Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyabati Swain

Abstract

2  

Satyabati Swain

Abstract

ସୁକ୍ରିୟା

ସୁକ୍ରିୟା

4 mins
410


କଲିକତାରେ ବାପା ଚାକିରି କରନ୍ତି ଗୋଟେ କମ୍ପାନୀରେ।ଗଙ୍ଗା ଧାରକୁ ଲାଗି କମ୍ପାନୀ କ୍ବାଟରରେ ରୁହନ୍ତି ବାପା।ଗଙ୍ଗା ନଦୀର ଦୃଶ୍ୟ ଝରକା ଖୋଲିଲେ ଦିଶେ।ଗଙ୍ଗା ହାୱା ଦେହକୁ ଖୁବ୍ ଭଲ ଲାଗେ ଖରା ଦିନେ।ପଙ୍ଖା ଆବଶ୍ୟକ ପଡେନି ଝରକା ଖୋଲିଦେଲେ।କେବଳ ମଣିଷ ନାମ ଧାରୀ ପଶୁ ଗୁଡିକୁ

ଡର ବୋଲି ଝରକା ରାତିରେ ବନ୍ଦ କରିବାକୁ ପଡେ।ଗଙ୍ଗା ଧାର ଉପରରେ ଘର।ଗଙ୍ଗାରେ ଯେତେବେଳେ ବାହାନ ଆସେ ଓଃ କି ଦୃଶ୍ୟ। ନଡ଼ିଆ ଗଛ ଉଚ୍ଚର ଲହଡି ଧାଁ ହେଁସ ମୋଡି ମୋଡି ଭାଙ୍ଗିଲା ପରି ଆସେ।ଯେତିକି ଭୟ ଲାଗେ ସେତିକି ମଜା ବି ଲାଗେ।ବହୁତ ଦିନ ଧରି ଗଙ୍ଗା ଦର୍ଶନ ହୋଇ ନଥାଏ।ବୋଉ ଘରକୁ ଆସିଲା ବଡ଼ ଭାଇ ବାହା ଘରକୁ।ମୋତେ ସେତେବେଳେ ସାତ ବର୍ଷ ହୋଇଥିଲା।ବୋହୁକୁ ଘରେ ଏକା ଛାଡି ଆଉ ଗଲାନି।ବୋଉ ନ ଗଲେ ମୁଁ କି ଆଉ ଯାଏ।କୋଡ଼ ପୋଛା ଝିଅ ମୁଁ।ଚାରି ପିଲାଙ୍କ ଠାରୁ ପାଠ ଷାଠ ସବୁଥିରେ ଆଗୁଆ।ଏଣୁ ସମସ୍ତଙ୍କର ଭାରି ଗେଲ୍ଲୀ।


ସେ ବର୍ଷ ମୁଁ ରେଭେନ୍ସାରେ ପଢୁଥାଏ।ସେଇ ବର୍ଷ ସ୍କୁଲ ଛାଡି କଲେଜ ମାଟି ମାଡ଼ିଥାଏ।ଦଶହରା ଛୁଟି ହେଲା।ଛୁଟିରେ କଲିକତା ଯିବା ପାଇଁ ବାପା ଡାକିଲେ।ମୋ ଜୀବନରେ ଘରୁ ଗୋଡ଼ କାଢି ଏକା କୁଆଡେ ଯାଇନଥିଲି ସେଯାଏ।ବାପା ବୁଝାଇ ଦେଲେ,କେମିତି ଟିକେଟ କରିବି।କେତେବେଳେ ରେଳଷ୍ଟେସନ ଆସିବି।ରାତି ଦଶଟାରେ ଟ୍ରେନ କଟକ ଛାଡିବ।ଭୋର ପାଞ୍ଚଟାରେ ହାୱାଡ଼ାରେ ଲାଗିବ।ସେଠୁ ମୋ ରଭାଇ ଆସି ନେଇଯିବେ ମୋତେ।


