Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Bishwa ranjan Tripathy

Drama Romance

3  

Bishwa ranjan Tripathy

Drama Romance

ସୂର୍ଯ୍ୟର କିରଣ

ସୂର୍ଯ୍ୟର କିରଣ

6 mins
28


ସେଦିନ ସୂର୍ଯ୍ୟ ପ୍ରଥମ ଥର ନୂଆ ନୂଆ କଲେଜ ଯାଇଥାଏ, ସ୍କୁଲରୁ ପଢା ଶେଷକରି ହାଫ୍ ପେଣ୍ଟରୁ ଫୁଲ ପେଣ୍ଟକୁ ପଦୋନ୍ନତି ପାଇଥାଏ। ତେଣୁ ତା ମନରେ ଏକ ଅଲଗା ପ୍ରକାର ଉନ୍ମାଦନା ଥାଏ। ସେ ତାର ବଡ ଭାଇମାନଙ୍କ ଠାରୁ ଶୁଣିଥିଲା, କୁଆଡେ କଲେଜ ଗଲେ ସେଠି ସ୍କୁଲ ଭଳି ସାରମାନଙ୍କର ଆକଟ ନଥାଏ, ପୁଅ ଝିଅ ସାଙ୍ଗ ହୋଇ ବସିପାରିବେ, ଇଚ୍ଛା ହେଲେ କଲେଜ 

ଯିବ । ନହେଲେ ନାହିଁ, ଏମିତି ସବୁ ଭାବନା ନେଇ ସେ ପ୍ରଥମ କରି କଲେଜ ଆସିଥାଏ ।

ନୂଆକରି କଲେଜ ଆସିଥିବାରୁ ସେ ନୂଆ ଡ୍ରେସ, ନୂଆ ଗିଅର ଵାଲା ସାଇକେଲ, ନୂଆ ଘଣ୍ଟା,ବେକରେ ପାଉଡର,ଦେହରେ ସେଣ୍ଟ, ଚୁଟିକୁ ତେରେନାମ ଷ୍ଟାଇଲରେ କାଟି ହାତରେ ଖାତା ଖଣ୍ଡେ ଧରି ପୁରା ଛାଂଟରେ କଲେଜରେ ପ୍ରବେଶ କରେ। ସାଇକେଲକୁ ଷ୍ଟାଣ୍ଡରେ ରଖି ଗୁଣୁ ଗୁଣୁ ହୋଇ ଗୀତଟିଏ ଗାଇ ତାର କ୍ଲାସ ଅଭିମୁଖେ ଚାଲିଥାଏ। ହଠାତ ସେପଟୁ ଆସୁଥିବା ଗୋଟିଏ ସୁନ୍ଦରୀ ତନୁପାତଳି ଝିଅ ସହ ଅଜାଣତରେ ତାର ଧକା ହୋଇଯାଏ। ଧକା ଖାଇ ଝିଅଟି ତଳେ ପଡ଼ିଯାଏ। ସୂର୍ଯ୍ୟ ଡରି ଡରି ତାକୁ ହାତ ବଢାଏ ଉଠେଇବା ପାଇଁ। ସେ ଝିଅ ବି ତଳେପଡି ଉଠିବା ପାଇଁ ହାତ ବଢାଏ, ତାର ହାତରେ ହାତ ମିଶେଇ ସେ ଝିଅ ଉଠି ପୁଣି ଠିଆ ହୁଏ । ସେତେବେଳେ ସେ ଝିଅ ସୂର୍ଯ୍ୟକୁ କିଛି ନ କହି ଖାଲି ତାକୁ ଚାହିଁ ରହେ। ସେ କେବେ ବି ଭାବିନଥିଲା ଯେ ପ୍ରଥମ ଦିନ ଏମିତି କିଛି ଘଟିବ, ସେସବୁ ଥିଲା ତାର କଳନା ବାହାରେ। ଗୋଟେ ଝିଅର କଅଁଳିଆ ହାତର ପହିଲି ସ୍ପର୍ଶ ପାଇ ସୂର୍ଯ୍ୟ ପୁରା ମନେ ମନେ ନିଜକୁ ହିରୋ ଭାବିନେଇଥାଏ। ପୁରା ଷ୍ଟାଇଲରେ ଗୋଟିଏ ପଦ ସରି କହି ସେଠୁ ଚାଲିଯାଏ ତାର କ୍ଲାସ ରୁମକୁ।

