STORYMIRROR

Naliniprava Subudhi

Fantasy

4  

Naliniprava Subudhi

Fantasy

ଥୁଣ୍ଟା ବରଗଛ

ଥୁଣ୍ଟା ବରଗଛ

1 min
289


ଗାଁ ମୁଣ୍ଡରେ ବରଗଛଟିଏ। କାହିଁ କେଉଁ ଆଦିମ କାଳରୁ ଠିଆ ହୋଇଛି।କେତେ ଦୁଃଖ, ସୁଖ,ଯାନି, ଯାତ୍ରା, ବିଭାଘର,ଶବାଧାର ସବୁ ସ୍ମୃତି ଅନୁଭୂତି ମୋ ସହିତ ଜଡିତ।ସବୁର ମୁକସାକ୍ଷୀ ହେଉଛି ଏଇ ଥୁଣ୍ଟା ବରଗଛ।ଆଜି ସମୟର ଉଜାଣି ସ୍ରୋତରେ ମୁଁ ସାଜିଛି ପଙ୍ଗୁ ଅଥର୍ବ। ପୂର୍ବର ତେଜ ମୋ ଶରୀରରେ ନିଷ୍କ୍ରିୟ ହୋଇଯାଇଛି।ମତେ ଜଣେ ବଦାନ୍ୟ ବ୍ୟକ୍ତି କେଉଁଠୁ ଆଣି ପୋତିଥିଲେ। ଧୀରେ ଧୀରେ ମୁଁ ବଡହେଲି। ସବୁଜ ପତ୍ରର ସମ୍ଭାରରେ ପଲ୍ଲବିତ ହୋଇ ଉଠିଲି। ଘଞ୍ଚ ପତ୍ରର ଉହାଡରେ କେତେ ପକ୍ଷୀ ବସା ବାନ୍ଧିବାକୁ ଲାଗିଲେ କିଚିରିମିଚିରି ଶଦ୍ଦରେ ମତେ

ଅମାପ ଆନନ୍ଦ ମିଳୁଥାଏ ।

ମୋ ଘଞ୍ଚ ପତ୍ର ଡେଇଁ ସୂର୍ଯ୍ୟ କିରଣ ତଳକୁ ଆସୁନଥିବା ହେତୁ ବାଟୋଇ ମାନେ ଖରାବେଳେ ବିଶ୍ରାମ ନିଅନ୍ତି।ଛୋଟ ପିଲାମାନେ ମୋ ମୂଳରେ ବୋହୂ ବୋହୂକା,କବାଡି,ଡାଳମାଙ୍କୁଡି ଖେଳନ୍ତି। ଗାଁ ଲୋକେ ଶବଦାହ ପାଇଁ ମୋ ଡାଳ ହାଣନ୍ତି। ତଥାପି ମୁଁ ପ୍ରତିବାଦ କରିପାରେ ନାହିଁ। ଗାଁର ଝିଅ ମାନଙ୍କ ବିଦାୟ ବେଳରେ ତାଙ୍କ ଆଖିରେ ଲୁହ ଦେଖି ମୋ ଛାତିରେ ଯନ୍ତ୍ରଣା ହୁଏ।

ଛୋଟ ଦିନେ ମୋରି ଗଛ ମୂଳରେ ଖେଳ କୁଦ କରି ସମୟ ବିତାଉଥିଲେ। କାହିଁ କେଉଁ କାଳରୁ ମୁଁ ଏଠି ଠିଆ ହୋଇଛି ।ଆଜି ଆଉ ସେ, ଦିନ ନାହିଁ। ସମସ୍ତେ ମତେ ଭୁଲି ଗଲେଣି। ମୁଁ ବୟସର ତାଡ଼ନାରେ ବୁଢ଼ା ହୋଇଗଲିଣି।ମୋ,ଦେହରେ ଆଉ ସବୁଜିମା ନାହିଁ। ପକ୍ଷୀମାନେ ଆଉ ବସା ବାନ୍ଧିବାକୁ ଆସୁନାହାନ୍ତି। ଥୁଣ୍ଟା ଗଛଟିଏ

ପାଲଟି ଗଲିଣି। ଗଛମୂଳରେ ଖରା ପଡୁଥିବା ହେତୁ ପିଲାମାନେ ଆଉ ଖେଳୁ ନାହାଁନ୍ତି। ସମସ୍ତଙ୍କ ପାଇଁ ମୁଁ ଆଜି ଅଦରକାରୀ ପାଲଟିଛି। ସବୁ କଥା ମୋର ଆଜି ମନେ ପଡୁଛି। ଜୀବନର ଏହା ବାସ୍ତବ ସତ୍ୟ ।ଥୁଣ୍ଟା ଗଛଟିକୁ କେହି କ'ଣ ଆଦର କରେ ?ବୟସ ଥିବାବେଳେ ଯେଉଁ ଅବଦାନ ଥାଏ

ତା'କୁ କେହି ମନେରଖନ୍ତି ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy