Sameer Ghosh

Tragedy Inspirational

4.4  

Sameer Ghosh

Tragedy Inspirational

ମୁଁ ନୁହଁ ବେଶ୍ୟା

ମୁଁ ନୁହଁ ବେଶ୍ୟା

6 mins
293


ବିବାହକୁ ୩ ବର୍ଷ କିନ୍ତୁ ରାଜେନ୍ଦ୍ରବାବୁ ତାଙ୍କ ବ୍ୟୈବାହିକ ଜୀବନରେ ଟିକିଏ ବି ଖୁସି ରେ ନାହାନ୍ତି। ଏହି ତିନି ବର୍ଷରେ ତାଙ୍କ ସ୍ତ୍ରୀ ମମତାଙ୍କ ସହିତ ତାଙ୍କର କୌଣସି ଶାରୀରିକ ସମ୍ପର୍କ ହୋଇନାହିଁ। ତାଙ୍କ ସ୍ତ୍ରୀ ଙ୍କ କହିବା ଅନୁଯାୟୀ କୁଆଡେ ଶାରୀରିକ ସମ୍ପର୍କ ରଖିଲେ ତାଙ୍କର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ । କିନ୍ତୁ ଘଟଣାଟି ସେମିତି ନୁହଁ କୁଆଡେ ରାଜେନ୍ଦ୍ରବାବୁଙ୍କ ସ୍ତ୍ରୀ ଙ୍କର ବିବାହ ପୂର୍ବରୁ ତାଙ୍କର କୋଉଠି ପ୍ରେମ ସମ୍ପର୍କ ଚାଲିଥିଲା ଆଉ ଏବେବି ସେଇ ପ୍ରେମିକ ସହିତ ମମତା କୁଆଡେ! ଆପଣମାନେ ବୁଝିପାରୁଥିବେ କହିବି କଣ । ସେଦିନ ରାତିରେ ସ୍ୱାମୀ ସ୍ତ୍ରୀଙ୍କ ଝଗଡା ଉଗ୍ରରୂପ ନେଲାପରେ ରାଜେନ୍ଦ୍ରବାବୁ ମୋବଇଲ ଟିକୁ କଚାଡି ସିଧାଘରୁ ବାହାରି ଚାଲିଲେ ମଦ ଦୋକାନ ଆଡ଼କୁ ହାତରେ ମଦ ବୋତଲ ଧରି ଏକ ନିରୋଳା ଜାଗାରେ ବସି ମଦ ବୋତଲଟିକୁ ଖୋଲିଲା ବେଳେକୁ ଆଖି ଲାଗିଗଲା କାଚ ଭଳି ଚକ ଚକ କରୁଥିବା , ଜହ୍ନ ଆଲୁଅରେ ଝାପ୍ସା ଝାପ୍ସା ଦିଶୁଥିବା କଅଁଳିଆ ମୁହଁକୁ ଦେଖି ଲିପଷ୍ଟିକ ଠାରୁ ଟିକେ ଗାଢାଥିଲା ତା ପାନଖିଆ ପାଟି ଗୋଟେ ହଳଦିଆ ରଙ୍ଗର ଚୁଡିଦାର କୁ ଗୋଟେ ହାଲକା କଳା ରଙ୍ଗର ପେଣ୍ଟ, ତା ଗୋରା ଚକ୍ ଚକ୍ ଦେହକୁ ଖୁବ ମାନୁଥିଲା ହଠାତ ସିଏ ପ୍ରଶ୍ନ କଲା

ଏ କଣ ଦେଖୁଛୁ ?

- ନା କିଛି ନାହିଁ 

କଣ ପାଇଁ ଦେଖିବି ତୋତେ ତୁ ମୋର କିଏ କି ?

-ରାତିକ ପାଇଁ ବେଶ୍ୟାର ମୂଲ୍ୟ ଯାହା, ତୋ ପାଇଁ ବି ଠିକ ସେମିତି, ନେବୁକି ମୋତେ ତୋ ସାଥି ରେ .. 

