Satyabati Swain

Romance Tragedy Others

3  

Satyabati Swain

Romance Tragedy Others

ସର୍ତ୍ତ

ସର୍ତ୍ତ

5 mins
43



ଅସହିଷ୍ଣୁ ଅଜଗର ଗିଳି ପକାଉଥିଲା ଗୋଟା ସୁଦ୍ଧା ମୋତେ।


ବିଧାନ ପ୍ରକୃତି ପ୍ରେମରେ ଡୁବ ମାରିଲା ବେଳେ କୂଳରେ ଠିଆ ହୋଇ ମୁଁ ଜଳୁଥିଲି ଗୋଟା ସୁଦ୍ଧା।


ସେମାନଙ୍କ ହସ ବ୍ରହ୍ମାସ୍ତ୍ର ପରି ବିଦ୍ଧ ହେଉଥିଲା ମୋ ହୃଦୟକୁ।


ମନ ବିଷେଇ ଉଠୁଥିଲା।


ପ୍ରକୃତି କୋଳରେ ବିଧାନ ମଜଗୁଲ ହୋଇ ସତେଜ ଦେଖା ଯାଉଥିଲେ।


ପ୍ରକୃତି ପ୍ରକୃତି ବାସୁଥିବା ବିଧାନ ନିଶା ଶକ୍ତ ଦେହରୁ ପୋଷାକ ଓହ୍ଲେଇଲା ବେଳେ ମୋ ଆଖିରୁ ଏତେ ରକ୍ତ ଝରୁଥିଲା କାହିଁକି?


ଶାଶୁ ଶଶୁର କୁହନ୍ତି ବୋହୁ ତାଙ୍କର ଅଙ୍କୁଶ ଲଗାଉ ନାହିଁ ବିଧାନ ଉପରେ।ଅନମ୍ୟାରଡ୍ ଯାହା ମ୍ୟାରେଡ଼ ପରେ ବି ସେଇଆ !


ସେମାନେ ତ ଭାବିଥିଲେ ସୁନ୍ଦର ଗୁଣର ବୋହୁଟିଏ ଆଣିଲେ ବାଟ ହୁଡା ପୁଅଟି ତାଙ୍କର ବାଟ କୁ ଆସିବ।ସେମାନେ କଣ ଜାଣିଥିଲେ ତାଙ୍କ ଅଜ୍ଞାତରେ ବିଧାନ ମୋତେ ହିଁ ବୋହୁରୂପେ ବାଛିବାର ସମସ୍ତ ଯୋଜନା କରିଥିଲେ।


ମନେ ପଡ଼ିଲା ସେଇ ଅଭିଶପ୍ତ ଦିନଟି କଥା। ଡାକ୍ତରଖାନା ବାରଣ୍ଡାରେ ଖୁଣ୍ଟକୁ ଆଉଜି ମୁଁ କେବଳ କାନ୍ଦୁଥିଲି।


ବିଧାନ ଓ ନିୟତି ବାପାଙ୍କୁ ଦେଖିବାକୁ ଆସିଲେ। ନିୟତି ମୋ ବନ୍ଧୁ। ନିୟତି ମୋ ପାଇଁ ଅଲଗା ଭାବଟିଏ ସାଇତି ରଖିଥିଲେ। ସେ ମୋ ପରି ଗରିବ ଘରର ପିଲା କିନ୍ତୁ ମେଧାବୀ।ବିଧାନ , ନିୟତିର ବନ୍ଧୁ,ଅତି ବଡ଼ ଘରର ବିଗିଡା ହୁଆ ଔଲାଦ।ମଜା ମସ୍ତି ,ଗାର୍ଲ ଫ୍ରେଣ୍ଡ ଓ ମଦ ଭିତରେ ବୁଡିବା ଯୁବକଟିଏ।


