STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ସୂର୍ଯ୍ୟୋଦୟ

ସୂର୍ଯ୍ୟୋଦୟ

2 mins
185

ପୁରୀର ବିସ୍ତୀର୍ଣ୍ଣ ବେଳାଭୂମି। ମହୋଦଧିର ଲହଡ଼ି ମାଡ଼ରେ ଢ଼େଉ ଥରକୁ ଥର ମାଡ଼ି ଆସି ପୁଣି ଫେରି ଯାଉଛି ମଝି ଦରିଆକୁ। କୂଳରେ ବସିଛନ୍ତି ଦୁଇଟି ବଣି, କିଚିରିମିଚିରି ନ କରି। ଦୁହେଁ ବସି ଦୂର ଦିଗନ୍ତରେ ଅସ୍ତଗାମୀ ସୂର୍ଯ୍ୟ ଆଡ଼କୁ ଏକ ଲୟରେ ଚାହିଁ ରହିଛନ୍ତି। କିଛି ସମୟ ପରେ ହେବ ସାୟଂ କାଳ। ମନ୍ଦିର ଭିତରୁ ଘଣ୍ଟ ଘଣ୍ଟା ହୁଳହୁଳି ନିନାଦିତ ହୋଇ ଉଠିବ। ସବୁ ପକ୍ଷୀ ଏବେ ନୀଡ଼ ମୁହାଁ। ନିଜ ନିଜର ଆହାର ଅନ୍ୱେଷଣ ଶେଷ କରି। କିନ୍ତୁ ବଣି ଦୁହେଁ ବସି ଦେଖୁଛନ୍ତି ଅପୂର୍ବ ଦୃଶ୍ୟ। ଗୋଟିଏ ପଟେ ସୂର୍ଯ୍ୟାସ୍ତର ମନଲୋଭା ପଶ୍ଚିମ ଆକାଶ। ଲୋହିତ ରକ୍ତ ବର୍ଣ୍ଣରେ ନୀଳ ଆକାଶ କିଛି ସମୟ ପର୍ଯ୍ୟନ୍ତ ରଙ୍ଗାୟିତ। ଗୋଟିଏ ବଣି ଆରଟିକୁ କହିଲା,"ବୁଝିଲୁ ବଣି, ଗୋଟିଏ ଦିନର ସମୟ ଶେଷ ହେବା ଉପରେ। ସୂର୍ଯ୍ୟୋଦୟ ସମୟରେ ବଡ଼ି ଭୋରରୁ ଆମେ ବାହାରି ଆସୁଛେ ଆମର ପେଟପାଟଣାକୁ ଆଖି ଆଗରେ ରଖି। ଦିନସାରା ବୁଲି ବୁଲି ଖାଉଛେ ଖୁଦ। ପୁଣି ସୂର୍ଯ୍ୟାସ୍ତ ସମୟରେ ଆମର କୋରଡ଼କୁ ଫେରି ଯାଉଛେ। ଠିକ୍ ସେହିଭଳି ସୂର୍ଯ୍ୟ ଦେବତାଙ୍କ ପହିଲି କିରଣ ସହିତ ତାଙ୍କର ବାଳୁତ ସମୟ ଆରମ୍ଭ ହେଉଛି। ଦ୍ୱିପ୍ରହରରେ ସେ ଯୁବାବସ୍ଥାରେ ଓ ଦିବା ସମୟ ଗଡ଼ିବା ସହିତ ବୟସ ତାଙ୍କର ମଧ୍ୟ ଢ଼ଳି ଯାଉଛି ଗୋଟିଏ ଦିନର ଆୟୁରେ। ବୟସ୍କ ପରି ସଂନ୍ଧ୍ୟାରେ ସେ ଫେରି ଯାଉଛନ୍ତି ନିଜ ମାଆ କୋଳରେ ବିଶ୍ରାମ ନେବା ପାଇଁ। ବିଶ୍ରାମ ପରେ ନୂଆ ଜନ୍ମ ଆଉ ଏକ ନୂଆ ଦିନର ଆରମ୍ଭ ସହିତ। ଆମେ ଦୁହେଁ ଏବେ ଯୁବାବସ୍ଥାରେ ଉପନୀତ। ଠିକ୍ ଦ୍ୱିପ୍ରହରରେ ସୂର୍ଯ୍ୟ ଦେବତାଙ୍କ ପରି। ଆଉ କିଛି ଦିନ ପରେ ଆମର ମଧ୍ୟ ବୟସ ଢଳିବ। ବୟସ୍କ ହୋଇଯିବା ଦୁହେଁ ଅସ୍ତଗାମୀ ସୂର୍ଯ୍ୟ ଦେବତାଙ୍କ ପରି। ଥକି ଯିବା କିଛି ସମୟ ଉଡ଼ିବା ମାତ୍ରକେ। ଶାରୀରିକ ଅକ୍ଷମତା ଅନୁଭବ ହେବ। ସେତେବେଳେ କେଉଁ ମୂହୁର୍ତ୍ତରେ ଯେ ଆମ ଜୀବନରେ ସନ୍ଧ୍ୟାର ଆଗମନ ହୋଇ ଆସିବ କିଏ ଜାଣେ? ସେ ସନ୍ଧ୍ୟା ପରେ କିନ୍ତୁ ଆମର ପୁନର୍ବାର ଜନ୍ମ ହେବ କି ନାହିଁ ବୋଲି ମଧ୍ୟ ଜଣା ନାହିଁ। ସନ୍ଧ୍ୟାର ଆଗମନ ପୂର୍ବରୁ ଦୁହେଁ ସାଉଁଟି ନେବା ଅନେକ ସ୍ମୃତି ଏଇ ଦରିଆ କୂଳରେ। ଆମେ ବୟସ୍କ ହୋଇଯିବା ସହିତ ଦେଖିବା ଆଉ ଗୋଟିଏ ପିଢ଼ିର ସୂର୍ଯ୍ୟୋଦୟ ଆମ ଜୀବନରେ। କେତେ ସୁନ୍ଦର ଲାଗୁଛି ନା ସେ ମୂହୁର୍ତ୍ତର ସୁଖ କଥା ଚିନ୍ତା କରି। ସନ୍ଧ୍ୟାର ଆଗମନ କଷ୍ଟଦାୟକ ନୁହେଁ ଅତ୍ୟନ୍ତ ଶାନ୍ତ, ସ୍ନିଗ୍ଧ ଓ ଆରାମ -ଦାୟକ।"

ଆର ବଣିଟି ଖୁବ୍ ସନ୍ତର୍ପଣରେ ବସି ସନ୍ଧ୍ୟାର ଆଗମନକୁ ଉପଭୋଗ କରୁଥିଲା ଆଉ ବିମୋହିତ ହେଉଥିଲା ନିଜ ଜୀବନର ସନ୍ଧ୍ୟା କାଳର ଆଗମନର ମୂହୁର୍ତ୍ତକୁ ଅପେକ୍ଷା କରି....ତା'ର ସଖା ବଣି ମୁଖରୁ ବଂଶ ବିସ୍ତାରର ଭବିଷ୍ୟତକୁ ବାସ୍ତବିକତାରେ ପରିଣତ ହେବାର ସୌଭାଗ୍ୟକୁ ଅପେକ୍ଷା କରି।


સામગ્રીને રેટ આપો
લોગિન

Similar oriya story from Abstract