Satyabati Swain

Abstract Others

3  

Satyabati Swain

Abstract Others

ତନ୍ନବୀ

ତନ୍ନବୀ

6 mins
556


ରାତି ଏଗାର…ବାହାରେ ତୁହାକୁ ତୁହା ବର୍ଷା । ଲାଇନ ନାହିଁ । ଘରେ ଅସହ୍ୟ ଗରମ । ଝର୍କା ଖୋଲିଲା ତନ୍ନବୀ । ଚାର୍ଜ ଲାଇଟ ଜାଳି ବସିଲା ଝର୍କା ପାଖେ ଚେୟାର ଟିଏ ଟାଣି ତନ୍ନବୀ । ବର୍ଷାର ଛିଟିକା ପାଣି ଓଦା କରିଦେଲା ତନ୍ନବୀ ମନ ହୃଦ । ଉଲ୍ଲସି ଉଠିଲା ଦେହ । ଆଃ କେତେ ମଜା ! ଶୁନ୍ ଶାନ୍ ବର୍ଷା ରାତି । ଚାରିଆଡେ ଅନ୍ଧାର । ତନ୍ନବୀ ଝର୍କା ବାହାରକୁ ହାତ ଦେଖାଇ ଓଦା କଲା । ପାପୁଲି ଆଣି ମୁହଁରେ ବୋଳିଲା । କେଜାଣି କେତେ ଦିନ ହେବ ବର୍ଷାରେ ଭିଜିନି ତନ୍ନବୀ । ବର୍ଷାରେ ଭିଜିବା ତାର କୁଆଡେ ପିଲା ବେଳୁ ଅଭ୍ୟାସ ବୋଲି ମା କହୁଥିଲା । ବର୍ଷା ଟୋପା ପଡିଲେ ସେ ଭାରି ଖୁସି ହେଉଥିଲା ଓଦା ବି ହେଉଥିଲା । ଜ୍ଵରରେ ବି ପଡୁଥିଲା । ଛାଡୁ ନଥିଲା କିନ୍ତୁ ବର୍ଷାରେ ଭିଜିବା ।


   ତନ୍ନବୀ ଲାଇଟ୍ ନେଇ ଛାତ ଉପରକୁ ଗଲା । ଅନ୍ଧାର କିଟିମିଟି । ଦୁଇ ହାତ ମେଲି ଚକା ଭଉଁରୀ ଖେଳିଲା ପରି ଓଦା ହୋଇ ବୁଲିଲା ସେ । ଗୁଣୁ ଗୁଣୁ ହୋଇ ଧୀର ସ୍ୱରରେ ଗୀତ ଗାଇଲା । ତା ବାହାର ଓଦା ହେବା ସହ ମନ ଭିତର ବି ଓଦା ହୋଇଗଲା । ବୋଧେ ଅଭିମାନ କରି ଆଜକୁ ଦୀର୍ଘ କୋଡିଏ ବର୍ଷ ହେବ ସେ ବର୍ଷାରେ ଭିଜି ନଥିଲା । ମୁହଁ ମାଡି ମାଟି ଗାତ ଖୋଳି ପୋତି ଦେଇଥିଲା ନିଜର ସବୁ ଖୁସି,ଆନନ୍ଦ ସ୍ବପ୍ନ,ପ୍ରେମ, ଆଶା ସହ ଜୀଇଁବା । ଆଜି କୋଡିଏ ବର୍ଷ ପରେ କଫିନ୍ ଭିତରୁ ଅଳସ ଭାଙ୍ଗି ଉଠି ଗଲେ ସେମାନେ । ସେମାନେ ଦାବୀ କରୁଥିଲେ ସେମାନଙ୍କ ହକ୍ ।


