Henarani Senapati

Romance Action Inspirational

4.0  

Henarani Senapati

Romance Action Inspirational

ସ୍ତ୍ରୀ ଧର୍ମ

ସ୍ତ୍ରୀ ଧର୍ମ

2 mins
373



    

     ଯେତେବେଳେ ଗୋଟିଏ ଅଜଣା ଝିଅ , ଆଉ ଗୋଟିଏ ଅଜଣା ପୁଅ ,ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ସେତେବେଳେ ତାଙ୍କ ଜୀବନ ରାସ୍ତା ରେ ପୁଷ୍ପ ବୃଷ୍ଟି ହେବ,କି କଣ୍ଟା ବେଷ୍ଟିତ ହେବ ସେମାନେ ଜାଣି ନଥାନ୍ତି ।କିନ୍ତୁ ବହୁତ ଖୁସି ଥାନ୍ତି ,କାହିଁକି ନା ସେମାନେ ତାଙ୍କର ଗୋଟିଏ ନୂଆ ଜୀବନ ଆରମ୍ଭ କରିବାକୁ ଯାଉ ଥାନ୍ତି ।

   

    ନବ ବିବାହିତା ଦମ୍ପତି ସେଇ ବେଦୀ ରେ ହିଁ ଶପଥ ଗ୍ରହଣ କରନ୍ତି ,କି କେହି କାହାରି ମନରେ ଦୁଃଖ କଷ୍ଟ ହେଲା ପରି କାମ କରିବେ ନାହିଁ । ଯଦି କାହା ତରଫରୁ ଅଜାଣତରେ ହେଉ ବା ଜାଣତରେ ହେଉ କିଛି ଭୂଲ୍ ହେଲା ତେବେ ସେମାନେ ଦୁଇଜଣ ମିଳିମିଶି ମୀମାଂସା କରି ଦେବେ ।

   

     ଯେତେବେଳେ ନବ ଦମ୍ପତି ପବିତ୍ର ବେଦୀ ଉପରେ ବସି ଥାନ୍ତି ,ଅନ୍ତରରୁ ତାଙ୍କର ଦୁଇ ଜଣଙ୍କ ପ୍ରତି ଦୁଇ ଜଣଙ୍କର ଅନୁରାଗ ସୃଷ୍ଟି ହେଉଥାଏ । ମନେ ମନେ ଶପଥ ନିଅନ୍ତି 'କି କେବେ ଦୁଇ ଜଣ ଦୁଇ ଜଣଙ୍କଠୁ ଅଲଗା ହେବେନି ।ବିବାହ ବେଦୀ ରେ କର୍ମ ସାଙ୍ଗରେ ଝିଅଟି ବୋହୂ ଏବଂ ସ୍ତ୍ରୀ ର ମର୍ଯାଦା ପାଇଥାଏ , ଝିଅ ର  ବାପା କନ୍ୟାଦାନ କରନ୍ତି, ଶଙ୍ଖରେ ପାଣି ଟେକନ୍ତି ,ସେହି ସମୟରେ କନ୍ୟାରତ୍ନ ଟି ଅନ୍ୟ ଗୋତ୍ରୀ ହେଇଯାଏ ,ବାପାଙ୍କ ହୃଦୟ ଫାଟି ଯିବାର କଷ୍ଟ ,ଆଖିରୁ ଧାର ଧାର ଲୁହ ବୋହି ଆସେ, ଝିଅ ଘରେ ଥିବା ତକ ବାପା କଂ ଆୟୁଷ ବଢି ବଢି ଚାଲେ, ବାପା ଙ୍କର ଧନର ଅଭାବ ହୁଏନି , ଝିଅ ଲକ୍ଷ୍ମୀ ଶାଶୁ ଘରକୁ ଚାଲିଗଲେ,ଶାଶୁ ଘରର ଧନ ବଢେ ,ସ୍ବାମୀ ଙ୍କ ଆୟୁଷ ବଢେ।

   

     ବେଦୀ ଉପରେ ସବୁ ଠାରୁ ବଡକଥା ହେଲା ବର ଝିଅ ମଥାରେ ସିନ୍ଦୁର ପିନ୍ଧାଇ ସ୍ତ୍ରୀ ର ମର୍ଯାଦା ଦିଅନ୍ତି,ସେଇ ସିନ୍ଦୁର ଗାର ସ୍ବାମୀ ସ୍ତ୍ରୀ ଙ୍କର ଗୋଟିଏ ଜୀବନ ରେଖା, ସ୍ତ୍ରୀ ଯେ ପର୍ଯ୍ୟନ୍ତ ପବିତ୍ର ଅଛି ସେ ପର୍ଯ୍ୟନ୍ତ ସ୍ବାମୀ ଙ୍କର କୌଣସି ବଡ ଅସୁବିଧା ଆସେନି ବୋଲି ପୌରଣିକ ମତ ।

      