ବାପାଙ୍କ ଅନ୍ତନଳୀ ଇନ୍ଫେକ୍ସନ।ତୁରନ୍ତ ଅପରେସନ୍ ଦରକାର। ନଚେତ କ୍ୟାନ୍ସର ହୋଇ ପାରେ।ଲାଗିବ ସାତ ଲକ୍ଷ ପାଖପାଖି ଟଙ୍କା।ସାତ ହଜାର ଯୋଗାଡ଼ କରିବା ପାଇଁ ମାସେ ଲାଗିଗଲା ମୋତେ । ସାତ ଲକ୍ଷ ମୋ ପାଇଁ ଖରାବେଳ ସ୍ୱପ୍ନ ପରି!ଅତି ଅସମ୍ଭବ ମନେ ହେଉଥିଲା।


ବିଧାନ ଠିକ୍ ସେତିକି ବେଳେ ଅଜବ 'ସର୍ତ୍ତ ' ଟିଏ ରଖିଲେ। ବିଧି ମାନେ ମୁଁ ଯଦି ବିଧାନ କୁ ମ୍ୟାରେଜ କରେ ତେବେ ତା ଅକାଉଣ୍ଟ ର ସମସ୍ତ ପୁଞ୍ଜି ସେ ଦେଇ ପାରେ।


ହେଲେ ବିଧାନର ଲାଭ!


ପାପା, ମାମା ମୋତେ କେଉଁ ଗୋଟେ ଝିଅ ହାତେ ଛନ୍ଦି ମୋର ସମସ୍ତ ସ୍ୱାଧୀନତା ଲୋପ କରିଦେବାକୁ ଜୋର ସୋର ଲାଗିପଡିଛନ୍ତି। ଅଚିହ୍ନା ଝିଅକୁ ମ୍ୟାରେଜ କଲେ ମୋ ମନମାନି ରହିବନି।ଯଦି ଝିଅଟିଏ କିଣି ନିଏ, ତେବେ ସେ ଘରେ କେବଳ ମୋ ସ୍ତ୍ରୀ ରୋଲ୍ କରିବ, କିନ୍ତୁ ମୋ ଚଲା ପଥରେ ଅନ୍ତରାୟ ହେବନି, ସିମ୍ପୁଲ କହିଲେ ବିଧାନ।


ନିୟତି ମୁଣ୍ଡ ଚକର୍ ଖାଇଲା।ସ୍ତ୍ରୀ କିଣିବୁ ?


ଭଲ ଅଫର୍ ଟିଏ ଦେଲି।ତେଣିକି ତୁମ ଇଚ୍ଛା।


ଵିକଳ୍ପ ମୋ ପାଖେ କିଛି ନଥିଲା।ବାପାଙ୍କ ଜୀବନ ପାଇଁ ଜୀବନ ବିକି ଦେଲି।


ସର୍ତ୍ତ ରହିଲା କେବଳ ବିଧାନ ପରିଚୟ ଟି ମୋର ହେବ।କୌଣସି ଦିନ ସ୍ତ୍ରୀର ଅଧିକାର ଚାହିଁବି ନାହିଁ।ବିବାହିତ କିନ୍ତୁ କୁଆଁରୀ ଜୀବନ ଜୀଇଁବି ମୁଁ।


ମୋତେ କିଛି କଥା ଚିନ୍ତା କରିବାକୁ ସମୟ ନଥିଲା ଯେତେ ଡେରି ମତେ ବିପଦ।


ସର୍ତ୍ତ ରେ ରାଜି ହୋଇ ରାଜିନାମା ପତ୍ରରେ ଦସ୍ତଖତ କରିଦେଲି ସାତ ଲକ୍ଷ ଟଙ୍କା ବିନିମୟରେ।


ମୋ ବିବାହ ପାଞ୍ଚ ବର୍ଷ ହୋଇଗଲାଣି।ଏ ଯୁଗରେ ଏତେ ସରଳ ଅପୂର୍ବ ସୁନ୍ଦର ଝିଅ ଥାଇ ପାରନ୍ତି ଭାବି ଶାଶୁ ଶଶୁର ନିଜକୁ ଭାଗ୍ୟବାନ ମଣନ୍ତି।


