ସ୍ତ୍ରୀ ଓ କବିତା
ସ୍ତ୍ରୀ ଓ କବିତା
ରାତି ବାରଟା ହେଲାଣି କବିବରଙ୍କ ଆଖିରେ ନିଦ ନାହିଁ, କଣ ଗୋଟେ ଲେଖୁଥାନ୍ତି ସେପଟୁ ଶ୍ରୀମତୀ ଚିଡିକି କହିଲେଣି ହୋଇ ହ ରାତି ବାର ଟା ହେଲାଣି ଚାଲ ଖାଇପିଇ ଶୋଇବ ଆଉ ଏସବୁ ଲେଖିଲେ ପେଟ ଚିନ୍ତା ଯିବନି, ସକାଳବେଳା ପ୍ରତିଦିନ ଅଫିସ ଡେରିରେ ଯାଉଛ ଖରାପ ବି ଲାଗୁନି, ଘର ପାଇଁ ନା ପରିବା ନା ଚାଉଳ ନା ଅଟା କଣ ଯେ କହିବି ସବୁ ବେଳେ ଖାଲି କବିତା କବିତା ଏ ଅନ୍ଧାରରେ ଆଇନା ତୁମର କି କାମରେ ଲାଗୁଛି। ତୁମେ ମୋତେ କାଇ ଯେ ବିବାହ କରୁଥିଲ ତୁମେ ତୋ ତୁମ କବିତା ସହ ରହିଥାନ୍ତ। ହୋଇ ହ ତୁମେ ଶୁଣୁଅଛ କି ନାଇଁ ବା ମୁଁ ସେତେବେଳୁ ଆସି ବକ୍ ବକ୍ ହେଉଛି ହେଲେ ତୁମର ଲେଖା ବନ୍ଦ ହଉନାହିଁ ନିଆଁ ଲାଗୁ ତୁମ ଖାତା କଲମ ରେ। କବିବର ଖାଲି ମୁଣ୍ଡ ଟୁଙ୍ଗାରି ହସି ଦେଲେ । ଏଗୁଡାକ ନିତିଦିନିଆ କଥା ଆଜ୍ଞା ସ୍ୱାମୀ ସ୍ତ୍ରୀଙ୍କ ଝଗଡା ରେ ଆମେ କାହିଁକି ପସିବା ହୋଉ ଚାଲନ୍ତୁ ଦେଖିବା ଆଗକୁ ହେଉଛି କଣ ଅସଲି କାହାଣୀ ତୋ ଏଇଠୁ ଆରମ୍ଭ। ସେଦିନ କବି ମହୋଦୟ ରାତି ବାର ରେ ତାଙ୍କ କବିତା କୁ ଇନଷ୍ଟାଗ୍ରାମରେ ରେ ପୋଷ୍ଟ କଲେ ତାଙ୍କ କବିତା ଟି ଏହି ପରି ଥିଲା
ଭୁଲିବାକୁ ଚେଷ୍ଟା କରିବି
ଭୁଲି ପାରୁନି ତୋର ଅଭୁଲା ସ୍ମୃତିକୁ ।
ଭୁଲିବା ବାହାନା ରେ
ମୋ କବିତା ରେ ଦେଖେ ତୋ ଛବିକୁ ।
ସକାଳୁ ସକାଳୁ ଶ୍ରୀମତୀ ଏହାକୁ ଦେଖି ଖୁବ ରାଗିଲେ ଓ ପଚାରିଲେ ଏ ପଦଟି କାହା ପାଇଁ ଲେଖା ହୋଇଛି କାହାକୁ ତୁମେ ଭୁଲି ପାରୁନ ଟିକେ ତା ନାଆଁଟା କହିଲ ? ସେ ତୁମ ବାନ୍ଧବି , ଏକ୍ସ ନା ତୁମ କୋଉ ୱାଇ , ମୋର ଜାଣିବାକୁ ଭାରି ଇଚ୍ଛା ହୋଉଛି, ହୋଇ ହ ମୁଁ ତୁମୋ ସହ ୨୦ ବର୍ଷ ହେଲାଅଛି। ମୁଁ ତୁମକୁ କଣ କେବେ ଯନ୍ତ୍ରଣା ଦେଇଛି, ନା ଭଲ ପାଇବା ଦେଇନି ଘର କାମ ସବୁ କରେ ଜୀବନରେ ତୋ କେବେ କୁଆଡେ ନେଇନ ବି ବୁଲାଇ ବାକୁ। ତୁମେ ଘରେ ଖଟି ଖଟି ଜୀବନ ଅଧେ ଚାଲିଗଲାଣି। ସବୁ ବେଳେ ଚୌକି