STORYMIRROR

Sameer Ghosh

Tragedy

3  

Sameer Ghosh

Tragedy

ଅଧା ରହିଗଲା ଆମ କାହାଣୀ

ଅଧା ରହିଗଲା ଆମ କାହାଣୀ

3 mins
177

ହାୟ ମୋ ନାମ ବିକାଶ, ବୟସ ୨୨ ପିଜି ପ୍ରଥମ ବର୍ଷ ଭୁବନେଶ୍ଵରରେ ଏକ ଭଡା ଘରେ ବାପା ମାଆ ସହିତ ରହୁଛି ବାପା ପୋଲିସ କନେଷ୍ଟବଳ ମାଆ ଗୃହିଣୀ । ସକାଳୁ ମେଞ୍ଚାଏ ସୁନେଲି ଖରା ମୋ କୋଠରି ଭିତରେ ବିଛାଇ ହୋଇ ପଡିଛି, ବିଛଣାରୁ ଉଠି ଆଖି ମଳି ମଳି ବଗିଚ଼ା ଆଡ଼କୁ ଗଲି ଘାସ ଗାଲିଚା ଉପରେ ଶିଶିର ବିନ୍ଦୁ ମୋତି ପରିକା ଚକ୍ ଚକ୍ କରୁଥାନ୍ତି । ନାଲି, ଧଳା, ହଳଦିଆ ରଙ୍ଗର ଫୁଲ ପବନର କୋଳରେ ଖେଳୁଥାନ୍ତି ଏହି ସମୟରେ ପଡିଶା ଘରୁ ଏକ ହିନ୍ଦୀ ଗୀତର ସ୍ୱର ଭାସି ଆସିଲା, ପଡିଶା ଘରେ କିଏ ? ଏହି ସମୟରେ ଏମିତିକା ଗୀତ ? ମନରେ ପ୍ରଶ୍ନ । ମାଆ ସକାଳୁ ଜଳଖିଆ ଦେବା ସମୟରେ ମାଆକୁ ପଚାରିଲି ଏ ସବୁ କଣ ? ମା ଉତ୍ତର ଦେଲା ପଡିଶା ଘରେ ନୂଆ ଭଡାଟିଆ ଆସିଛିନ୍ତି ।ଏହିପରି କିଛି ଦିନ ବିତିଗଲା, ପଡିଶା ଘରେ ସାହୁ ବାବୁ ଆଉ ତାଙ୍କ ପତ୍ନୀଙ୍କ ଛଡା ମୁଁ ଆଉ କାହାକୁ ଦେଖିନି । କିନ୍ତୁ ବୋଉ ବେଳେ ବେଳେ କୁହେ କୁଆଡେ ତାଙ୍କର ଏକ ସୁନ୍ଦରୀ ଝିଅଟିଏ ଅଛି ବୋଲି । ଦିନେ ପିଉସା ଝିଅର ବାହାଘର ପାଇଁ ବାପା ଆଉ ବୋଉ ତିନି ଦିନ ପାଇଁ ଅନୁଗୁଳ ଗଲେ ମୁଁ ସାଥିରେ ଗଲି ନାହିଁ କାରଣ ମୋର ପରୀକ୍ଷା ଥାଏ, ଘରେ ଏକୁଟିଆ ମୋର ଖାଇବା କଥା ସାହୁ ବାବୁଙ୍କ ପତ୍ନୀଙ୍କୁ କହି ଯାଇଥିଲେ । କିନ୍ତୁ ମୁଁ ତାଙ୍କ ଘରକୁ ଖାଇବାକୁ ଯାଇନଥିଲି । ପ୍ରଥମ ଦିନ ସାହୁ ବାବୁଙ୍କ ସ୍ତ୍ରୀ ଆସି ମୋ ଘରେ ଖାଇବା ଦେଇ ଗଲେ । ତା ପର ଦିନ ମୁଁ ରୁମରେ ବସି ପଢୁଥିବା ବେଳେ ହଠାତ୍ ମୋ ରୁମରେ ଦଳକାଏ ମିଠା ବାସ୍ନା ଖେଲିଗଲା, ମୁଣ୍ଡ ଉଠାଇ ଦେଖିଲା ବେଳକୁ ଜଣେ ଅନିଦ୍ୟ ସୁନ୍ଦରୀ ମୋ ସାମ୍ନାରେ ଛିଡା ହୋଇଛି, ଆପଣ କିଏ ? ମୋ ନାଆଁ ସୋନାଲି । ମୁଁ ଆପଣଙ୍କ ପଡିଶାଘର ସାହୁ ବାବୁଙ୍କ ଝିଅ । କାଇଁ ମୁଁ ତୋ ଆପଣଙ୍କୁ କେବେ ଦେଖିନି ! ହଁ ମୁଁ ଘରୁ କେବେ ଠିକ ସେ ପଦାକୁ ବାହାରେ ନାହିଁ ଆଉ କଲେଜରୁ ଘରକୁ ଘରୁ କଲେଜକୁ, କଣ କାମ କି ? ବୋଉ ଖାଇବା ଦେଇ ପଠେଇଛନ୍ତି ଆଜି ସିଏ କାମରେ ବ୍ୟସ୍ତ । ତାପରେ ସିଏ ଖାଇବା ଦେଇ ଚାଲିଗଲା । ତା ଚେହେରା ମୋ ଆଖି ଆଗରେ ଖେଳି