Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ସମ୍ପର୍କ

ସମ୍ପର୍କ

5 mins
10


ଗୋଟିଏ ଗାଁର ଦୁଇଟି ଝିଅ ମିତା ଓ ମୁନୁ ପିଲାଦିନରୁ ସାଙ୍ଗ ହୋଇ ଖେଳି ପାଠ ପଢ଼ି ବଡ଼ ହେଲାପରେ ମିତା ସିନା ଆଗ ବାହା ହୋଇଗଲା ହେଲେ ମୁନୁକୁ ଭାଉଜ କରି ଆଣିବାକୁ ଭୁଲି ନଥିଲା. ଦୁଇ ସାଙ୍ଗ ନଣନ୍ଦ ଭାଉଜ ହୋଇ ରହିଥାଆନ୍ତି । ମିତାର ଦୁଇଟି ଯାଆଁଳା ଝିଅ ହେଲା ବେଳେ ମୁନୁର କିଛି ପିଲାଛୁଆ ହେଇନଥିଲା ତ ମୁନୁ ମନଦୁଃଖରେ ଥାଏ । ମିତା ମଧ୍ୟ ସାହାସ କରି କହିପାରୁନଥାଏ କି ମୋର ଗୋଟିଏ ଝିଅକୁ ତୁ ନେ ମୁନୁ ବୋଲି କାରଣ କାଳେ ସମ୍ପର୍କରେ ଫାଟ ସୃଷ୍ଟି ହେବ! ମୁନୁ କାଳେ ସତକୁ ସତ ଜୀବନରେ କେବେ ମାଆ ହୋଇପାରିବ ନାହିଁ ବୋଲି ମିତା ଭାବୁଛି ଭାବି ଦୁଃଖ କରିବ!ସହଜେ ଯାଆଁଳା କନ୍ୟା ହେଲେ ବି କୋଉ ମାଆ କାହା ଛୁଆକୁ ଦେବାକୁ ବା ଚାହିଁବ କିନ୍ତୁ ମୁନୁ ହିଁ ସେଦିନ ମିତାକୁ ଅଳି ଓ କାକୁତି ମିନତି କରିବା ପରେ ମିତା ଦୁଇଟି ଝିଅଙ୍କ ଭିତରୁ କାହାକୁ ମୁନୁକୁ ଦେବ ଚିନ୍ତା କରି ଭାବିଲା ଦୁହେଁ ଶୋଇଥିବା ଅବସ୍ଥାରେ ଆଖି ମୁଜି ଯାହା ଉପରେ ଆଗ ହାତ ପଡ଼ିଯିବ ତାକୁ ହିଁ ଦେଇଦେବ। ସେଇକଥା କରିବା କ୍ଷଣି ଯାହା ଉପରେ ହାତ ପଡିଲା ସେ ଦରୋଟି ଭାଷାରେ ମାଆ ଡାକୁଥିଲା ତ ଅଟକି ଗଲା ମିତା। ଆର ସନ୍ତାନଟିକୁ ଉଠାଇବା ବେଳକୁ ସେ ମଧ୍ୟ କହୁଥିଲା ମାଆ। ମିତା କାନ୍ଦି ପକେଇଲା ବେଳେ ଏସବୁ ମୁନୁ ଲକ୍ଷ କରୁଥିଲା ତ କହିଥିଲା ଥାଉ ମିତା ମୁଁ ପଛେ ମାତୃତ୍ୱ ସୁଖରୁ ବଞ୍ଚିତ ରୁହେ କିନ୍ତୁ ତୋ କୋଳରୁ ସନ୍ତାନ ଛଡ଼ାଇ ନେବାର ଅଭିଳାଷ ମୋର ଆଉ ନାହିଁ। ବିଧିର ବିଧାନ ଥିଲା ବିଚିତ୍ର ଦୁହିଁଙ୍କ ମନ କଥା ଜାଣି ଓ ଏକା ପରିବାରର ବୁଝି ମିତାର ସ୍ୱାମୀ ଗୋଟିଏ ଝିଅକୁ ଉଠେଇ ମୁନୁ କୋଳରେ ରଖିଦେଇଥିଲେ। ମିତା ନିଜେ ମାଆ ହୋଇଥିବାରୁ ଯେଉଁ କାମ କରିପାରୁନଥିଲା ତା ସ୍ୱାମୀ ସେହି କାମ କରିଦେଇ ଦୁଇ ପରିବାର ଭିତରେ ବନ୍ଧୁତାର ସୂତା ଖିଅକୁ ମଜଭୂତ କରିବା ସହ ମିତା ଓ ମୁନୁଙ୍କ ସମ୍ପର୍କକୁ ଆହୁରି ମଜଭୁତ କରିଥିଲେ।