ଏତିକି ଶୁଣି ରାଜେନ୍ଦ୍ର ବାବୁ କାବା ଭଳି ସେ ମହିଳା ଜଣକୁ ଆଁ କରି ଅନେଇଥାନ୍ତି ସେଇଠୁ ମହିଳା ଜଣକ ପୁଣି କହିଉଠିଲେ ଏ ବାବୁ ଚାଲ ମୋସହିତ ମୁଁ ମୋ ହାତରେ ତୋତେ ମଦ ପିଆଇଦେବି ଏତିକି କହି ସିଏ ରାଜେନ୍ଦ୍ରବାବୁଙ୍କ ହାତଧରି ଟାଣି ନେଇ ଗଲା ପାଖରେ ଥିବା ଏକ ଅନ୍ଧାରିଆ ରୁମକୁ । ରାଜେନ୍ଦ୍ରବାବୁ ସେଇଠୁ କହିଲେ କଣ ମିଳୁଛି , କଣ ପାଇଁ ଏସବୁ ପାପ କାମ କରୁଛ। ପାପ... ନାଇଁ ବାବୁ ପେଟ ପୋଷିବାକୁ ଏ ସବୁ କରିବାକୁ ପଡେ ମୁଁ ତୋ ଆପଣଙ୍କ ପରି ଆଉ ଧନୀ ତୋ ନୁହେଁ । ଆଚ୍ଛା ବାବୁ କହିଲ ଆପଣ ବିବାହିତ କି ? ଆଉ ଏତେ ରାତି ରେ ଆମ ଜାଗାରେ ଏକୁଟିଆ ବସି କାଇଁ ମଦ ପିଉଥିଲ କଣ ହେଇଚି ସ୍ତ୍ରୀ ପିଲା ଛୁଆ ଠିକତ। ହଁ ମୁଁ ବିବାହିତ ଆଜି ମୁଁ ପ୍ରଥମଥର ପାଇଁ ମଦ କିଣିଛି ରାଜେନ୍ଦ୍ର ବାବୁ ଆଉ ନିଜକୁ ଅଟକାଇ ପାରିଲେ ନାହିଁ ଆଉ ମନରେ ଚାପିରଖିଥିବା ସବୁ ଦୁଃଖ କୁ କହିଚାଲିଲେ ତାଙ୍କ ସ୍ତ୍ରୀ ପାଇଁ ସେ ବହୁତ କଥା ଶୁଣିଛିନ୍ତି ତାଙ୍କ ସ୍ତ୍ରୀଙ୍କ ପରିବାର ଲୋକ କହିଲେ କୁଆଡେ ମୋର ଶାରିରିକ ଅକ୍ଷମତା ଅଛି ସେଥିପାଇଁ ମୁଁ ବାପା ହେଇପାରୁ ନାହଁ । ଏହା ମୋ ପୁରୁଷତ୍ୱକୁ ଖୁବ ବାଧେ । ସ୍ତ୍ରୀ ସହ ପ୍ରତିଦିନ କଳି ଝଗଡା ଭାକ୍ ସ୍ତ୍ରୀ କୁ ନିଜର କରିପାରିଲିନି ସ୍ତ୍ରୀ ବି ମୋ ସହ ରହିବାକୁ ଚାହୁଁନି କିନ୍ତୁ ଏ ସମାଜ ଆଉ ତା ବାପା ମା ଡର ରେ ସିଏ ମୋତେ ଡିଭୋର୍ସ ବି ଦେଇ ପାରୁନି ,ହେଲେ ତୁମେତ ଖୁବ ସୁନ୍ଦର ତୁମେ କାଇଁ ବିବାହକରିନ ଆଉ ଏ ସବୁ କାମ କଣ ପାଇଁ ପାଠ ପଢିଛ? ସେଇଠୁ ବେଶ୍ୟା ଜଣକ କହିଲେ ଜାଣିଛ ବାବୁ ମୋ ପାଖକୁ କେତେ ବାବୁ ଆସି ନିଜର ଯୌନ ଭୋକ ମେଣ୍ଟାଇଛନ୍ତି , କିଛି ରାକ୍ଷସବି ଥାନ୍ତି ସେମାନେ ଭୁଲି ଯାଆନ୍ତି ମୁଁ ଗୋଟେ ମଣିଷ ବୋଲି ମୋତେ ବି କଷ୍ଟ ହୋଉଥିବ , ଘଣ୍ଟା ଘଣ୍ଟା ଧରି