     କାହିଁକି ସେମାନେ ସମାଧି ଭିତରେ ଅଣନିଃଶ୍ୱାସୀ ହେବେ ! ବହୁତ କଷ୍ଟ ହେଲାଣି ମୁହଁ ମାଡି ସମାଧିସ୍ଥ ହେବା । ଆଜି ସେମାନେ ତନ୍ନବୀ ବୋଲ ମାନିବାକୁ ନାରାଜ । ହେଲା ଏବେ କଣ ଘଟିଥିଲା କୋଡିଏ ବର୍ଷ ତଳେ;ତା ବୋଲି ସୁନ୍ଦର ଜୀବନ,ଖୁସି ସବୁ ଆତ୍ମହତ୍ୟା କରିବେ । ନା ନା ତନ୍ନବୀ ତୁ ଆମଙ୍କୁ ରୋକ ନା । ଦେଇ ଦେ ସ୍ୱାଧୀନତା । କେତେ ଆଉ ନିଜେ ଜାଳିବୁ ଓ ତା ସହ ମନ ହୃଦୟ ଜାଳିବୁ । ଆ ତନ୍ନବୀ ଆ । ଲୁଟ୍ ମଜା ଏ ଜୀବନର । କିଏ ଜାଣେ କାଲିର ବର୍ଷା ଭୋଗ କରିବାକୁ ତୋ ଭାଗ୍ୟରେ ନଥିବ!!


           ଖୋଲିଗଲା ବନ୍ଧନ । ତନ୍ନବୀ ଆଜି ମୁକ୍ତ । ତା ଭିତରେ ଆଉ ଅଭିମାନ କି ପଶ୍ଚାତାପ ନାହିଁ । ସେ ଭିଜୁଛି ବର୍ଷାରେ । ଗାଉଛି ହେ ହେହେ ହେ,ଲା ଲାଲା ଲା,ହୁଁ ହୁଁହୁଁ ହୁଁ ।

    ତନ୍ନବୀ ଜଣେ ବିୟୁଟିସିଆନ୍ । ଜଣେ ନାମୀ ଦାମୀ ହେୟାର ଡିଜାଇନର ଷ୍ଟାର୍ । ଫ୍ରାନ୍ସ୍,ନେଦର୍ଲ୍ୟାଣ୍ଡ, ସ୍ୱିଜର୍ଲ୍ୟାଣ୍ଡ , ଇଂଲଣ୍ଡ,ଜର୍ମାନ,ଜାପାନ ପରି ଅଠରଟି ବିଦେଶ ଭ୍ରମଣ କଲାଣି ସେ । ଅନେକ ମେଡାଲ୍ କୃତିତ୍ୱର ଅଧିକାରିଣୀ ବି । ଦ ବେଷ୍ଟ୍ ଡିଜାଇନ୍ ର କହିଲେ ପ୍ରଥମେ ଆସେ ତନ୍ନବୀ ନାଁ । ତନ୍ନବୀ ବ୍ରାଇଡାଲ ପାର୍ଲର ଆଣ୍ଡ୍ ସାଲୋନ୍ ଗୋଟେ ଅନୁଷ୍ଠାନ ନୁହେଁ ଅନେକ ଅସହାୟା ନାରୀଙ୍କ ବଞ୍ଚିବାର ମାର୍ଗ । ତନ୍ନବୀ ତିନିଶହରୁ ଅଧିକ ମହିଳାଙ୍କୁ କର୍ମ ସଂସ୍ଥାନ ଯୋଗାଇଛି ।


     ତନ୍ନବୀ କେବଳ ଜଣେ ଲବ୍ଧ ପ୍ରତିଷ୍ଠ ବିୟୁଟିସିଆନ୍ ନୁହେଁ ସେ ସମଗ୍ର ନାରୀ ସମାଜର ଶକ୍ତି, ପ୍ରତିନିଧି । ପରିବର୍ତ୍ତନର ଗୋଟେ ସ୍ୱର । ଅବହେଳିତ ମହିଳା ମାନଙ୍କର ବି ଏ ସମାଜରେ ମୁଣ୍ଡ ଟେକି ବଞ୍ଚିବାର ଅଧିକାର ଅଛି ଏଇଟି ସେ ଶିଖାଇଛି । ଅନାଥ ଆଶ୍ରମର ଝିଅ ମାନଙ୍କର ବି ମନ ଅଛି । କିଛି ହେବାର ସ୍ୱପ୍ନ ଅଛି ତାହା ତନ୍ନବୀ ପଢ଼ିଛି । ସେଇଥି ପାଇଁ ତ ତା ଅନୁଷ୍ଠାନର ଅଧାରୁ ଅଧିକ ଅନାଥ,ଦିବ୍ୟାଙ୍ଗ କର୍ମଚାରୀ ।