ସୂର୍ଯ୍ୟ ଯାଇ ତାର କ୍ଲାସରେ ବସି ସେ ଝିଅ କଥା ଭାବୁଥାଏ, ତାର ନାମଟା ପଚାରିପାରିଲିନି,କିଛି ବି କଥା ହୋଇପାରିଲିନି, ହଉ ଛାଡ ଏବେ ତ ସେ ସବୁଦିନ କଲେଜ ଆସିବ, ପୁଣି କେବେ ଦେଖା ହେଇଗଲେ ସବୁ ପଚାରିଦବା। ଏମିତି ସବୁ ଭାବି ଭାବି ସାର ଙ୍କ ଆସିବାକୁ ଅପେକ୍ଷା କରିଥାଏ। ସେହି ସମୟରେ ସେହି ଝିଅ ଆସି ତାଙ୍କ କ୍ଲାସ ରୁମରେ ପ୍ରବେଶ କରେ। ସୂର୍ଯ୍ୟ ତାକୁ ଦେଖି ଖାଲି ଚାହିଁ ରହିଥାଏ, ଆଉ ମନେ ମନେ ଭାବୁଥାଏ ଏଇ ତାହେଲେ ଆମରି କ୍ଲାସ ଝିଅ, ଯାହା କଥା ଭାବୁଥିଲି ସେ ଏବେ ମୋର ସାଙ୍ଗ, କି ସଂଯୋଗ। ଏହିଭିତରେ ସାର ଆସି କ୍ଲାସ ରୁମରେ ପ୍ରବେଶ କରନ୍ତି। ସାର କ୍ଲାସରେ ପ୍ରବେଶ କରିବା ମାତ୍ରେ ସମସ୍ତ ପିଲା ଠିଆ ହୋଇ ସାରଙ୍କୁ ଅଭିବାଦନ ଜଣାନ୍ତି। ସାର ବି ଅଭିବାଦନ ଗ୍ରହଣ କରି, ସମସ୍ତ ପିଲାଙ୍କୁ ବସିବା ପାଇଁ କୁହନ୍ତି।

ଏହାପରେ ସାର ସମସ୍ତଙ୍କ ଉପସ୍ଥାନ ନାମ ଧରି ଡାକନ୍ତି, ଓ କୁହନ୍ତି ପିଲେ ନିଜେ ନିଜର ରୋଲ ନମ୍ବର ମନେ ରଖ,ପରବର୍ତ୍ତୀ କ୍ଲାସରେ ମୁଁ ଆଉ ନାମ ଧରି ଉପସ୍ଥାନ ଡାକିବିନି, ରୋଲନମ୍ବର ଆନୁଯାଇ ଡାକିବି। ତେଣୁ ବି କେୟାର ଫୁଲ। ସମସ୍ତେ ୟେସ ସାର କହି ଉପସ୍ଥାନ ଦିଅନ୍ତି। ଉପସ୍ଥାନ କାର୍ଯ୍ୟକ୍ରମ ସରିଲା ପରେ, ସାର କୁହନ୍ତି, ପାଠ ପଢିବା ପୂର୍ବରୁ ଆମେ ସମସ୍ତେ ପରସ୍ପରକୁ ଜାଣିବା ନିହାତି ଜରୁରୀ। ତେଣୁ ଜଣ ଜଣ କରି ଠିଆ ହୋଇ ନିଜ ନିଜ ବିଷୟରେ କୁହ। ଜଣେ ପୁଅ ପରେ ଜଣେ ଝିଅ, ଏମିତି କୁହ କ୍ରମନ୍ଵୟରେ।

ସମସ୍ତେ ନିଜ ନିଜ ପରିଚୟ ଦେଉଥାନ୍ତି, ଏହି ଭିତରେ ସେ ଝିଅ ତାର ପରିଚୟ ଦେଲା, ମୁଁ କିରଣ ବେହେରା, ବୟସ ୧୬, ଘର ଆଠଗଡ, କଟକ। ସୁର୍ଯ୍ୟ ତା ନାମ ଶୁଣିଲା ପରେ କୁହେ ନାଁଟା ତାହେଲେ କିରଣ। ତାପରେ ସୂର୍ଯ୍ୟ ବି ତାର ପରିଚୟ ଦିଏ। ମୋର ନାମ ସୂର୍ଯ୍ୟମଣି ବିଶ୍ବାଳ ବୟସ ୧୬,ଘର ବୋଲଗଡ଼ ଖୋର୍ଦ୍ଧା। ସମସ୍ତ ପିଲା ପରିଚୟ ଦେଉସାରିଲା ପରେ , ସାର ବି ତାଙ୍କ ପରିଚୟ ପ୍ରଦାନ କରନ୍ତି ମୋ ନାମ ପ୍ରଫେସର ଅକ୍ଷୟ ମଣ୍ଡଳ। ତୁମେ ମାନେ ମତେ ମଣ୍ଡଳ ସାର କହି ଡାକିପାର। ଏତିକି କହି ସାର ଚାଲିଯାନ୍ତି।

କ୍ଲାସ ସରିଲା ପରେ ଦୁହିଁଙ୍କର ଏମିତି ହାଏ, ହାଲୋରେ ଦୋସ୍ତି ଆରମ୍ଭ ହୋଇଯାଏ। ତାପରେ ଧୀରେ ଧୀରେ ସେମାନଙ୍କ ଭିତରେ ଦୋସ୍ତି ଆହୁରି ଘନିଷ୍ଟ ହୁଏ।ଦୁଇଜଣ ଯାକ ଏକା ଜାଗାକୁ ଟିଉସନ ଯାଆନ୍ତି। କଲେଜରେ ଥିବା ସମୟରେ ଯାହା ବି କରନ୍ତି ଏକାଠି। ଯେମିତିକି ପାଖା ପାଖି ହୋଇ ବସନ୍ତି, କାଣ୍ଟିନରେ ସାଙ୍ଗ ହୋଇ ଖାନ୍ତି , କ୍ଲାସ ନଥିଲେ ସାଙ୍ଗହୋଇ ଲନରେ ବସି ଗପନ୍ତି ଇତ୍ୟାଦି।

ପୁରା କ୍ଲାସରେ ସୂର୍ଯ୍ୟ ବହୁତ ଭଲ ପଢୁଥାଏ, କିରଣ ବି ଭଲ ପଢୁଥାଏ ହେଲେ ଷ୍ଟାଣ୍ଡାର୍ଡରେ ସୂର୍ଯ୍ୟ ଠାରୁ ସେ କମ ଥିଲା। ଏମିତି କିଛିଦିନ ଦୋସ୍ତି ଚାଲେ, କଲେଜର ପିଲାମାନେ ସେ ଦୁଇଜଣଙ୍କ ଦୋସ୍ତି ଦେଖି ଗୋଟେ ଗୁଜବ ସୃଷ୍ଟି କରନ୍ତି ଯେ ସୂର୍ଯ୍ୟ କିରଣକୁ ଭଲପାଏ। ହଠାତ ଏହି ଖବର ପୁରା କଲେଜରେ ଖେଳିଯାଇଥିଲା। ଏସବୁ ଗୁଜବ ଶୁଣିବା ପରେ କିରଣ ସୂର୍ଯ୍ୟକୁ କୁହେ, ଯେ ଆମ ଦୋସ୍ତିକୁ ଏମାନେ ସହ୍ୟ କରିପାରୁନାହାନ୍ତି, ତେଣୁ ଏମିତି ଗୁଜବ ସୃଷ୍ଟି କରି ଆମଭିତରେ ତିକ୍ତତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ବୋଧେ ଜାଣିନାହାନ୍ତି ଆମେ ଦୁଇଜଣ ଭଲ ବନ୍ଧୁବୋଲି।