ଯିବା ପାଇଁ ସିନା ହଁ ଏକା ଯାଇ ପାରିବି ବୋଲି କହିଦେଲି;ହେଲେ ଭାରି ଭୟ ହେଉଥାଏ।ଦିନ କଥା ଅଲଗା।ରାତିଟାରେ ଏକା ପୁଣି ଟ୍ରେନ୍ ରେ କଲିକତା

...ଭାବିଲା ବେଳକୁ ଭାରି ଭୟ ହୋଇଗଲା।ଟିକେଟ୍ ତ ସରିଛି।ଯିବାକୁ ପଡିବ।ହସିବା କଥା ରେଭେନ୍ସାରେ ପଢିଲେ ବି ମୁଁ ଷ୍ଟେସନ ରୋଡ୍ କୁଆଡେ ଜାଣି ନଥାଏ।ହଷ୍ଟେଲରୁ ରାତି ସାତଟାରେ ଶିବ ଭାଇ;ଆମ ହଷ୍ଟଲ୍ ଇଲେକ୍ଟ୍ରିସିଆନ୍ ମୋତେ ନେଇ ଷ୍ଟେସନରେ ଛାଡି ଦେଇ ଆସିଲେ।କାଉଣ୍ଟରରେ ଟିକେଟ୍ ଦେଖାଇଲି।ସେମାନେ ଟ୍ରେନ୍ ଆସି ଆଠଟାରେ ସାତ ନମ୍ବର ଲନ୍ ରେ ଲାଗିବ ଓ ପାଞ୍ଚ ନମ୍ବର ବଗିରେ ମୋ ସିଟ୍ ରିଜର୍ଭ ହୋଇଛି ବୋଲି କହିଲେ।ଟ୍ରେନ୍ କିନ୍ତୁ ସାତ ନମ୍ବର ଲନ୍ ରେ ନ ଲାଗି ତିନି ନମ୍ବରରେ ଲାଗିଲା। ଲୋକେ ଏ ପଟରୁ ସେ ପଟକୁ ଉପରେ ହୋଇଥିବା ପୋଲ ପରି ରାସ୍ତାରେ ମଡ଼ା ଚକଟା ହୋଇ ଗଲେ।ମୁଁ ବି ତାଙ୍କ ସହ ଗଲି।ଭୟ କିନ୍ତୁ ମୋ ଭିତରେ ଡରାଉଥାଏ ରହି ରହି।


ଟ୍ରେନ୍ ଠିଆ ନ ହେଉଣୁ ଲୋକେ ଖପ୍ ଖାପ୍ ଚଢ଼ିଗଲେ ପେଲା ପେଲି ହୋଇ।ମୁଁ କଣ କରିବି ଶେଷରେ ଖୋଜି ଖୋଜି ମୁଁ ପାଞ୍ଚ ନମ୍ବର ବଗି ପାଇଲି ଓ ସେଥିରେ ଚଢ଼ିଗଲି।ପୁରା ଫାଙ୍କା ବଗିଟି।ଗୋଟେ ଝରକା ପଟିଆ ସିଟ୍ ଦେଖି ବସିଲି।ଭାବିଲି ଲୋକ ମାନେ ଜଣକ ପରେ ଜଣେ ଆସିବେ।କିଛି ସମୟ ବିତିଗଲା।ସେ ବଗି ଭିତରକୁ ଜଣକ ପରେ ଜଣେ ବିରାଟକାୟ ପ୍ଲେନ ସବୁଜ ଡ୍ରେସ୍ ପିନ୍ଧିଥିବା,ଦାଢ଼ିରେ କଳା ରଙ୍ଗର ଜାଲି ଲଗାଇଥିବା,ମୁଣ୍ଡରେ ପଗଡ଼ି ବାନ୍ଧିଥିବା ଓ ହାତରେ ଖଡୁ ପିନ୍ଧିଥିବା ଲୋକେ ଆସିଲେ।ତାଙ୍କୁ ଦେଖି ମୋ ପିଳେହିଁ ପାଣି।ଏକରେ ଏଡ଼େ ବଡ଼ ବଡ଼ ନିଶୁଆ ଲୋକ ଗୁଡା;ସେଥିରେ ପୁଣି ଦାଢ଼ି!!!ଆରେ ବାବା ମୋ ଭୟ ଶହେଗୁଣ ହୋଇଗଲା।ମୁଁ ଭୟରେ ଥରିବାକୁ ଲାଗିଲା ମନ ଭିତରେ।ବାହାରେ କିନ୍ତୁ ଦେଖାଇ ହେଲି ସୋ ସ୍ମାର୍ଟ।