    ସ୍ତ୍ରୀ ବାସଗୃହର ଲକ୍ଷ୍ମୀ ସ୍ବରୂପା ଅଟନ୍ତି, ସକାଳ ନିତ୍ୟ କର୍ମ ସାରି ସ୍ନାନ ସାରି ମନରେ ସ୍ବାମୀ ଙ୍କର ମଙ୍ଗଳ କାମନା କରି ମଥାରେ ସିନ୍ଦୁର ଲଗାଇଲେ ସ୍ବାମୀ ଙ୍କର ଆୟୁ ବଢେ , ସିନ୍ଦୁର ଲଗାଇ ବାର ଗୋଟିଏ ଛୋଟ ମନ୍ତ୍ର ଅଛି ଯଥା:


''ଓଁ ଲଂ ଲଂ ମହାଲକ୍ଷ୍ମୀ ସିନ୍ଦୁରଂ ନମଃ "


    ଏହି ମନ୍ତ୍ର ସ୍ମରଣ କରି ସିନ୍ଦୁର ଲଗାଇଲେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି ।ସଦା ସର୍ବଦା ଖୁସିରେ ରଖନ୍ତି ।ଧନର ଅଭାବ ହୁଏନି ।

  

     ଗୋଟିଏ ସୁଲକ୍ଷଣୀ ସ୍ତ୍ରୀ ତାର ସ୍ବାମୀ ଙ୍କୁ ଜୀବନ ଭରି ଭଲପାଏ । ସବୁ ବେଳେ ସ୍ବାମୀ ଙ୍କ ମନ ଯାଣି ସେବା କରେ , ସୁମଧୁର ବାଣୀ କୁହେ, ପୌରାଣିକ ନୀତି ନିୟମ ରେ ଗୋଟିଏ ସ୍ତ୍ରୀ ତାର ସ୍ବାମୀ ଙ୍କୁ -


"ରତେ ବେଶ୍ୟା ,କ୍ରୋଧେ ଦାସୀ, ଭୋଜନେ ଜନନୀ ସମା ।

ବିପଦେ ମନ୍ତ୍ରୀଣା ବୁଦ୍ଧି ସା ପତ୍ନୀ ପ୍ରାଣବଲ୍ଲଭା ।


    ଗୋଟିଏ ସ୍ତ୍ରୀ ହିଁ ସ୍ବାମୀର ଦୁର୍ଭାଗ୍ୟ କୁ ସୌଭାଗ୍ଯ ରେ ପରିଣତ କରିବାର ଶକ୍ତି ପାଇଛି ।ସକାଳେ ସନ୍ଧ୍ୟାରେ ଭଗବାନଙ୍କ ପାଖରେ ପୂଜା ପାଠ କରି ଘରର ମଙ୍ଗଳ କାମନା କରି ଦୀପ ଧୂପ ଦେଇ ଭକ୍ତି ରେ ଭଗବାନଙ୍କୁ ଡାକେ।ତା ସଂସାର କୁ ଭଗବାନଙ୍କ ହାତରେ ସମର୍ପଣ କରେ ।ହେ ଭଗବାନ ମୋ ସଂସାର ଆପଣଙ୍କ ହାତରେ।ଆପଣ ସୁରକ୍ଷିତ ରୁହନ୍ତୁ ଏବଂ ମୋ ସଂସାର ସାଙ୍ଗ ରେ ସାରା ଦେଶକୁ ସୁରକ୍ଷିତ ରଖନ୍ତୁ ।

   

     ସ୍ବାମୀ ବି ସ୍ତ୍ରୀ କୁ ଅର୍ଦ୍ଧାଙ୍ଗୀନୀ ବା ଅଧା ଅଙ୍ଗ ଭାବି ସମ୍ମାନ ଦେବା ଦର୍କାର ।ଭଲ ପାଇବା ଦବା ଦର୍କାର, ସ୍ତ୍ରୀ ର ଗୌରବ ତାର ସ୍ବାମୀ, ସ୍ତ୍ରୀ ର କାମରେ କିଛି ସାହାଯ୍ୟ କରିବା ମାନେ ନୁହେଁ ଯେ ସ୍ତ୍ରୀ ର ଗୋଲାମି କରିବା । ଆଜି କାଲି ସ୍ବାମୀ ସ୍ତ୍ରୀ ଦୁଇ ଜଣ ଯାକ ସର୍ଭିସ୍ କରୁଛନ୍ତି ।ତେଣୁ ଯାହା ଘରକାମ ସବୁ ଏକା ମନରେ ଦୁଇ ଜଣ ଯାକ ମିଳିମିଶି କରି ନେଲେ ପାରିବାରିକ ସମ୍ପର୍କ ମଜଭୁତ ହୁଏ । ଦୁଇ ଜଣଙ୍କର ସ୍ନେହ ମମତା ଅତୁଟ ରୁହେ ।

   


Rate this content
Log in

Similar oriya story from Romance