Shiva Reddy

Romance Fantasy Others

3.9  

Shiva Reddy

Romance Fantasy Others

ସ୍ମୃତି ତୁମେ ରୂପଶ୍ରୀ

ସ୍ମୃତି ତୁମେ ରୂପଶ୍ରୀ

6 mins
328


ମୁଁ ଦଶମ ଶ୍ରେଣୀ ପଢୁଥିବା ବେଳେ ମୋ ସ୍କୁଲ ରେ ରୁପଶ୍ରୀ ବୋଲି ଗୋଟେ ଝିଅ ଥିଲା। ସେ ବହୁତ୍ ସୁନ୍ଦର। ଯେତିକି ସେ ସୁନ୍ଦର ଥିଲା ସେତିକି ସେ ନିରୀହ। ନା କାହାକୁ ମିଛ କହୁଥିଲା ନା କାହା ସହିତ ଶତ୍ରୁତା। ଶାନ୍ତ ଶିଷ୍ଟ ଝିଅ ଟିଏ। ସବୁ ବେଳେ ତାର ସେହି ହସ ହସ ବଦନ। ସବୁ ବେଳେ ନିଜ କାମ ରେ ନିଜେ ବ୍ୟସ୍ତ ରହୁଥାଏ।

      ମୁଁ ସେହି ରୂପଶ୍ରୀ କୁ ମନେ ମନେ ଭଲ ପାଉଥିଲି। ମୁଁ ତାର ସମସ୍ତ ଛୋଟ ମୋଟ କାମ କରିଦିଏ। ଯେତେବେଳେ ସେ ଝିଅ ଟି ହସି ଦେଇ କହୁଥିଲା"Thankyou", ସେତେବେଳେ ମୋ ଆନନ୍ଦ ର ସୀମା ରହୁନଥାଏ।

     ମୋତେ ଲାଗେ କି ଭଗବାନ ସ୍ବର୍ଗ ର କେଉଁ ଏକ ପରୀ କୁ ମୋ ପାଇଁ ପଠେଇଛନ୍ତି। ଏହା ଭାବି ଭାବି ମୁଁ ମୋ ମାନସପଟ୍ଟ ଆଙ୍କି ଦିଏ ଭବିଷ୍ୟତ ଯୁଗ ର ଚିତ୍ର। ଆମେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହେବୁ, ସନ୍ତାନ ସନ୍ତତି ହେବେ,ନୂଆଁ ଘର ତୋଳି ଆମ ଟିକି ସଂସାରକୁ ଘେନି ଖୁସି ବାସି ରେ ଚଳିବୁ ଇତ୍ୟାଦି ଦିବା ସ୍ବପ୍ନ ଦେଖୁଥାଏ। ମୁଁ ପାଗଳ ହୋଇଯାଏ ତାର ହସ ରେ।

     ମଧୁପ ଦଳ ଯେମିତି ମହୁ ସଞ୍ଚୟ ପାଇଁ ବହୁ ଦୂର କୁ ଉଡ଼ି ଯାଆନ୍ତି, ସେହି ଭଳି ଭାବେ ମୁଁ ମୋ ମନ ର ଆକାଶ ରେ ଘୁରି ବୁଲେ ରୂପଶ୍ରୀ କୁ ପାଇବା ପାଇଁ। ଲାଗେ ଯେମିତି ରୁପଶ୍ରୀ ର ଜନ୍ମ ମୋ ପାଇଁ।

      ଏମିତି କେତେଦିନ ବିତିଗଲା। ଗୋଟେ ଦିନ ର କଥା।ରୂପଶ୍ରୀ ଆଉ ମୁଁ ଦୁହେଁ ମିଶି ଘରକୁ ଯାଉଥାଉ। ସେତେବେଳେ ହଠାତ୍ ଆକାଶ ରେ ମାଡ଼ି ଆସିଲା କଳା ବାଦଲ ଏବଂ ବିଜୁଳି ଶବ୍ଦ ସଙ୍ଗେ ସୃଷ୍ଟି ହେଲା ବର୍ଷା। ଆମେ ଦୁହେଁ ଆଶ୍ରୟ ନେଲୁ ଗୋଟେ ଗଛ ର। ସେହି ଗଛଟି ଖୁବ୍ ଛୋଟ ଥିଲା। ସେହି ବରଷା ର ବାରି ସିଞ୍ଚନ ହୋଇ ପଡ଼ୁଥିଲା ଆମ ଦୁହିଁଙ୍କ ଉପରେ। ଏଥିରୁ ଆମେ ବଞ୍ଚିବା ପାଇଁ ପରସ୍ପର ପାଖକୁ ଆସି ନିବିଡ଼ ହୋଇଗଲୁ।

