ସୀମା ସେ’ ପାର ସ୍ତ୍ରୀ
ସୀମା ସେ’ ପାର ସ୍ତ୍ରୀ
ଦିନେ ସକାଳୁ ଉଠି ଝର୍କା ଖୋଲି ଦେଖିଲି ପଡୋଶକ ଛାତ ଉପରେ ବୟସର ବାସର୍ବଦତ୍।
ଜଣେ ଅନନ୍ୟା ସତ୍ୟସ୍ନାତା ରୂପସୀ ଓଦା କପଡା ଶୁଖାଉଛତି । କିଛି ସମୟ ପରେ ମୋ ଆଡକୁ
ଦୃଷ୍ଟି ପଡିବାର ସେ ଦେଖିଲେ- ନିର୍ନିମେଷ ନୟନରେ ନିର୍ଲଜଂକ ପରି ତାଂକୁ ଚାହିଁ ରହିଛି ମୁଁ । ଫିକା
କିନା ହସି ଦେଇ ନ ଜାଣିଲା ଭଳି ତାଂକ କାମ କରିଚାଲିଲେ ସେ । ମଝି ମଝିରେ ବାଂକ ଚାହାଣୀରେ
ଚାହୁଁଥତି ମୋତେ । ତାଂକ କାମ ସାରି ସେଠାରୁ ଯିବ ପର୍ଯ୍ୟତ ଅପଙ୍ଗକ ନୟନରେ ଚାହିଁ ରହିଥିଲି
ଝର୍କା ସେ ପଟ ରୂପର ଉଜାଣି ଯମୁନାକୁ ।
ତା’ ପରେ ନିୟମିତ ଭାବେ ଚାଲିଲା ଏ ପର୍ବ । କେବଳ ଛାତି ନୁହ, ଆମ ଆଉ ଏକ ବେଡ୍
ରୁମ୍ ରୁ ତାଂକ ରଷେଇ ଘର ସ୍ପଷ୍ଟ ଦିଶେ । ତେଣୁ ଛୁଟି ଦିନ ମାନଂକରେ ସକାଳେ, ଦ୍ବିପ୍ରହାରରେ,
ସଂଧ୍ୟାରେ ଏପରିକି ରାତ୍ରିରେ ମଧ୍ୟ ତାକର ଦର୍ଶନ ମିଳିଲା ଓ ମୋ ହୃଦଙ୍କ ଦରରେ ଏକ ଅବାଂଛିତ
ପ୍ରେମପୁଷ୍ପା ର ସ୍ଥାନ ଗ୍ରହଣ କରିନେଲେ ସ ।
କେବେ କେବେ ମୋ ବିବେକ କୁହେ- ଏହା ଠିକ୍ କରୁନି ମୁଁ । ଯାହା ହେଲେ ବି ସୀମା ସେ’
ପାର ସ୍ତ୍ରୀ ସେ । କିଂତୁ ତାଂକ ପ୍ରୋତ୍ସାହନ ଏହି କ୍ଷୁଦ୍ର ପରକୀୟା ପ୍ରୀତିର ପ୍ରଦୀପଟାକୁ ଜଳାଇ ରଖିଥାଏ
। କିଂତୁ ତାହା କାଲି ଦେଖା ଚାହାଁରେ ସୀମିତ । ନା ମୁଁ ତାଂକ ନାମ ଜାଣେ, ନା ତାଂକ ସହ କେବେ
କଥା ହୋଇଅଛି ।
ଦିନେ ତାଂକୁ ଆଉ ଦେଖିଲିନି ମୁଁ । ବାବିଲି ସହର ବାହାରକୁ ଯାଇଥିବେ । କିଂତୁ ଦିନ ପରେ
ଦିନ ଗଡି ଚାଲିଲା । ମୁଁ ଚାତକ ପରି ଝର୍କା ସେ ପାଖକୁ ଚାହାଁ ରହୁଥୁଲି ତାଂକର ଝଲକ୍ ଟିକେ
ପାଇବା ପାଇଁ ଦିନେ ଖବର ପାଇଲି- ସୋରନାରେ ଆକ୍ରତ ହୋଇ ସେ ଚିକିତ୍ସିତ ହେଉଙ୍ଗତି
କୋଭିଡ୍ ହସ୍ପିଟାଲରେ । ଭାବିଲି ଯାଇ ଦେଖା କରିବି । କିଂତୁ ଲୋକେ ବୋଲିବେ କ’ଣ ?
