Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Rajesh Kumar Barik

Romance

3  

Rajesh Kumar Barik

Romance

ସମୟ ର ସ୍ରୋତ ଭାଗ ୨

ସମୟ ର ସ୍ରୋତ ଭାଗ ୨

2 mins
12.3K


ଲକ୍ଡାଉନ ର ସମୟ ରାସ୍ତା ଘାଟ ଶୂନ ଶାନ୍ ଆଉ ୟାରି ଭିତରେ ଆକାଶ ର ବାଇକ୍ ପଛରେ ବସିଥାଏ ଲିପ୍ସା। ଏଇ ଲକ୍ଡାଉନ ରେ ଭୁବନେଶ୍ବର ରୁ କଟକ ଯିବାର ଅନୁଭୁତି ବେସ୍ ନିଆରା । ନା ଏଠି କେହି ଅଛି ରୋକିବାକୁ ନା କେହିଅଛି କହିବାକୁ ସତେଯେମିତି ପ୍ରକୃତିର ନୀରବତା ଭିତରେ ଆମେ ଦୁହେଁ ରାଜା ଆଉ ରାଣୀ । ବିସ୍ତୃତ ମହାନଦୀ ର ଶୁଖିଲା ବାଲିପଠା ଅଘାଦ ଜଳରାଶି ଆଉ ଆକାଶଙ୍କ ସହ ଲମ୍ବା ରାସ୍ତା ଅତିକ୍ରାନ୍ତ କରିବା କୋଣସି ଏକ ଚମତ୍କାର ରୁ କମ ନଥାଏ। କାହିଁକି ନା ଏସବୁ ଜୀବନ ରେ ପ୍ରଥମ ଥର ପାଇଁ ଘଟୁଥିଲା। ନହେଲେ ଭିଡ-ଭାଡ ଜୀବନ ଭିତରେ ନିଜ ପାଇଁ ସମୟ କାହିଁ । ରାସ୍ତା ର ଷ୍ଟ୍ରିଟ ଲାଇଟ୍ ଆଲୁଅ ସାଙ୍ଗକୁ ହାଲ୍କା ହାଲ୍କା ଶିତଳ ପବନ ସତେଯେମିତି ବୈଶାଖ ରେ ମଳୟ ର ସ୍ପର୍ଶ । ଏଇ ଶୀତଳ ପବନରେ ଦେହ ଶିତେଇ ଉଠୁଥାଏ ଠିକ୍ ଏତିକି ବେଳେ ଆକାଶ କୁ ଭିଡିକି ଧରିଲା ଲିପ୍ସା। ଆଉ ଆକାଶ ବି ଲିପ୍ସାର ହାତକୁ ଭିଡିକରି ବାଇକ୍ କୁ ଧିରେ ଧିରେ ଚଲାଉଥାଏ ନୀରବରେ। ରାସ୍ତାର ଗଡାଣି ଉଠାଣି ଭିତରେ ଲାଗୁଥିଲା ସ୍ବପ୍ନ ଗୁଡାକ ଧିରେ ଧିରେ ସତ ହେବାରେ ଲାଗିଛି ।      

ଆଗରେ ଟ୍ରାଫିକ୍ ପୋଲିସ୍ ର ଭ୍ୟାନ୍ ଦେଖି ଡରିଯାଇଥିଲେ ଦୁହେଁ।ଆକାଶ ମୁଣ୍ଡରେ ହ୍ୟାଲମେଣ୍ଟ ଆଉ ଲିପ୍ସା ମୁହଁ ରେ ଓଣଣୀ ଟାକୁ ଢାଙ୍କି ଦେଇ ଗାଡିଟାକୁ ଧିରେ କରି ଆଗକୁ ବଢାଉଥିଲେ , ଠିକ୍ ଏତିକି ବେଳେ ଟ୍ରାଫିକ୍ ଫୋଲିସ୍ ବାଟ ଉଗାଳିଲା। ଆଉ ତାପରେ ମେଞ୍ଚାଏ ପ୍ରଶ୍ନର ପାହାଡ । ବହୁ ରିକ୍ୟୁଏଷ୍ଟ କଲା ପରେ ଲିପ୍ସା ର ମ୍ୟାଡିକାଲ୍ ରିପୋର୍ଟ ଦେଖାଇ ଛାଡ ମିଳିଲା । ନହେଲେ ଆଜି ଆମେ ଭଲ ରେ ଫସିଥାନ୍ତୁ । ଏବେ ଖାଲି ଗୋଟିଏ କାମ ଲିପ୍ସା ପ୍ରଥମେ ତୁମକୁ ତୁମ ଘରେ ଛାଡ଼ିବି ତାପରେ ମୁଁ ମୋ ରୁମ୍ କୁ ଯିବି ଲିପ୍ସା-- କଟକ ରୁ ଭଦ୍ରକ ଏ ରାତିରେ କ'ଣ ଯିବା ଠିକ୍ ହେବ ? ଏମିତିରେ ବି ମୋ ଦେହଟା ଠିକ୍ ନାହିଁ। ଏବେ ଏବେ ଗୋଟିଏ ପ୍ରବ୍ଲେମ୍ ରୁ ସିନା ମୁକ୍ତି ମିଳିଲା, ଯଦି ଆଗକୁ ଆଉ କିଛି ( ଲିପ୍ସା ମୁହଁରେ ହାତ ରଖିଲା ଆକାଶ ) ଆକାଶ-- କେବେ ବି ସେମିତି କହିବ ନାହିଁ । ହେଲେ ....... ଠିକ୍ ଅଛି ତୁମରି କଥା ହେଲା ।ଭାବିଥିଲି ଦିନେ ତୁମକୁ ରୋଷଣି କରି ବେଦିରେ ବସି ତୁମ ଘରୁ ଆମ ଘରକୁ ଆଣିବି ବୋଲି ହେଲେ ଆଜି ମୁଁ ମୋ ବାଇକ୍ ପଛ ରେ ମୋ ଭଡାଘରକୁ ତୁମକୁ ନେଉଛି ।