ବିଧାନ ମୁକ୍ତ ବିହଙ୍ଗ। ଅବାଧ୍ୟ ଉଡା। ଭଳିକି ଭଳି ଗାର୍ଲ ଫ୍ରେଣ୍ଡ୍।କିନ୍ତୁ ପ୍ରକୃତିକୁ ସେ ଅନ୍ତର ଦେଇ ଭଲ ପାଆନ୍ତି।


ମୁଁ ବିଧି ,ବିଧାନଙ୍କ ଘର,ଦାୟିତ୍ୱ ଓ ବେଡ୍ ଶେୟାର କରେ କିନ୍ତୁ କରେ ନାହିଁ ଦେହ କି ମନ ଶେୟାର।ପ୍ରକୃତି ସହ ନିରୋଳା ମୁହୂର୍ତ୍ତ ଉପଭୋଗ ମୋରି ବେଡ୍ ରୁମ୍ ରେ କରୁଥିଲା ବେଳେ ମୁଁ ପକୁଡି ଛାଣେ ଅତିଥି ଚର୍ଚ୍ଚା ପାଇଁ।


ସର୍ତ୍ତ ଅନୁସାରେ ମୋତେ କିଛି ଫରକ ପଡୁ ନଥିଲା।କିନ୍ତୁ ପ୍ରକୃତିକୁ ବିଧାନ ସହ ଏବେ ଖୁସି ହେବାର ଦେଖିଲେ ଖୁବ୍ କଷ୍ଟ ଲାଗୁଛି।ଘର ଛାଡ଼ି ପଳେଇ ଯିବାକୁ ଇଚ୍ଛା ହେଉଛି।


ଭାରି ଲାଗିଲାଣି ଏ ଅଭିନୟର ବୋଝ।


ଏଣେ ଶାଶୁ ତର ବର ନାତି ନାତୁଣୀ ପାଇଁ।


ବିଧାନ କୁଟିଳ ହସ ହସି କୁହନ୍ତି ମାମା! ତୁମ ଯୁଗ ଆଉ ଅଛି ବାହା ହେଉ ହେଉ ପିଲା।ଯାଉ କିଛି ଦିନ।


ମୁଁ କିନ୍ତୁ ଭିତରେ ଭାଙ୍ଗି ପଡେ ମୋଡି ମାଡି ହୋଇ।


ଦିନେ ବିଧାନ ରସିକିଆ କରି କହିଲେ, ମାନିବାକୁ ପଡିବ ବିଧି ,ତୁମେ ସତରେ ଜଣେ ଅନନ୍ୟ ଝିଅ।କେବେ ତୁମ ମନ ହୁଏନି ମୋତେ ସ୍ୱାମୀ ରୂପେ ପାଇବାକୁ।


ଆହତ ନାଗୁଣି ଫଁ କରି ସେଦିନ ମୁଁ କହିଲି, ନା । ମନ ଭିତରକୁ କେବେ ତ ଆଣିନି ତୁମେ ମୋ ସ୍ୱାମୀ ବୋଲି।ତା ଛଡା ତୁମ ପରି ଜଣେ ଲମ୍ପଟ, ମଦ୍ୟପ ପୁରୁଷକୁ ମୁଁ କାହିଁକି ଚାହିଁବି।ମୋ ମନର ମଣିଷ ହେବାକୁ ତୁମେ ଅଯୋଗ୍ୟ।


ଝଡ଼ ବେଗରେ ସେଦିନ ବିଧାନ ଘରୁ ବାହାରି ଗଲେ।ବୋଧେ ସେ ଭାବୁଥିଲେ ସବୁ ଝିଅ ପ୍ରକୃତି କିବା କଲ୍ ଗାର୍ଲ।ତାଙ୍କ ପୁରୁଷତ୍ବ ପ୍ରତି ମୋର ଏପରି କଠୋର ମନୋଭାବ ସେ ହଜମ କରି ପାରିଲେନି।