କିଛି ଦିନ ପରେ ପୁଣି ଖବର ଆସିଲା ତାଂକ ଅବସ୍ଥା କ୍ରିଟିକାଲ । ପୁଣି ସେହି ବିବେକର
। ପରିଶେଷରେ କରୋନା କବଳିତ କରି ନେଲା ତାଂକୁ । ଏ ଖବର ଏକ ମସ୍ତବଡ ଧକ୍କା
ଦେଲା ମୋତେ । ପ୍ରେମର ଜୀଜଟି ଅଂକୁରିତ ହେବା ପୂର୍ବରୁ ଗଜାମରୁଡିରେ ଫାଟିଗଲା
ବାଧା
।
ଏବେ ମୁଁ ବାବେ, ଯାହା ହେଲା, ଠିକ୍ ହେଲା । କିଂତୁ କରୋନା କବଳରେ ତାଂକ ପରିବର୍ତ୍ତେ
ମୁଁ ପଡିଥିଲେ ଭଲ ହୋଇଥତା ସେ ଯାହା ହେଉ, ଦାରୁଣ ଦୁଃଖର ମିୟମାଣ ହେଲେ ବି କାହା
ଆଗରେ ବାଖାଣିବ ମୁଁ ? ସାମାଜିକ ପ୍ରତିବଂଧର ଲକ୍ଷ୍ମଣରେଖା ଡେଇଁ ମୁଁ ତ ଯାଇପାରିବିନି ।
ଏପରି ଏକ ଅଜଣା ଆକର୍ଷଣର ଅହୋଲକରା କାହାଣୀ ନେଇ ମୁଁ ବଂଚି ରହିଛି ଏ ଯାଏଁ ।
ଦିନ ପରେ ଦିନ ଚାଲିଯାଏ । ସବୁ ଦିନ ସକାଳୁ ଉଠି ମୁଁ ଝର୍କା ଖୋଲେ କାଳେ ଦେଖିବି କି
ସେ ସଦ୍ୟସ୍ନାତା ସୀମଂତିନକୁ । ବେଳ ଗଡିଯାଏ । ସେ ଦୁର୍ବାର ମୋହକର୍ଷଣ ସାମ୍ନାରେ ମୁଁ
ବିବେକର ଲଗାମ୍କୁ ବି ତୁଚ୍ଛ କରିଦିଏ । କିଂତୁ ବିଫଳତା ସାମ୍ନାରେ ମୋ ଜିଦ୍ ହାର ମାନେ ।
ସମୟ ବଡ ବଳବାନ୍ । ମୋର ହୃଦୟର ନିଭୃତ କଂଦର କୋହ, ଅଂର୍ତଦାହ ସବୁ କିଛି କାଳକ୍ରମେ
ମଳିନ ହୋଇଗଲା । ହେଲେ ଏବେ ବି ହୃଦୟର କେଉଁ ଏକ କୋଣରେ ସେ ରୂପବତୀ ପଡୋଶୀନକ
ଅଭୂଲା ସ୍ମୃତି ଲୁଚି ରହିଅଛି । ତା’ର ଉଦ୍ଗୀରଣରେ ମୁଁ ମୋର ସତ୍ତା ହରାଇ ବସେ । ଭାବେ ପଳାଇଯିବି
ତାଂକ ଘରକୁ । ଆଉ ନିର୍ଭୂକତାର ସହିତ ତାଂକର ଫଟୋ ଗୋଟିଏ ମାଁଗି ଯାହାକୁ ପାଥେୟ କରି
ଅତିକ୍ରମ କରିଯିବ ମୋ ଜୀବନର ଅନତିକ୍ରମଣୀୟ ଦୁରତ୍ୱ ।
କବି ଲେଖିଛତି” ଚୋରା ଚୋରା ପ୍ରୀତି ଆସ ସାଥୀ ଡାକେ ଜୋଛନା” ଅନାମିକାଂକ ସ୍ମୃତି
ଉଜ୍ଜୀବିତ ହେଲେ ମୋ ଫୋନ୍ରେ ମୁଁ ଏଇ ଓଡିଆ ଚଳଚିତ୍ରର ଗୀତଟି ଶୁଣି ଅଂର୍ତଳିନ ହୋଇଯାଏ ।
ସେ ଭାବପ୍ରବଣତା ସାମ୍ନାରେ ଆଉ କିଛି ଦିଶେନା ମୋତେ । ଏବେ ବି ଭାନାଟିଏ ମନରେ ଅଂକରିତ
ହୁଏ- ଝର୍କା ଖୋଲିଲେ ଦେଖିବି ସେ ଅନନ୍ୟା ରୂପସକୁ । ଏଇ ଆଶାରେ କେତେ ଯେ ବିନିଦ୍ର
ଉଚ୍ଚନୀ କଟାଇଛି ତା’ର ହିସାବ ନାହିଁ ।
। ଏବେ ଭାବୁଛି ;- ଯେତେବେଳେ ଅନାମିକା କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ,
