STORYMIRROR

Sameer Ghosh

Comedy Drama

3  

Sameer Ghosh

Comedy Drama

ତୋର ମୋର ଦୋସ୍ତି

ତୋର ମୋର ଦୋସ୍ତି

3 mins
199

ଗୋଟିଏ ମାଆ ପେଟରୁ ଜନ୍ମ ନାହିଁ କିନ୍ତୁ ନିଜ ଭାଇ ପରି ତୋତେ ଭଲ ପାଏ ,ମୋ ଦୁଃଖ ରେ ସୁଖ ରେ ସବୁ ବେଳେ ତୁ ଛିଡା ହୋଇଛୁ । ଯେବେ ଯାହା କିଣିଛୁ ଭାଗ କରିଛୁ ସିଏ ଖେଳନା ହୋଉ କି ଖାଇବା। ତୋ ମାଆ କୁ ମୁଁ ମାଆ ବୋଲି ଡାକେ ଆଉ ତୁ ବି ମୋ ମାଆ କୁ ମାଆ ବୋଲି ଡାକୁ। ଛୋଟ ଟି ବେଳ ରୁ ତୋ ସହ ରହିଛି ଖେଳିଛି ,ବୁଲିଛି ଆଉ ଖାଇଛି । କିନ୍ତୁ ସାଙ୍ଗ ଆଜି ତୁ ମୋ ପାଖରେ ନାହୁଁ। ଅଛୁ ଏକ ଦୂର ସହରରେ। ବରଷ ରେ ଥରେ ଆସୁ, କେଉଁ ବରଷ ଦେଖା ହୁଏ, ଆଉ କେଉଁ ବରଷ ଦେଖା ବି ହୁଏନି। ଆଜି ତୁ ଏତେ ବ୍ୟସ୍ତ ଯେ ,ମୋ କଥା ଟିକିଏ ବି ମନେ ପଡୁ ନାଇ। ଆଜି ତୋର ମୋର ଅତୀତ ର କିଛି କଥା ଲେଖୁଛି ଭାବୁଛି ତୁ ପଢ଼ି ନେବୁ। ତୋର ମୋର ଆନନ୍ଦମୟ ରେ କଟାଇ ଥିବା ଅତୀତ କୁ ମନେ ପକାଇ ମୁଁ ଆଜି ମୁଚୁକି ମୁଚୁକି ହସୁଛି। କେତେ ବଦମାସ୍ ଥିଲୁ ନା ଆମେ ଦୁଇ ଜଣ। ମୁଁ ଆଜି ବି କିଛି ଭୁଲିନି ,ଗୋଟେ ଫୁଲେଇ ପ୍ରେମିକା ପରି ତୋ ବାଟ ଚାହିଁ ଅନେଇ ବସିଛି । ସାଙ୍ଗ ତୋର ମନେ ଅଛି ସ୍କୁଲର ଖାଇବା ଛୁଟିରେ ପିଲା ମାନଙ୍କର ଖାତାରୁ କାଗଜ ଚିରି ବର୍ଷା ହେଲେ ଡ଼ଙ୍ଗା କରି ଭସାଉଥିଲୁ। ସକାଳୁ ସକାଳୁ ବିଲ ଗଡ଼ିଆ ବୁଲି ମାଛ ଧରୁ। ଭାଗ ବେଳେ ତୁ ବେଶୀ ନେଇଛୁ ବୋଲି କେତେ ଯେ ଝଗଡା ହୋଇଛି। ସନ୍ଧ୍ୟାବେଳେ ଘରକୁ ଫେରିଲା ବେଳେ ତୋ ମାଆ ବାଡ଼ି ଧରି କେତେଯେ ଆମକୁ ଗଡାଉ ଥିଲେ। ତୋର ମନେ ଅଛି ନା ସାହୁ ବୁଢା ଦୋକାନ ରୁ ବରା ଚୋରି କରୁଥିଲେ, ତୁ ସିନା ଖସି ପଳେଇଲୁ କିନ୍ତୁ ମୁଁ ଧରା ପଡି ଯାଇଥିଲି ସାହୁ ବୁଢା କେତେ ଯେ ମାଡ଼ ମାରିଥିଲା। ଆଉ ତୋର ମନେ ଅଛି ନା ଖାଇବା ଛୁଟିରେ ଦିନେ ମୁଁ ତୋ ଅଣ୍ଡା ଲୁଚେଇ ଦେଇଥିଲି ତୁ କେତେ କାନ୍ଦିଥିଲୁ । ମୁଁ ତୋତେ ଦୁଇଟା ନଳଗଜା ଦେଇଥିଲି , ତୁ ମୋତେ ଚାରିଣିକିଆ ରାଗ ଚକଲେଟ ଦେଇନଥିଲୁ ବୋଲି ଦୁହେଁ ଭୂଇଁ ରେ ଗଡା଼ ତଡା ହୋଇ ଝଗଡା କରୁଥିଲେ। ଶନିବାର