ସପନର୍ ସୁରୁଜ୍ ଟେ ଆଏସି ଦିନେ ନା ଦ

ସପନର୍ ସୁରୁଜ୍ ଟେ ଆଏସି ଦିନେ ନା ଦ

4 mins
630


ଜନମ୍ କେନ୍ ନେ , କେବେ ଜନମ୍ ହେଲା ଆର୍ ତାର୍ ମା ବୁଆ କେନ୍ ସେ କିଛି ନାଇଁ ଜାନେ । ଏତକି ଜାନିଛେ ପଠାନ୍ ବୋବୋ ତାଖେ ଗାଁର୍ ମୁଡା ତରାନୁ ଆନିକରି ପୁସିଛେ । ପଠାନ୍ ବୋବା ଏକା ତାର୍ ମା ବୁଆ । ଛୁଆ ବେଲେ ଅମୁଲ୍ ପୋଗଡର୍ ଖୁଏଇ ଖୁଏଇକରି ବଡ କଲା ଆର୍ ନିଜର୍ ପୋ ବାଗିର୍ ସେବା ଜତନ୍ କଲା । ପଠାନ୍ ବୋବାର୍ ରିକ୍ସା ଗୁଟେ ଅଛେ ।ରିକ୍ସା ଟାନିକରି ବୁଢା ବଏସେ ଭି ଦୁଇ ପଏସା କମେଇ କରି ସିବୁ ଆର୍ ସେ ଚଲୁଥିଲେ ।

ଦିନେକର୍ କଥା ରିକ୍ସା ଚଲାଉଥିଲା ସମିଆନେ ପଠାନ୍ ବୋବାର୍ ମୁଡ୍ କିନ୍ଦ୍ରାଲା ଆର୍ ରାସ୍ତାନେ ହିଡି ପର୍ଲା ।ହେନ ସେ ମରିଗଲା । ସିବୁ କେ ହେତେ ବେଲେ ଖାଲି ୮ ବଛର୍ ହେଇଥାଏ ।ବିଚ୍ରାର୍ ଜୀବନ୍ ଗୁଲ୍ ଗୁଲା ହେଇଗଲା । କେନ୍ ବି ତାଖେ ନାଇଁ ପଚାର୍ଲେ । ଛୁଆ ପିଲା କାଏଁ କରି ପାର୍ବା । କେନ୍ ତାଖେ ଖାନା ଦେବା ,କାହାର୍ ପାସେ ସୁଏବା ଇ ଚିନ୍ତାନେ ସିବୁ କାନ୍ଦୁଥାଏ ପଠାନ୍ ବୋବାର୍ କୁରିଆ ପାସେ ବସିକରି । ରୋଡେ ଚାଲି ଯାଉଥିବାର୍ ଗୁଟେ ଲୋକ୍ ବି ବିଚ୍ରାର୍ ଗୁଲ୍ ଗୁଲା ,କନ୍ଧନା କେ ଦେଖିକରି ଆହା ଛନେକ୍ ବି ନାଇଁ କହୁଥାଇ କି ,କାଏଁ ହେଲା ବଲି ପଦେକ୍ ନାଇଁ କହୁଥାଇ ।

ପଠାନ୍ ବୋବା ମଲା ଉତାରୁ ତିନ୍ ପହର୍ ଖାନା ନାଇଁ ଖାଇ ଜେ ସିବୁର୍ ପେଟ୍ ଜଲି ଯାଉଥିଲା । ରାସ୍ତାନେ ଥିବାର୍ ଦୁକାନ୍ ମାନକେ ଟଁକା ଗୁଟେ, ଦୁଇଟା ମାଗ୍ଲେ କିହେ ନାଇଁ ଦେଉଥାଇ । ଖାଏବା ଲାଗି ଗୁଟେ ଟିଫିନ୍ ଦୁକାନ୍ ପାସକେ ଗଲା ଆର୍ ହାତ ଲମେଇ ଦେଖ୍ଲା । ଦୁକାନ୍ ବାଲା କେତେ ଗୁଏଲା ଦେଲା ସକାଲ୍ ସକାଲ୍ ନୁ ବୁଏନି ନାଇଁ ହେବାର୍ ତେଲ୍ ଆଉ କାଲ୍ ମୁହାଁ ଗୁଟେ ଆସ୍ଲାନା ହାତ୍ ଲମେଇ ବଲି । ଦୁକାନ୍ ବଲାର୍ କଥା ସୁନି ସିବୁ କାନ୍ଦୁଥାଏ ଲେକିନ୍ କାଏଁ କରବା ଭୋକର୍ ମାଡେ ସବୁ ସହେବାକେ ପଡବା । ଫେର୍ ହେନ୍ ଛନେକ୍ ଥେବ୍ଲାକେ ଦୁକାନ୍ ବାଲା ୩ ଟା ଆଲୁଚାପ୍ ଦେଲା ଆର୍ ସିବୁ ଭଁଟାନେ ବସିକରି ଖାଏଲା ।ସିବୁ ଛୋଟ୍ ପିଲା ହେଲେ ବି ଇମାନଦାର୍ ଗୁନ୍ ତାହାର୍ ପାସେ ଥିଲା । ଦୁକାନ୍ ଭିତରକେ ଗଲା ଆର୍ ଟିଫିନ୍ ପେଲେଟ୍ ମାନେ ଉଠାଇକରି ସଫା ସୁତର୍ ଛନେକ୍ କରି ଲାଗ୍ଲା ।ଦୁକାନ୍ ବାଲା ସିବୁର୍ କବାର୍ ବୁତାକେ ଦେଖିକରି ଦୁକାନ୍ ନେ କାମ୍ କରବୁକେ ବଲି ପଚାର୍ଲା । ସିବୁ କେ ଖାନା ମୁଠେକ୍ ଆର୍ ରହେବାର୍ ଠାନ୍ ଖଣେ ଦରକାର୍ ହେତିର୍ ଲାଗି ସବୁ କର୍ବାକେ ହଁ କହେଲା ଆର୍ ଟିଫିନ୍ ଦୁକାନ୍ ନେ କାମ୍ କଲା ।