ସମସ୍ତ ସାମାଜିକ ନୀତି ନିୟମର ଅର୍ଗଳୀ ଭାଂଗି ମୁଁ ପହଂଚି ଯାଇଥତି ତାଂକ ପାଖରେ । ଆଉ
ପରିନାକୁ ଭୟ ବା ଅପେକ୍ଷା ନ କରି ଚୁମି ଯାଇଥାତି ତାଂକର ସର୍ବଗ ବଦନ । ତାଂକ ଗୋଲାପୀ
ଗଂଜ ଦେଶରେ ଏପରି ଫୁବନ ଟିଏ ଆଂକି ଦେଇଥତି ଯାହାର ଦାଗ ସବୁ ଦିନ ପାଇଁ ରହିଯାଇଥତା ।
ପୁଣି ଭାବେ, କରୋନା ତାଂକୁ ନ ନେଇ ମୋତେ ନେଇ ଯାଇଥତା । ଆଉ ଏତେ ଅଂତର୍ଦାହର
କରୁଣ ରାଗିଣୀରେ ବଳପି ନ ଥାତି ମୁଁ ।
ସେ ଯାହା ହେଲ ବି- ହୃଦୟର ଡାକ ସାମ୍ନାରେ ଯେ ସବୁ କିଛି ଫୋଲ୍ ମାରିଯାଏ- ଅଂତତଃ
ମୋର ଅନୁଭୂତିରୁ ମୁଁ ଏଇ ଶିକ୍ଷାଲାଭ କରିଛି । ଯେତେସବୁ ସାମାଜିକ ନୀତିକାଂତି, କଟକଣାକୁ
ଭୃକ୍ଷେପ ନ କରି ମାନସିର ଆହ୍ବାନରେ ମଣୀହ ଅପରିମାଣଦର୍ଶୀ ହୋଇ ଅନୀତିକର କାର୍ଯ୍ୟ କରି
ପକାଏ - ଆମର ନୀରବିତ ପ୍ରେମ ତାହାର ଏକ ପ୍ରକୃଷ୍ଟ ଉଦାହରଣ । କେବଳ ପ୍ରିୟାର ଦର୍ଶନରେ
ସଂତୁଷ୍ଟ ପ୍ରେମିକ ତା’ର ମନରାଇଜରରେ କଳ୍ପନାବିଳାସର କେତେ କଣ ଖୋରାକ୍ ସଂଗ୍ରହ କରି ନିଏ-
ଏହାର ମୂକ ସାକ୍ଷୀ ମୁଁ ।
ମୋର ଏଇ ପ୍ରେମ କାହାଣୀକୁ ପଢି ବା ଶୁଣି ଅଧିକାଂଶ ମୋତେ ପ୍ରେମ ପାଗଳ ଆଖ୍ୟା ଦେଇ
ଧକ୍କାର କରି ପାରଂତି, କିଂତୁ ସେଥରେ ମୁଁ ବିଚଳିତ ହେବ ନାହିଁ । ବରଂ ନୀଳକଂଠ ପରି ସମସ୍ତ
କୁମ୍ଭାରଟନାର ବିଷକୁ ପିଇଯିବାର କ୍ଷମତା ଅଛି ମୋର ।
ସେ ଦିନ ମୋ ସ୍କୁଲ ସାଂଗ ବିୟ ଆସିଥିଲା । ସେତେବେଳେ ମୋର ପ୍ରେମାନୁଭୂତିର ଆଲେଖ୍ୟ
ଲେଖୁଥୁଲି ମୁଁ । ତା’କୁ ଦେଖି ତରତର ହୋଇ କାଗଜଗୁଡାକ ଲୁଚାଇବାର ପ୍ରଚେଷ୍ଟା କରୁ କରୁ ମୋ
ହାତରୁ ଘଂଚି ନେଲା ସେ । ସବୁ କିଛି ପଢିବା ପରେ କହିଲା- ସାଂଗ । ତୋର ମାନସୀ ତ ଗୋଟେ
ରକ୍ତ ମାଂସର ସ୍ତ୍ରୀ ଥିଲା । କିଂତୁ ତୁ ଜାଣିଛୁ ନା ନାହିଁ- ମୁଁ ଗୋଟେ ଟି.ଭି ସଂବାଦ ପାଠିକାର
ପ୍ରେମରେ ପଡିଯାଇଥିଲି । ସେ ନିଉଜ୍ରିଡରଟି କିଛି ଦିନ ପରେ ଚାକିରୀ ଛାଡିଦେଲା ନା ଅନ୍ୟ
କୌଣସି ଏକ ଚାନେଲକୁ ପଳାଇଗଲା- ତା ମୁଁ ଜାଣେ ନା । କିଂତୁ ତା’ର ସ୍ମୃତି ଏବେ ବି ମୋ
ହୃଦୟରୁ ରକ୍ତ ଝରାଇଛି ।
ବିଜୟର କଥା ଶୁଣି ସନ୍ଦ ହୋଇଗଲି ମୁଁ । ଦୁନିଆଁରେ ସେ ମୋ'ଠୁ ଅଧିକ ପ୍ରେମ ପାଗଳ
ଅଛତି, ଏହା ଜାଣି ମୋ ହୃଦୟରେ ଆଶ୍ୱସ୍ଥିର ଏକ ସଂଳନ ଖେଳିଗଲା ।