    ମୁନୁଙ୍କ ଚାଷବନ୍ଦି ଘର ଅଗଣାରେ ଧାନ ଉଷୁଆଁ ଚୁଲି ଶାଶୁ ଶଶୁର ରୋଗୀଣା ତାଙ୍କୁ ସକାଳୁ ସକାଳୁ ପଥି, ଔଷଧ ଦେଉ ଦେଉ ଝିଅକୁ ଖୋଜିଲା ମୁନୁ। ନପାଇ ଧାଇଁଲା ବିଲକୁ ସ୍ୱାମୀ ସୁରେଶ କହିଲେ ଝିଅକୁ ବିଲକୁ କାହିଁକି ଆଣିବି? ପୁଣି ଘରକୁ ଧାଇଁଲା ମୁନୁ, ଚାରିଆଡେ ଖୋଜିଲା, ପଡୋଶୀଙ୍କୁ ପଚାରିଲା, କେହି କିଛି କହିପାରିଲେ ନାହିଁ ବାଡ଼ିପଟ ଶୂନ୍ୟ ନଈକୁ ଚାହିଁଲା ଠୁକୁ ଠୁକୁ ଚାଲୁଥିବା ଝିଅ ଲିଲି କଣ ନଈ ଭିତରେ ଆଉ ଭାବି ପାରୁନଥିଲା ମୁନୁ ଆକାଶ,ତାରା, ବଉଦ, ଫୁଲକୁ ପଚାରୁଥିଲା ମୋ ଝିଅକୁ ଦେଖିଛୁ? ପ୍ରଜାପତିକୁ, ପକ୍ଷୀକୁ,କଙ୍କିକୁ ଚାହିଁ କାନ୍ଦୁଥିଲା କଇଁ କଇଁ ଗାଁ ଲୋକ ଅନେକ ଖୋଜିଲେ ନଈରେ ପଶିଲେ କିନ୍ତୁ ଲିଲିକୁ କେହି ପାଇଲେ ନାହିଁ । ମାଆ କାଳିଜାଇ ବାତାସ ଯୋଗୁଁ ଡ଼ଙ୍ଗାରୁ ବୁଡି ଯାଇ ଦେବୀ ଜାଇ ହୋଇଗଲେ ହେଲେ ତା ଲିଲି କଣ ଫୋଖରୀରେ ବୁଡି ପଦ୍ମ ହୋଇଗଲା!ପାଗଳ ପ୍ରାୟ ହୋଇଗଲା ମୁନୁ । ନିଜକୁ କ୍ଷମା କରିପାରୁନଥିଲା ତା ଅଜାଣତରେ କେହି କଣ ନେଇଗଲା ଲିଲିକୁ? କି ଉତ୍ତର ଦେବ ସେ ମିତାକୁ?

  ପହଞ୍ଚିଥିଲା ମିତା ସାଙ୍ଗ ମୁନୁ ଆଖିରେ ଆଖି ମିଶାଇ ବୁଝେଇଲା । ଯିଏ ଆମର ନୁହେଁ ତାକୁ ଧରି ରଖିପାରିବା ମଣିଷ କର୍ମ ବାହାରେ କହିଲା ବେଳେ ମୁନୁ କାନ୍ଦୁଥିଲା କଇଁ କଇଁ ପାଟିରେ ଭାଷା ନଥିଲା ଆଖି ଶୁଖୁ ନଥିଲା ମିତା ଭିତରେ ବହୁ ଭାଙ୍ଗି ପଡ଼ିଥିଲେ ବି ଗଲାବେଳେ ମିଲିକୁ ଭାଉଜ ମୁନୁକୁ ସମର୍ପି ଦେଇ ଗଲା । ମୁନୁ ଯେତେ ମନକଲେ ବି ଶୁଣିଲା ନାହିଁ କହିଲା ଲିଲିକୁ ମୁଁ ହିଁ ନେଇଯାଇଛି ମୁନୁ ତୁ ଏବେ ମିଲି ପ୍ରତି ସଜାଗ ରହ । ତୁ ନେଇଯାଇଛୁ ଲିଲିକୁ? କେତେବେଳେ, କେମିତି, କୋଉଦିନ? ଏତେଗୁଡାଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମିତା ମୁନୁର ହାତ ନେଇ ତା ନିଜ ପେଟ ଉପରେ ବୁଲେଇ କହିଲା ଏଇଠି ରଖିଛି ଲୋ, ସମୟ ହେଲେ ସେ ଆସିଯିବ ମୁନୁ ଢ଼ିମା ଢ଼ିମା ଆଖି ମେଲେଇ ଲୁହ ଭିଜା ଫୁଲିଲା ଆଖିରେ ଚାହିଁଥିଲା ସାଙ୍ଗ ମିତାକୁ ମିତା ଅନ୍ତସତ୍ୱା ଥିଲା । ମୁନୁକୁ ବୁଝିବାକୁ ବାକି ନଥିଲା କି ସାଙ୍ଗ ରୂପରେ ସେ ଦେବୀଙ୍କୁ ହିଁ ପାଇଛି ।

