STORYMIRROR

Anup kumar

Drama Romance Action Classics

4.5  

Anup kumar

Drama Romance Action Classics

ସମାଜ ଏବଂ ସାହି ପଡିଶା

ସମାଜ ଏବଂ ସାହି ପଡିଶା

4 mins
21

ଗୋପାଳ ଏବଂ ସୁମିତ୍ରା ଙ୍କର ଗୋଟିଏ ମାତ୍ର ପୁତ୍ର ସନ୍ତାନ ଥିଲା... ଆଉ ଗୋପାଳ ଏବଂ ସୁମିତ୍ରା ତାକୁ ବହୁତ୍ ଭଲ ପାଉଥିଲେ କିଛି ଜିନିଷ ର ଅଭାବ ତାକୁ କରେଇ ଦେଉ ନଥିଲେ........ ବର୍ତ୍ତମାନ ସେ ସହର ରେ ରହି ପାଠ ପଡ଼ୁଚି.....

ଗୋପାଳ ଗାଁ ରେ ଜଣେ ଭଲ ବ୍ୟକ୍ତି ନାମ ରେ ଜଣା ଯାଉ ଥିଲେ....... ଆଉ ତାଙ୍କୁ ସମସ୍ତେ ସମ୍ମାନ ଦେଉ ଥିଲେ.....
ଦିନେ ଖବର ଆସିଲା ପୁଅ କୁ ଚାକିରି ମିଳିଗଲା ଏ ଖବର ଶୁଣି..... ଗୋପାଳ ଭାରି ଖୁସି ସୁମିତ୍ରା ବୁଲି ବୁଲି ଗାଁ ଯାକ ମିଠା ବାଣ୍ଟିଲା........
କିଛି ଦିନ ପରେ ଗୋପାଳ ର ପୁଅ ରାକେଶ ଗାଁ କୁ ଆସିଲା ଆଉ ମା ବାପା ଙ୍କ ସହ ରହିଲା..... ପ୍ରତ୍ୟେକ ଦିନ ରେ କୋଡ଼ିଏ କିଲୋ ମିଟର ଯିବା ଆସିବା କରି ତାର ଚାକିରି କରୁଥିବା ଜାଗା କୁ ଯାଏ........
ବାପା ମା ଏବେ ନିର୍ଣ୍ଣୟ ନେଲେ କି ରାକେଶ କୁ ବିଭା କରାଇ ଦେବେ....... ଆଉ ରାକେଶ କୁ କହିଲେ ସେ ବାହାଘର ପାଇଁ ପ୍ରସ୍ତୁତ ହେବ......
ଗୋପାଳ ପାଖ ଆଖ ଗାଁ ରେ ଝିଅ ପାଇଁ ଟିକି ଏ ବୁଝା ବୁଝି କରୁଥାଏ.......
ହଟାତ୍ ରାକେଶ ଆସି ଘରେ କହିଲା.........
ବାପା ମା ମୁଁ ଗୋଟେ ଝିଅ କୁ ଭଲ ପାଉଛି କିନ୍ତୁ ସେ ଆମ ଜାତି ର ନୁହେଁ....... 
ଯାହା ଶୁଣି ବାପା ମା ତ ନାଇ ନାଇ କହୁଥିଲେ କିନ୍ତୁ ପରି ଶେଷରେ ସେ ବି ରାଜି ହେଲେ.........
କିନ୍ତୁ ତାଙ୍କୁ ଡର ଥିଲା ସମାଜ ଆଉ ସାହିପଡିଶା ର......
 କିନ୍ତୁ ସେ ପୁଅ କୁ କିଛି ଦିନ ଅପେକ୍ଷା କରିବାକୁ କହିଥିଲେ......
ଆଉ ସେ ଏ କଥା କୁ ଜାତି ସମାଜ ର ସଭା ରେ ଯାଇ କହିଲେ......