ବିଜୟ ପୁଣି ତା’ ପ୍ରେମ କାହାଣୀ ଶୁଣାଇବା ଜାରି ରଖିଲା । କହିଲା- ବୁଝିଲୁ ସାଂଗ । ଥରେ
ସେ ଉପସ୍ଥାପିକ ଜଣକ ଖବର ପଢୁଥିଲା ବେଳେ ମୋ ମୋବାଇଲ ଫୋନ୍ରେ ତାରି ଚାରି ପାଂଚଟି
ଦ୍ୱାପ ନେଇଗଲି । ପରେ ତାକୁ ଏଡିଟ୍ କରି ଚାଲିଲି । ଏହିପରି ଭାବେ ବିଭିନ୍ନ ପୋଜ୍ର, ଭିନ୍ନ ଭିନ୍ନ
ୟାର ଷ୍ଟାଇଲ୍ର ସାଂଚଶହ ଫଟୋ ମୋ ଫୋନ୍ରେ ସାଇତି କରି ରଖିଛି ।
ବିଜୟ ପୁଣି ତା’ ସଂଭୋରି ଜାରି ରଖିଲା । କହିଲା- ବୁଝିଲୁ ସାଂଗ । ଆଜିକାର ଏ ଡିଜିଟାଲ
ଯୁଗରେ ଫେସ୍ବୁକରେ ସଂଧୁତା, ପ୍ରେମ, ପ୍ରଣୟ ଓ ବିବାହ ବିଚ୍ଛେଦ ସବୁ କିଛି ହୋଇଯାଉଛି ।
ପାଶ୍ଚତ୍ୟର ଲିଭ-ଇନ୍-ଭିଲେସନସିପ୍କୁ ଆମ ମହାନଗରୀ ମାନଂକର ହାଇ-ପ୍ରୋଫାଇଲ ଲୋକେ
ଆପଣେଇଲେଣି । ସେ’ତ ତୋ ଝର୍କା ଆରପଟର ପ୍ରେମ ଓ ମୋର ଟି.ଭି. ଦେଖା ପ୍ରେମ କ'ଣ । ମୁଁ
ପରା ଦିନ ରାତି ଚାନେଲ ସଫି କରି ଚାଲିଛି କେଉଁଠି କେବେ ପୁଣି ଥରେ ତା’ର ଦେଖାପାଇବି
ବୋଲି ।
ମୁଁ କହିଲି, ବୁଝିଲି ଭାଇ, ତୁ ମୁଁ ସମସ୍ତେ ସୌଦର୍ଯ୍ୟର ଉପାସକ । ଆବି କବିବରଂକ ଭାଷାରେ ;
ପୁଂଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆଁ ଦିଶୁଥାଇ । ତେଣୁ ଆମ ମନର ମାନସୀ
ମାନଂକୁ ବାରଂବାର ଦେଖିବା ପାଇଁ ମନ ଉଚ୍ଚାଟ ହେବା ସ୍ୱାଭାବିକ ।
ଏହିପରି ଭାବେ ଉଭୟେ ଉଭୟଂକୁ ନିଜ ନିଜର ମନର ଗହନର କଥା କହି ବେଶ୍ ହାଲ୍କା
ବୋଧ କଲୁ । ସତେ ଯେମିତି ଛାତି ଉପରୁ ପଥର ଙ୍ଖଜିଏ ଉଠି ଯାଇଛି ।
ସମୟ ଚକ୍ରରେ ଏ ତାଜା କ୍ଷତ ଶୁଖି ଆସିଲା । ମୁଁ ଓ ବିଜୟ ଉଭୟେ ନିଜ ନିଜର କର୍ମବ୍ୟସ୍ତ
ଜୀବନରେ ଆଗେଇ ଚାଲିଲୁ ।
ଆଜି ବି କେତେବେଳେ ଝର୍କା ଆରପଟେ ଚାହିଁଲେ ମୋ ପ୍ରୀତିଲଗ୍ନା ପ୍ରିୟାଂକ ଚିତ୍ର ଚମକି
ଯାଏ । ଷଠାତ୍ ମୁଁ ନିଦରୁ ଉଠିପଡେ । ଦେଖେ ଗଭିର ରାତ୍ରିର ସମୟ । ତା’ ହେଲେ ସେ ଅନନ୍ୟା
ରୂପସୀ ଏବେ ମୋ ସ୍ଵପ୍ନରେ ଆସି ବସିଲେଣି । ନିଜ ହୃଦୟର ଶୁଖିଯାଇଥିବା କ୍ଷତଟି ପୁଣି ରକ୍ତାକ୍ତ
ହୋଇଯାଏ । କୋହ ମିଶା ଅଂର୍ତଦାହ ଭରା ଦୀର୍ଘ ନିଃଶ୍ୱାସ ଟିଏ ନେଇ ମୁଁ କ୍ରମଶଃ ପ୍ରକୃତିସ୍ଥ ହେବାକୁ
ଚେଷ୍ଟା କରେ ।
କେଇଥର ଭାବେ ଆଉ ସେ ଝର୍କା ଖୋଲିବିନି । ବିବେକ ବାଧା ଦେଉଥିଲେ ହେଁ ହୃଦୟର
