STORYMIRROR

Priyaranjan Biswal

Fantasy Inspirational Others

3  

Priyaranjan Biswal

Fantasy Inspirational Others

ଶ୍ରୀମଦ୍ ଭଗବଦ୍ ଗୀତା ୧|୪

ଶ୍ରୀମଦ୍ ଭଗବଦ୍ ଗୀତା ୧|୪

1 min
232


ଅତ୍ର ଶୂରା ମହେଷ୍ୱାସା ଭୀମାର୍ଜୁନସମାଯୁଧି।

ଯୁଯୁଧାନୋ ବିରାଟଶ୍ଚ ଦ୍ରୁପଦଶ୍ଚ ମହାରଥଃ ।।୪।।



       ଏଠାରେ ଏ ସୈନ୍ଯବାହିନୀରେ ଭୀମ ଓ ଅର୍ଜୁନଙ୍କ ତୁଲ୍ଯ ଅନେକ ଧନୁର୍ଦ୍ଧାରୀ ବୀରଅଛନ୍ତି। ପୁନଶ୍ଚ ଯୁଯୁଧାନ, ବିରାଟ ଏବଂ ଦ୍ରୁପଦଙ୍କ ପରି ଅନେକ ବିଶିଷ୍ଟ‌ ଯୋଦ୍ଧା ଅଛନ୍ତି।



        ଦ୍ରୋଣଙ୍କୁ ଯୁଦ୍ଧକୌଶଳ ଭଲରକମ ଜଣାଥିଲା। ତାଙ୍କ ଆଗରେ ଧୃଷ୍ଟଦ୍ଯୁମ୍ନ ଯଦିଓ କିଛି ବଡ ପ୍ରତିଦ୍ୱନ୍ଦୀ ନଥିଲେ, ତଥାପି ଅନେକ ଯୋଦ୍ଧା ଏପରି ଥିଲେ, ଯେଉଁମାନେ କି ଆଶଙ୍କାର କାରଣ ହୋଇଥିଲେ। ବିଜୟ ପଥରେ ସେହିମାନେ ହିଁ ଥିଲେ ପ୍ରଧାନ ପ୍ରତିବନ୍ଧକ। କାରଣ ସେମାନଙ୍କ ମଧ୍ଯରୁ ପ୍ରତ୍ଯେକ ଭୀମ ଓ ଅର୍ଜୁନଙ୍କ ପରି ଅତ୍ଯନ୍ତ ଭୟଙ୍କର ଥିଲେ। ଏକଥା ଦୁର୍ଯ୍ଯୋଧନ ପ୍ରକାଶ କଲେ। ସେ ଭୀମ ଓ ଅର୍ଜୁନଙ୍କର ବଳବିର୍ଯ୍ଯ କଥା ଜାଣିଥିଲେ। ସେଥିପାଇଁ ସେ ଅନ୍ଯ ଯୋଦ୍ଧାମାନଙ୍କୁ ସେମାନଙ୍କ ସହ ତୁଳନା କଲେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy