STORYMIRROR

Naliniprava Subudhi

Action

3  

Naliniprava Subudhi

Action

ସମବେଦନା

ସମବେଦନା

2 mins
198


ମା,ମା ତୁ କୋଉଠି ଅଛୁ ଲୋ ମା, ମୁଁ ପରା ତୋ ଝିଅ ଡାକୁଛି, ତତେ କ'ଣ ମୋ ଡାକ ଶୁଭୁନି,ମତେ ନେଇଯାଲୋ ମା,ମତେ ବହୁତ ଭୟ ଲାଗୁଛି ।କାନ୍ଦି କାନ୍ଦି ବିକଳ ହୋଇ ଖୋଜୁଥାଏ ଛୋଟ ଝିଅଟି ।ପାଖରେ କେହି ନାହାନ୍ତି । ଏତିକି ବେଳକୁ ଶୁଭିଲା ଭୟଙ୍କର ମେଘ ଘଡଘଡିର ଶଦ୍ଧ।ଗଛ ମୂଳରେ ଠିଆହୋଇ ବିକଳ ଆଖି ରେ ଚାହିଁଥାଏ ଦଶ,ଵାରବର୍ଷର ଝିଅଟି । କେହି କୁଆଡେ଼ ନାହାଁନ୍ତି। ବିଚାରି କ'ଣ କରିବ।ଏତିକି ବେଳକୁ ଦୂରରୁ ଗାଡ଼ି ଆଲୁଅ ଦେଖାଗଲା।ଗାଡି ଆଲୁଅ ଦେଖି ଝିଅଟି ଆହୁରି ଭୟପାଇଯାଇଥାଏ । ହଠାତ୍ ଗାଡିରୁ ଓହ୍ଲାଇଲେ ଜଣେ ବୃଦ୍ଧ ବ୍ୟକ୍ତି। ଗଛମୂଳରେ ଛୋଟ ଝିଅଟିକୁ ଦେଖି ପାଖକୁ ଗଲେ, ପିଲାଟି ମଧ୍ୟ ଭୟରେ ଗଛ ମୂଳରେ ଲୁଚିବାକୁ ଚେଷ୍ଟା କରୁଥାଏ।

ବୃଦ୍ଧ ବ୍ୟକ୍ତି ଜଣକ ଅତିଧିର ସ୍ବରରେ ପଚାରିଲେ ଝିଅ,ତୁ ଅନ୍ଧାର ରାତିରେ ଏଠି କାହିଁକି 

ଛିଡା ହୋଇଛୁ,ତୋ ସାଙ୍ଗରେ ଆଉ କିଏ ଅଛନ୍ତିକି?ପିଲାଟି ଟିକିଏ ସାହସ ପାଇଲା। ଅତି କ୍ଷୀଣ ସ୍ଵରରେ କହିଲା ।ମୋ ମାମୁଁ ଆଉ ସାବତ ମାଆ ମତେ ଏଠି ଛାଡି ପଳେଇଲେ । ବୃଦ୍ଧ ବ୍ୟକ୍ତି ଜଣକ ଆଉକିଛି ନକହି ତାକୁ,ତାଙ୍କ ସାଙ୍ଗରେ ନେଇ ଗାଡ଼ିରେ ବସିଲେ । ଗାଡି ଗଡ଼ି ଚାଲିଲା ତା'ର ଗନ୍ତବ୍ୟ ପଥରେ । ଝିଅଟିକୁ ବାଟରେ ସବୁକଥା ପଚାରି ଵୁଝୁଥାନ୍ତି ବ୍ୟକ୍ତି ଜଣକ।


ଝିଅଟି କହିଲା।ଏଇ ପାଖ ଗାଁ ରେ ଆମଘର ।ବାପା,ମା ଙ୍କର ମୁଁ ଗୋଟିଏ ଝିଅ । ଖୁସିରେ ଆମର ଦିନ କଟୁଥିଲା। ହଠାତ୍ ମୋ ମା'ର ଦେହ କ'ଣ ଖରାପ ହେଲା ।ବାପା ଡାକ୍ତରଖାନା ମା,କୁ ନେଲେ‌ ମା,ଆଉ ବଞ୍ଚିଲା ନାହିଁ।ମା, ମରିଯିବା ପରେ ମୋ ଦେଖାଶୁଣା କରିବାକୁ ବାପା ନୂଆମା,ଆଣିଲେ।ବାପା ତ, ସକାଳୁ ଯାନ୍ତି, ସଞ୍ଜରେ ଫେରନ୍ତି। ନୂଆମା, ମତେ ବହୁତ ମାରେ , ଖାଇବାକୁ ଦିଏ ନାହିଁ।ଆଜି ମଧ୍ୟ ବାପା ନଥିଲେ । ନୂଆମା,ଆଉ ମାମୁଁ ମତେ ଯାତରା ଦେଖେଇ ନେଵୁ କହି ଏଠାକୁ ଆଣି ଛାଡି ଚାଲିଗଲେ।ଏକଥା କହି ପୁଣି କାନ୍ଦିବାରେ ଲାଗିଲା । ବୃଦ୍ଧ ବ୍ୟକ୍ତି ଜଣକ ପିଲାଟିକୁ ବୁଝେଇ ସୁଝେଇ ନିଜ ସାଥୀରେ ନିଜ ଘରକୁ ନେଇଗଲେ।ବାଟରେ କଥାଛଳରେ ତା, ନାଁ ଆଶା ବୋଲି ଜାଣିପାରିଲେ।ଆଶାକୁ ବୁଝାଇ କହିଲେ ତୁ,କାନ୍ଦେନି ତୋ ସାଥୀର ମୋର ବି ଗୋଟିଏ ଝିଅ ଅଛି।