ତାଡନାରେ- ଏକ ଦୁର୍ବାର ମୋହକର୍ଷଣର ବଶବର୍ତୀ ହୋଇ ପୁଣି ସେ ଝର୍କା ଖୋଲେ । ଆଖି ଦ
କରିଥାଏ ଓ ପ୍ରୀତିପୁଷ୍ପା ପ୍ରିୟଂକ ସାନିଧଭରା ସୌରଭରେ ଚମ୍ ଯାଇ ଆଖି ଖୋଲିଦିଏ । ଦେଖେ
ସେ ଅପୂର୍ବା ରୂପସୀ ନିତ୍ୟନୈମତ୍ତିକ ଜଂଗରେ ଓଦା କପଡା ଶୁଖାଇ ଚାଲିଛତି । ମୋତେ ଦେଖି
ମୁଁହରେ ସ୍ମୃତି ହାସ୍ୟର ଛଟା ଟିକେ ଖେଳେଇ ଚୋରେଇ ମୋ ଆଡେ ଚାହିଁ ଆନଂଦିତା ହୋଇ କାମ
କରି ଚାଲିଛତି । କାମ ଶେଷ ହେଲା ପରେ ସେ ସିଧା ସଳଖ ମୋତେ ଚାହିଁଲେ ଅପଲକ ନୟନରେ
। ମୁଁ ତାଂକ ଅଂର୍ତଭେଦୀ ତୀବ୍ର ଦୃଷ୍ଟିର ସାମ୍ନା କରିପାରିଲି ନାହିଁ ଓ ମୁହଁ ବୁଲେଇ ନେଲି । କ୍ଷଣକ
ପରେ ଦେଖିଲି ସେ ସେଠାରୁ ନିଷ୍କୃତ ହୋଇଯାଇଛତି ।
କଲି - ଯାହା
କିଛି ସମୟ ଲାଗିଲା ମୋତେ ପ୍ରକୃତିସ୍ଥ ହେବା ପାଇଁ । ସଂବିତ୍ ଫେରି ପାଇବା କ୍ଷଣି ମୁଁ ଚିଂତା
ଦେଖିଲି-ତାହା ସତ୍ୟ ନା ମତିର ଭ୍ରମ ? ବିବେକ ଓ ହୃଦୟର ସଂଘର୍ଷରେ କେହି କିଣି
ପାରିଲେନି ।
ତା’ ପରଦିନ ସକାଳର କଥା । ପୁଣି ପୂର୍ବପାଠର ଆଲୋଚନା ଅନିଦ୍ୟା, ଅପୂର୍ବା ରୂପସୀ
ଜଣକ ନିଜର ନିତ୍ୟନୈମତ୍ତିକ କାର୍ଯ୍ୟରେ ବ୍ୟସ୍ତ । ତେବେ ମୋ ଝରକା ଖୋଲିବାର ଶବ୍ଦ ଶୁଣି ସେ
ମୃଦୁ ମୃଦୁ ହସି ମୋତେ ଚାହିଁଲେ । ଚାରି ଚକ୍ଷୁର ମିଳନ ପରେ ସେ ହାତରେ ଇଶାରା ଦେଲେ
ତାଂକଲ ବଗିଛାକୁ ଆସିବାକୁ ।
ମୁଁ ମୋର କହୁଣୀକୁ ଚୋବାଇଲି । କଷ୍ଟ ହେବାରୁ ଜାଣିଲି ଏହା ସ୍ବପ୍ନ ନୁହେଁ । ତେବେ ପ୍ରୀତିନଂଦା
ପ୍ରିୟା କାହିଁକି ମୋତେ ବଗିଚାକୁ ଡାକିଛତି, ତାହା ଜାଣିବା ପାଇଁ ଯେତେ ମାନସ ମଂଥନ କଲେ ବି
କିଛି ଟେର୍ ପାଇ ପାରିଲିନାହିଁ ।
କିଛି ସମୟ ପରେ ମୁଁ ବଗିଚାରେ ପହଂଚିଲି ଓ ଅନାମିକା ବି ସେଠାକୁ ଆସିଲେ । ତାଂକୁ
ଜୀବଂତ, ସଶରୀରେ ଦେଖି କେତେ ଯେ ଆନଂଦର ଚରମ ସୀମାରେ ମୁଁ ପହଂଚିଗଲି-ତାହା ଭାଷାରେ
ମୁଁ ବର୍ଣ୍ଣନା କରିପାରିବି ନାହିଁ ।
ଆଳାପ ଆରଂଭ କଲେ ଅନାମିକା । କହିଲେ-ଯେଉଁ ଦିନ ପ୍ରଥମେ ଆପଣ ମୋତେ ଦେଖିଲେ-
ସେଇ ଦିନଠାରୁ ଆପଣଂକ ନୀରବିତ ପ୍ରେମରେ ମୁଁ ବି ପଡିଯାଇଅଛି । ତେବେ ମଝିରେ ବାଧକ
ସାହୁଛି ଆମ ସମାଜ । ନା ଆପଣଙ୍କ ପରିବା ବା ମୋ’ ପରିବାର ଏହି ସଂପର୍କକୁ ସ୍ୱୀକୃତି ଦେବେ ।
ସେମାନଂକ ଆଖିରେ ଏହା ଅନୈତିକ ।
