ସ୍ମୃତି
ସ୍ମୃତି


ତମ ସହ ପ୍ରଥମ ଦେଖା ର ସ୍ମୃତି ଆଜିବି ସାଇତା ହୋଇ ରହିଛି ମୋ ମନର ସେଇ ଅନ୍ଧାରୀ କୋଣରେ। ଆଉ ନହେଲେ ଏମିତି ସ୍ମୃତି କଣ କାହା ଆଗେ ବଖାଣି ହୁଏ?
କଲେଜ୍ ର ପ୍ରଥମ ଦିନ ତମ ସହ ଭେଟ ହେଇଥିଲା କ୍ଲାସରୁମ୍ ଏନ୍ଟ୍ରାନ୍ସ୍ ପାଖେ । ସିନିଅର୍ ବୋଲି ଏକରକମର ରାଗିଗ୍ଂ ଚାଲିଥିଲା ଫ୍ରେସ୍ରର୍ ମାନଂକୁ। କଣ ଗୋଟାଏ ଭାବି ମୋ ରାସ୍ତା ଛାଡିବାକୁ ନିର୍ଦେଷ ଦେଲ ନିଜ ସହଚର ମାନଂକୁ। ସେଇ ପ୍ରଥମ ତମ ଆଖି ରେ ମୋ ଆଖି ମିଶିଥିଲା, ମନ ମଧ୍ୟ ମିଶିଥିଲା ଧିରେ ଧିରେ। ପ୍ରେମ ର ଯୋଛ୍ଛନା ଭିଜି ଯାଇଥିଲା ମୋ ମନର ଅରୁଣିମା।
ଜୀବନର ସେଇ ବସନ୍ତ ବେଳାରେ, ନାରୀ ଜୀବନର ଚରମ ସମର୍ପଣ କରିଥିଲି ତମ ପାଖେ। ଅଗ୍ନିର ଜ୍ବାଳାରେ ଜୀବନ ଯାଉଥିଲେ ଭି କୀଟ ଟାଣିହୋଇଯା ଦଗ୍ଧ ହେବାକୁ, ଠିକ୍ ସେମିତି ମୁଁ ତୁମ ଆଡକୁ। ତମ ସ୍ପର୍ଷ ରେ ମୋ କୁମାରୀ ଜୀବନର ଅନ୍ତ ହେଲା। କିନ୍ତୁ ସେ ଜଳିବାରେ ଭି ତୃପ୍ତି ଥିଲା, ଆଉ ପୋଡା ଦାଗ ଭି ରହିଲା। ଦାଗ ଟା ଦେଖେଇବା ପୁର୍ବରୁ ତମେ ପଳେଇଥିଲ ଉଚ୍ଚ ଶିଖ୍ୟା ପାଇଁ ବହୁଦୂରକୁ। ଖବର ଟିଏ ଭି ପଠାଇପାରିଲିନି ତମ ପାଖକୁ, ସାହସ କି ସୁଯୋଗ ଭି ମିଳିଲାନୀ। ଏପଟେ ଦାଗ ଟି ଏକ ସୁଖ୍ମ ଖନ୍ଡ ପରି ବଢୁଥାଏ ମୋ ଗର୍ଭ ଭିତରେ। ବାପା, ମାଁ ଥିଲେ ଯାହା ଟିକେ ଆଶା କରିଥାନ୍ତି, କିନ୍ତ ସେତକ ଭି ହେଲାନି। ଭାଇ ଯଥା ଶିଘ୍ର ବାହା କରାଇଦେଲେ ଅନ୍ସୁମାନ୍ ସହ। ତମ ପାଖରେ ନିଶ୍ଚୟ ଖବର ପହନ୍ଚି ଥିଲା, ସେଥିପାଇଁ ମୋତେ ବ୍ୟଭିଚାରୀଣୀର ଉପାଧି ଭି ଦେଲ।
ଜୀବନର ଜନ୍ତ୍ରଣା ଅସହ୍ୟ, ଅନ୍ସୁମାନ୍ କୁ ଭି ଦୋଷ ଦେଇପାରିବିନି। ମୁଁ ଯେ ଆଉ କାହାର ଅଇଁଠା, ସେଥିପାଇଁ ଛାଡପତ୍ର ଦେଇଦେଲେ। ଆଉ ଫେରିନଥିଲି ବାପ ଘରକୁ, ନୂଆ ଜୀବନର ସନ୍ଧାନରେ ଆଗେଇ ଚାଲିଲି, ସଂଘର୍ଷ କରିଲି। ପୁର୍ନମୀ ସମୟରେ ଜନ୍ମ ଦେଲି ଆମ ସନ୍ତାନ କୁ। ଅପୁର୍ବ ଏ ମାତୃତ୍ବର ଅନୁଭବ ସତରେ। ତାର