ପୁରୁଷ ମାତ୍ରେଇ ସେଇଆ।ନିଜକୁ ନେଇ ଖୁବ୍ ଗୋଟେ ଅହମିକା। ପଇସା ଦେଇ ସବୁ କିଣି ପାରିବେ।


କିନ୍ତୁ ସେମାନେ ଭୁଲି ଯାଆନ୍ତି ନାରୀ ଟିଏ ଭାରି ସ୍ୱାଭିମାନି।ସବୁ ନାରୀ ପ୍ରକୃତି କି ! ହଁ ପ୍ରେମପୁର୍ଣ୍ଣ ଜୀବନ ତାର ଏକାନ୍ତ କାମନା।ତା ଅର୍ଥ ନୁହେଁ ସେ ପ୍ରେମ ପାଇଁ ସ୍ୱାଭିମାନ ବଳି ଦେବ।


ସେଦିନ ପୁରା ଟାଙ୍କି ଲୋଡ଼ କରି ଚାଲି ଆସିଲେ ଟଳି 

ଟଳି ବିଧାନ। ମୋତେ ପାଖକୁ ଡାକିଲେ।ଗାରେଡେଇ ଚାହିଁଲେ କିଛି କ୍ଷଣ। କହିଲେ ଏ ବିଧାନ ମହାନ୍ତି ସବୁ ନାରୀଙ୍କ ପ୍ରଥମ ଇପ୍ସିତ ପୁରୁଷ। ତୁମେ ମୋତେ ଅବଜ୍ଞା କରିବା ସାହସ କେମିତି କଲ ?


ଅବଜ୍ଞା ମୁଁ ସହି ପାରେନି। ଏଣୁ ନିଷ୍ପତ୍ତି ନେଇଛି ତୁମକୁ ମୁକ୍ତ କରିଦେବି ଡିଭୋର୍ସ ଦେବି ତୁମକୁ।


ମୁଁ ଭିତରେ ଝରି ପଡୁଥିଲେ ବି ଉପରେ ଅତି ଖୁସି ହୋଇ କହିଲି ୱାଓ ଚମତ୍କାର ହେବ।ମୁଁ ବି ଖୁବ୍ ଛଟପଟ ହେଉଛି ମିଛ ସମ୍ପର୍କ କୁ ନେଇ। ମୁଁ ଋଣୀ ରହିବି ତୁମେ ମୋତେ ଡିଭୋର୍ସ ଦେଲେ।ନିୟତି ମୋତେ ଅପେକ୍ଷା କରିଛନ୍ତି।


ହେ ..ଏତେ ଶକ୍ତ ଦେଖାଅନା। ନିୟତି ମାଇଁ ଫୁଟ୍।ସତ କୁହ କୌଣସି ଦିନ ମୋ ପ୍ରତି ତୁମ ଦୁର୍ବଳତା ସୃଷ୍ଟି ହୋଇନି?


ନା ହୋଇନି ,ମୋର ଦୃଢୋକ୍ତି।


ମିଛ... ସବୁ ମିଛ।ମୁଁ ଜାଣେ ତୁମେ ଭଲ ପାଅ।ଅନୁପସ୍ଥିତରେ ମୋର ପ୍ରତ୍ୟେକ ଜିନିଷକୁ ଛାତିରେ ଚାପିଧର। ମୋ ସାର୍ଟ ସହ କଥା ହୁଅ।ଫୋଟୋ ଧରି କାନ୍ଦ।ପ୍ରକୃତି ସହ ମୋତେ ଦେଖି ଅସହିଷ୍ଣୁ ହୋଇ ଉଠ।ତୁମେ ନିଜକୁ ପ୍ରକୃତି ପରି ସଜାଅ।


ଓ... ଆଉ କଣ କଣ କରେ ମୁଁ ? 