ମୋ ସହ ସମ୍ପର୍କ ରଖିବେ ନିଜ ଖୁସି ପାଇଁ ମୋର ଗୋଡ ହାତ ବାନ୍ଧିଦେବେ ,ମୋତେ କାମୁଡି ଖଣ୍ଡିଆ ଖାବରା କରିବେ , ବାବୁ ତୁମେ ହୋଉଛ ପ୍ରଥମ ମଣିଷ ଯିଏ କି ଆଜି ମୋତେ ମୋ କଥା ପଚାରିଛି ତୁମେ ଜଣେ ଭଲ ମଣିଷ କିନ୍ତୁ ଦେଖ ତୁମୋ ଭାଗ୍ୟ ବି ଖରାପ । ରାଜେନ୍ଦ୍ରବାବୁ କିଛି ନକହି ତାନିରୀହ ମୁହଁକୁ ଦେଖୁଥାନ୍ତି ,ସେଇଠୁ ସେ ପୁଣି ଆରମ୍ଭ କଲା ତା ଦୁଃଖଭରା କାହାଣୀ ଆଜିକୁ ଦୁଇବର୍ଷ ତଳେ ମୋର ବି ପରିବାର ଥିଲା ବାପା ବୋଉ ଦୁଇ ଭଉଣୀ ଆଉ ଗୋଟେ ଭାଇ ବାପା ଗାଁ ଗାଁ ଯାଇ ପାରିବା ବିକୁଥିଲେ ସେଇଥିରେ ଆମ ପରିବାର କଷ୍ଟେ ମଷ୍ଟେ ଚଲୁଥିଲା ଦିନେ ବାପା ପରିବା ବିକିବାକୁ ଗଲେଯେ ଆଉ ଫେରିଲେନି ଟ୍ରକ ଧକ୍କାରେ ସେ ଆମକୁ ଛାଡି ଆରପାରି କୁ ଚାଲିଗଲେ ବାପା ଗଲାପରେ ବୋଉ ଲୋକଂକ ଘରେ କାମକରି ପରିବାର ଚଲଉଥିଲା ମୁଁ ଥିଲି ପରିବାର ର ବଡ ଝିଅ ପାଠପଢା ଛାଡି ବେଳେବେଳେ ବୋଉ ସହିତ କାମ କରିବାକୁ ଯାଉଥିଲି ଆଉ ଘରେ ରହି ଘରର୍ ସବୁ କାମ କରୁଥିଲି। ଘରର ବଡଝିଅ କିଛି ବୋଝ ମୋ ଉପରେ ଅହରହ ହୋଇ ଘୁରି ବୁଲୁଥାଏ । ହେଲେ ଦଇବଙ୍କ କଥା ଥିଲା ଅଲଗା ହଠାତ ଆଦିନିଆ ଝଡ଼ ଭଳି ଦୁଃଖ ସବୁ ଏକା ସାଥି ହୋଇ ଆସି କବାଟ ବାଡେଇଲା , ତାପରେ ବୋଉର ଦେହ ଖରାପ ଦେଖୁଦେଖୁ ଜଣା ପଡିଲା ବୋଉକୁ କ୍ୟାନ୍ସର , ଏ ରୋଗର ଔଷଧ ନାହିଁ ଆମେ ହେଲୁ ଗରିବ ନିରୀହ ବାବୁ କୋଉଠୁ ପାଇବୁ ଏତେ ପଇସା ତା ପରଠୁ ହେଲା ଆରମ୍ଭ ହେଲା ଆମ ଦୁଃଖ ସଂସାର , ବୋଧେ କାହାର ନଜର ଲାଗି ଯାଇଥାଏ ମୋ ପରିବାର ଉପରେ । ରୋଗ ଟି ବୋଉର ଦେହ ରେ ଘର କରି ସାରିଥାଏ । ବୋଉ ବି ଆମକୁ ଛାଡି ଚାଲି ଗଲା। ଘରେ ତିନି ଭାଇ ଭଉଣୀ ଆଉ ମୁଁ , ବାପା ବୋଉ ଗଲା ପରେ ସମାଜ ରେ ରହିବା ବହୁତ କଷ୍ଟ ବାବୁ ଲୋକଙ୍କ ଘର କୁ ଯାଇ କାମ କରି ନିଜ ଭାଇ ଭଉଣୀ ଙ୍କୁ ପଢ଼ାଇବା