        ରୂପଶ୍ରୀ କୁ ଏତେ ପଖରେ ପାଇଁ ମୁଁ ଆଉ ନିଜକୁ ନିୟନ୍ତ୍ରଣ କରିନପାରି, ମୁଁ ତାକୁ ମାଗିଲି ମୋ ଭଲ ପାଇବାର ପ୍ରସ୍ତାବ। ଆମେ ଦୁହେଁ ପରସ୍ପର କୁ ଚାହୁଁ ଥାଉ ଅପୋଲକ ନୟନ ରେ।

       ରୂପଶ୍ରୀ ମୁଁହ ରେ ସ୍ମିତହାସ୍ୟ ଏବଂ ତା ଆଖି ରେ ଦେଖିଲି ମୋ ପ୍ରତି ତାର ଭଲ ପାଇବା। କାରଣ ସେ ବି ମୋତେ ମନେ ମନେ ମନେ ଭଲ ପାଉଥିଲା। ସେ ମୋର ପ୍ରସ୍ତାବ କୁ ଗ୍ରହଣ କରିନେଲା। ଏହି ପରି ଭବେ ଆମ ପ୍ରେମ ଆରମ୍ଭ ହେଲା। ଆମେ ଦୁହେଁ ଫୋନ୍ ସାହାଯ୍ୟ ରେ ଯୋଗା ଯୋଗ କରୁଥିଲୁ।

   ଦିନେ ରୂପା ସେହି ଗଛ ତଳେ ମୋର ଅପେକ୍ଷା କରିଥିଲା। କିନ୍ତୁ ମୋର କିଛି କାମ ଥିବାରୁ ମୁଁ ବିଳମ୍ବ ରେ ଯାଇଥିଲି। ସେ ମୋତେ ଦେଖୁ ଦେଖୁ ଅଭିମାନ କରିକହିଲା- ତମେ ଏତେ ବିଳମ୍ବ ରେ କାହିଁକି ଆସିଲ? ମୁଁ ତୁମକୁ ଅପେକ୍ଷା କରି କରି ଥକି ଯାଇଥିଲି। ତାର ଏହି କଥା ଶୁଣି ମୁଁ କହିଲି- ଆରେ ପାଗଳି ମୁଁ ତୁମ ଠାରୁ ଦୂରକୁ ଯାଇନି,ମୁଁ ତମ ହୃଦୟ ରେ ଅଛି। ତାହାଲେ ମୁଁ ଡେରି ରେ କିପରି ଆସିଲି? ତୁମକୁ ଯଦି ବିଶ୍ୱାସ ନ ହେଉଛି ତାହାଲେ ତମ ହୃଦୟ କୁ ପଚାର। ମୋର ଏହି କଥା ରେ ରୂପା ସବୁ ରାଗ ଭୁଲି ଯାଇ ତା ମୁହଁ ଫୁଟି ଉଠିଲା ହସ। ଏବଂ ସେ ଦୌଡ଼ି ଆସି ମୋତେ ଆଲିଙ୍ଗନ କଲା।