ସବୁଠାରୁ ବେଶୀ ଭୟ ଲାଗିଲା ସେ ବଗିରେ ଆଦୌ ଝିଅ କି ମହିଳା ନଥିଲେ।ଏକମାତ୍ର ପନ୍ଦର ବର୍ଷର ଝିଅଟିଏ ମୁଁ।ନା ବାଳିକା ଧର୍ଷଣ,ଅତ୍ୟାଚାର ଲୋମ ହର୍ଷଣ କାରି କଥା ମୁଣ୍ଡରେ ଫିଡିଂ ଥିଲା ସେତେବେଳେ।ମୋତେ କାଇଁ ଭାରି ଛାନିଆଁ ଲାଗିଲା। ଟ୍ରେନ୍ ଛାଡି ଦେଇଥିଲା ସେତେବେଳେକୁ। ଓହ୍ଲାଇ ଫେରି ଯାଇ ପାରିବି ନାହିଁ। କଣ କରିବି!!ଝିଅ ମାନଙ୍କ ସହ ଘଟୁଥିବା ଅଘଟଣ ଦିଶିଯାଉଥାଏ ମୋତେ। ହେ ଭଗବାନ ରକ୍ଷା କର ବୋଲି ମନେ ମନେ ଗୁହାରୀ କରୁଥାଏ।କେବଳ ଝରକା ବାହାରକୁ ଅନାଉଁଥିଲି।ବାହାରେ ରାତିର ଅନ୍ଧାର।ସେ ବି ଭୟ।ଭିତରେ ବଡ଼ ବଡ଼ ଲୋକ ଗୁଡାଙ୍କର ଭୟ।କଣ କରିବି,ବାହାରକୁ ଅନାଇଁଲେ ଅନ୍ଧାର ଭୟ,ଭିତରକୁ ଅନାଇଁଲେ ସେ ଅଚିହ୍ନା ଲୋକ ଗୁଡାଙ୍କ ଭୟ।


ରାତି ବଢୁଥାଏ।ତା ସହିତ ମୋ ମନର ଭୟ ବି।ସେମାନେ ଯଦି ମୋତେ ଆଟାକ୍ କରନ୍ତି ମୁଁ କଣ କରିବି,ସେ ଯୋଜନା ପ୍ରସ୍ତୁତ କରୁଥିଲି।ଖାଲି ଗୁଣୀ ହେଉଥାଏ ହେ ଠାକୁରେ ଏ ଲୋକ ମାନଙ୍କ କବଳରୁ ମୋତେ ବଞ୍ଚାଅ।ଆଉ କେବେ ଏକୁଟିଆ କୁଆଡେ ଯିବିନାହିଁ।ପକ୍କା ପ୍ରମିଜ୍।ଏଇଥରକ କ୍ଷମା କରିଦିଅ।ଆଉ ଜୀବନରେ ଏ ଭୁଲ୍ କରିବି ନାହିଁ।ମୋ ଆଖି ଆଗରେ ସେ ଲୋକେ ମାନେ ଆସ୍ତେ ଆସ୍ତେ ମଣିଷରୁ ବାଘ ପରି ଦିଶିଲେ।ହେ ପ୍ରଭୁ ବଞ୍ଚାଅ ମୋତେ


ରାତି ବାରଟା ହେବ। ସେମାନେ ସମସ୍ତେ ଶୋଇ ପଡିଲେ;ଜଣକୁ ଛାଡି । ଲୋକ ଗୁଡାକ ସବୁ ପଞ୍ଜାବୀ ଲାଗୁଥାନ୍ତି।ତାଙ୍କ ଭାଷା ବି ମୁଁ ଅଳ୍ପ ଅଳ୍ପ ବୁଝି ପାରୁଥିଲି। ଚାହିଁଥିବା ଲୋକଟି ମୋତେ ପଚାରିଲା ଓଏ ବେଟି ତୁମାରି ନାମ୍ କ୍ୟା ହେ?କାହାଁ ଯାଏଗି?