ସିବୁର୍ ବଏସ୍ ବି କମ୍ ,ଗୋଡ୍ ହାତ୍ ନେ ଦମ୍ ନେଇଥାଇ । ଖାନା ପିନା କମ୍ ଜୁରି ଲାଗି ଦେହେନେ ରକତ୍ ବି କମ୍ ଥିଲା । ଦୁକାନ୍ ନେ ମାଲିକ୍ ସକାଲୁନ୍ ରାତିର୍ ୭ ବଜା ପତେ କବାର୍ କରୋଉଥିଲା । ସିବୁର୍ କାମ୍ ହେଲା ଲୋକ୍ ମାନେ ଆସ୍ଲେ ପାଏନ୍ ଗିଲାସ୍ ଦେବାର୍ ଟା ଆର୍ ଦୁକାନର୍ ଟେବୁଲ୍ ଚୈକି ସଫା ସୁତ୍ରା କରବାର୍ ।

ଦିନେକ୍ ସିବୁ ଟିଫିନ୍ ପ୍ଲେଟ୍ ବେଟବାର୍ ସମିଆନେ ହାତୁନ୍ ପିଲେଟ୍ ତଲେ ପରିଗଲା ଆର୍ ଚେପକା ହେଇଗଲା । ସାଙ୍ଗେ ସାଙ୍ଗ ଦୁକାନ୍ ମାଲିକ୍ ଆସ୍ଲା ଆର୍ ଦେଖ୍ଲା ପିଲେଟ୍ ଚେପକା ହେଇ ଯାଇଛେ । ସିବୁକେ ଗୁଟେ ଚଟକନ୍ ଦେଲା ଜେ ତାର୍ ଗାଲ୍ ଲାଲ୍ ହେଇ ଗଲା ଆର୍ କହେଲା "ରେ ଅଁଏଠା ଚାଁଟୁ ପିଲା ,ତୁଇ ବାର୍ ବୁଲାବାଗିର୍ ବୁଲୁଥିଲୁ ତଖେ କାମ୍ ନେ ଲଗାନି ,ଖାଏବା ମୁଠେକ୍ ଦେଉଛେ ଜେ ବୁକ୍ ବୁକି ମାରୁଛେ । ଜା ପଲା ଦୁକାନ୍ ନୁ ।ଏନ୍ତା କହି କରି କେତେ ଗାଏଲ୍ ଦେଲା ସିବୁ ମାଲିକର୍ ଗୋଡେ ହାତେ ପରିକରି ଜୁହାର୍ ବିହେର୍ କଲା ଆର୍ ହେନ ଫେର୍ କବାର୍ ବୁତା କଲା ।