        ହେୟାର ଡିଜାଇନ୍ ର ବୃତ୍ତିକୁ ଆପଣେଇ ନିଃସହାୟ ନାରୀ ମାନଙ୍କର ମୁକ୍ତି ଦାତା ହେବା ଓ ବେଷ୍ଟ୍ ହେୟାର ଡିଜାଇନ୍ ର ଆୱାର୍ଡ ପାଇ ଏଇଠି ପହଂଚିବା ପାଇଁ ସେ ଅତି ମୂଲ୍ୟବାନ ଚିଜ ତା ଜୀବନର ତ୍ୟାଗ କରିଛି । ତ୍ୟାଗ କରିଛି ତା ଲଭ୍ ନୀଳ୍ ତା ମନର ମଣିଷ । ଯେ ଭାଓଲିନ୍ ବଜାଇଲେ ସାରା ସହର ମନ୍ତ୍ର ମୁଗ୍ଧ ହୋଇଯାଏ । ଏମିତି ଗୋଟିର ବର୍ଷଣ ମୁଖର ଶ୍ରାବଣ ରାତିରେ ହୋଟେଲ ମେ ଫେୟାର୍ ରେ ଭେଟ ହୋଇଥିଲା ନୀଳ୍ ତନ୍ନବୀର । ତା କର୍ମଚାରୀ ମାନେଯାଇଥିଲେ ହୋଟେଲ ସଜାଇବାକୁ । ଜଣେ ନାମୀ ଷ୍ଟାର୍ ଙ୍କର ମ୍ୟାରେଜ ହେଉଥାଏ । ପଚାଶ ହଜାର ଟଙ୍କାର କାମ । ତନ୍ନବୀ ନିର୍ଦ୍ଦେଶ ରେ ସାଜ ସଜା ହେଉଥାଏ । ସେଇଠି ନୀଳ୍ ଭାଓଲିନ୍ ବାଦକ ଯଦିଓ ପେଶାରେ ନୁହେଁ ତା ବନ୍ଧୁର ମ୍ୟାରେଜ ପାର୍ଟିରେ ବଜାଉଥାଏ । କିନ୍ତୁ ନୀଳ୍ ଏପରି ଭାଓଲିନ୍ ବଜାଏ ଯେ ଯେ କେହି ଶୁଣିବ ତନ୍ମୟ ହୋଇଯିବ । ହଜିଯିବ ସେଇ ଧୂନ୍ ର ମୂର୍ଚ୍ଛନାରେ ।


       ପେଶାରେ ଜଣେ ଅଫିସର୍ ନିଶାରେ ଜଣେ ଭାଓଲିନ୍ ବାଦକ ନୀଳ୍ । ଏବଂ ତନ୍ନବୀ ଜଣେ ସୁନ୍ଦରୀ ପ୍ରତିଷ୍ଠିତ ବିୟୁଟିସିଆନ । କଣ ହୁଅନ୍ତା ! ପରସ୍ପର ହୋଇଗଲେ ଘନିଷ୍ଠ ବନ୍ଧୁ । ବନ୍ଧୁରୁ କେଇ ପାଦ ଆଗେଇ ଆଜୀବନ ବନ୍ଧୁ ହୋଇ ଯିବାକୁ ଇଚ୍ଛା ଗଜୁରୀ ଉଠିଲା ହୃଦୟରେ ।ଉଭୟଙ୍କ ମନର ମେଳ, ହୃଦୟର ଚାହିଁବା ଆଲୋଡନ ସୃଷ୍ଟି କଲା । ଏଇ ସମ୍ପର୍କର ନାଁ ଟିଏ ଦେବାକୁ ଉଭୟ ପରିବାର ଅଣ୍ଟା ଭିଡ଼ିଲେ । ସବୁ ଠିକ୍ ଠିକ୍ ସରିଗଲା । ରିଙ୍ଗ୍ ସେରିମନି ବି ଶେଷ ହୋଇ ବିବାହ ଦିନ ଧାର୍ଯ୍ୟ ହୋଇଗଲା । ବହୁତ ଖୁସି ଥିଲେ ଦୁହେଁ ।