କିଛିଟା ଥମି ପ୍ରୀତିଲବ୍ଧ ପୁଣି କହିଲେ- ମୋ ଉପରୁ ଆପଣଙ୍କ ଧ୍ୟାନ ହଟାଇବା ପାଇଁ ମୁଁ
ଜାଣି ଜାଣି ସମସ୍ତଂକୁ ମୋର କରୋନା କାହଣୀ ଶୁଣାଇ ମୋ ମା’ଘରୁକୁ ଚାଲିଯାଇଥିଲି । ଭାବିଥିଲି
ମୋର ମୃତ୍ୟୁ ଖବର ଶୁଣି ଆପଣ ନିଜକୁ ସଜାଡି ନେବେ । ଯଦିଓ ସେଠାରେ ବି ମୁଁ ବିରହ ବିଦଗ୍-
ଆପଣକ ପ୍ରେମାଗ୍ନିରେ ଜଳୁଥୁଲି । ଅନେକ ଦିନ ପରେ ଏଠାକୁ ଆସି ଦେଖିଲି ଆପଣ ଜମାରୁ ବଦଳି
ନାହଂତି । ଏବେ ବି ନିର୍ବିଶେଷ ନୟନରେ ମୋତେ ଚାହିଁ ରହିଛତି ।
ସେଇଥପାଇଁ ଆପଣଂକ ସହିତ ଲଘୁ ଆଳାପ କରିବା ଲୋଭ ସଂବରଣ କରିପାରିଲି ନାହିଁ ।
କିଂତୁ ମୁଁ ଆପଣଂକୁ ପରାମର୍ସ ଦେବି- ଆପଣ ମୋତେ ଓ ମୋ ପ୍ରେମକୁ ସଂପୂର୍ଣ୍ଣ ରୂପେ ଭୁଲି ଯାଆଂତୁ-
ଏଥରେ ହିଁ ଉଭୟ ପରିବାରର ମଂଗଳ ରହିଛି ।
ମନମୋହିନୀକ ଏ ହୃଦୟବିଦାରକ ବାଣୀ ଶୁଣି ଦୁଃକର ଅତିଶଯ୍ୟାରେ ମୋ ଆଖିରୁ ଧାର
ଧାର ଲୁହ ଝରିଆସିଲା । ବାଷ୍ପରୁଦ୍ଧ କଂଠରେ କହିଲି- ଠିକ ଅଛି । ମୁଁ ଆଉ ଏ କ୍ଷେତ୍ରରେ ବିଶେଷ
କିଛି ଆଗେଇବି ନାହିଁ । କିଂତୁ ଦିନକୁ ଅତତଃ ପକ୍ଷେ ଥରୁଟିଏ ଦେଖିବାର ସୁଯୋଗ ମୋ ଠା’ରୁ
ଛଡାଇ ନିଅଂତୁ ନାହିଁ । ମୁଁ କଥା ଦେଉଛି- ସେଥୁରୁ ଆଉ ଅଧିକ କିଛି ମୁଁ କରିବି ନାହିଁ ।
ସଉନାବତୀ ସ୍ଥିତ ହାସ୍ୟ ସହ ସମ୍ମତି ସୂଚକ ଇଶାରା ଦେଇ ସେଠାରୁ ସ୍ଥାନତରିତ ହେଲେ ।
ମୁଁ ବି ଘରକୁ ଫେରିଆସି ଅଫିସ୍ଯିବା ପାଇଁ ପ୍ରସ୍ତୁତିରେ ଲାଗି ପଡିଲି ।
ସେ ଦିନ ସଂଧ୍ୟାରେ ଝଡ ପରି ବିଜୟ ଆସି ଧମକିଲା । ମୋର କରୁଣ ପ୍ରେମ କାହାଣୀର
ଅଂତିମ ପର୍ଯ୍ୟାୟ ଶୁଣି ସେ ବେଶ୍ କିଛି ସମୟ ଭାବଙ୍ଗଭୀର ହୋଇ ବସି ରହିଲା । ଚା’ କପ୍ରେ
ଚୁମକ୍ ଦେଉ ଦେଉ କହିଲା ; ଠିକ ଅଛି ସାଂଗ । ଏ ସବୁ ଲଟର ପଟରରେ ଜମାରୁ ପଢିବା କଥା ନାହିଁ
। ଏହା କହି ମୋ ସାମ୍ନାରେ ସେ ତାର ସେଲ୍ ଫୋନ୍ରୁ ସେ ନିଉଜ୍ରିଡର ର ସମସ୍ତ ଫଟୋ ଡିଲିଟ
କଲା ଓ ପୁଣି ତା ଗଂତବ୍ୟ ପଥରେ ଆଗଇଲା ।
ତା’ ପରଦିନ ଉଠିଲା ପରେ ସ୍ୱୟଂଚାଳିତ ଭାବେ ମୋ ହାତ ଚାଲିଗଲା ଝର୍କା ଖୋଲିବା ପାଇଁ ।
ଦେଖିଲି ବିଶ୍ଵମୋହିନୀ ଫୁଡ ଧୋଇ ତାକୁ ଗୋଟିଏ ଗାମୁଛାରେ ବାଂଧୂଲେ ଓ ମୋ ସାମନାରେ
ଗାମୁଛାଟି ଖୋଲି ସଂର, ଆଜାନୁଲଂବିତ କେଶଗୁଚ୍ଛକ ଶୁଖାଇବାର ଉଦ୍ୟମ କଲେ । ତାଂକର ଏପରି