ମାମାର ନାତି ନାତୁଣୀ କଥା ଶୁଣି ମୋ ଔରସ ରୁ ସନ୍ତାନ ପ୍ରାପ୍ତି ଇଚ୍ଛା ତୁମକୁ ଅଦ୍ଭୁତ ଶିହରଣ ଦିଅନ୍ତି।


ଆଛା ଏତେ କଥା ମୋ ବିଷୟରେ ମୋ ନାମକୁ ମାତ୍ର ସ୍ୱାମୀ ଜାଣନ୍ତି।ତୁମେ ତ ସତ ସତିକା ସ୍ୱାମୀ ପରି ମୋତେ ଅନୁଧ୍ୟାନ କରୁଛ।କିନ୍ତୁ ଭୁଲି ଯାଉଛ ,ଆମ ସର୍ତ୍ତରେ ଏସବୁ କିଛି ବି ନଥିଲା।


କେବଳ ମିସେସ୍ ବିଧାନ ମହାନ୍ତି ହେବାର ସର୍ତ୍ତ ଥିଲା।


ଷ୍ଟପ୍ ଇଟ୍ , ପ୍ଲିଜ଼।


ମୁଁ ଯଦି ଏବେ ଏଇ ମୁହୂର୍ତ୍ତରେ ତୁମର ସବୁ ଗର୍ଵ,ଦମ୍ଭ ଭାଙ୍ଗିଦିଏ।ତୁମ ଅଭିମାନି ସଂଯମୀ ଦେହଟାକୁ ଜବରଦସ୍ତ ଭୋଗ କରିନିଏ।


ସର୍ତ୍ତ କିନ୍ତୁ ସେଇଆ ନଥିଲା ବିଧାନ ବାବୁ।ତା ସତ୍ୱେ ଯଦି ମୋତେ ବଳତ୍କାର କର ଏ ଦେହଟି ପାଇବ, ମନ ନୁହେଁ।ପାଞ୍ଚ ବର୍ଷ କାଳ ତପସ୍ୟା କରି କରି ମୁଁ ଖୁବ୍ ଦୃଢ଼ ହୋଇ ସାରିଲେଣି। ପାଞ୍ଚ ବର୍ଷ ହେଲାଣି ତୁମ ଘରର ଖାଦ୍ୟ ଏ ଦେହରେ ରକ୍ତ ହୋଇ ପ୍ରବାହିତ ହେଉଛି।ସମ୍ପର୍କ ଆମ ଭିତରେ କିଛି ନାହିଁ।କିନ୍ତୁ ଦୁନିଆଁ ଜାଣିଛି ଆମେ ସ୍ୱାମୀ ସ୍ତ୍ରୀ। ସ୍ୱାମୀ ତା ସ୍ତ୍ରୀକୁ ଭୋଗ କରିବ,ଏଥିରେ ବଳତ୍କାର କଣ ରହିଲା !କେବଳ ମୁଁ ହିଁ ତୁମକୁ ଅବିଶ୍ବାସ ଓ ଘୃଣା କରିବି।


ମୁଁ ମୋ ପ୍ୟାକିଙ୍ଗ କରୁଥିଲି ଡିଭୋର୍ସି ନେବାକୁ ନିର୍ଲିପ୍ତ ଭାବେ।ମୋର ଖୋଲା ପୃଥିବୀ ଦରକାର।ଅଣ ନିଃଶ୍ଵାସୀ ଲାଗିଲାଣି।ହୁଏତ ଆଉ କିଛି ଦିନ ଏପରି ରହିଲେ ମୋ ଭିତର ଦୁଃଖ ବମ୍ ହୋଇ ଫାଟି ଯିବ।


ଏଡ଼େ କଠୋର ପୁରୁଷଟିର କଣ ହୋଇଛି? କିବା ଏ ସୁନ୍ଦର ଦେହଟାକୁ ଭୋଗ କରିବା ପ୍ରବୃତ୍ତି ତାଙ୍କୁ ଏପରି କରି ଦେଉଛି!


ବିଧାନ ମୋ ପାଖକୁ ଉଠି ଆସିଲେ।ମୋତେ ଜାବୁଡି ଧରି କାନ୍ଦି ପକାଇଲେ।ମୋତେ କ୍ଷମା କରିଦିଅ ବିଧି।ତୁମ ପ୍ରତି ମୁଁ ଅନ୍ୟାୟ କରିଛି।ତୁମ ଦୁର୍ବଳତାର ସୁଯୋଗ ନେଇ ତୁମ ଜୀବନ ସହ ଖେଳୁଛି।ଭାବୁଥିଲି ହୁଏତ ତୁମେ କେବେ ମୋ ପ୍ରତି ଦୁର୍ବଳ ହେବ।ମୋ ସହ ମୋ ପ୍ରେମ ଚାହିଁବ।ଆଜି ବୁଝୁଛି, ତୁମେ ସବୁ ଝିଅଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା।ସୁନ୍ଦରୀ ଝିଅ ମାନେ ଗର୍ବୀ ହୋଇଥାନ୍ତି।କିନ୍ତୁ ତୁମେ କେମିତି ଅଲଗା!