ଆରେ ସମସ୍ତେ ଶୋଇଲେ ଏ କଣ ମୋତେ ମୋ ନାଁ ଗାଁ ପଚାରିଲାଣି। ବୋଧେ ବଦମାସ ଅଛି। ମୋତେ ଆହୁରି ଡର ଲାଗିଲା।


ସେ ପୁଣି ପଚାରିଲା ବୋଲେ ବେଟି ତୁମାରି ନାମ୍ କ୍ୟାହେ?କାହାଁସେ ଆୟି,କାହାଁ ଯାଏଗି


ବାରମ୍ବାର ଗୋଟିଏ କଥା ଲୋକଟି ପଚାରିବାରୁ ମୁଁ କହିଲି ମେରି ନାମ ମିଷ୍ଟ୍ରି ହେ।ମେ କୋଲକାତା ଯାଏଙ୍ଗି।ମେରି ପାପା କା ପାସ୍।


କ୍ୟୁ


ସେ ପୁଣି ପଚାରିଲା।


ମୁଁ କହିଲି ଦଶହରା ଛୁଟି ମନାନେ କେ ଲିୟେ ଜୀ।


କୋଲକୋତା ମେ ଦଶହେରା ଫେମ୍ସ ହେ ନା ବେଟି


ଜୀ ଜୀ।ମୁଁ କହିଲି।


ସେ ରୋଟି ଓ ଖଟା ବାହାର କଲା ଏବଂ ଖାଇବାକୁ ଆରମ୍ଭ କଲା ପୂର୍ବରୁ ମୋତେ କହିଲା ବେଟି ଖାଏଗି କ୍ୟା ଥୋଡାସା ଲେ ଲୋ ରୋଟି ଔର ଆଚାର୍।


ନେହି ଚାହିୟେ।ମୁଁ କହିଲି।


କ୍ୟା ହେ ବେଟି ମେ ଖାଉଙ୍ଗା ଔର ତୁମ ଭୁଖା ରହେଙ୍ଗି କ୍ୟା ଏ ନେହି ହୋ ସକତା।ଲେ ଲୋ ଥୋଡାସା।


ନେହି ମେ ଖାଅ ଚୁକା ହୁଁ। ମୁଝେ ବାଧ୍ୟ ମତ କିଜିଏ। ପ୍ଲିଜ଼।


ଏହା ପରେ ମୋ ମନର ଅବସ୍ଥା ବର୍ଣ୍ଣନା କରିବା ମୁସ୍କିଲ। ମୋ ନାଁ ପଚାରୁଛି,କେଉଁଠୁ ଆସିଛି,କୁଆଡେ ଯାଉଛି,କାହିଁକି ଯାଉଛି ତା ବି ପଚାରୁଛି। ମୋତେ ଖାଦ୍ୟ ଯାଚିଲାଣି,ଏହା ପରେ ହୁଏତ....ଓଃ ଆଉ ଭାବି ପାରିଲି ନାହିଁ। କଣ ହେବ ଲୋ ମିଷ୍ଟି ତୋର ଏଥର ନିଜକୁ ନିଜେ କହିହେଲି। ହୁଏତ କାଲି ସବୁ ନିୟୁଜ ପେପର୍ ଶିରୋନାମାରେ ମୋ ନାମ ବଡ ବଡ଼ ଅକ୍ଷରରେ ଲେଖା ହୋଇଥିବ।ଟ୍ରେନ୍ ରେ ଜଣେ ବାଳିକାର ଚେନ,ମୁଦି ଲୋଭରେ କେହି ଜଣେ ଦୁର୍ବୁତ୍ତ ବାଲିକାଟିକୁ ମାରି ରେଳ ଧାରଣା କଡ଼କୁ ଚଳନ୍ତା ଟ୍ରେନ୍ ରୁ ଫିଙ୍ଗି ଦେଇଛି। ମୁଁ ପୁରା ଭୟରେ ଏତେ ଦୁର୍ବଳ ହୋଇଗଲି ଯେ ମୋତେ କମ୍ପ ଆସିଗଲା ଏଇ କଥା ଭାବି।