      ତନ୍ନବୀ ଘରେ କୁଣିଆଁ ମୈତ୍ରରେ ଭର୍ତ୍ତି । ବଡ଼ ହୋଟେଲ ବୁକ୍ ହୋଇଛି । ଆଉ ମାତ୍ର ଦୁଇ ଦିନ ଅଛି ବିବାହ ଦିନ । ହଠାତ୍ ନୀଳ୍ ମାମୁଁ ଆସି କହିଲେକି ବିବାହ ପରେ ତନ୍ନବୀକୁ ତା ପେଶା ଛାଡି ବାକୁ ପଡିବ । ତାଙ୍କ ଘରର କୁଳ ବୋହୁ ଗୋଟେ ତୁଚ୍ଛା ବାରିକ କାମ କରିବ ! ସେମାନଙ୍କ ଇଜ୍ଜତ ମହତ ଯିବ । ଏଣୁ ନାନୀ ମାନେ ନୀଳ୍ ଙ୍କ ମା ଚାହାନ୍ତି ତନ୍ନବୀ ବିବାହ ପରେ କେବଳ ବୋହୁ ହୋଇ ହିଁ ରହିବ । ସେ ଚୁଟି ଫୁଟି କଟା କି ପାର୍ଲର କାମ ଛାଡିବାକୁ ପଡିବ ।


     ସତେକି ବମ୍ ଟିଏ ଫୁଟିଲା ତନ୍ନବୀ ଉପରେ । ତା ଉପରେ ଚାପ ପଡିଲା ହଁ କହିଦେ ମା । ବିବାହ ପରେ ଏସବୁର ଆବଶ୍ୟକ କଣ ? ଜ୍ୱାଇଁ ତ ବଡ଼ ଅଫିସର । ବଡ଼ ଘର ପୁଅ । ଖୁବ୍ ଖୁସିରେ ରହିବୁ ରାଣୀ ହୋଇ । କଣ ହେବ ସେ ପାର୍ଲର ଫାଲର । ଝିଅ ଜନ୍ମ ତ ପର ଘରକୁ ଯିବ,ସ୍ୱାମୀ ସଂସାର୍ ନେଇ ଘର କରିବ । ପିଲା ଛୁଆର ମା ହେବ, ତାଙ୍କୁ ପାଳିବ ପୋଷିବଶାଶୁ ଘର ଲୋକଙ୍କ ସେବା କରିବ । ସବୁରି ମୁହଁରେ ଏଇ କଥା ।

     ତନ୍ନବୀ ହତ ବାକ୍ ହୋଇଗଲା ଲୋକଙ୍କ ମାନସିକତାକୁ ଜାଣି । ଶିକ୍ଷିତ ପୁଣି ଏତେ ଛୋଟ ମନ । ତନ୍ନବୀ ଥରେ ପଚାରିଲା ନୀଳ୍ କୁ ଏ ବିଷୟରେ । ନୀଳ୍ କହିଲା କଣ କରିବି କୁହ ମା ଙ୍କ ଏକାଜିଦ୍ ତାଙ୍କ କୁଳର ବୋହୁ ଆଲତୁ ଫାଲତୁ କାମ କରିବନି । ବୋହୁ ବୋହୁ ପରି ରହିବ । ବାହାରକୁ ଯିବା ମନା । ଯଦି ଏ କଥାରେ ତନ୍ନବୀ ରାଜି ତେବେ ତାଙ୍କ ବିବାହ ହେବ,ନଚେତ ନାହିଁ ।