ସୂର୍ଯ୍ୟ କୁହେ, ହଉ ତୁ ଛାଡ଼ ସେମାନଙ୍କ କଥାକୁ , ସେକଥାକୁ ନେଇ ତୁ ଏତେ ଟେନ୍ସସନ ଆଉ ହୁଅନା।

କିନ୍ତୁ ପ୍ରକୃତରେ ଦୁହେଁ ଦୁହିଁଙ୍କୁ ନିଜ ଅଜାଣତରେ ବହୁତ ଭଲ ପାଇଯାଇଥିଲେ ଏକଥା ସେ ଦୁଇଜଣଙ୍କୁ ବି ଜଣା ନଥିଲା। ଏମିତି ଭାବେ ପୁରା ଗୋଟେ ବର୍ଷ ବିତିଯାଇଥିଲେ ସୁଦ୍ଧା କେହି କାହାକୁ ଗୋଟେ ପଦ ବି ସେ ବିଷୟରେ କିଛି କହିନଥାନ୍ତି। ତଥାପି ସେମାନେ ଭଲ ବନ୍ଧୁ ହେବାର ମିଛ ଅଭିନୟ କରୁଥାନ୍ତି। ଏହି ଭିତରେ କଲେଜର କାନ୍ଥ ବାଡ଼ରେ ବି ସେମାନଙ୍କ ନାମରେ ଲେଖା ଆରମ୍ଭ ହୋଇସାରିଥିଲା। ଯେମିତିକି କିରଣ ସୂର୍ଯ୍ୟ, ସୂର୍ଯ୍ୟର କିରଣ ଓ ଆହୁରି ଅନେକ କଥା। ଏସବୁ ଜେମିତି ସେମାନଙ୍କୁ କିଛି ଫରକ ପଡୁନଥାଏ। କହିବାକୁ ଗଲେ ସେସବୁ ଉଭଉଙ୍କୁ ଭଲ ବି ଲାଗୁଥାଏ। କିରଣ ସବୁବେଳେ ମନେ ମନେ ଭାବୁଥାଏ ଯେ ସେସବୁ କିଏ ଲେଖୁଛି?, କଣ ପାଇଁ? ସୂର୍ଯ୍ୟ ଲେଖୁଛି କି! ,ନାଈଁ ନାଈଁ ସୂର୍ଯ୍ୟ ସେମିତି ପିଲା ନୁହଁ ସେ ମୋର ଭଲ ସାଙ୍ଗ,ସେ ଏମିତି ନିଜ ନାମରେ କଣ ପାଇଁ ଲେଖିବ, ଯଦି ସେ ସତରେ ଭଲପାଉଥାନ୍ତା ତେବେ ସେ ଏମିତି କାନ୍ଥ ବାଡ଼ରେ କାହିଁକି ଲେଖିଥାନ୍ତା। ସେ ମୁହଁ ଖୋଲି କେବେଠୁ କହିସାରନ୍ତାଣୀ। ନା ସୂର୍ଯ୍ୟ କେବେ ବି ଏମିତି କାମ କରିପାରେନା। ସେପଟେ ଅନୁରୂପ ଭାବନା ସୂର୍ଯ୍ୟ ମନକୁ ବି ଆନ୍ଦୋଳିତ କରୁଥାଏ ।

ସେମାନେ ଯାହା ଦୁହେଁ ଦୁହିଁଙ୍କୁ ନିଜ ମନର କଥା କହିଥାନ୍ତେ, ହେଲେ ସେସବୁ ଘଟଣା ଉଭୟଙ୍କୁ ଆହୁରି ଦୂରକୁ ଦୂରକୁ ଠେଲି ଦେଉଥାଏ। କିରଣ ଭାବୁଥାଏ ସୂର୍ଯ୍ୟ ପୁଅପିଲାଟେ ହେଇ କିଛି କହୁନି, ମୁ କେମିତି କହିବି ତାକୁ, ନା ଥାଉ କହିବିନି। ଆହୁରି ପୁଣି କଲେଜରେ କିଏ ଗୋଟେ ଆମ ନାମରେ ୟାଡୁ ସ୍ୟାଡୁ ଲେଖୁଛି। ସେପଟେ ସୂର୍ଯ୍ୟ ବି ଭାବୁଥାଏ ଯଦି କହିଦେବି କିରଣ କାଳେ ଖରାପ ଭାବିବ ଏତେଦିନର ଦୋସ୍ତି ଗୋଟେ ଚୁଟିକିରେ ଭାଙ୍ଗିଯିବ। ତା ଉପରେ ପୁଣି ଆମ ବନ୍ଧୁତ୍ୱକୁ ନେଇ ନାନା ଚର୍ଚ୍ଚା କଲେଜ ରେ। ନା ନା ଥାଉ,ମୁ କହିବିନି। ଏହିଭିତରେ ଟେଷ୍ଟ ପରୀକ୍ଷା ସାରିଯାଇଥାଏ। ତଥାପି କେହି କାହାକୁ ମନର ଭାବନା ପରିପ୍ରକାଶ କରିପାରି ନଥାନ୍ତି।