ହେଲେ ତାଙ୍କ ଜାତି ସମାଜ ର କିଛି ଲୋକ ଏ କଥା କୁ ପୁରା ବିରୋଧ କରି ଥିଲେ ଆଉ କହିଲେ ତୁମେ ଯଦି ଅନ୍ୟ ଜାତି ର ଝିଅ କୁ ବୋହୁ କରିବ ଆମେ ତମକୁ ସମାଜ ରୁ କାଢି ଦେବୁ ତମର ଭଲ ମନ୍ଦ ରେ କେହି ଯିବେ ନାହିଁ..... ଆଉ ସମାଜ ର ଲୋକଙ୍କୁ ନେଇ ତୁମେ କୌଣସି କାର୍ଯ୍ୟ କରି ପାରିବ ନାହିଁ ତାହା ଶୁଣି ଗୋପାଳ ପୁରା ଭାଙ୍ଗି ପଡ଼ିଥିଲେ.......
ଆଉ ପୁଅ କୁ ସେ ଅନ୍ୟ ଜାତି ର ଝିଅ କୁ ବିବାହ କରିବା ପାଇଁ ମନା କରିଦେଲେ....... କିନ୍ତୁ ଗୋପାଳ ର ପୁଅ ରାକେଶ ସେ ଝିଅ କୁ କଥା ଦେଇ ସାରିଛି ଆଉ ତା ସହିତ ଅନେକ ଥର ଶାରୀରିକ ସମ୍ପର୍କ ବି ରଖିଛି...... ରାକେଶ ତା ଜିଦି ରେ ଅଟଳ ରହିଲା..... ଆଉ ସେ ସେ ଅନ୍ୟ ଜାତି ର ଝିଅ (ପ୍ରେମିକା) କୁ ବାହା ହେବା ପାଇଁ ନିର୍ଣ୍ଣୟ ନେଲା.....