   ଏ ଭିତରେ ମିତାର ପୁଅଟିଏ ହୋଇଛି । ତାର ଜନ୍ମଦିନକୁ ମୁନୁ ଓ ମୁନୁ ପରିବାର ଅର୍ଥାତ ମିତାର ଭାଇ ଭାଉଜ ବାପା ମାଆ ନିମନ୍ତ୍ରିତ ହୋଇନଥିବା କଥାଟା କେମିତି କେମିତି ଲାଗୁଥିଲା କିନ୍ତୁ ମୁନୁର ଏକାଜିଦ ସେ ଯେମିତି ହେଲେ ମିତା ଘରକୁ ଯିବ । ଏକୋଇଶିଆ ପାଲା ପୂଜା ବେଳେ ଆମେ ବାପଘର ହିସାବରେ ଅସୁବିଧା ବଶତଃ କିଛି ଦେଇନୁ କି ତା ପାଖେ ଠିଆ ହୋଇନୁ ସେଇଥିପାଇଁ ରାଗ ଅଭିମାନରେ ହୁଏତ ଆମକୁ ନିମନ୍ତ୍ରଣ କରିନାହିଁ ମିତା । ପିତା ମାତା ମଧ୍ୟ ଏଭିତରେ ଟିକେ ସୁସ୍ଥ ହୋଇ ଆସୁଥିଲେ ସେମାନଙ୍କର ନାତିକୁ ଦେଖିବାରେ ପ୍ରବଳ ଇଛା ଥାଏ । ମୁନୁ ରମେଶଙ୍କୁ ବଣିଆ ଦୋକାନରୁ ଲକେଟ ଓ ମୁଦି ତଥା ବଜାରରୁ ନୂଆ ଡ୍ରେସ ଓ ମିଠା ସହ ଗାଡି ବନ୍ଦୋବସ୍ତ କରିବାକୁ ବରାଦ ଦେଇଥାନ୍ତି।

ନଦୀ ଏ କୂଳରେ ମୁନୁର ସାଙ୍ଗ ତଥା ନଣନ୍ଦ ମିତାର ବାପଘର ହେଲେ ନଦୀର ସେପଟ କୂଳରେ ମିତାର ଶାଶୁଘର। ନଦୀର ଧାରେ ଧାରେ ସଡ଼କ ପଥ, ବିଜୁଳି ଆଲୋକରେ ଭୋର ଭୋର ଗାଡି ଚାଲୁଥାଏ । ନିଜ ସାଙ୍ଗ ମୁନୁକୁ ମିତା ଖାଲି ଭାଉଜ କରି ଆଣିନି ବରଂ ନିଜ ମାତୃତ୍ୱକୁ ବଳି ପକେଇ ଦୁଇ ଦୁଇଟି ଯାଆଁଳା ଝିଅ ପ୍ରଥମେ ଲିଲି ଓ ପରେ ଲିଲିର ନିଖୋଜ ପରେ ପୁଣି ତା କୋଳକୁ ମିଲିକି ଟେକିଦେଇ ତା କୋଳ ପୂର୍ଣ୍ଣ କରିବା ସହ ତାକୁ ମାତୃତ୍ୱ ସୁଖ ଅଜାଡି ଦେଇଛି । ସେଇ ମିତା ଆଜି ତାର ଏକମାତ୍ର ପୁତ୍ର ସନ୍ତାନର ଜନ୍ମଦିନରେ ଭାଇ, ବାପା,ମାଆ ଓ ସର୍ବୋପରି ଭାଉଜ ମୁନୁକୁ ଭୁଲି ପୁଣି ଭାଉଜ କୋଳରେ ବଢୁଥିବା ତାର ମିଲିକୁ ଭୁଲି ସେମାନଙ୍କୁ ନିମନ୍ତ୍ରଣ ନକରିବା କଥାଟା କେମିତି କେମିତି ଲାଗୁଥିଲା ମୁନୁକୁ। ସେତିକି ବେଳେ ଡ୍ରାଇଭର ଭାଇଙ୍କ ସାଙ୍ଗେ ଗପ ଜମେଇ ଦେଇଥିଲେ ରମେଶ। ଡ୍ରାଇଭର ଭାଇ କହୁଥାନ୍ତି ଅନେକ ଦୁଃଖର କାହାଣୀକୁ ଏଇ ନଈ ଧାରେ ଧାରେ ହଜେଇ ଦେଇ ତାଠୁ ଟୋପେ ଜଳ ପାଇ ଜୀବନ ବଞ୍ଚିଯାଏ ସିନା ଦୁଃଖ ଗୁଡା ଆଉଟି ପାଉଟି ହୋଇ ପ୍ରତି ମୁହୂର୍ତ୍ତରେ ହୃଦୟ ଚିରିପାକାଏ ସତ. ନଦୀ କିନ୍ତୁ ଦୁଃଖର ଠିକଣା ଭିତରେ ସୁଖର ଚିଠି ଲେଖେ.ଏମିତି ଦିନେ ଆରସାହି ଆଦିକନ୍ଦବାବୁ ଓ ତାଙ୍କ ସହଧର୍ମିଣୀ ସୀତା ଦେବୀଙ୍କୁ ନେଇ ଯାଇଥିଲି ସହର. ପ୍ରଥମତଃ ପୁଅ ବୋହୁ ନାତି ଜନ୍ମଦିନକୁ ଡାକିନଥିଲେ ତାଙ୍କୁ . ଦ୍ୱିତୀୟତଃ ସକାଳୁ ସକାଳୁ ଦୁଆରେ ପିତ ମାତାଙ୍କୁ ଦେଖି ପୁଅ କହିଥିଲା ତୁମ ଦୁହିଁଙ୍କୁ ନିମନ୍ତ୍ରଣ କରି ନଡାକିବାର କିଛିତ କାରଣ ଥିବ ବୋଲି ଡାକିନି ବାପା. ମତେ ନିଜକୁ ଏଣିକି ଟିକେ ଶାନ୍ତିରେ ବଞ୍ଚିବାକୁ ଦିଅ କହି ହାତ ଯୋଡିବା ଦେଖି ବାପାଙ୍କ ପୂର୍ବରୁ ମାଆ ଫେରିଆସି ସବୁକଥା କହି କାନ୍ଦିବା ପରେ ଆଦିକନ୍ଦବାବୁ ଫେରିପଡି କହୁଥିଲେ ଏ ଗଳିରେ ପୁଅ ଆଉ ରହୁନି ଚାଲ ଗାଁକୁ ଫେରିଯିବା. ତାଙ୍କ ଦୁଃଖରେ ଏଇ ନଈ ଧାର ଦେଇ ଆସିଲା ବେଳେ ମୁଁ ତାଙ୍କୁ ଅନୁନୟ କରିଥିଲି ମୋ ପିତା ମାତା ହୋଇ ସବୁଦିନପାଇଁ ମତେ ଟିକେ ହୃଦୟରେ ସ୍ଥାନ ଦେବାକୁ. ଏଇ ନଦୀ ସାକ୍ଷୀ ଏଯାଏଁ ଆଦିକନ୍ଦବାବୁ ଓ ମାଆ ସୀତା ଦେବୀଙ୍କ ପରିବାର ସହ ମୋ ପରିବାର ସାମିଲ ହୋଇ ଶାନ୍ତିରେ ଅଛୁ. ମୋ ପୁଅ ଝିଅଙ୍କୁ ନାତି ନାତୁଣୀର ସ୍ନେହ ସରାଗ ଏଇ ନଦୀ ଦେଇଛି ମତେ. ନହେଲେ ଏ ଅନାଥକୁ ପିତା ମାତା ସୁଖ କେଉଁଠୁ ମିଳିପାରି ଥାଆନ୍ତା କୁହନ୍ତୁ?ରମେଶ ବାବୁ କିଛି କହିବା ପୂର୍ବରୁ ମୁନୁ କିନ୍ତୁ କହିପାରୁନଥିଲେ ଏଇ ନଦୀ କିନ୍ତୁ ଆମ ଝିଅକୁ ତା ଗର୍ଭକୁ କ୍ଷେପି ନେଲାବେଳେ ଭାବିଲା ନାହିଁ ଲିଲିକୁ ହରାଇ ମିତା ଓ ମୁନୁଙ୍କ ସମ୍ପର୍କ କେତେଦିନ?