ରେ ବସି ଖାଲି କବିତା କବିତା । ଓ ହୋ ସେଇ ପାଇଁ ରାତି ସାରା ବସି ତା ସ୍ମୃତି ରେ କବିତା ଲେଖା ଚାଲିଛି। ବିଚରା କବିବର ବାବୁଙ୍କ ଅକଲ ଗୁଡ଼ୁମ , ବୁଝାଇଲେ ମୋର ପ୍ରିୟ ଶ୍ରୀମତୀ ଏହା ଏକ କବିତା ଏହା କାହା ପାଇଁ ଲେଖା ହୋଇନି ଏହା ଏକ କବିର କଳ୍ପନାମାତ୍ର। ହେଲେ କିଛି ଫଳ ହେଲାନି ଶ୍ରୀମତୀ ମୁହଁ ଫୁଲେଇ ବସିଲେ ରୋଷେଇ ବନ୍ଦ କବି ମହୋଦୟ ଶ୍ରୀମତୀ ଙ୍କ ରାଗ ଶାନ୍ତ କରିବା ପାଇଁ ବାହାରକୁ ଗଲେ ସ୍ତ୍ରୀଙ୍କ ମନପସନ୍ଦ ଖାଦ୍ୟ ଆଣିବାକୁ। କବିବର ଘର ପରିସ୍ଥିତି ଶାନ୍ତ ହୋଇ ଯାଇଥିବ ବୋଲି ଘରକୁ ଖାଇବା ନେଇ ପହଂଚିଲେ ହେଲେ ଘର ର ତାପମାତ୍ରା ଆହୁରି ବଢି ଯାଇଥିଲା, କାରଣ ଜଣେ ବାନ୍ଧବୀ କବିଙ୍କର କବିତା ତଳେ କମେଣ୍ଟ ଲେଖିଥିଲେ ଏହିପରି
ଦେଖେ ତୋର ଛବି ପ୍ରତିଦିନ ମୋର
ହୃଦୟ ଆଇନା ରେ ।
ଭୁଲି ମୁଁ ଯାଇନି ଆମ ଅଭୁଲା ସ୍ମୃତି
କେମିତି ବୁଝାଇବି ତୁମକୁ ରେ ।
ତଳେ ଶ୍ରୀମତୀ ଲେଖିଲେ ତୁମେ କିଏ ? ମୁଁ ଥାଉ ଥାଉ ତୁମେ କାହିଁକି ମୋର ସ୍ୱାମୀଙ୍କର ଛବି ଦେଖିବ ! ତୁମର କବିଙ୍କର ସହ ସମ୍ପର୍କ କଣ ? ତୁମେ ଏତେ ବଡ ଦୁଃସାହସ କଲ କେମିତି, ଖୁବ ଶୀଘ୍ର ଉତ୍ତର ଦିଅ ପରେ ସେ ବାନ୍ଧବୀଙ୍କୁ ମେସେଜ କରାଗଲା। ସିଏ କହିଲେ ଏହା ଏକ ମଜାକ ଥିଲା କିନ୍ତୁ ଶ୍ରୀମତୀ କିଛି ଶୁଣିଲେ ନାହିଁ ବାନ୍ଧବୀ ଜଣକ କ୍ଷମା ମାଗିଲେ, ଆଉ ଭବିଷ୍ଯତ ରେ ଏମିତି ଭୁଲ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଲେ ଓ ତାଙ୍କ କମେଣ୍ଟ ଡ଼ିଲିଟ କଲେ କବିବର ସେ ବାନ୍ଧଵୀ ଙ୍କୁ ଶ୍ରୀମତୀଙ୍କ କଥା ମାନି ବ୍ଲକ କଲେ ଆଉ ଆଗକୁ ଏମିତି କବିତା ଲେଖିବେନି ବୋଲି ଶ୍ରୀମତୀଙ୍କ ମୁଣ୍ଡ ଖାଇ ରାଣ ଖାଇଲେ ତା ପରେ ଯାଇ ଘର ପରିସ୍ଥିତି ଠିକ ହେଲା । ତା ପରଦିନ କବିବର ବାବୁଙ୍କ ପୋଷ୍ଟ ଟି ଏହିପରି ଥିଲା ।
ଘରଣୀ ମହର ଭାରି ବୁଝିବାର
ତା ପରି କିଏ ସେ ହେବ ।
ସବୁେବେଳେ ପରା ପ୍ରେମ ଡୋରିରେ
ବାନ୍ଧି ସିଏ ରଖିଥିବ ।