ଆଉ ଅଚାନକ ସେ ଝିଅ କୁ ଧରି ରାକେଶ ନିଜ ଘରକୁ ଆସିଥିଲା...... ଆଉ ରାକେଶ ର ବାପା ଚିନ୍ତା କରୁଥାନ୍ତି କଣ କରିବେ ହେଲେ ସାହି ପଡିଶା ଏବଂ ସମାଜ ର କଥା ରେ ଆସି ସେ ତାଙ୍କ ପୁଅ କୁ ଘରେ ପଶାଇ ନଥିଲେ....... 
କିଛି ଦିନ ଗଲା ପରେ ଇଛା ନ ଥାଇ ବି ସେ ପୁଅ ର ବଞ୍ଚି ଥାଉ ଥାଉ ହାଣ୍ଡି ପକାଇ ଦେଲେ ଆଉ ନିଜେ ସମାଜ ରେ ମିଶିବା ପାଇଁ ଭୋଜି ର ଆୟୋଜନ କଲେ......
ପ୍ରଥମ ଦିନ ସାଧା ଭୋଜି ରଖିଥିଲେ ସେଥିପାଇଁ ସମାଜ ର କେବଳ ଅଳ୍ପ ଲୋକ ଆସିଥିଲେ...... ଆଉ ଦ୍ୱିତୀୟ ଦିନ ଖାସି ମାଂସ ର ଭୋଜି ଦେଇଥିଲେ ସେଥିପାଇଁ ପୁରା ସମାଜ ର ଲୋକ ଆସି ଖାଇଥିଲେ ଆଉ ତାଙ୍କଠୁ ଜରିମାନା ଆକାର ରେ 8000 ଆଠ ହଜାର ଟଙ୍କା ନେଇ ଥିଲେ.........
ସେ କଥା କୁ ତିନି ବର୍ଷ ବିତି ଗଲାଣି ଏବେ ବର୍ତ୍ତମାନ ଗୋପାଳ ଆଉ ସୁମିତ୍ରା ଗାଁ ରେ ଏକା ରହୁଚନ୍ତି.....
ମଝିରେ ମଝିରେ ରାକେଶ ଯାଇ ବାପା ମା ଙ୍କୁ କ୍ଷମା ମାଗିବାକୁ ଚେଷ୍ଟା କରେ ହେଲେ ତା ବାପା ମା ତାକୁ ଦେଖିଲା ମାତ୍ରେ କବାଟ ବନ୍ଦ୍ କରି ଦିଅନ୍ତି....... କେବଳ ସମାଜ ର ଭୟ ରେ......
ଦିନେ ଅଚାନକ ଗୋପାଳ ର ଦେହ ଭାରି ଅସୁସ୍ତ ହେଇ ଗଲା..... ଆଉ ସୁମିତ୍ର ଯାଇ ତାଙ୍କର ପାଖ ଲୋକଙ୍କୁ ଡାକିଲା ହେଲେ କେହି ଶୁଣିଲେ ନାହିଁ ନିଜେ ସାହାସ ରଖି ସୁମିତ୍ରା ଗୋଲାପ କୁ ଡାକ୍ତର ପାଖକୁ ନେଇକି ଗଲେ ଆଉ ସେଠି ଯାଇ ଜଣା ପଡ଼ିଲା ଗୋପାଳ କୁ brain tumor ଅଛି ଶୀଘ୍ର operation କରିବାକୁ ପଡ଼ିବ ହେଲେ ଏତେ ଟଙ୍କା ସୁମିତ୍ରା ଆଣିବ କେଉଁଠୁ??????? ତା ପାଖରେ ଯେତିକି ଅଛି ସେତିକି ରେ ହେବନାହିଁ....... ଆଉ ପୁଅ କୁ ସେ ମାଗି ପାରିବ ନାହିଁ.....
ସୁମିତ୍ରା ସ୍ବାମୀ ଙ୍କୁ ନେଇ ଘରକୁ ଆସିଲା ଆଉ କିଛି ସମ୍ପର୍କୀୟ ମାନଙ୍କୁ ସେ ସାହାଯ୍ୟ ମାଗିଲା ହେଲେ ସମସ୍ତେ ମନା କରିଦେଲେ....... ସେ ସମାଜ ଲୋକ ଙ୍କୁ ଯାଇ ନେହୁରା ହେଲା ହେଲେ କେହି ସାହାଯ୍ୟ ର ହାତ ବଢ଼େଇଲେ ନାହିଁ.....
ଯେଉଁ ସମାଜ ର ଲୋକ ପୁଅ ର ଅନ୍ୟ ଜାତି ର ବାହାଘର ପାଇଁ ଦୁଇଟି ଭୋଜି ଖାଇଥିଲେ ଆଉ ଆଠ ହଜାର ଜରିମାନା ଲଗେଇ ଥିଲେ ସେଇ ସମାଜ ଗୋପାଳ ର ସେ ଅବସ୍ଥା ରେ ତାକୁ ଦେଖିବାକୁ ବି ଆସି ନଥିଲେ......... 