   ସକାଳୁ ସକାଳୁ ଗାଡି ମିତା ଦୁଆରେ ଲାଗିଲା. କବାଟ ଖୋଲିଥିବା ଛୋଟ ଝିଅକୁ ଦେଖି ଚମକି ପଡିଲେ ସମସ୍ତେ. ଅବିକଳ ମିଲି ପରି. ଏତ ଲିଲି? ଏହା କେମିତି ସମ୍ଭବ ଭାବୁ ଭାବୁ ମିତାର ଶାଶୁ ଝପଟି ଆସି ଝିଅକୁ କୋଳକୁ ନେଇ କହିଲେ. ଆକୁ ତ ନେଇ ରଖିପାରିଲନି. ନଦୀ ମାଆ ସିନା ଫେରେଇଦେଲା ବୋଲି ନହେଲେ ଆର ଝିଅ ମିଲିକୁ ପୁଣି ଦେଇଆସି ମିତା ଏ ଘରର ପୂର୍ଣ୍ଣତାକୁ ଶୁନ୍ୟ କରିବାକୁ ଯାଉଥିବା ବେଳେ ଦେବୀ ନଦୀ ହିଁ ମୋ ନାତୁଣୀକୁ ବଞ୍ଚାଇ ମତେ ଫେରେଇଦେଲେ ଆଉ ଏବେ କଣ ମୋ ନାତିକୁ ନେଇଯିବାକୁ ଷଡଯନ୍ତ୍ର କରିଛ!କଣ ସବୁ ମିତା ଶାଶୁ କହୁଥିଲେ ମୁନୁ ବା ରମେଶ କି ତାଙ୍କ ପିତା ମାତାଙ୍କୁ ସିନା ଶୁଭୁନଥିଲା କିନ୍ତୁ ଡ୍ରାଇଭର ଭାଇ କହୁଥିଲେ ମୁଁ କହୁନଥିଲି ଏଇ ନଦୀ ଅନେକ ଦୁଃଖ ଦରଜର କାରଣ ଓ କାରକକୁ ବକ୍ଷ ଭିତରେ ଚାପି ତା କୂଳରେ ରହିଥିବା ସାତଖଣ୍ଡ ଗାଁର ଲୋକଙ୍କ ପାଇଁ ଦେବୀ ପାଲଟିଛନ୍ତି. ଫେରିଯିବାକୁ ବସିଥିବା ମାଆ, ବାପା,ଭାଇ,ଭାଉଜଙ୍କ ଗୋଡ଼ ତଳେ ପଡି ମିତା ନେହୁରା ହେଉଥିଲା. କହୁଥିଲା ମୁଁ ଜାଣି ଶୁଣି ତୁମ ଝିଅକୁ ଆଣିନି ଭାଉଜ ମତେ କ୍ଷମା କର. ସମସ୍ତେ ଫେରି ପଡୁ ପଡୁ ଲିଲି ଓ ମିଲି ଦୁହେଁ ଯାଇ ଦର୍ପଣ ଆଗରେ ଠିଆ ହୋଇ ନିଜ ପ୍ରତିବିମ୍ବକୁ ଦେଖୁଥିଲେ. ସେଠାକୁ ଯାଇ ମିଲିକୁ କୋଳ କରି ଫେରି ପଡୁ ପଡୁ ଲିଲି ଡାକୁଥିଲା ମାଆ.ତ ପାଦ ଅଟକି ଗଲା ମୁନୁଙ୍କର. ସେପଟେ ଟିକି ପୁଅ କାନ୍ଦୁଥିଲା ତ ଡ୍ରାଇଭର ଭାଇ କହୁଥିଲେ ସବୁ ଭୁଲିଯାଆନ୍ତୁ ରମେଶବାବୁ. ଦେବୀ ମାଆ ଯାହାର ସାହା ତାକୁ କଣ ସମୟ ହରାଇ ପାରେ.ସମସ୍ତେ ଅଟକି ଯାଇଥିଲେ ମିତା ଓ ମୁନୁ ପରସ୍ପର ପରସ୍ପରକୁ କୁଣ୍ଢେଇ କାନ୍ଦୁଥିଲେ ଖୁବ ତ ବାହାରେ ସିନା ନିଦାଘ ଭିତରେ କିନ୍ତୁ ଶୀତଳର ସ୍ପର୍ଶ ଭିତରେ ଦୁହେଁ ।



Rate this content
Log in

Similar oriya story from Action