ଲିପ୍ସା--( ହସିକରି) ଆରେ ଦେଖିବ ତୁମ ସ୍ବପ୍ନ ଦିନେ ସତ ହେବ ପ୍ରଥମେ ତୁମେ ତ ଆଗ ତୁମ ବାପା ମାଁଙ୍କୁ କୁହ .....ଡରୁଆ କେଉଁଠିକାର । ଆକାଶ ଟିକେ ହସିଦେଇ ଆଗକୁ ବଢିଲା। କ୍ଳାନ୍ତ ଭରା ରୋଗୀଣା ଦେହରେ ରୁମ୍ ଭିତରେ ପହଞ୍ଚିବା ପରେ ନିଜକୁ କଣ୍ଟ୍ରୋଲ କରିପାରିଲା ନାହିଁ ଲିପ୍ସା ଆଉ ତଳେ ପଡିଗଲା ।ବ୍ୟସ୍ତ ବିବ୍ରତ ହୋଇ ଆକାଶ ଉଠାଇ ନେଲା ଲିପ୍ସା କୁ ଦୁଇ ବାହୁରେ...............ଲିପ୍ସା କିଛି କହି ପାରୁନଥାଏ ଖାଲି ଚାହିଁରହିଥାଏ ଆକାଶକୁ ଢଳ ଢଳ ନିରିହ ଆଖିରେ । ଆକାଶ ନେଇ ସୁଆଇ ଦେଲା ବେଡ୍ ଉପରେ। ଲିପ୍ସା କିଛି କହିବାକୁ ଚାହୁଁଥିଲା କିନ୍ତୁ ଆକାଶ ମଥାରେ ଆଉଁସି ଦେଇ  ବ୍ଲାଙ୍କେଟ୍ ଟା ଘୋଡାଇ ଦେଇ ଭାବିବାକୁ ଲାଗିଲା .... ଏବେ ଲକ୍ଡାଉନ ର ସମୟ ପୁଣି କରୋନା ର ଭୟ ଆଉ ୟାରି ଭିତରେ ଲିପ୍ସା ର ଏ ଅବସ୍ତା ରିକ୍ସି ନେବାଟା ଠିକ୍ ହେବନି  । ଠିକ୍ ଏଇ ସମୟରେ ମନେପଡିଗଲା ଲିପ୍ସା ବ୍ୟାଗ୍ ରେ ଥିବା ମେଡିସିନ୍ ଆଉ ପ୍ରେସକ୍ରିପସନ୍ କଥା   ଦୈଉଡି ଯାଇ ମେଡିସିନ୍ କୁ ବ୍ୟାଗ୍ ରେ ଦେଖ ବହୁତ ଖୁସି ହେଲା । ଫୋନ୍‌ରେ ଡକ୍ଟର ଙ୍କ ପରାମର୍ଶ ନେବା, ଲିପ୍ସା କୁ ଖୁଆଇବା ମଥା କୁଣ୍ଢେଇ ଦେବା ଠିକ୍ ଟାଇମ ରେ ମେଡିସିନ୍ ଖୁଆଇବା ଭିତରେ ଅନେକ ଦିନ ବିତିଯାଇଥାଏ।       ଏବେ...... ଲିପ୍ସା ଠିକ୍ ଅଛି କିନ୍ତୁ ଆକାଶ ର ବାପା ପରି ଆକଟ କରିବା ମାଁଙ୍କ ଭଳି ସେବା କରିବା ଆଉ ଭଲ ସାଙ୍ଗ ପରି ମସ୍ତି କରିବା ଭଳି ପ୍ରେମୀ କାହାକୁ ବା ମିଳିବ । ଖୁସି ରେ ଆଖିରୁ ଲୁହ ବାହାରି ଆସିଲା ।       


Rate this content
Log in

More oriya story from Rajesh Kumar Barik

Similar oriya story from Romance