ଏମିତି ଚାହୁଁ ଚାହୁଁ ୨ ପରୀକ୍ଷାର ସେଶଦିନ ଥାଏ। ପରୀକ୍ଷା ଦେଇସାରି ଉଭୟ ବାହାରକୁ ଆସନ୍ତି। ସେତେବେଳେ ଫୋନ କି ଫେସବୁକ ଏସବୁ ନଥିବରୁ ଘରର ଲ୍ୟାଣ୍ଡ ଲାଇନ ନମ୍ବର,ଓ ଠିକଣା ସବୁ ପିଲା ନିଜ ଭିତରେ ଆଦାନ ପ୍ରଦାନ କରୁଥାନ୍ତି। କାହିଁକି ନା କିଏ ଫେଲ ହବ କିଏ ପାସ କରିବ, କିଏ ପୁଣି କୋଉଠି ପଢିବ, ଆଉ ପୁଣି କେବେ ଦେଖା ହେବକି ନାଈଁ, ସେସବୁ କିଛି ଜଣା ନଥିଲା। ସମସ୍ତଙ୍କ ଭଳି ସେମାନେ ବି ଉଭୟ ଉଭୟଙ୍କୁ ତାଙ୍କ ଫୋନ ନମ୍ବର ମାଗନ୍ତି, ହେଲେ ତାଙ୍କର କୌଣସି ବି ପ୍ରକାରର ଫୋନ ନମ୍ବର ନଥିବାରୁ ଖାଲି ଘରର ଆଡ୍ରେସ ଟି ଗୋଟେ କାଗଜରେ ଲେଖିଦେଇ ଉଭୟ ଉଭୟଙ୍କୁ ଦେଇ ଶେଷରେ କେଇପଦ କଥା ହୋଇ ମନଦୁଃଖରେ ସେଠୁ ନିଜ ହଷ୍ଟେଲକୁ ଚାଲିଯାନ୍ତି।

ଉଭୟ ସେଦିନ ହଷ୍ଟେଲ ଛାଡିବା ପରେ ଶେଷଥର ପାଇଁ ଦେଖା ହୁଅନ୍ତି ବସ ଷ୍ଟାଣ୍ଡରେ , ଦୁଇଜଣଙ୍କ ମନର ଅବସ୍ଥା କିଛି ଠିକ ନଥାଏ।କିରଣ ହାତରେ ଥାଏ ଗୋଟିଏ ଗିଫ୍ଟ, ସେ ଗିଫ୍ଟ ଟିକୁ ସୂର୍ଯ୍ୟ ହାତକୁ ବଢ଼େଇଦେଇ ନିଜ ନିଜ ବସରେ ବସି ଅଶ୍ରୁଳ ବିଦାୟ ଦିଅନ୍ତି।। ଏମିତି କିଛିଦିନ ବିତିଯାଏ,ଉଭୟ ଭଲରେ ଭଲରେ ପାସ କରି ଅଲଗା ଅଲଗା କଲେଜରେ ୩ ପଢ଼ନ୍ତି। ବହୁତଦିନ ହେବ କେହି କାହା ସହ କଥା ବି ହୋଇପାରିନଥାନ୍ତି। କେମିତି ବା ହୋଇଥାନ୍ତେ। ସେତେବେଳେ ତ ଏବେ ଭଳି ବିଭିନ୍ନ ସୋସିଆଲ ମିଡିଆ ନଥିଲା।

ପାସ କରିବା ପରେ ସୂର୍ଯ୍ୟ ତାର ନୂଆ କଲେଜର ନୂଆ ହଷ୍ଟେଲରେ ଥାଏ। ହଠାତ ସୂର୍ଯ୍ୟର ମନେ ପଡ଼ିଲା କିରଣ ଦେଇଥିବା ସେହି ଗିଫ୍ଟ କଥା। ଏତେଦିନ ହେଲାଣି ସେ ତାକୁ ଖୋଲିନଥିଲା, ସେମିତି ସାଇତିକି ରଖିଥାଏ। ସେ ଗିଫ୍ଟ ଟିକୁ ଚିରି ଦେଖେ ତ ଏକ ପୁରୁଣା ଡାଏରି। ଆଉ ସେ ଡାଏରି ଟି ଥିଲା ଏକ ଅଲେଖା ଚିଠି। ଯାହା ପ୍ରଥମ ପୃଷ୍ଠାରୁ ଆରମ୍ଭ ହୋଇଥିଲା ଏମିତି।