ଖୁଆଇବା ବହୁତ କଷ୍ଟ ସେଇଠୁ ଆମ ଗ୍ରାମର କିଛି ବଡବଡ଼ିଆ ଲୋକ କହିଲେ ଭୁବନେଶ୍ୱର ଯାଆ ସେଇଠି ବହୁତ ପଇସା ଲୋକ ଙ୍କ ଘରେ କାମ କରିବୁ ଧନୀ ଲୋକ ସବୁ ବେଶି ପଇସା ପାଇବୁ ଆରାମ ରେ ଚଳିବୁ ,ଶେଷ ରେ ଭାଇ ଭଉଣୀ ଙ୍କୁ ଧରି ଆସିଲି ଭୁବନେଶ୍ୱର, ବାର ଦ୍ଵାରା ବୁଲି ବୁଲି ହାଲିଆ ହୋଇ ଯାଇଥିଲି ,ଭାବୁ ଥିଲି ଯଦି ଆଉ ଟିକେ ପାଠ ପଢ଼ିଥାନ୍ତି ହୁଏତ କେଉଁ ଗଟେ ଜାଗା ରେ ବାବୁଆଣି ଚାକିରି ଖଣ୍ଡେ କରିଥାନ୍ତି। କାହିଁକି କେଜାଣି ଭାଇ ଭଉଣୀଙ୍କର ନିରୀହ ଚେହେରା ବାରମ୍ବାର କଷ୍ଟ ଦେଉଥାଏ ତା ବାବଦ କୁ ଅନେକ ଟଙ୍କା ଖର୍ଚ ଘର ଭଡା ଭାଇ ଭଉଣୀଙ୍କ ପାଠପଢା ଏମିତି ବହୁତ ଟଙ୍କା ଦରକାର। ଆଗ ପଛ ନ ବିଚାରି ଶେଷ ରେ ବେଶ୍ୟା ଜୀବଟିକୁ ନିଜର କଲି । ଏତିକି କହି ସେ ଭୋଭୋ ହୋଇ କାନ୍ଦି ଉଠିଲା, ତା ମଥା କୁ ରାଜେନ୍ଦ୍ର ବାବୁ ଙ୍କ କାନ୍ଧ ରେ ଦେଲା ରାଜେନ୍ଦ୍ର ବାବୁ ଙ୍କ ହୃଦୟ କୁ କେହି ଜଣେ ଯେମିତି ଧୀର ଧୀରେ ଚିରି ଦେଉଥାଏ। ଆଖି ବାଟ ଦେଇ ଲୁହ ସବୁ ନ ରହି ବାହାରି ଯାଉ ଥାଏ। ରାଜେନ୍ଦ୍ର ବାବୁ ସେଇଠୁ କାହିଁ ଉଠିଲେ ମୋତେ ବିବାହ କରିବ ମୁଁ ତମକୁ ମୋ ସ୍ତ୍ରୀ ରୂପେ ଗ୍ରହଣ କରିବି ଆଉ ତୁମ ଭାଇ ଭଉଣୀ ର ସବୁ କଥା ବୁଝିବାର ପ୍ରତିଶ୍ରୁତି ଦେଉଛି ବେଶ୍ୟା ଜଣ କ କହି ଉଠିଲେ_ବାବୁ କଣ କରୁଛନ୍ତି ପାଗଳ ହୋଇ ଯାଇଛ କି ମୁଁ ଗୋଟେ ବେଶ୍ୟା ମୋତେ ତୁମେ କାଇଁ ବାହା ହେବ ।ଚୁପ ତୁମେ ବେଶ୍ୟା ନୁହଁ ତୁମେ ମୋ ସହଧର୍ମିଣୀ ମୋ ଆଖି କୁ ଦେଖି କୁ ଦେଖ ଆଉ କୁହ ତୁମେ ମୋତେ ବିବାହ କରିବ ମୁଁ ତମକୁ ସତରେ ଭଲ ପାଏ।ଏଇ ନିଅ କିଛି ଟଙ୍କା ମୁଁ କିଛି ଦିନ ପରେ ଆସିବି ଆଉ ତୁମକୁ ମୋ ସାଥିରେ ନେଇଯିବି, ଆଜି ଠୁ ଏ ସବୁ କାମ ବନ୍ଦ। ଏତକ ଶୁଣିବା ମାତ୍ରେ ରାଜେନ୍ଦ୍ର ବାବୁ ଙ୍କୁ ବେଶ୍ୟା ଜଣକ କୁଣ୍ଢାଇ ପକେଇଲେ ।