ମୋ ଧୈର୍ଯ୍ୟ ବନ୍ଧ ଭାଙ୍ଗି ଯାଇଛି। ତୁମ ନୀରବତା, ସରଳ ମନ ଟିକୁ ମୁଁ ବୋଧେ ଭଲ ପାଇ ବସିଛି।ପ୍ରକୃତିକୁ ଆଣି ତୁମେ ଆଗେ ମୁଁ ଅସଂଜତ ବ୍ୟବହାର କରେ।କେବଳ ଏଇଥିପାଇଁ ଯେ ତୁମେ ଜଳିବ, ଈର୍ଷା ରେ ଫାଟିପଡିବ, ମୋତେ ବିରୋଧ କରିବ।ଯେଉଁ ପ୍ରକୃତି ମୋ ସହ ଏପରି ଖେଳୁଥିଲା ସେ ଏବେ ଅନ୍ୟକୁ ମ୍ୟାରେଜ କରୁଛି।


କିନ୍ତୁ ତୁମେ କେଉଁ ଥିରେ ଗଢା ବିଧି!


ବିଧାନ ମୋତେ ଜାବୁଡି ଧରି କାନ୍ଦୁଥିଲେ।


ମୋତେ ଆହୁରି ଘୃଣା ଲାଗିଲା ବିଧାନଙ୍କୁ।ପ୍ରକୃତି ଧୋକା ଦେଇ ଅନ୍ୟତ୍ର ବିବାହ କଲା ବୋଲି ଏତେ ପ୍ରେମ ଉଛୁଳୁଛି ଜାଣି।


ନିଜଠାରୁ ବିଧାନଙ୍କୁ ଜୋରେ ଠେଲି ପେଲି ଦେବାକୁ ମନ କହୁଥିଲା। ଏ ଉଛିଷ୍ଟ ମଣିଷ ଟାକୁ ମୁଁ ଭଲ ପାଇବି!

କାହିଁକି ?କିନ୍ତୁ ପାରିଲି ନାହିଁ।ବିଧାନଙ୍କ ସ୍ପର୍ଶ ମୋ ଭିତର ଅଭିମାନ ବରଫକୁ ତରଳାଇ ଦେଉଥିଲା।ଅଣାୟତ ହେଉଥିଲା ମନ।


ବିକଳ ହୋଇ ବିଧାନ କହୁଥିଲେ ମୋତେ କ୍ଷମା କରିଦିଅ,ପ୍ଲିଜ଼ ବିଧି ପ୍ଲିଜ଼।


ଆମ ସର୍ତ୍ତ !


ସର୍ତ୍ତ ରାଜିନାମାଟିକୁ ଆଣି ଚିରି ଟିକି ଟିକି କରି ଘର ସାରା ଉଡେଇ ଦେଲେ ବିଧାନ।


ଆଜିଠୁ ବିନା ସର୍ତ୍ତରେ ତୁମକୁ ମୁଁ ମୋ ସ୍ତ୍ରୀ ଭାବେ ହୃଦୟରୁ ଗ୍ରହଣ କରୁଛି।ମୁକ୍ତ କଣ୍ଠରେ ଘୋଷଣା କରୁଛି ବିଧି ବିଧାନର ସ୍ତ୍ରୀ,ସୁଖ ଦୁଃଖର ସାଥୀ।


ବିଧାନ ଗଛରେ ଲଟେଇ ଯାଉଥିଲା ବିଧି ଲତା।




Rate this content
Log in

Similar oriya story from Romance