ମୋର ପ୍ରିୟର ସୂର୍ଯ୍ୟ,

ଆମର ପ୍ରଥମ ଦିନର ଦେଖା ଓ ପରିଚୟ ଏକ ଧକାରୁ ଆରମ୍ଭ ହୋଇଥିଲା, ତୁମର ପ୍ରଥମ ସ୍ପର୍ଶରେ ମୁଁ ମୋ ନିଜକୁ ହଜେଇ ଦେଇଥିଲି ସେଦିନ ତୁମର ସେହି ନିଦାଭିଜା ଆଖି ଦୁଇଟିରେ। ତୁମର ମନେ ଥିବ କି ନାହିଁ ମୁ ଜାଣିନି, ସେଦିନ ତୁମସହ ଧକା ଖାଇବାପରେ କିଛି ନକହି ମୁଁ ସେମିତି ତୁମ ଆଖି ଦୁଇଟିକୁ ଚାହିଁ ରହିଥିଲି। ପୁଣି ଆଗକୁ ଲେଖା ଥିଲା ପ୍ରତି ମୁହୂର୍ତ୍ତର ଘଟଣା ବଳି ସେସବୁ ଯାହା ଦୁଇବର୍ଷ ଭିତରେ ସେମାନେ ବିତେଇଥିଲେ ବା ଯାହା ସେମାନଙ୍କ ସହ ଘଟିଯାଇଥିଲା। ସେସବୁ ବସିକି ଗୋଟେ ରାହାରେ ପଢିଚାଲିଥାଏ ସୂର୍ଯ୍ୟ।

ଶେଷ ପୃଷ୍ଠାରେ ଲେଖାଥିଲା ସତରେ ସୂର୍ଯ୍ୟ ତୁମେ ଥିଲ କଲେଜର ସବୁ ପୁଅଙ୍କ ଠାରୁ ନିଆରା। ତୁମର ସେ ଗୁଣୁ ଗୁଣୁ ହୋଇ ଗାଉଥିବ ତୁ ହେ ମେରି କିରଣ ଗୀତଟି ତୁମ ଓଠରୁ ଶୁଣିବା ପାଇଁ ମତେ ବହୁତ ଭଲ ଲାଗେ। ସେଦିନ କଲେଜ ବାର୍ଷିକ କର୍ଯ୍ୟକ୍ରମରେ ତୁମେ ଗାଇଥିବ ସେହି ଗୀତଟି ପ୍ରତି ମୁହୂର୍ତ୍ତରେ ମୋର ଶରୀରକୁ ରୋମାଂଚିତ କରୁଛି।

ହେଲେ ତୁମକୁ ମୋର ଗୋଟିଏ ପ୍ରଶ୍ନ ସତରେ କଣ ଗୋଟେ ପୁଅ ଓ ଝିଅ ତାଙ୍କ ଜୀବନରେ କେବଳ ଗୋଟେ ଭଲ ବନ୍ଧୁ ହୋଇ ରହିପାରନ୍ତି? ରହିଲି ତୁମ ଉତ୍ତର ଅପେକ୍ଷାରେ, ଜାଣିନି ତୁମେ କେବେ ମୋ ଡାଏରୀଟି ସମ୍ପୂର୍ଣ୍ଣ ପଢିବ, ଆଉ ମୋର ଉତ୍ତର ଦେବ।ହେଲେ ଆଶା କରେ ଦିନେ ନିଶ୍ଚେ ମୋ ଡାଏରୀଟି ପଢି ମତେ ଖୋଜି ଖୋଜି ମୋ ପାଖକୁ ଆସିବ ଆଉ ମତେ ମୋ ଉତ୍ତର ଦେଇ ତୁମ ସାଥେ ସାଥି କରି ନେଇଯିବ।

ଇତି,

ସୂର୍ଯ୍ୟର କିରଣ।

ଡାଏରୀଟି ପଢ଼ିସାରିଲା ବେଳକୁ ସୂର୍ଯ୍ୟ ଦୁଇ ଆଖିରୁ ଦୁଇଟି ଅଶ୍ରୁର ଧାର ସ୍ୱତଃପ୍ରବୃତ ଭାବରେ ବାହାରି ସେ ଡାଏରୀଟିକୁ କିଛି ମାତ୍ରାରେ ଭିଜେଇସାରିଥିଲା।



Rate this content
Log in

More oriya story from Bishwa ranjan Tripathy

Similar oriya story from Drama