STORYMIRROR

Sameer Ghosh

Others

3  

Sameer Ghosh

Others

ଏଇତ ଜୀବନ

ଏଇତ ଜୀବନ

3 mins
163

ଛୋଟ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଛୋଟ ଶାମୁକା ଟେ ମୁଁ , ଛୋଟ ବେଳରୁ ମନରେ ଅନେକ ପ୍ରଶ୍ନ । ବାବା,ମାଆ,ଜେଜେବାପା ଓ ଜେଜେମାଆଙ୍କ ସହ ଥାଏ ମୋର ପରିବାର । ଏଠି କିଏ କାନ୍ଦେ ଜନ୍ମ ପାଇଁ ଆଉ କିଏ ମୃତ୍ଯୁ ପାଇଁ , ଛୋଟଟି ବେଳରୁ ମାଆ ର ପଣତ କାନି ଧରି ବଡ ହୋଇଛି, ମାଆ ପଣତ କାନି ଧରିବା ମାନେ ପୁରୀ ରେ ସମୁଦ୍ର କୂଳରେ ବୁଲିବା ବାପା ସହିତ ଏତେ ମିଳାମିଶା ନାଇଁ ବାପା କାମରେ ବ୍ୟସ୍ତ , ଜେଜେବାପା ଶୁଣାଇ ଦିଅନ୍ତି ପରୀ,ଠାକୁର,ରାଜା ଓ ରାଣୀ ଗଳ୍ପ ଓ ଜେଜେମାଆ ଖୁଆଇଦିଏ ସୁନ୍ଦର ସ୍ବାଦିଷ୍ଠ ପିଠା। ଛୋଟବେଳର ସାଙ୍ଗ ସହ ଗଡାଇ ବୁଲୁ ସାଇକେଲ ଚକ ଖେଳୁ ନଟୁ ,ଆଲି ଓ ନାନାଦି ଖେଳ । ଝିଅ ପୁଅ ର କିଛି ପ୍ରଭେଦ ନାଇଁ କାନ୍ଧ କୁ କାନ୍ଧ ଦେଇ ଡିଆଁ ମାରୁ ପୋଖରୀ କୁ ବିଦ୍ୟାଳୟ ଯାଉ ସାର ରାଗିଲେ ମାଡ଼ କଲେ ତାଙ୍କ ଚୈକି ରେ ଢାଳି ଦେଉ ଚକ ଗୁଣ୍ଡ ସାର ମାରିଲେ କାନ୍ଦି କାନ୍ଦି ନାକ ରୁ ବାହାରି ଯାଏ ଛି ଛି , ମଧ୍ୟାନ୍ନ ଭୋଜନ ମିଳିମିଶି ଖାଉ, ଋତୁ ଅନୁଯାୟୀ ସାଥୀରେ ଆଣି ଥାଉ କୋଳି, ତେନ୍ତୁଳି ଓ ବହୁତ କିଛି ,ସ୍କୁଲ ସରିଲା ପରେ ସାଙ୍ଗ ସହିତ କେବେ ଖେଳୁ ନାଇଁ ତ ବନିଶୀ ଧରି ଚାଲି ଯାଉ ପୋଖରୀ ମୁଣ୍ଡ କୁ ସନ୍ଧ୍ୟା ହେଇଗଲେ ମାଆ ମନ ରେ ବହୁତ ଡର ଆଉ ଘର କୁ ଆସିଲେ ମାଆ ବାଡାଏ ଆଉ ନିଜେ ବି କାନ୍ଦି ପକାଏ ସତ ରେ ନା ମାଆ କେତେ ଭଲ । ବଜ଼ାର ରୁ ଫେରିଲା ବେଳେ ବାପା ଆଣି ଦେଇ ଥାନ୍ତି କେକ୍, ବିସ୍କୁଟ୍ ଆଉ ବହୁତ କିଛି । ବୟସ ବଢିବା ସହ ଆମେ ଚାଲି ଯାଉ ହାଇସ୍କୁଲ କୁ ସେଠି ମିଳନ୍ତି ବହୁତ ସାଙ୍ଗ । ସାହିତ୍ୟ ଦିଦି ପଢାଉ ଥିଲା ବେଳେ ସାଙ୍ଗ ସାଙ୍ଗ ମୁହଁ କୁ ଦେଖି ମୁଚ୍ କିନା ହସି ଦଉ ,ସାହିତ୍ୟ କ୍ଲାସ ପାଇଁ ହିଁ ତୋ ଆମେ ସ୍କୁଲ ଆସୁ ମନରେ କାହା ପାଇଁ ଇର୍ଷା ନାଇଁ ପାପ ନାଇଁ ସମସ୍ତଙ୍କ ପ୍ରତି ଥାଏ ଭଲ ପାଇବା । ସିନିୟର ମାନଙ୍କ କମେଣ୍ଟ ଶୁଣି ଖରାପ ଲାଗେ କିନ୍ତୁ ଭୁଲି ଯାଉ ସାଙ୍ଗ ସହିତ କଥା ହେଲେ ମଜାକ ମସ୍ତିରେ ସରିଯାଏ ଏମିତି ହାଇସ୍ଲୁଲ । ଫେର ଆସେ କଲେଜ ର ଜୀବନ ବିଛେ୍ଦ ହୋଇଯାନ୍ତି ସ୍କୁଲ ବେଳ ର ସାଙ୍ଗ । ଏହି ବୟସ ରେ ପ୍ରେମ ବି ହେଇ ଯାଏ ,ଏକ ଆଜଣା ଚେହେଁରା ସହିତ ତା ପାଇଁ କେଶ ସଜାଡୁ ,ତା ପାଇଁ ଦେହ ରେ ଅତର ଲଗାଉ । ସାଙ୍ଗ ମାନେ ଯେତେ ବେଳେ ଭାଉଜ ଡାକନ୍ତି ଉପରେ ରାଗି ହେଉ ଥିଲେ ବି ମନେ ମନେ ବହୁତ ଖୁସି । ପ୍ରନ୍ସିପାଲ କୁ ଦେଖି ଲେ ବାହାରେ ସଂସ୍କାର ଆଉ ସିଏ ଗଲେ ପଛରେ ବାହାରେ ଗାଳି । ବାସ୍ ଆଉ କଣ ଏମିତି ରେ କଟି ଯାଏ କଲେଜ ଜୀବନ । ଆଜି ଯେତେ ବେଳେ ମୁଁ ଏଇ ଘଟଣା ଟି ଲେଖୁଛି ମୋର ଗୋଟି ଗୋଟି କରି ଘଟଣା ଆଖି ଆଗ ରେ ଚଳଚିତ୍ର ପରି ଭାସି ଯାଉଛି । କେତେ ସୁନ୍ଦର ଥିଲା ମୋ ଜୀବନ କାସ୍ ଫେରି ପାଆନ୍ତି କି ୨ ସାରିବା ପରେ ଯେତେ ବେଳେ ଘରୁ ଦୁରକୁ ଆସିଲି ସେତେ ବେଳକୁ ମୁଁ ହରାଇ ଦେଲି ସବୁ ସୁଖ ହସ ମାଆ ବାପା ଠାରୁ ଦୂରରେ ରହି କିଏବା ଖୁସି ରେ ରହି ଛି । ମାଆ ଆଖି ରେ ଲୁହ ତଥାପି ମୋ ସୁନ୍ଦର ଭବିଷ୍ଯତ ପାଇଁ ମୋତେ ଆଜି ଏଠାକୁ ପଠାଇ ଦେଇ ଛି । ମାଆ ମୁଁ ସତରେ ଆଜି ତୁମକୁ ଏଠି ତୁମୋକୁ ବହୁତ ଖୋଜେ ବାପା ଦେଖୋଉ ନଥିବା ପ୍ରେମ କୁ ବୋହୁତ ଖୋଜେ ଜେଜେମା ଜେଜେବାପା ଆଜି ତୋ ନାହଁନ୍ତି ମନେ ପଡେ ତାଙ୍କ କଥା ବହୁତ । ପରିବାର ର୍ ସ୍ନେହ , ଶ୍ରଦ୍ଧା, ଭଲ ପାଇବା ବନ୍ଧୁ ମାନଙ୍କ ପୁରୁଣା କଥା ପଛୋରେ ପକାଇ ଦେଇ ଆସିଛି ଏକ ଆଶା ରେ । ସବୁ ସମ୍ପର୍କ ତୁଟାଇ ଆସିଛି , ହେଲେ ଏ କଣ କି ସମୟ ଆସିଛି କେଜାଣି ଭୋକିଲା ମନ, ଭୋକ ରେ ପେଟ ଖାଉଁ ଖାଉଁ ଡାକୁଛି । ବହୁତ ମନେ ପଡେ ମାଆ ହାତ ରନ୍ଧା , ରାଗିଲେ ତା ହାତରେ ଖୁଆଇ ଦେବା ଆଉ ଶୋଇଲା ବେଳେ ସ୍ନେହ କରି ମୁଣ୍ଡ ଆଉଁସି ଦେବା । ଯେମିତି ମୁଁ ଅଜଣା ଏଠି କାହାକୁ ଜାଣେନା , କେହି ନିଜର ନାହାନ୍ତି , ପୁଣି ଅବମନା ଏ ମନ । ପୁଣି ଖୋଜେ କାହିଁ ଶାନ୍ତି ଖୋଜି ନିଜର କାହାକୁ ମୁଁ ଏଠି ସଦାବେଳେ କ୍ଲାନ୍ତ । ଇଚ୍ଛା ହୁଏ ଶେଷ କରି ଦେବି ଏ ଜୀବନ କୁ ହେଲେ ପାରେନି ଲାଗେ କେହି ଜଣେ ପଛରୁ ଧରୁଛି ପାଦ ଆଗକୁ ଯାଇ ପାରେନି । ଏତେ କ୍ଲାନ୍ତ , ବିରକ୍ତ, ଅଥୟ୍, ନାଚାର ଏ ମନ ଶେଷରେ ଯାଇ ବସେ ନିରୋଳା ରେ ଥିବା ସୁନ୍ଦର ଛୋଟ ପବିତ୍ର ମନ୍ଦିର ରେ ଶେଷରେ ନିଜ କୁ ଟେକି ଦିଏ ନିଜକୁ ସେହି ପରମଆତ୍ମା ନିକଟରେ । ତାଙ୍କ ଭାବନାରେ ଆପେଆପେ ଆଖିରୁ ଲୁହ ଓ ଓଠରୁ ହସ ଝରିଆସେ । ସେଦିନ ଆଉ ଆଜିର ଦିନ ମଧ୍ୟରେ ତଫାତ ଅନେକ।


Rate this content
Log in