     ଓ ଏଇ ତାହେଲେ ନୀଳ୍ ର ଭଲ ପାଇବା ! ବୁଝାଇ ପାରିବ ନାହିଁ ତାଙ୍କ ମାକୁ ଯେ ତନ୍ନବୀର ପାର୍ଲର ଗୋଟେ କାମ ନୁହେଁ । ଗୋଟିଏ ଅନୁଷ୍ଠାନ ତା ଜୀବନ । କେତେ ଅସହାୟ ମିହିଳାଙ୍କ ରୋଜ ରୋଟିର ନିର୍ଭର ଯୋଗ୍ୟ ଠିକଣା । ଯୁଗ କେଉଁଠି ପହଞ୍ଚିଲାଣି । ବୋହୁ କଣ ଓଢଣା ଟାଣି ଘର କୋଣେ ମୁହଁ ଲୁଚାଇ ବସୁଛି ! ଶାଶୁ ଶଶୁରଙ୍କ ହୁକୁମ ମାନି ବସ୍ ଉଠ ହେଉଛି । ଶାଶୁଘର ପରିବାର ପାଇଁ ନିଛାବର କରି ଦେଉଛି ତା ଜୀବନ । ହଁ ସେ ପରିବାର ସହ ରୋଜଗାର କ୍ଷମ ହେବାକୁ ଅଧିକ ପସନ୍ଦ କରୁଛି । ସ୍ୱାଭିମାନର ଜୀବନ ଜୀଇଁବାକୁ ଚାହୁଁଛି । ଅଥଚ ନୀଳ୍ ଓ ତା ପରିବାର କେତେ ହୀନ ମନ୍ୟତାର ଶିକାର ହୋଇଛନ୍ତି !


      ଯେଉଁଠି ତନ୍ନବୀ ପର କାଟି ଦିଆଯାଇ ତାକୁ ଆଜୀବନ ପଙ୍ଗୁ କରିଦିଆ ଯିବ ସେମିତି ଜୀବନ ସେ ଚୟନ କରନ୍ତାକି ! ଗୋଟେ ବନ୍ଦୀ ଜୀବନ । ନୀଳ୍ ଗୋଟେ ସଶକ୍ତ ପୁରୁଷ ନୁହେଁ । ନିଜର ସ୍ୱାଭିମାନ ଯାହାର କିଛି ବୋଲି ନାହିଁ ସେପରି ପୁରୁଷ କୁ ଜୀବନ ସାଥି କରିବ ! ଛି ଘୃଣା ଲାଗିଲା ନୀଳ୍ କଥା ଭାବି । ଖୋଲି ଦେଇ ଦେଲା ତାଙ୍କ ମାମୁଁଙ୍କୁ ରିଙ୍ଗ ସେରିମନିର ମୁଦି । ଭାଙ୍ଗି ଗଲା ବାହା ଘର । ଭାଙ୍ଗିଗଲା ତନ୍ନବୀର ହୃଦୟ ।

      ଲୋକେ ଟୁପ ଟାପ୍ ହେଲେ ଝିଅର କଣ ଗୁଣ ଦେଖିଲେ ନା ନଲେ କି ବିବାହ ଦୁଇ ଦିନ ଅଛି ଭାଙ୍ଗନ୍ତା !