 କଥାବାର୍ତ୍ତା ହେଉ ହେଉ ଘର ପହଞ୍ଚିଗଲା। ବ୍ୟକ୍ତି ଜଣକ ଗାଡିରୁ ଓହ୍ଲାଇ ଆଶାକୁ ନେଇ ଘରକୁ ଚାଲିଲେ ।ଘର ଭିତରୁ ବାହାରି ଆସିଲେ ଶ୍ରାବଣୀ ଦେବୀ ଆଉ ତାଙ୍କ ଝିଅ ଉଷା ।ଆଶାକୁ ଦେଖି ଶ୍ରାବଣୀ ଦେବୀ ପଚାରିଲେ ଏ, ଝିଅଟି କିଏ । ରମାକାନ୍ତ ବାବୁ କହିଲେ ଏ ଝିଅ, ଗୋଟିଏ ଅନାଥ ପିଲା ଇଏ ଆଜିଠୁ ଆମଘରେ ରହିବ ।ତା,ମା ଓ ମାମୁଁ ତାକୁ ଘରୁ ତଡ଼ି ଦେଇଛନ୍ତି।ସିଏ ତୁମର ଆଉ ଗୋଟିଏ ଝିଅ। ଶ୍ରାବଣୀ ଦେବୀ ସ୍ନେହରେ ଆଶାକୁ କୋଳେଇ ନେଲେ ।ଆଉ କହିଲେ ଭଲ ହେଲା ଉଷାକୁ ମୋର ସାଥୀ ଟିଏ ମିଳିଗଲା।

ଉଷା ମଧ୍ୟ ଖୁସିରେ ଆଶାକୁ ଟାଣି ଟାଣି ତା,ପଢାଘରକୁ ନେଇଗଲା। ପିଲାଙ୍କ ଖୁସି ଦେଖି ରମାକାନ୍ତ ବାବୁ ଓ ଶ୍ରାବଣୀ ଦେବୀ ଖୁସିହେଲେ। ଶ୍ରାବଣୀ ଦେବୀ କହିଲେ ଆଜି ଯଦି ତୁମ ଆଖିରେ ନପଡିଥାନ୍ତା ତାହେଲେ ଆଶାର‌ ଅବସ୍ଥା କ'ଣ ଯେ ହୋଇଥାନ୍ତା ସେଇ ଭଗବାନ ଜାଣନ୍ତି।ଆଶା ଆଜି ଠାରୁ ଆମ ଝିଅ।ସେ ଆମ ପାଖରେ ରହିବ। କନ୍ୟା ହେଉଛି ରତ୍ନ।

ଆଜିର ସମାଜରେ ଝିଅଟିଏ ବଞ୍ଚିବା ଅସମ୍ଭବ।ଆଶା ଆଉ ଉଷା ହାତ ଧରାଧରି ହୋଇ ଆସିଲେ । ଶ୍ରାବଣୀ ଦେବୀ ଆଶାକୁ କୋଳକୁ ଟାଣି ନେଲେ ।ଆଉ କହିଲେ,ଆଶା ତୁ ମୋ ପାଖରେ ରହିବୁ। ଖୁସିରେ ଆଶା ଶ୍ରାବଣୀ ଦେବୀଙ୍କ ଛାତିରେ ମୁହଁ ଗୁଞ୍ଜିବାକୁ ଲାଗିଲା ।ଉଷା ମୁହଁ ଫୁଲେଇ କହିଲା ମା, ମୁଁ କ'ଣ ତୋ ଝିଅ ନୁହେଁ।ହସି ଉଠିଲେ ସମସ୍ତେ । ଶ୍ରାବଣୀ ଦେବୀ ହସିହସି କୋଳେଇ ନେଲେ ଉଷା ଆଉ ଆଶାକୁ।

ଆଶା ଆଖିରେ ଖୁସିର ଲୁହ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action