ଅନେକ ଦିନ ପରେ ରାକେଶ କୁ ଖବର ମିଳିଲା ବାପା ଙ୍କ ଦେହ ଭାରି ଅସୁସ୍ତ ସେ ଶୀଘ୍ର ସ୍ତ୍ରୀ ସହ ଗାଁ କୁ ଆସିଲା ଆଉ ବାପା ବୋଉକୁ ନେଇ ଭଲ ମେଡିକାଲ ରେ ଦେଖେଇ ବାପା ଙ୍କ operation କଲା ଆଉ ବାପା ଙ୍କୁ ଭଲ କରିଥିଲା......... 
ବାପା ମା ଭଲ ହେଇ ସରିବା ପରେ ରାକେଶ କହିଲା ବାପା ମା ତମେ ଆଜିଠୁ ମୋ ସହିତ ରହିବ....... ଗୋପାଳ ଏବଂ ସୁମିତ୍ରା ବି ରାଜି ହେଇଥିଲେ....
ଗୋପାଳ ତାର ସ୍ତ୍ରୀ ପୁଅ ବୋହୁ ସମସ୍ତେ ବାହାରି ପଡ଼ିଲେ ଗାଁ କୁ ଆଉ ଗାଁ ଘରୁ କିଛି ଜରୁରୀ ସମାନ ଆଣି ଘର କୁ ତାଲା ମାରି ସହର କୁ ଆସିବେ.......
ଗାଁ କୁ ଯାଇ ଦେଖେ ତ ଗୋପାଳ ର ଜାତି ସମାଜ ରୋ ଲୋକ ମାନେ ଗୋପାଳ ର ଘର ଆଗରେ ଛିଡା ହେଇ ଥିଲେ......
ଗୋପାଳ କୁ ଦେଖି କହିଲେ ତୁ ତୋ ପୁଅ ବହୁ ସହ କେମିତି ମିଶିଗଲୁ ଏବେ ତତେ ଲଣ୍ଡା ହେଇ ଜାତି ରେ ପୁଣିଥରେ ମିଶିବାକୁ ପଡ଼ିବ...... ଆଉ ଏଥର ଦଶ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ..........
ହେଲେ ଗୋପାଳ କହିଲା କଉ ଜାତି ସମାଜ ର କଥା କହୁଚ ସେଇ ସମାଜ ନା ଯିଏ କେବଳ ବାହାଘର ଆଉ ମଲା ଘର ରେ ଖାଇବାକୁ ଆସିଥାଏ.....?????? ଜାତି ସମାଜ ତ ତାକୁ କୁହାଯାଏ ଯେଉଁଠି ସମାଜ ର ଲୋକ ଭାଇ ପରି ଛିଡ଼ା ହୁଅନ୍ତି...... 
ମୋର ଅସୁବିଧା ବେଳେ ତୁମେ ବେଶୀ ନହେଲେ ଗୋଟେ ଘରୁ ମାତ୍ର 100 ଟଙ୍କା ର ସାହାଯ୍ୟ କରିଥିଲେ ବି ମୁଁ ଭାବି ଥାଆନ୍ତି କି ମୋ ସମାଜ ମୋ ପାଇଁ ବଡ....... ଯେବେ ଆମ ସମାଜ ର କୌଣସି ଗରିବ ବ୍ୟକ୍ତି ଘରେ କିଏ ମରିଯାଏ ତ ତୁମେ ମାନେ କେବେ ତା ହାଣ୍ଡି ଘର ପାଇଁ ପଇସା ଠୁଳ କରିଚ???????
କିଛି କାହାର ଝିଅ କିମ୍ବା ପୁଅ ଅନ୍ୟା ଜାତି ରେ ବିବାହ କଲେ ତୁମେ ଜରିମାନା ଲଗାଇ ଦିଅ.........
ଆମ ଜାତି ସମାଜ ର ଏମିତି ଅନେକ ଝିଅ ଅଛନ୍ତି ଯାହାଙ୍କର ବାପା ମା ନାହିଁ ତୁମେ କେବେ ଭାବୀଛ???? ସମାଜ ଲୋକ ଚାଲ ମିଳି ମିଶି ସେ ଝିଅ କୁ ବାହାଘର କରାଇ ଦେବା??????
 ସମାଜ କେବଳ ସୁଖ ରେ ନୁହେଁ ଦୁଃଖ ରେ ଆସିବା କଥା.... ଏହା ଶୁଣି ସମାଜ ଲୋକ ଙ୍କ ମୁଣ୍ଡ ତଳକୁ ହେଇ ଯାଇ ଥିଲା...... ଆଉ ଆହା ଏକ କାହାଣୀ ନୁହେଁ ସତ ଘଟଣା.....
ସତରେ ଅନେକ ସମାଜ ରେ ଏମିତି ହେଉଚି.... ଆମେ କହୁନାହିଁ ସବୁ ସମାଜ ଖରାପ୍ କିନ୍ତୁ କିଛିଟା କ୍ଷେତ୍ର ରେ ଏମିତି ହେଉଚି 🙏🏻🙏🏻🙏🏻🙏🏻🖊️
             🖍️🖊️🖍️


Rate this content
Log in

Similar oriya story from Drama