     ଆମର ଏହି ଭଲ ପାଇବାକୁ ସମସ୍ତେ ଈର୍ଷା କଲେ। କିନ୍ତୁ ଆମେ ସେ ସବୁକୁ ପ୍ରତ୍ୟାଖାନ କରିଦେଲୁ। ଏହିପରି ଭାବରେ ଆମ ସଂପର୍କ ବିଷୟ ରେ ଆମ ଘରେ ଜାଣିଲେ, ତା ପରେ ରୂପା ର ବାପା ରୂପା କୁ ଆଉ ସ୍କୁଲ ପଠେଇଲେ ନାହିଁ। ତାର ବାପା ଯୋଗୁଁ ମୁଁ ତାହା ସହ ଫୋନ ରେ କଥା ହୋଇପାରୁନଥାଏ। ସେତେ ବେଳେ ମୋ ମନ ରେ ବିଷାଦ ଭାବ ସୃଷ୍ଟି ହେଲା ମନର ଏହି ଅବୁଝା ଦୁଃଖ କୁ ମନ ରେ ଚାପି ରଖି ସମୟ ବିତାଇଲି। ସତେ ଯେମିତି ମୋ ଆତ୍ମା ଥିଲା ତା ପାଖରେ ଏବଂ ଶରୀର ଟି ଖାଲି ପଡ଼ିରହି ଥିଲା। ବେଳେ ବେଳେ ମୁଁ ଚିନ୍ତା ରାଇଜରେ ବୁଡି ଯାଏ, ଭାବି ବସେ, ପ୍ରେମ ହେଉଛି ଏକ ପବିତ୍ର ବନ୍ଧନ ଏବଂ ଦୁଇ ମିଳନ ର ଧାର। କିନ୍ତୁ ଆଜିର ପ୍ରେମରେ ଛଳନା ଓ ପ୍ରତାରଣା କରିବା ଯୋଗୁଁ ସମାଜ ର କେତେକ ସ୍ଥଳରେ ପ୍ରେମ କୁ ପ୍ରଶୟ ଦିଆଯାଏ ନାହିଁ। ଏପରି ଭାବରେ କଲେଜ ଯିବାର ବେଳ ଆସିଲା। ଏତେ ଦିନ ପରେ ରୂପା କୁ ଦେଖି ମୋ ଆଖି ରୁ ବୋହି ଆସୁଥାଏ ଧାର ଧାର ଲୁହ, ସେତିକି ବେଳେ ସେ ଧାଇଁ ଆସି ମୋତେ ଜାବୁଡ଼ି ଧରିଲା ଓ କରୁଣ କଣ୍ଠ ରେ ତିନୋଟି ଶବ୍ଦ କହିଦେଲା- "I LOVE YOU", ସେତେବେଳେ ଲଗୁଥାଏ ସମସ୍ତ ସୁଖ ତୃପ୍ତି ମୋ ପାଦ ତଳେ ଢାଳି ହୋଇଯାଇଛି।

      ବାସ୍ତବ ରେ ମୁଁ ଆଜି ମୋ କଲମ ମୁନ ରେ ରୂପଶ୍ରୀ ର ସେହି ଭଲ ପାଇବାକୁ ମୋ ହୃଦୟ କାଗଜ ରେ ଆଙ୍କି ଦେଇ ଟାଙ୍ଗୀ ଦେଇଛି ସ୍ମୃତି ରୂପକ କାନ୍ଥ ରେ।

ମୋ ରୂପଶ୍ରୀ ପାଇଁ-

   "କଲମ ମୁନ ତ ଝୁରୁଛି ଆଜି ହୃଦୟ ରୂପକ କାଗଜ କୁ ସେହି କାଗଜ ରେ ଆଙ୍କିବାକୁ ଚାହେଁ ରୂପଶ୍ରୀ ର ଭଲ ପାଇବାକୁ। ଇଚ୍ଛା ହୁଏ ତାକୁ ମନ ର କାନ୍ଥ ରେ ଟାଙ୍ଗୀ ଦେବା ପାଇଁ, କାରଣ ପରାଏ ମନ ଖାଲି ଖୋଜେ ତାହାରି ପାଇଁ। "

    ରୂପଶ୍ରୀ ମୋର ପୁଣି ବସି କଥା ହେଉଥାଉ ସେହି ଛୋଟିଆ ଗଛ ତଳେ। ସେ ସେହି ଗଛ କୁ ଆଉଜି ବସି ଥାଏ ଏବଂ ମୁଁ ତା କୋଳ ରେ ମୁଣ୍ଡ ରଖି ଶୋଇଥାଏ। ସେ ମୋତେ କହିଲା "ମୁଁ ତୁମ ସହ ବର୍ଷେ ପର୍ଯ୍ୟନ୍ତ ଦେଖା ହୋଇ ନଥିଲି, ସେହି ବର୍ଷେ ମୋତେ ଦଶ ବର୍ଷ ଭଳି ଲାଗିଲା।" ମୁଁ କହିଲି- "ନାହିଁ ରୂପା, ବିଧି ର ବିଧାନ କି କରିବ ଆନ? ସବୁ ସେହି ବିଧାତା ଙ୍କ ଇଛା। ସେ ଚାହିଁଲେ ଆମକୁ ଅଲଗା କରିଦେବେ ଏବଂ ସେ ଚାହିଁଲେ ଆମ ସଂପର୍କ କୁ ନିବିଡ଼ କରିଦେବେ। 