ଆଛା ତୁମ ନା କଣ?

-କାମିନୀ 

ବହୁତ ସୁନ୍ଦର ନାମ ଟିଏ ଆଇ ଲଭ ୟୁ କାମିନୀ ମୁଁ ଆସୁଛି ତୁମ କୁ ନେବା ପାଇଁ ଖୁବଶୀଘ୍ର ଏତକ କହି ରାଜେନ୍ଦ୍ର ବାବୁ ମଥା ରେ ଗୋଟେ ଚୁମ୍ବନ ଦେଇ ଚାଲି ଆସିଲେରାଜେନ୍ଦ୍ର ବାବୁ ସେଦିନ ଯାଇ ସିଧା ସ୍ତ୍ରୀ ମମତା କୁ କହିଲେ ମୋତେ ଡିଭୋର୍ସ ଦରକାର ମୁଁ ତୁମ ସହ ରହିବାକୁ ଚାହୁ ନାହିଁ ମୁଁ ଏବେ ଆଉ କାହା କୁ ଭଲ ପାଉଛି।ଆଉ ମୁଁ ଏବେ ତା ସହ ରାତି କଟାଇ ଆସୁଛି।ମମତା ତ ଏୟା ହିଁ ଚାହୁଁଥିଲା। ସିଏ ବେ ମନେ ମନେ ବହୁତ ଖୁସି ରେ ଥିଲା। ମମତା ତା ବାପା ମା ରାଜେନ୍ଦ୍ର ବାବୁ ଙ୍କୁ ବହୁତ ବୁଝେଇବା କୁ ଚେଷ୍ଟା କଲେ।କିନ୍ତୁ ଏବେ ଆଉ ରାଜେନ୍ଦ୍ର ବାବୁ ଅଟକାଇ ପାରିଲେ ନାହିଁ ତାଙ୍କ ଝିଅ ର ସବୁ କଥା ଗୋଟି ଗୋଟି କରି କହିଦେଲେ।ଆପଣଙ୍କ ଝିଅ ମୋ ସହିତ ଖୁସି ରେ ନାହିଁ ସିଏ ଆଉ କାହା କୁ ଭଲ ପାଏ ଆଉ ବିବାହ ର ତିନି ବର୍ଷ ଭିତରେ ଆମର କିଛି ହୋଇ ନାହିଁ ଯଦି ଆପଣଙ୍କ ଝିଅ ଆର କାହାକୁ ଭଲ ପାଉଥିଲା ତାକୁ ତା ସହ କାହିଁ ରହିବାକୁ ଦେଲେନି ମମତା ସବୁ ଶୁଣୁଥାଏ। କିନ୍ତୁ କିଛି କହୁ ନ ଥାଏ ଏତକ କହି ରାଜେନ୍ଦ୍ର ବାବୁ ଡିଭୋର୍ସ କାଗଜ ଟି ବାହାର କରି ମମତା ଆଡ଼କୁ ବଢେଇ ଦେଲେ ମମତା କିଛି ପ୍ରଶ୍ନ ନ କରି ସେଥିରେ ତାର ହସ୍ତାକ୍ଷର କରିଦେଲା ମମତା ର ବାପା ମାଆଙ୍କ ମୁଣ୍ଡ ଲାଜରେ ନଇଁ ଯାଇଥାଏ। ଡିଭୋର୍ସ ବାବଦ କୁ ରାଜେନ୍ଦ୍ର ବାବୁ ମମତା କୁ ୧୦ ଲକ୍ଷ ଟଙ୍କା ଦେଲେ। ମମତା ର ବାପା ମା ତାଙ୍କ ଝିଅ କୁ ନେଇ ଚାଲିଗଲେ ପରେ ଶୁଣିବାକୁ ମିଳିଲା ଯେ ମମତା ପ୍ରେମିକ କୁଆଡେ ମମତାକୁ ବିବାହର ପ୍ରତିଶ୍ରୁତି ଦେଇ ସବୁ ଟଙ୍କା ନେଇ ଫେରାର ହେଇଗଲା। ରାଜେନ୍ଦ୍ର ବାବୁ ତାଙ୍କ ପ୍ରତି ଶ୍ରୁତି ଅନୁଯାୟୀ କାମିନୀ କୁ ବିବାହ କଲେ ଆଉ ଏବେ କାମିନୀ, ରାଜେନ୍ଦ୍ର ବାବୁ ଆଉ ତାଙ୍କ ଭାଇଭଉଣୀ ଖୁବ୍ ଖୁସି ରେ ରହି ଥିବା ଜଣା ପଡିଛି। କାମିନୀ ବେ ତାର ଅଧା ଛାଡି ଥିବା ପାଠ ପଢା କୁ ପୁରା କରିବାରେ ଲାଗିଛି।


Rate this content
Log in

Similar oriya story from Tragedy