କୁନୀ ମୁହଁ କୁ ଦେଖି ସବୁ ଯନ୍ତ୍ରଣା ଭୁଲିଗଲି। କହିଲେ ବିଶ୍ବାସ କରିବନି, ଅବିକଳ ତମରି ମୁହଁ। ସେଇ ଏକା ମୋ ନୟନ ପୀତ୍ତୁଳା, ମୋ ଜୀବନ ଧନ। ସ୍କୁଲ୍ ରେ ପିଲା ମାନଂକ ପ୍ରଶ୍ନ ରେ ଆହତ ହେଇ ଦିନେ ଜିଦ୍ ଧରି ବସିଲା ବାପା ର ପରିଚୟ ପାଇଁ। ମୁଁ ଟିକେ ଭି ନ ଭାବି ତମ ନାଁ ଟା କହିଦେଲି। ମିଛ ନୁହଁ ସତ ହିଁ କହିଥିଲି।
ମୁଁ ଜାଣିଥିଲି ତମେ ଆଉ ମୋ ଜୀବନକୁ ଫେରି ଆସିବ ନାହିଁ, ତଥାପି ଇଷ୍ଟ ଦେବଂକ ପାଖେ ନିଇତି ନିବେଦନ କରୁଥିଲି ତମ ସହିତ ଥରେ ଭେଟ ହେବା ପାଇଁ। ଅନ୍ତତଃ ଥରେ ଆମ ପୁଅ କୁ ଦେଖାଇବା ପାଇଁ।
ସେଦିନ ଅଚାନକ ଦେଖା ହେଇଗଲା ତମ ସହ ପାର୍କ ରେ। ଗୁଲୁଗୁଲିଆ ପିଲାଟାକୁ ଦେଖି ଧାଇଁ ଆସିଥିଲ ତା ପାଖକୁ। ତମକୁ ଦୂରରୁ ଦେଖି ପାଦ ଦୁଇଟା ସତେ କି ଅଚଳ ହେଇଗଲା। ଆମ ପୁଅ ତମ କୋଳରେ ବସି କେତେ କଥା ହେଇଯାଉଥିଲା। ପଚାରିଦେଲ ପିଲାଟାକୁ ତାର ଜନ୍ମ ଦାତା କଂ ପରିଚୟ। ନିର୍ମଳ ଭାବରେ ସେ କହିଦେଲା ବାପା ନା "ଅମରେନ୍ଦ୍ର ମହାନ୍ତି" ଆଉ ମାଁ ନା "ଶିଖା ମହାନ୍ତି"। ଏତକ ଶୁଣି ଯଉ ସନ୍ଦେହ ତମ ମନରେ ଆସିଲା ତାକୁ ସତ୍ୟ ର ରୂପ ଦେଇଦେଲି ମୁଁ ତମ ସାମ୍ନା କୁ ଆସି। ମୋ ପୁଅ? କହୁ କହୁ ବାଷ୍ପରୁଧ୍ଧ ହେଇଯାଇଥିଲା ତମ କନ୍ଠ, ଆଉ ମୁଁ ସେ ପ୍ରଶ୍ନ ର ଉତ୍ତର ଅଜାଣତରେ ଦେଇଦେଇଥିଲି।
ଅନ୍ତତଃ ତମେ ଜାଣିଗଲ ଯେ ମୁଁ ବ୍ୟଭିଚାରିଣୀ ନୁହଁ। ହୁଏତ ଆଉ କିଛି କହିଥାନ୍ତ ତମେ ଅଥବା ମୁଁ, କିନ୍ତୁ ସୁଯୋଗ ଭି ମିଳିଲାନି। ପାଖରେ ପହନ୍ଚି ଗଲେ ତମ ସହଧର୍ମିଣୀ। ତାକୁ ଦେଖି ଜାଣିଲି ତମେ ସୁଖି ହେଇଛ। ମୁ ମୁହଁ ଫେରାଇ ଯିବାକୁ ଲାଗିଲି, ତମ ମୁହଁ ସେତା ପଡିଯାଇଥାଏ, ଆଖି ଛଳ ଛଳ ହେଇଆସୁଥାଏ। ମୁଁ ଫେରି ଚାଲିଲି, କାରଣ ଆମ ପୁଅକୁ ଧରି ମତେ ଅନେକ ବାଟ ଏକା ଚାଲିବାକୁ ପଡିବ। ବିଳମ୍ବ କରିଲେ ଲାଭ ନାହିଁ ବହୁତ ଆଗକୁ ରାସ୍ତା ପଡିଛି ମୋତେ ଯିବାର ଅଛି ପଥ ପଡିଛି ମୋତେ ଯିବାର ଅଛି