         ତୁମର ମୋର ବର୍ଷେ ପର୍ଯ୍ୟନ୍ତ ଅଲଗା ରହିଲୁ ତାର ମାନେ ଏହା ନୁହେଁ ଯେ ଭଗବାନ ଆମକୁ କଷ୍ଟ ଦେଲେ, ସେ ଆମ ଭଲ ପାଇବାର ପରୀକ୍ଷା କରୁଥିଲେ। ଆମେ ଦୁହେଁ ଆଜି ସେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଗଲେ ।" ତା ପରେ ସେ ମୋତେ କହିଲା- "ହଁ ତୁମେ ସତ କହୁଛ।" ମୁଁ କହିଲି" ବରଷା ରାଣୀ କୁ ମେଘ ଯେତିକି ଭଲ ପାଏ ମୁ ତୁମକୁ ସେତିକି ଭଲ ପାଏ।"ରୂପା ମୋର ଏହି କଥା ରେ ହସି ଦେଇ କହିଲା-"ମୁଁ ବଡ଼ ଭାଗ୍ୟବତୀ ଯେ ତୁମ ପରି ଜୀବନ ସାଥୀ ଟିଏ ପାଇଛି।"ତାର ମୋର ଅନେକ ବାର୍ତ୍ତାଳପ କଲୁ। 

         ଏମିତି ରେ ସେତେବେଳେ ରାତି ୦୮:୦୦ ଟା ବାଜିଲା। ସମୟ ହୋଇଯିବାରୁ ଆମେ ଦୁହେଁ ପରସ୍ପର ଠୁ ବିଦାୟ ନେଲୁ। ମୁଁ ଘରେ ପହଞ୍ଚି ଗୋଡ଼ ହାତ ଧୋଇ ଖାଇବାକୁ ବସିଲି, ସେତେ ବେଳେ ମୋ ବାପା ପଚାରିଲେ- ଆରେ ତୁ କଣ ଏବେ ଡେରି ରେ ଘର କୁ ଫେରୁଛୁ, କଥା କଣ? ନାହିଁ ବାପା ଏମିତି ଆଉ- ଏପରି କହି ମୁଁ ଶୀଘ୍ର ଖାଇ ଉଠିପଡ଼ି ହାତ ଧୋଇ ଚାଲି ଗଲି ମୋର ରୁମ୍ କୁ। ମୋତେ ନିଦ୍ରା ମାଡ଼ିବସିବାକୁ ଆରମ୍ଭ କଲା। ହଜିଯାଇଥାଏ ସ୍ବପ୍ନ ଦୁନିଆ ରେ, ଆଉ ଦେଖୁ ଥାଏ ସେତେବେଳେ ସେ ମୋତେ କହିଲା- "ତୁମ ବିଚ୍ଛେଦ ମୋ ପାଇଁ ଅସହ୍ୟ। ତୁମ ବିନା ମୋ ଜୀବନ ଅଧୁରା। ରାଧା ଯେମିତି କୃଷ୍ଣ ବିନା ଅଧା, ସେପରି ମୁଁ ବି ତୁମ ବିନା ଅଧା।" ଏଣୁ ତୁମେ ବାହା ହୋଇଯାଅ, ନ ହେଲେ ମୁଁ ପ୍ରାଣ ତ୍ୟାଗ କରିବି।

        ମୁଁ ତା ମୁଣ୍ଡ ଟିକୁ ଆଉଁସି ଦେଇ ପ୍ରେମ ର ଭାଷା ରେ କହିଲି- ମୋ ରୂପଶ୍ରୀ, ଏପରି କଥା କୁହ ନାହିଁ। ଯଦି ତୁମର କିଛି ହୋଇ ଯାଏ ତାହାଲେ ମୁଁ ବଞ୍ଚିବି କିପରି? "ସଲୀଳ କୁ ତ୍ୟଜି ଯେମନ୍ତ ଭାବେ ମୀନ ପ୍ରାଣ ଅସମ୍ଭବ, ସେପରି ମୋର ବି ତୁମ ବିନା ସମକକ୍ଷ ପରିସ୍ଥିତି ହୋଇଯିବ।"କିଛି ସମୟ ମୁଁ ଚିନ୍ତା କରୁଥାଏ, ତତ୍ ପରେ କହିଲି ତୁମେ ଚିନ୍ତା କରନାହିଁ। ମୁଁ ଆମ ଘର ଲୋକ ଙ୍କୁ ଆମ ବାହାଘର ବିଷୟ ରେ ଜଣାଇବି