ଯାଉଥାଏ । ସିଏ ଦେଇଥିବା ଖାଇବା ଟିଫିନକୁ କେତେ ଥର ଗେଲ କରିଛି ମୁଁ ଜାଣେ। ତା ପରଦିନ ମଧ୍ୟ ସିଏ ଖାଇବା ନେଇ ଆସିଲା । ଏମିତି କଥା ହୋଉ ହୋଉ ସିଏ କହିଲା ମୋର ଏଠି କେହି ବି ସାଙ୍ଗ ନାହାନ୍ତି । ତୁମେ ମୋର ସାଙ୍ଗ ହେବ କି ? ମୁଁ ତୁରନ୍ତ ହଁ କହିଲି, ଆଉ ସକାଳୁ ସକାଳୁ ହିନ୍ଦୀ ଗୀତ ପଚାରିବାରୁ ସିଏ କହିଲା ହଁ ମୁଁ ସକାଳୁ ହିନ୍ଦୀ ଗୀତରେ ନୃତ୍ୟ କରେ ବୋଲି । ଏମିତି ମୋର ଆଉ ସୋନାଲିର ପ୍ରତିଦିନ ଅପରାହ୍ନରେ ଦେଖାହୁଏ ଆମ ବଗିଚାରେ ଆମେ ଦୁହେଁ ବସି ବହୁତ ସମୟ ଆଳାପ କରୁ । ସିଏ ଘରୁ କୁକୁର ଛୁଆ ବୁଲାଇବା ବାହାନା କରି ପ୍ରତିଦିନ ଆମ ବଗିଚାକୁ ଚାଲି ଆସେ ଏମିତି ଆମ ମିଳାମିଶା ଚାଲିଲା । ମୋ ମନରେ ତାପାଇଁ ବହୁତ ଭଲ ପାଇବା ଜାତ ହୋଇସାରିଥିଲା । କିନ୍ତୁ ମୁଁ ତାକୁ କହିପାରିନଥିଲି କାଳେ ସିଏ ଆମ ବନ୍ଧୁତା ଭାଙ୍ଗି ଦେବ । କିଛି ଦିନ ପରେ ମୋର ଏନ.ସି.ସି କ୍ୟାମ୍ପ ପନ୍ଦର ଦିନ ପାଇଁ ବ୍ରହ୍ମପୁର କଲେଜରେ ପଡିଲା ସୋନାଲିକୁ କଛି ନଜଣାଇ ମୁଁ କ୍ୟାମ୍ପ ପାଇଁ ଚାଲିଗଲି । ସେଥିରୁ ମୁଁ ଫେରିଲା ବେଳେ ମୋର ମନେ ପଡିଗଲା ଆରେ କାଲିତ ସୋନାଲିର ଜନ୍ମଦିନ । ତା ପାଇଁ ସୁନ୍ଦର ଉପହାରଟିଏ ଆଣିବା ପାଇଁ ମୁଁ ଘରରୁ ବାହାରିଲା ବେଳେ ବୋଉ କହିଲା ଆରେ ଏବେ ଏବେ ଅସି କୁଆଡେ ବାହାରକୁ ଯାଉଛୁ | କହିଲି ପାଖରେ କିଛି କାମ ଅଛି । ବୋଉ କହିଲା ଜାଣିଛୁ ତୁ କ୍ୟାମ୍ପ ଗଲାପରେ ପଡିଶା ଘର ଝିଅ ପ୍ରତିଦିନ କୁକୁର ବୁଲାଇବା ବାହାନାରେ ଆମ ଘରକୁ ଆସୁ ଥିଲା ଆଉ ତୋ ରୁମ ପଟକୁ ଦେଖି ଚାଲି ଯାଉଥିଲା । ବିଧିର ବିଧନ୍ ବିଚିତ୍ର ବିଚାରି ଦୁନିଆକୁ ଠିକ ଭାବରେ ଦେଖିବା ପୂର୍ବରୁ ବ୍ଲଡ଼ କ୍ୟାନ୍ସର ରୋଗରେ ଅରପାରିକୁ ଚାଲିଗଲା | ତାକୁ ଚିକିତ୍ସା ପାଇଁ ମୁମ୍ବାଇ ନେଇ ଯାଇଥିଲେ କିନ୍ତୁ ତାକୁ ବଞ୍ଚାଇ ପାରିଲେ ନାହିଁ | ହଠାତ୍ ମୋ ପାଦତଳୁ ମାଟି ଖସି ଯିବା ପରି ଲାଗିଲା | ଏ ହୃଦୟରେ ବିରାଟ ଶୂନ୍ୟତା ଦେଖା ଗଲା ଭଗବାନ ମୋ ଠାରୁ ତାକୁ ବହୁତ ଦୁରକୁ ନେଇଗଲେ । ସିଏ ଆଜି ନାହିଁ କିନ୍ତୁ ସେ ସବୁଦିନ ମୋ ହୃଦୟରେ ଜୀବିତ ହୋଇ ରହିବ । ଭଗବାନ ତାକୁ ସିନା ନେଇଗଲ ମୋ ଠୁ, କିନ୍ତୁ ମୋ ହୃଦୟରୁ କେମିତି ବାହାର କରିବ ?


Rate this content
Log in

Similar oriya story from Tragedy