ଲସ୍ୟମୟୀ ମୁତ୍ରା, ଲାବଣ୍ୟଭରା ଛଟା ମୁଁ ପୂର୍ବରୁ କେବେ ଦେଖିନ ଥୁଲି । ଅପଲକ ନୟନରେ ଚାହିଁ
ରହିଲି ତାଂକୁ । ହୃଦୟ ଭିତରର ସବୁଜ କ୍ଷତଟା ପୁଣି ରକ୍ତାକ୍ତ ହୋଇଗଲା । ହଠାତ୍ ମୋ ଉପରେ
ଦୃଷ୍ଟି ପଡି ବାରୁ ‘ଯା’ କହି ତରତର ହୋଇ ସେଠାରୁ ସେ ପଳେଇଗଲେ ।
ଅଫିସ୍ରୁ ଫେରି ଦେଖିଲା ବେଳକୁ ବିଜୟ ମୋତେ ଅପେକ୍ଷା କରି ରହିଛି । ଆମ ପାଇଁ ଚା’
ଆଣିବା ପାଇଁ କହି ବିଜୟକୁ ଡାକିନେଲି ସିଧା ମୋ ବେଡ୍ରୁମ୍କୁ । ସେ ବହୁତ ଆନଂଦିତ ଓ ହର୍ଷେତ୍ଫୁଲ୍ଲ
ଜଣାପଡୁଥାଏ । ସତେ ଯେମିତି ଖବର ଟା ନ କହିଲେ ପ୍ରଳୟ ହୋଇଯିବ, ସେହିପରି ଭାବଭାଂଗିରେ
ବିଜୟ ମୋତେ କହିଲା- ଭାଇ ଜାଣିଛୁ କି ନାହିଁ । ଆଜି ସେ ନିଉଜ୍ରିଡର୍ କୁ ପୁଣି ସଦ୍ୟ ଆରଂଭ
ହୋଇଥିବା ଏକ ନିଉଜ୍ ଚାନେଲ୍ରେ ଦେଖିଲି । ସଂଗେ ସଂଗେ ତା’ର ଦୁଇ ଚାରିଟା ସ୍ନାପ୍ ନେଇଗଲି
। ନେ, ତୁ ବେ ଟିକେ ଦେଖ୍ ।
ସେତେବେଳ କୁ ଚା’ ଆସିଯାଇଥାଏ । ଗୋଟିଏ ହାତରେ ଚା’ ଓ ଅନ୍ୟ
ଫୋନଟି ନେଲି । ଫୋନ୍ରେ ଉତତେ(ଳିତ ଫଟୋ ଟିକୁ ଦେଖି ମୋ ହାତରୁ ଚା
। ମୋତେ ଲାଗିଲା ସତେ ଯେମିତି ମୋ ପାଦତଳୁ ପୃଥିବୀଟା ଖସି ଯାଉଅଛି . କାରଣ ୟେ ଯେ
ମୋର ଅନାମିକା ।
ହାତରେ ବିଜୟର
କପ୍ଟି ଖସି ପଡିଲା
ମୋର ଏ ପ୍ରକାର ଅବସ୍ଥା ଦେଖି ବିଜୟ ସ୍ତବ୍ଧ । ସଂବିତ ଫେରି ପାଇଲା ପରେ ତାକୁ କହିଲି
ତୁ ଯା । ମୋର ଗୋଟିଏ ଜରୁରୀ ଅଫିସ୍ କାମ ଅଛି, କରିବି ।
ରୁମରେ ଏ.ସି. ଚାଲୁଥିଲେ ବି ମୁଁ ଗଳଦଘର୍ମ ହୋଇଗଲି । ବିଜୟ ହାତକୁ ନୀରବରେ ଫୋନଟି
ବଢାଇ ଦେଇ କହିଲି- ଭାଇ ତୋର ପସଂଦ ବାସ୍ତବିକ ଚମତ୍କାର । ତେବେ ମୋର ଏଇନେ କିଛି
ଜରୁରୀ ଅଫିସ୍ କାମ ଅଛି ତୁ ଯା । ପରେ ଏ ବିଷୟରେ କଥାବାର୍ତା ହେବା ।
ବିଜୟ ଚାଲିଗଲା ପରେ ମୁଁ ଚିଂତା କଲି- ଏହା କିପରି ସଂଭବ ? ତେବେ ହୃଦୟକୁ ଛାଡି ମସ୍ତିଷ୍କକୁ
ପ୍ରାଧାନ୍ୟ ଦେବାରୁ ଏହି ଅଡୁଆ ସୂତାର ଖିଅଟା ବି ମୋତେ ମିଳିଗଲା ।
ପ୍ରଥମତଃ ଏ ଟା ତ ରାଜଧାନୀ । ପ୍ରାୟ ସମସ୍ତ ଓଡିଆ ନିଉଜ୍ ଚାନେଲର ଷ୍ଟୁଡିଓ ଏଇଠି ।
ତା’ ପରେ ଅନାମିକାଂକୁ କେବଳ ସ୍ନା ପରେ ଚାରି ପାଂଚ ମିନିଟ୍ ପାଇଁ ମୁଁ ଦେଖୁଛି । ତା ପରେ କେବେ
କେମିତି ରାତି ବେଳି ରୋଷେଇଘରେ । ସେ ଦିନ ବେଳା କେଉଁଠାକୁ ଯାଉଛତି, କଣ କରୁଛତି,