ସକାଳିଆ ସ୍କୁଲ ଖେଳ ପଡିଆରେ ମରିଚ ଡିଆଁ ଖେଳରେ କାଳୁଚରଣ ଛେରି ପକେଇ ଥିଲା ସବୁ ପିଲା ତା ପରେ ତାକୁ କେତେ ଚିଡାଇ ଥିଲୁ। ଆଉ ତୋର ମନେ ଅଛି ନା , ମିଶ୍ର ସାରଙ୍କ ବାଡ଼ିରୁ ଆମ୍ବ ଚୋରି କରିଥିଲେ ବୋଲି ସ୍କୁଲରେ ସେ ଦିନ କେତେ ଯେ ବେତ ପାହାର ଖାଇଛୁ ,ଏବେ ବି ଦେଖ ତୋ ହାତ ପାପୁଲି ଫୁଲି କି ଥିବ। ତୁ ନବ ଗିରି ଝିଅ କାନ୍ଦେରି କୁ ଭଲ ପାଉଥିଲୁ ଆଜି ତା ଝିଅ ତୋତେ ବାପା ନ ଡାକି ମାମୁଁ ବୋଲି ଡାକୁଛି , ବିଚରା ମୋ ଗେଲୁ ସାଙ୍ଗ ଟା। ସାଥିରେ କେତେ ଯେ ଲୁଚକାଳି ଖେଳିଛୁ, ନା ଦିନ ମାନିଛୁ ନା ରାତି । ବହି ପତ୍ର ହାତ ରେ କାଖେଇ ସାଙ୍ଗ ହୋଇ କାନ୍ଧକୁ କୁ କାନ୍ଧ ଦେଇ ସ୍କୁଲ ଯାଉଥିଲୁ। ମୁଁ ଦିନେ ରାସ୍ତା ରେ ଗଲା ବେଳେ ଝୁଣ୍ଟି ପଡ଼ିଥିଲି ମୋତେ ଉଠାଇ ମୋ ରକ୍ତ ପୋଛି କଣ ଯେ ପତ୍ର ଟିକିଏ ଲଗେଇ ଦେଇଥିଲୁ, ଇସସ ତୋର ପ୍ରେମ ।ମୋ ବାପା ଙ୍କ ସାଇକଲ ରେ ମେଳା, ପୂଜା ଦେଖିବା ପାଇଁ କେତେ ଯେ ଦୂର କୁ ଚାଲି ଯାଉଥାଏ। ଫେରିଲା ବେଳେ ଚଣା ବାଦାମ ନେଇକି ଆସୁ ଥାଉ। ନଳକୂଅ ରୁ ପାଣି ପିଆ, ପୋଖରୀରେ ରେ ଡ଼ିଆଁ ମରା। ଗାଁ ଦାଣ୍ଡ ରେ ଧୂଳି ରେ ଲଉଟ ପାଉଟ ହେବା।ଛୁଟି ଦିନରେ ଦିନ ସାରା ବସି କାର୍ଟୁନ ଦେଖିବା। ବେଳେ ବେଳେ ଲାଗେ କେତେ ଭଲ ହୋଇଥାନ୍ତା ନେ ଯଦି ଆମ ଅତୀତ ଆମ ପାଖକୁ ଫେରି ଆସନ୍ତା। ଏମିତି ଅନେକ କଥା ଅଛି କହିଲେ ବି ଏ ଜନ୍ମ ଟା କମ ପଡିଯିବ , ଭାବିଲେ ବେଳେ ବେଳେ ସ୍ମିତ ହାସ୍ୟ ସହ ଆଖିରୁ ଲୁହ ବି ଝରି ପଡେ, ଦେହ ରେ ଶିହରଣ ଖେଳିଯାଏ , କେତେ ଭଲ ଥିଲା ଯେ ତୋର ମୋର ଅତୀତ କେତେ ଭଲ ଥିଲା ଆମ ବନ୍ଧୁତା । ଆମର ବନ୍ଧୁତା ପାଇଁ କବିତା ଟିଏ ଲେଖିଛି ଆଶା କରୁଛି ତୋତେ ଭଲ ଲାଗିବ -


    ସାଙ୍ଗ ଜୀବନ ର ସବୁଠୁ ମଧୁର ସମ୍ପର୍କ 

    ସାଙ୍ଗ ସାଙ୍ଗର ସମ୍ପର୍କ ଲୁହା ଆଉ ଚୁମ୍ବକ ।

    ବନ୍ଧୁତା ରେ ନଥାଏ କେବେ କଳଙ୍କ 

    ବନ୍ଧୁତ୍ୱ କୁ ସଦା ପୂଜା କରେ ତ୍ରିଲୋକ 

    ଯେମିତି କୃଷ୍ଣା ସୁଦାମା ଓ ତାଙ୍କ ପରି ଅନେକ ।


Rate this content
Log in

Similar oriya story from Comedy