ଅତି ଭୟ ହେତୁ ଆଖି ବୁଜି ଦେଲି।ଯାହା ହେବ ଦେଖା ଯିବ। ମଲେ ପଛେ ମରିବି। ମୋ ହାତରେ ତ କିଛି ନାହିଁ।ଦ୍ରୌପଦୀ ପରି ଉପରକୁ ହାତ ଟେକି ଦେଲି। କେତେବେଳେ ମୋର ନିଦ ହୋଇଯାଇଛି। ଆଖି ଖୋଲିଲା ବେଳକୁ ଭୋର ସାଢେ ଚାରି। ମୋ ଦେହରେ ସେ ଲୋକର ଚଦର। ଲୋକଟି ଘୁଙ୍ଗୁଡ଼ି ମାରୁଥାଏ ବିନା ଘୋଡ଼ି ହୋଇ।କାରଣ ସେତେବେଳେକୁ ଶୀତ ପଡିଯାଇଥିଲା। ମୁଦିଲା ଆଖିର ମୁହଁକୁ ସେ ଲୋକର ଟିକେ ଅନେଇଁଲି।ଭାରି ନିଜର ନିଜର ଲାଗିଲା। ଧୀରେ ଚଦରଟି ମୋ ଦେହରୁ ଖୋଲି ତା ଦେହରେ ଘୋଡେଇ ଦେଲି।


ନିଜକୁ ବହେ ଗାଳି କଲି।ଭଲ ଲୋକଟି।ମୁଁ କଣ କଣ ଭାବୁଥିଲି ୟା ବିଷୟରେ ନିଜେ ଶୀତରେ ଥରି ମୋତେ ଘୋରାଇ ଦେଉଛି


ହାତ ଯୋଡି ପ୍ରଭୁଙ୍କୁ କ୍ଷମା ମାଗିଲି। ଦୁନିଆଁ ରେ ସବୁ ଲୋକ ଖରାପ ନୁହନ୍ତି ଏ ଧାରଣା ଟି ମୋର ସେଇ ଠାରୁ ହେଲା।


ପାଞ୍ଚଟା ବାଜି ଯାଇଥିଲା।ମୋ ରଭାଇ ତିନି ନମ୍ବର ଲନ୍ ରେ ଥାଇ ଝରକାରେ ମୋତେ ଦେଖି ହାତ ହଲାଉଥି ଲେ।ମୋ ଖୁସି ଗଗନ ଛୁଇଁ ଲାଣି ଭାଇଙ୍କୁ ଦେଖି।ବଗିରୁ ଆସିଲା ବେଳକୁ ମନ କହିଲା ସେ ଲୋକକୁ ବାଇ କହି ଆସିବାକୁ।


ମୁଁ ତାଙ୍କ ପାଖକୁ ଯାଇ କହିଲି ମେ ଯା ରାହାହୁଁ,ମେରି ଭେୟା ଆଗେୟା। ସୁକ୍ରିୟା ଅଙ୍କଲ୍ । ବାଏ...


ସେ କହିଲେ ବାଏ ବେଟି। ଫିର୍ ଜରୁର୍ ମିଲେଙ୍ଗେ।


ହାଁ ଜୀ ଅଙ୍କଲ୍,ଜରୁର୍।


Rate this content
Log in

More oriya story from Satyabati Swain

Similar oriya story from Abstract