କାହାଣୀ ର ନାୟିକା ରୂପଶ୍ରୀ ପାଇଁ:- 

"ତୁମ ପ୍ରେମ ରେ ମୁଁ ହୋଇଛି ଅନ୍ଧ,

ତବ କଳ୍ପନା ରେ ମୁଁ ଲେଖେ ପ୍ରବନ୍ଧ,

ପ୍ରବନ୍ଧ ର ତୁମେ ଅଟ ଯେ, ନାୟିକା,

ମୋ ମନେ ତୋଳିଛ ତୁମେ ଅଟ୍ଟାଳିକା।। "

          ଧିରେ ଧିରେ ସମୟ ଅତିକ୍ରମ କଲା।

      ଗୋଟେ ଦିନ ର କଥା ସେହି ଦିନ ବି ସେହି ଗଛ ତଳେ ବସିଥିଲୁ। ସେତେବେଳେ ମୋ ଚେହେରା ଉଦାସୀନ ହୋଇପଡ଼ିଥିଲା।

ରୂପା ମୋତେ ପଚାରିଲା- "କଣ ହେଇଛି ତୁମର?"

  ମୁଁ କହିଲି - "ରୂପା, ମୁଁ ମୋ ଘର ଲୋକ ଙ୍କୁ ଆମ ବାହାଘର ବିଷୟ ରେ ବହୁତ ବୁଝାଇବାକୁ ଚେଷ୍ଟା କଲି କିନ୍ତୁ ସେମାନେ ରାଜି ହେଲେ ନାହିଁ।

     ସେମାନେ ମୋ ବାହା ଘର ଆଉ କେଉଁଠି ଠିକ୍ କରିଦେଇଛନ୍ତି "

     ଏକଥା ଶୁଣିବା ମାତ୍ରେ ରୂପା ଭାଙ୍ଗି ପଡିଲା। ସେ ଜୋର୍ ରେ କାନ୍ଦିବାକୁ ଲାଗିଲା। ଆଉ କହିଲା- ମୁଁ ତୁମକୁ ହୃଦୟ ରୁ ଭଲ ପାଏ। ମୁଁ ତୁମକୁ କେବେ ଭୁଲି ପାରିବି ନାହିଁ। ତୁମେ ଏମିତି କୁହ ନାହିଁ। ତୁମେ କହୁଥିଲ ପରା ଆମେ ଆମ ପ୍ରେମ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛେ ବୋଲି। ନା, ତୁମେ ମିଛ କହୁଥିଲ, ମୋ ସହ ଛଳନା କରୁଥିଲ ତୁମେ, ହଁ!     ହଁ ! ଛଳନା (କାନ୍ଦି କାନ୍ଦି କହିଥିଲା)।

     

 ସେ ପୁଣି କହିଲା-         (ଉଚ୍ଚ ଆବାଜ୍ ରେ) ଫଗୁଣ ର ସାତ ରଙ୍ଗ ରେ ଋତୁ ବଦଳି ଯାଏ ବୋଲି ଜାଣିଥିଲି। ହେଲେ ତମେ ବଦଳି ଯିବ ବୋଲି ମୋର ଆଶା ନଥିଲା।

     

       ତମେ ଯଦି ମୋତେ ସତରେ ଭଲ ପାଉଥିବ ତାହାଲେ ଚାଲ ଆମେ ମନ୍ଦିର ରେ ବାହା ହୋଇଯିବା। ତା ପରେ ତୁମ ଘର ଲୋକ ଆମକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।


     ତା ପରେ ମୁଁ ଧିର ସ୍ୱର ରେ କହିଲି- (ଆଖି ଛଳ ଛଳ ହୋଇ)ଦୟା କରି ମୋତେ କ୍ଷମା କରିଦେବ । ମୁଁ ତୁମ ସହ ଛଳନା କରିନି ରୂପଶ୍ରୀ ! ମୁଁ ତୁମ ସହ ଛଳନା କରିନି। ମୁଁ ତୁମକୁ କହିଥିଲି ପରା ମେଘ ବରଷା ରାଣୀ କୁ ଯେତିକି ଭଲ ପାଏ ମୁଁ ତୁମକୁ ସେତିକି ଭଲ ପାଏ। ଆଜି ବି ମଧ୍ୟ ମୁଁ ତୁମକୁ ସେତିକି ଭଲ ପାଉଛି।ହେଲେ କଣ କରିବି? ସମୟ ର ପଶାପାଲି ଆଜି ବଦଳିଗଲା ।ମୁଁ ଆଜି ନିରୁପାୟ ରୂପଶ୍ରୀ ! ମୁଁ ଆଜି ନିରୁପାୟ।


