା କୁ ଭଙ୍ଗକରି ରାଜ୍ କହିଲେ " ଜାଣ ଏ ସାଙ୍ଗଟା ମୋର ମଣିଷ ନୁହେଁ ଦେବତାଟିଏ । କହୁଥିଲା ଜଣକୁ ଭାରି ଭଲପାଏ ତା ଜୀବନଠୁ ବଳି । କିନ୍ତୁ ଆଜି ତା ପ୍ରେମିକା ଆଖିରେ ସିଏ ଜଣେ ପ୍ରତାରକ । ତା ପ୍ରେମିକା ଜାଣେନାହିଁ ତାର ପ୍ରତାରଣା ର କାରଣ କି ଇଏବି ଜଣାଇବାକୁ କେବେ ଚେଷ୍ଟା କରିନି ତାକୁ । କେମିତି କହିବ ତାକୁ ସେ କରିଥିବା ତ୍ୟାଗ ବିଷୟରେ । ଜାଣିଛ ଶ୍ରାବଣୀ ଇଏ ସେହି ଲୋକ ଯିଏ ତୁମ ଭାବିନଣନ୍ଦ ମାନେ ବିୟୂଟି ର ହଜବ୍ୟାଣ୍ଡ । ସେଦିନ ବିୟୂଟି କୁ କିଛି ଦୁର୍ବୁତ୍ତ ଏସିଡ୍ ଢାଳି ଚାଲିଗଲେ ବିଚ୍ ରାସ୍ତା ଉପରେ । ଏଇ ଆଦିତ୍ୟ ଯୋଗୁଁ ଜୀବନଟା ବନ୍ଚିଗଲା ବିୟୂଟିର । ଜୀବନଟା ସିନା ବନ୍ଚିଗଲା କିନ୍ତୁ ତାର ରୂପ ସୌନ୍ଦର୍ଯ୍ୟ ର ଜ୍ୟୋତି ଚିରକାଳ ପାଇଁ ଲିଭିଗଲା । ତୁମେ କୁହ କେଉଁ ଯନ୍ତ୍ରଣାରେ କଟୁଥିବ ତାର ଜୀବନ ! ଭାବିଥିଲା ଆତ୍ମହତ୍ୟା କରିଦେବ କିନ୍ତୁ ତାଆଗରୁ ତା ହାତକୁ ଧରିନେଲା ଆଦିତ୍ୟ ଆଉ କରିନେଲା ନିଜ ଜୀବନ ସାଥୀ । ବନ୍ଚିବାର ନୂଆ ରାହାଟେ ମିଳିଯାଇଛି ବିୟୂଟିକୁ । ଆଜି ବିୟୂଟିର ଥାର୍ଡ ଷ୍ଟେଜ ପ୍ଲାଷ୍ଟିକ ସର୍ଜରୀ ହେଉଛି । ଚାଲ ଯିବା ତା ୱାର୍ଡକୁ "। ରାଜ୍ କଥା ଶୁଣି ଶ୍ରାବଣୀ ପଚାରିଲେ " ଆଚ୍ଛା ରାଜ୍ ! ଆଦିତ୍ୟ କେବେ କହିନାହାନ୍ତି ତାପରେ କଣ ହେଲା ତାଙ୍କ ପ୍ରେମିକାର "! ରାଜ୍ ଚାଲୁଚାଲୁ ଟିକିଏ ଅଟକିଯାଇ କହିଲେ " ଆଦିତ୍ୟ କହେ ଏବେବି ତା ପ୍ରେମିକା ତାଫେରିବା ବାଟକୁ ଅପେକ୍ଷା କରିଛି । ଏକଥା ତାର ଆଉ ମୋ ଛଡା ଏବେ ତୁମେହିଁ ଜାଣିଲ । ଏକଥା ଯେମିତି ଆଉ କେହିନଜାଣେ "। ରାଜ୍ ଙ୍କ କଥା ଶୁଣି ଶ୍ରାବଣୀ କିନ୍ତୁ ମନେମନେ କହୁଥିଲେ ' ଏଦୁନିଆଁ ମୋତେ ଯାହାବି ଆଖ୍ୟାଦେଉ ରାଜ୍ ; ମୋ ମନ କିନ୍ତୁ ସବୁବେଳେ ଆଦିତ୍ୟଙ୍କୁ ଖୋଜୁଛି ଆଉ କହୁଛି ଆଦିତ୍ୟ ! ତୁମବିନା ଏ ଶ୍ରାବଣୀଟା ସବୁଦିନପାଇଁ ଅସମ୍ପୂର୍ଣ୍ଣା । ଆଜିବି ଏମନ ଖାଲି ତୁମ ଅପେକ୍ଷାରେ...' ॥



Rate this content
Log in

More oriya story from Jyotiranjan Sahu

Similar oriya story from Tragedy