Jayashree Maharana

Fantasy Inspirational Others

4.4  

Jayashree Maharana

Fantasy Inspirational Others

ଷ୍ଟୋରିମିରର ରେ ମୋ ଅନୁଭୂତି

ଷ୍ଟୋରିମିରର ରେ ମୋ ଅନୁଭୂତି

2 mins
273


ଷ୍ଟୋରିମିରର ପରିବାରର ସଦସ୍ୟ ରୂପରେ ସାଉଁଟିଥିବା ଅନୁଭୂତିକୁ ସମସ୍ତଙ୍କ ନିକଟରେ ପ୍ରକାଶ କରିବା ପାଇଁ ଏକ ଛୋଟ ପ୍ରୟାସ ।


  ମୁଁ ନୂଆ ନୂଆ ଲେଖା ଆରମ୍ଭ କରିଥାଏ ।ଭାରି ଖୁସି ଥାଏ ମୁଁ ।ମୁଖପୁସ୍ତିକାରେ କିଛି ପ୍ରଂଶସା ସାଉଁଟି ପ୍ରେରଣବ ପାଉଥାଏ ଲେଖିବା ପାଇଁ ।ସେତେବେଳେ ଷ୍ଟୋରିମିରର ବିଷୟରେ ମୁଁ ସମ୍ପୂର୍ଣ୍ଣ ଅଜ୍ଞ ଥିଲି।

ମୁଖପୁସ୍ତିକାରେ ପଲ୍ଲବୀନି ମ୍ୟାଡାମଙ୍କ ବନ୍ଧୁତା ସ୍ଵୀକାର ପରେ ସେ ହିଁ ମୋତେ ଷ୍ଟୋରିମିରରର ସଦସ୍ୟ ହୋଇ ସେଥିରେ ନିଜ ସୃଜନୀକୁ ପ୍ରକାଶ କରିବା ପାଇଁ ଉତ୍ସାହିତ କରିଥିଲେ ।କିନ୍ତୁ ସେଥିରେ କିପରି ସାଇନ ଇନ କରାଯାଏ ଇମେଲ ଆଇଡି ଦିଆଯାଇ ମୋତେ ଜଣାନଥାଏ ।ସେ ମୋତେ ସାହାଯ୍ୟ କଲେ ।ଫଳରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣର ସୁଯୋଗ ପାଇଲି ।ବହୁ କବି କବୟିତ୍ରୀଙ୍କ ସୃଜନୀ ପଢ଼ିବାର ସୁଯୋଗ ପାଇଛି ।


  ସବୁଠାରୁ ଅଧିକ ଖୁସି ହୋଇଥିଲି ଯେଉଁଦିନ ନନଷ୍ଟପ୍ ପ୍ରତିଯୋଗିତାରେ ୨୦୧୯ ରେ ବହିଟିଏ ପୁରସ୍କାର ପାଇଥିଲି ।ବହୁତ ଆନନ୍ଦିତ ହୋଇଥିଲି ।ସେଇ ଦିନଠାରୁ ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି ।ଜିତିବା ହାରିବା ମୋ ପାଇଁ କୌଣସି ମୂଲ୍ୟ ରଖେ ନାହିଁ ।ତଥାପି ' ମୋ ଭାରତ " ପ୍ରତିଯୋଗିତା," ପ୍ରେମ ପାଇଁ ସ୍ୱତନ୍ତ୍ର ପ୍ରତିଯୋଗିତା," ଅଧୁରା କାହାଣୀ" ପ୍ରତିଯୋଗିତା,"ୱମେନ୍ସ ରାଇଟି ନାଓ " ପ୍ରତିଯୋଗିତା,ବାଉନ ସପ୍ତାହ ପ୍ରତିଯୋଗିତା ଇତ୍ୟାଦିରେ ଅଂଶଗ୍ରହଣ ପୂର୍ବକ ଅନେକ ଅଭିଜ୍ଞତା ହାସଲ କରିଅଛି ।