        ଯଦି ତୁମେ ଚାହିଁବ ତାହାଲେ ଆମେ ବନ୍ଧୁତା ସ୍ଥାପନ କରିପାରିବା।ଏହା ଶୁଣି ରୂପଶ୍ରୀ ପୁଣି ଜୋର୍ ରେ କାନ୍ଦିବାକୁ ଲାଗିଲା।ମୁଁ ତାକୁ ବୁଝାଇବାକୁ ଯାଇ କହିଲି- କାନ୍ଦନି ରୂପଶ୍ରୀ ! କାନ୍ଦନି।ଏହା ପରେ ରୂପଶ୍ରୀ ମୋତେ ଧକ୍କା ଦେଇ କାନ୍ଦି କାନ୍ଦି ଦୌଡ଼ି ଚାଲିଗଲା ଏବଂ ଲୁଚି ଗଲା ସୂର୍ଯ୍ୟ ଙ୍କ ଅସ୍ତ ରେ।ସେହି ଦିନ ଠାରୁ ମୋ ପ୍ରେମ ରେ ପୂର୍ଣ୍ଣ ଛେଦ ପଡ଼ିଗଲା।

 

   

    ଏମିତି ରେ ମୋର ବିବାହ ଦିନ ଆସିଗଲା। ମୋର ବିଶ୍ବାସ ଥିଲା ମୋ ବାହାଘର ରେ ମୋ ସାଙ୍ଗ ନିଶ୍ଚୟ ଆସିବ। କିନ୍ତୁ ସେମିତି ହେଲା ନାହିଁ। ରୂପଶ୍ରୀ ପଠେଇଥିବା ଉପହାର ଟି ମୋତେ ମିଳିଲା। ମୁଁ ସେହି ଉପହାର ଖୋଲିଲା ବେଳେ ମୋ ହାତ ଥରୁଥାଏ।

   

      ଦେଖିଲି, ସେହି ଉପହାର ବାକ୍ସ ରେ ରୂପଶ୍ରୀ ର ରକ୍ତ ଜର୍ଜରିତ ହୃଦୟ ଥିଲା। ତା ସଙ୍ଗେ ଗୋଟେ ଚିଠି ବି ଥିଲା। ସେଥିରେ ଲେଖା ଥିଲା ଆରେ! ପାଗଳ ତୁ ତୋ ହୃଦୟ କୁ ନେଇ ଯା, ନ ହେଲେ ତୁ ତୋ ପତ୍ନୀ କୁ କଣ ଦେବୁ?

  

ମୁଁ ଚେତା ଶୂନ୍ୟ ହୋଇ ପଡ଼ିଗଲି। ଏହା ଦେଖି ମୋର ହଠାତ୍ ନିଦ ଭାଙ୍ଗିଗଲା, ଆଉ ଦେଖା ଗଲା ବାସ୍ତବ ସକାଳ ର ସୂର୍ଯ୍ୟ।


   ସତ ରେ ରୂପଶ୍ରୀ ତୁମେ ମୋ ମନରେ


  ମୋର ପ୍ରିୟ ବନ୍ଧୁମାନେ,

    କାହା ପାଇଁ ଭଲ ପାଇବା ଛଳନା ଓ ପ୍ରତାରଣା ହୋଇଥାଏ। ଆଉ କାହାପାଇଁ ନିଜ ଜୀବନ ଠୁ ବି ଅଧିକ ହୋଇଥାଏ। ଯଦି ଭଲ ପାଇବାର ଅଛି ତାହାଲେ ଧୋକା ଦିଅନ୍ତୁନି, ନ ହେଲେ ଏଇଟା ତ ମୋର ସ୍ବପ୍ନ ଥିଲା, ତାହା ଆପଣ ଙ୍କ ସହ ବାସ୍ତବ ରେ ବି ହୋଇପାରେ।


   


      

   

 

        

  


Rate this content
Log in

Similar oriya story from Romance