      ବାସ୍ ସେବେଠୁ ନା ବର୍ଷା ନା ଭାଓଲିନ କେହି ଛୁଇଁ ନାହାନ୍ତି ତନ୍ନବୀକୁ । କେବଳ କାମ ଓ ସେ । ଆଜି ସେ ସଫଳତାର ଶୀର୍ଷରେ । ମାଟିରେ ତା ପାଦ କିନ୍ତୁ ଉଡାଣ ମେଘ ସେପାଖେ । ସେମିନାର ଦେଶର କୋଣେ ନୁ କୋଣେ କରି ଶିଖାଉଛି ମେକ୍ ଅପ୍ । ବିବାହ,ପାର୍ଟି,ଅଫିସ୍ ସବୁ ଠାରେ ତା ବ୍ରାଇଡାଲ ପାର୍ଲର ଓ ସାଲୋନର ପ୍ରବେଶ । ସେ ଏବେ ଗୋଟେ ନାମୀ ଦାମୀ ଷ୍ଟାର୍ ମିସ୍ ତନ୍ନବୀ । ମିସ୍ ତନ୍ନବୀ ଗୋଟେ ଝିଅ ଗୋଟେ ନାଁ ଗୋଟେ ସ୍ୱର ଗୋଟେ ପରିଚୟ ନାରୀ ଜାତିର । ଆଗାମୀ ନାରୀ ସାମାଜର ଗୋଟେ ଦର୍ପଣ ।


      ଦୀର୍ଘ କୋଡିଏ ବର୍ଷ ସେ ଅଭିମାନରେ ଛୁଇଁ ନଥିଲା ବର୍ଷା, ବତୁରାଇ ନ ଥିଲା ମନ । ଶୁଣି ନ ଥିଲା ଭାଓଲିନ୍ ମୂର୍ଚ୍ଛନା । ଆଜି ଫିଟି ପଡ଼ିଲା ଅଭିମାନ । କଣ କରୁଥିଲା ସେ । କାହିଁକି ବଞ୍ଚିବା ଛାଡି ଦେଇଛି ସେ ! କାହା ପାଇଁ । ସେ ନିଜ ଇଛାର ମାଲିକ,ବଂଛିବ ନିଜ ମନ ମୁତାବକ । କେତେ ମଣିଷ ତାକୁ ପାଇବା ପାଇଁ ବ୍ୟାକୁଳ । କାହିଁକି ସେ ପ୍ରତିଶୋଧ ନେଉଛି ନିଜ ଉପରେ । ଏ ବର୍ଷା ଆଜି ତାକୁ ବଞ୍ଚିବା ପାଇଁ ଚ୍ୟାଲେଞ୍ଜ ଦେଉଛି । ନିଆଁ ଲଗାଉଛି ତା ଦେହ ମନରେ ।


   ସେଇ ଓଦା ସର ସର ହୋଇ ଖିଲି ଖିଲି ହସି ଫୋନ୍ କଲା ତନ୍ନବୀ ହାଲୋ ରିଦିମ୍ ତୁମେ ମୋ ସହ ବର୍ଷାରେ ଭିଜିବାକୁ ଚାହୁଁଥିଲ ନା ! ତାହେଲେ ଆସ ମୁଁ ମୋ ଘର ଛାତ ପରେ ଅପେକ୍ଷା କରିଛି ତୁମକୁ ।


          ରାତି ବାର ରିଦିମ୍ ହଲିଉଡ୍ ର ଜଣେ ପ୍ରଖ୍ୟାତ ହିରୋର କାର୍ ପାରକିଙ୍ଗ୍ କରୁଥିଲା ତନ୍ନବୀ ଘର ଆଗେ । ତା ପର ଦିନ ସବୁ ପେପର୍ ହେଡ୍ ଲାଇନ୍ ହୋଇଥିଲା ତନ୍ନବୀ ଦ ବେଷ୍ଟ୍ ବିୟୁଟିସିଆନ୍ ୱେଡ୍ସ୍ ଦ ମୋଷ୍ଟ୍ ୱାଣ୍ଟିଙ୍ଗ୍ ବ୍ୟାଚଲର୍ ହିରୋ ରିଦିମ୍ । 


Rate this content
Log in

Similar oriya story from Abstract