ତାହା ଜାଣିବାର ଉପାୟ ବା ଇଚ୍ଛା ମଧ୍ୟ ମୋର ନାହିଁ । କାରଣ ମୁଁ ବି ସକାଳୁ ସଂଧ୍ୟା ପର୍ଯ୍ୟତ ଅଫିସ୍
କାମରେ ବ୍ୟସ୍ତ ।
ତା’ପରେ ବିଜୟ ଯେଉଁ କେତେ ଦିନ ଅନାମିକାଂକୁ ଖୋଜି ଖୋଜି ପାଇଲାନି ସେତେବେଳେ
ସେ ତାଂକ ମାଂକ ଘରକୁ ଚାଲି ଯାଇଥିଲେ । ସୁତରାଂ ଏହା ପୂର୍ବତଃ ସଂଭବ ।
ତା’ ପରେ ମୁଁ ହେଲି କ୍ରିକେଟ ପତ୍ନୀ । ଟି.ଭିରେ ନିଉଜ୍ ପ୍ରାୟ ଦେଖେନା ମୁଁ । ଦୁଇ ଚାରିଟା
ଖବରା କାଗଜ ଘରକୁ ଆସୁଛି, ତାକୁ ପଢି କାମ ଚଳାଇଦିଏ ।
ଏହି ସବୟ କଥା ଯୁକ୍ତି ସଂଗତ ହୋଇଥିବାରୁ ତାହା ମୋ ମନକୁ ପାଇଲା । ତେବେ ପୁଣି ଏକ
ନୂଆ ସମସ୍ୟା । ବିଜୟ ଓ ମୋର ମନର ମୟୁରୀ ଏକା-ଅନାମିକା ।
ବିଜୟ ତା ପ୍ରେମରେ କେତେ ସିରିୟସ୍-ମୁଁ ଜାଣେନା । ଏହା ତା ପାଇଁ ମନୋରଂଜନର ଖୋରାକ୍
ବି ହୋଇଥାଇପାରେ । କିଂତୁ ପ୍ରଥମ ଦେଖାରୁ ହିଁ ଅନାମିକା ମୋ ମନର ଚଢେଇ ହୋଇ ସାରିଲାଣି ।
ଖାଲି ତାଂକ ବିନୀତ ବାରଣ ପାଇଁ ମୁଁ ନିନ କନ, ହୃଦୟରେ ଲଗାମ୍ ଦେଇଅଛି । କିଂତୁ ଏହା ବି ସତ୍ୟ-
ଖାଲି ଟିକିଏ ଗ୍ରୀନ୍ ସିଗ୍ନାଲ୍ ମିଳିଗଲେ ସମାଜର ସମସ୍ତ ନୀତି ନିୟମର ଅର୍ଗଳି ଡେଇଁ ମୁଁ ଚାଲିଯିବି
ସୀମା ସେ’ ପାରିକି ।
ଏ ବିଷୟ ଫିତା କଲାବେଳେ ଏକ ଓଡିଆ ଚଳଚିତ୍ର ଗୀତ ମନେ ପଡିଲା । “ ଏ ମୋର
ମାନସୀ ଆସ ପ୍ରେମ ରାଇଜେ ଗଢିବା ମଂଦିର ଉଡିଯିବା ଆକାଶରେ ପ୍ରେମ ପକ୍ଷୀ ଆମେ ଦୁନିଆଁର”
। ହେଲେ ଦୁର୍ଭାଗ୍ୟ ମୋର ;- ମୋର ମାନସୀ ସୀମା ସେ’ ପାର ସ୍ତ୍ରୀ ।
ଯଦି ବିଜୟ କୁ ଏ କଥା କହିଦେବି, ତା ହେଲେ ସେ ବି ଭାଂଗିଯିବ । ଅତି ଦୁଃଖରେ କହିବ-
ସାଂଗ, ତୋ ପାଇଁ ମୁଁ ମୋ ପ୍ରେମର ବଳିଦାନ ଦେଇଦେବି । ହେଲେ ମୁଁ କାହିଁକି ଅଂତରଂଗ ବଂଧୁକୁ ଏ
ହୃଦୟ ବିଦାରକ ସଂବାଦଟା ଦେବି । ବରଂ ମୁଁ ମୋ ପ୍ରେମର ବଳିଦାନ ଦେଇ ବିଜୟକୁ କହିବି ସେ
ତାର ଅଭିଯାନ ଜାରି ରଖୁ ।
ଏ ପ୍ରକାର ଦୋଦୁଲ୍ୟମାନ ମାନସିକତା ନେଇ ମୋତେ ସାରା ଜୀବନ ଚଳିବାକୁ ପଡିବ ବୋଲି
ଉପଲବ୍ଧ କଲି । ତେବେ ପରିଶେଷରେ ଏ ସବୁ ଭାବନାକୁ ମନରୁ ପୋଛି ଦେଇ ସ୍ଵାଭାବିକ
ଜୀବନଯାପନ କରିବା ପାଇଁ ମୋତେ ପ୍ରେରଣା ଦେଲେ ସେ ବିଶ୍ବବିମୋହିନୀ ଅନାମିକା- ମୋ ମନର
ଚଢେଇ ତଥା ସୀମା ସେ’ ପାର ସ୍ତ୍ରୀ