 ଅଧୁରା କାହାଣୀ ପ୍ରତିଯୋଗିତା ପ୍ରଥମ ବିଜେତା ରୂପେ ଘୋଷିତ ହେବା ପରେ ଖୁବ ଖୁସି ଅନୁଭବ କରିଥିଲି ।ୱମେନ୍ସ ରାଇଟି ନାଓ ପ୍ରତିଯୋଗିତାର Quote ରେ ବିଜେତା ହୋଇ ଖୁବ ଖୁସି ।ଅନେକ ଥର ଅଥର ଅଫ ଦି ଉଇକ ରେ ପ୍ରତିଯୋଗୀ ରୂପେ ଅନେକ ଥର ନୋମିନେଟ ହୋଇଛି ଅବଶ୍ୟ ଭୋଟିଂ ବ୍ୟବସ୍ଥା ଅନୁସାରେ ବିଜେତା ଘୋଷଣା କରାଯାଉଥିବାରୁ ଏଥିରେ ବିଜେତା ହେବାର ସୌଭାଗ୍ୟ ପାଇପାରିନାହିଁ ।୨୦୧୯ ମସିହାରେ ଅଥର ଅଫ ଦି ଇୟର ର ପ୍ରତିଯୋଗୀ ଘୋଷିତ ହୋଇ ଉତ୍ସାହିତ ହୋଇଅଛି ।


 ପରିବାରର ସଦସ୍ୟ ରୂପେ କିଛି ଟା ଅଭିମାନ ,କିଛି ନୀତିନିୟମ ପରିବର୍ତ୍ତନର ଆବଶ୍ୟକତା ଅନୁଭବ କରିଛି ।ପାଠକଙ୍କ ପସନ୍ଦ ଉପରେ ପ୍ରତିଯୋଗିତାରେ ବିଜେତା ଘୋଷଣା ନ କରି ଲେଖାର ମାନ ନିର୍ଦ୍ଧାରଣ ରୂପକ ବିଜେତା ଘୋଷଣା କରାଗଲେ ଆମ ପରିବାରର ସଦସ୍ୟଙ୍କର ବିଶ୍ୱାସ ଦୁଇଗୁଣ ହେବ ବୋଲି ମୋର ଆଶା ।ନିର୍ଦ୍ଧାରିତ ସମୟରେ ଫଳାଫଳ ଘୋଷଣା ଏବଂ ପୁରସ୍କାର ପ୍ରଦାନ କରାଗଲେ ବିଶେଷ ଖୁସି ହେବି ।ଏଥିପାଇଁ ପଲ୍ଲବୀନି ମ୍ୟାଡାମ୍ ଙ୍କ ସହ ଆଲୋଚନା କରିଅଛି ।ସେ ନିର୍ଭର ପ୍ରତିଶୃତି ମଧ୍ୟ ଦେଇଛନ୍ତି ।ତେଣୁ ଷ୍ଟୋରିମିରର ପ୍ରତି ବିଶ୍ୱାସ ବଢିଛି ।


 ବିଭିନ୍ନ ମାସରେ ଭିନ୍ନ ଭିନ୍ନ ପ୍ରତିଯୋଗିତା ଷ୍ଟୋରି ମିରର ର ସବୁଠାରୁ ବଡ଼ ଦକ୍ଷତା ।ଏତେବଡ଼ ପରିବାର ସଂଖ୍ୟାଧିକ ସଦସ୍ୟଙ୍କ

ବିଶ୍ୱାସ ଜିତିବା ପାଇଁ ଏହାର ପରିଚାଳନା ମଣ୍ଡଳୀ ଯେଉଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ସେଥିପାଇଁ ସେମାନଙ୍କ ପ୍ରତି ସମ୍ମାନ ବୃଦ୍ଧି ପାଇଛି ।


 ସର୍ବୋପରି ମୋର ସାହିତ୍ୟ କ୍ଷେତ୍ରରେ ଯୋଗଦାନ କ୍ଷେତ୍ରରେ ଷ୍ଟୋରିମିରର ପ୍ରେରଣା ରହିଛି ।ସେଥିପାଇଁ ହୃଦୟରୁ ଷ୍ଟୋରିମିରର ପରିବାରରକୁ ହୃଦୟରୁ କୃତଜ୍ଞତା ଜଣାଉଛି ।


Rate this content
Log in

Similar oriya story from Fantasy