ଫେର୍ ହେନ୍ତା ଆର୍ ଗୁଟେ ଦିନ୍ ରାଏତ୍ ବେଲେ ସିବୁ କେ ମାଲିକ୍ ଖୁବ୍ କାମ୍ କରାଲା ।ସେତିର୍ ଲାଗି ତାର୍ ଆଏଁଖ୍ ଲୁମି ହେଇ ଜାଉଥାଏ ,ଗୋଡ ହାତ୍ ବି ରସ୍ ରସେଇ ଦରଦ୍ ହେଉଥାଏ । ବେଲ୍ ବସାର୍ କଥା ଦୁକାନ୍ କେ ଗୁଟେ ଜୁଆନ୍ ପିଲା ଆର୍ ଟୁକେଲ୍ ଟିଫିନ ଖାଏବାକେ ଆସ୍ଲେ । ହେମାନ୍କେ ଟିଫିନ୍ ଦେବାର୍ ସମିଆନେ ସିବୁର୍ ହାତୁନ୍ ଟିଫିନ୍ ଫ୍ଲେଟର୍ ଚନା ଝୋଲ୍ ଝଲକି ହେଇଗଲା । ସେ ଜୁଆନ୍ ପିଲା ରିସ୍ମି ହେଇ କିନା ସିବୁର୍ କାନ୍ କେ ଦର୍ଲା ଆର୍ ଗାଲେ ଘିଛି କିନା ଗୁଟେ ଚାପର୍ ଦେଲା । ସେ ଟୁକେଲ୍ ବି ରିସ୍ମି ହେଇକରି ଇଂଲିସ୍ ନେ ଏଡିଏଟ୍ ନନସେନ୍ସ କହେଲା । ଦୁକାନ୍ ମାଲିକ୍ ଆବାଜ୍ ସୁନିକରି ପାସ୍କେ ଆସ୍ଲା ଆର୍ ଦେଖ୍ଲା । ଜୁଆନ୍ ପିଲା ଦୁକାନ୍ ବାଲାକେ କହେଲା ଇନ୍ତା ପିଲାକେ ରଖିଛ୍ ଆମର୍ କେନ୍ତା ଆବସ୍ଥା କରିଛେ ଦେଖ । ମାଲିକ୍ ଭି ରାଗ୍ ହେଇଗଲା ଆର୍ ସିବୁକେ ପିଟ୍ଲା ଆର୍ ସେ ଜୁଆନ୍ ପିଲା ଟୁକେଲର୍ ଗୋଡ୍ ଧରିକରି ଖେମା ମାବାକେ କହେଲା । ସିବୁ ଖେମା ମାଗ୍ଲା ଫେର୍ ବି ଦୁକାନ୍ ମାଲିକ୍ ତାର୍ ବେଡିଙ୍ଗ୍ ବିସ୍ତର୍ କେ ରୁଡେ ଫିକିଦେଲା ଆର୍ ଦୁକାନ୍ ନୁ ବାହାର୍ କରିଦେଲା ।

ସିବୁ କାନ୍ଦି କାନ୍ଦି ରାସ୍ତାନେ ଚାଲି ଚାଲି ବୁଲୁଥିଲା । ଫେର୍ ଦୁଇ୍ ପହର୍ ଉପାସ୍ ରହେଲା ,ଖାନା ନାଇଁ କି ପିଇନା ନାଇଁ ,ବରଗଛ୍ ତଲେ ସୁଇଥାଏ ଆର୍ ନଲ୍ କୁଆଁର୍ ପାଏନ୍ ଡୁକେ ଡୁକେ ପିଉଥାଏ । ଭାବ୍ଲା କାମ୍ ନାଇଁ କଲେ ଭୁକେ ମରିଜିମି ଫେର୍ କାମ୍ ଖୁଜବାକେ ଇ ଦୁକାନ୍ ସେ ଦୁକାନ୍ କେ ବୁଲ୍ଲା ।

ଖୁବ୍ ଦୁକାନ୍ ବୁଲ୍ଲା କେନ୍ ନେ ଭି କାମ୍ ନାଇଁ ମିଲି ଫେର୍ ଗୁଟେ ମୋବାଇଲ୍ ଦୁକାନ୍ କେ ଗଲା । ହେନ୍ ଗୁଟେ ଜୁଆନ୍ ପିଲା ଗୁଟେ ୨୨ ବଛର୍ ବସି ଥାଏ । ସିବୁ ସେ ପିଲାକେ ଜୁହାର କରି କାନ୍ଦିକାନ୍ଦି କହେଲା ମହାଜନ୍ କାମ୍ କର୍ମି, ଦୁକାନ୍ ନେ ଲଗାବକେ । ମୋବାଇଲ୍ ଦୁକାନ୍ ବାଲା ପିଲାର୍ ସବୁକଥା ପଚାର୍ଲା ଆର୍ କେନ୍ କାମ୍ କରି ପାରବୁ ବୋଲି ଭି ପଚାର୍ଲା । ସିବୁ ହଁ ସବୁ କାମ୍ ବନେ କରି ମନ୍ ଦେଇକରି କରମି ବେଲା । ମୋବାଇଲ୍ ଦୁକାନବାଲା ସିବୁ କେ ଦୁକାନ୍ ନେ ବସିଥା କହେଲା ଆର୍ ସେ ବଜାର୍ କେ ଗଲା । ହେନୁ ବେଗ୍ ଗୁଟେ ,ଖାତା ,କଲମ୍,ମିନ ବହି ,ପେଣ୍ଟସାର୍ଟ ଘିନି ଆନି ଦେଲା । ପାସେ ଥିବାର୍ ଆଶ୍ରମ ଇସ୍କୁଲ୍ ନେ ତାର୍ ନାଁ ଲେଖେଇ ଦେଲା , ସିବୁ ଭି ହେନ୍ ବନେ କରି ପାଠ୍ ପଠ୍ଲା ଆର୍ ଆଶ୍ରମ ହୋଷ୍ଟେଲ୍ ନେ ରହେଲା । ଛୁଟି ହେଲେ ମୋବାଇଲ୍ ଦୁକାନ୍ ବାଲା ପାସେ ଆସିକରି ରହୁଥାଏ ।

ଡିସମ୍ୱର ମେହେର

ଗଣ୍ତାବାହାଲି ନୂଆପଡା


Rate this content
Log in

Similar oriya story from Inspirational