ଶଙ୍ଖା ସିନ୍ଦୂର
ଶଙ୍ଖା ସିନ୍ଦୂର
ଝିଅଟିର ବାହାଘର ସରି ଯାଇଥାଏ, ଚତୁର୍ଥୀ ଶଯ୍ୟା ଉପରେ ବସି ମଥାରେ ଓଢଣା ଟାଣି ମନର ମଣିଷଟିକୁ ଅପେକ୍ଷା କରିଛି ଝିଅଟି। କବାଟ ଖୋଲିବାର ଶବ୍ଦ ହେଲା .... ବୋଧେ ସେ ଆସିଗଲେ। ଆଉଟିକେ ଓଢଣାକୁ ତଳକୁ ଟାଣି ଦେଇ ସଜାଡି ହେଇ ବସିଲା ଝିଅଟି । ଏ କଣ..... !
ସୁମନ ତା ପାଖକୁ ଆସିବା ପରିବର୍ତ୍ତେ ଝରକା ପାଖରେ ଠିଆ ହେଇ ରହିଲେ... ! ଏତେ ରାତିରେ ଝରକା ବାହାରକୁ ଚାହିଁ କଣ ଦେଖୁଛନ୍ତି , ? କିଛି କହୁନାହାନ୍ତି ଯେ ? ଏମିତି କଥା ଭାବି ଝିଅଟି ବ୍ୟସ୍ତ ହେଉଥିଲା।ପୁଣି ଭାବିଲା....
କିଛି ସମୟ ଗଲା ପରେ ବୋଧେ କିଛି କହିବେ ତାକୁ। ସମୟ ବିତିଲା,ଏମିତି ଅଧଘଣ୍ଟା ପାଖାପାଖି ବିତିଲା ପରେ ନିରବତାକୁ ଆଉ ସହ୍ୟ କରିନପାରି ପଚାରିଲା ଝିଅଟି -
ଥରେ ମୋ ଓଢଣା ଖୋଲି ଦେଖିବନି ମୁଁ କିଏ ?
ସୁରଜର ମୁହଁରୁ ଅଜାଣତରେ ବାହାରି ଆସିଲା ନିଜ ପ୍ରେମିକା ର ନାଁଟି - ଲଗ୍ନା .....
କାହିଁକି ନା ଝିଅଟିର କଣ୍ଠସ୍ୱର ଟି ଲଗ୍ନାର ସ୍ୱର ପରି ଲାଗିଥିଲା ସୁରଜ୍ କୁ ।
ଝିଅଟି ସେମିତି ଓଢଣା ତଳେ ଥାଇ ପୁଣି ପ୍ରଶ୍ନ କଲା - ଏ ଲଗ୍ନା କିଏ ?
ସୁରଜର ଉତ୍ତର - କେହି ନୁହେଁ ତମର ଜାଣିବା ଦରକାର ନାହିଁ ।
ମୁଁ ଯଦି କହେ ତମର କିଛି କଥା ମୋତେ ଲୁଚେଇବା ଦରକାର ନାହିଁ । ତମେ କଣ ଭାବୁଛ ! ମୁଁ କଣ କିଛି ଜାଣି ପାରୁନି ! ପିଲା ଧୀରେ ଧୀରେ ବଡ ହେଲେ ତାର ଜ୍ଞାନ ବି ବଢେ। ଏଇ ଛୋଟ କଥାଟେ ବୁଝି ପାରିବିନି ବୋଲି କେମିତି ଭାବୁଛ ତମେ ! କହିଲା ଝିଅଟି।
ଆଜି ଭଳିଆ ଦିନରେ କୌଣସି ଏମିତି ସେମିତି ଝିଅର ନାଁ ତ ଓଠରେ ଆସିବନି ! ନିଶ୍ଚୟ ସେ ତମ ପ୍ରେମିକା ହିଁ ହେଇଥିବ। ମୁଁ ଠିକ୍ କହିଲି ନା ! ଲଗ୍ନା ତମ ପ୍ରେମିକା ଥିଲା, ତମ ପ୍ରଥମ ପ୍ରେମ , ଯାହା କଥା ତମେ ଆଜିଯାଏଁ ବି ଭାବୁଛ ,ଟିକେ ସମୟ ମିଳିଗଲେ , ସାରା ଜୀବନ ବି ସେଇ ନା ସବୁ ମୁହୂର୍ତ୍ତରେ ଭାବୁଥିବ ଆଉ ଭାବିବ ଏକଥା ମୁଁ ଜାଣେ ଆଉ ସେଥିରେ ମୋର ଆପତ୍ତି ନାହିଁ ।
ତୁମ ହାତରୁ ଟୋପାଏ ସିନ୍ଦୂର ଦିପଟ ଶଙ୍ଖା ନାଇ ମୁଁ' ତମ ସ୍ତ୍ରୀ ହେଇଗଲି ,ଏତିକି ମୋ ପାଇଁ ଯଥେଷ୍ଟ ।
ସୁରଜ୍ କହିଲା -
ଯାହା ବି ଭାବୁଛ ସବୁ ମିଛ।
ତାହେଲେ ଅପା କଣ ମୋତେ ମିଛ କହିଲେ ? ରୁମ୍ ରେ ଛାଡିବା ପୂର୍ବ ରୁ ଅପା ମୋତେ ତମ ବିଷୟରେ ସବୁ କହିସାରିଛନ୍ତି ।ଏଥିପାଇଁ କହିଲେ ଯେ ମୁଁ ଯେମିତି ତମକୁ ଭୁଲ୍ ନ ବୁଝେ। ଝିଅଟିର ଏକଥା ସୁରଜକୁ ବିଶ୍ୱାସ ହେଲାନି !
ଅପା କହିଲା ତମକୁ !? କଣ କହିଲା ? ସୁରଜ୍ ପଚାରିଲା ।
ଝିଅଟି ତାକୁ ଓଢଣା ଭିତରୁ କହିଲା -ଏଥିପାଇଁ କଣ ମୋତେ ପ୍ରମାଣ ଦେବାକୁ ପଡିବ ! ତମ ହାତର ସେଇ ଟୋପେ ସିନ୍ଦୂର ମୋର ପରିଚୟ ହୋଇସାରିଛି। ତମେ ଆଜିଯାଏଁ ଭାବୁଥିଲ ନା ଅପା ତମ ଭଲପାଇବା ବିଷୟରେ କିଛି
ବି ଜାଣି ନାହାଁନ୍ତି ବୋଲି ! ତମ ଭାବନା ଟା ମିଛ, ମନେପକାଅ - ତମେ ଥରେ ଯୋଉ ଲଗ୍ନାକୁ ସାଥିରେ ନେଇ ଘରକୁ ଆସିଥିଲ ଆଉ ଛାତ ଉପରେ ତମ ' ଭିତରେ ଯେଉଁ ରୋମାଣ୍ଟିକ୍ ସିନଟା ସୃଷ୍ଟି ହେଇଥିଲା ଅପା ତାକୁ ତଳେ ଠିଆ ହେଇ ଦେଖିଥିଲେ ।
ସୁରଜ୍ ଏବେ ବୁଝିପାରିଲା ଅପା ବାହା ହେଇ ଯିବା ବେଳେ କାହିଁକି ପଚାରିଥିଲେ - ଲଗ୍ନା କେମିତି ଅଛି ?
ହେଲେ ଲଗ୍ନାର ତ .... ବାହାଘର ସରିଯାଇଥିଲା ବୋଲି ଜାଣି ଅପା ଆଉ କିଛି କହିଲେନି ଚୁପ୍ ରହିଲେ ।
ଝିଅଟି ପୁଣି କହିବାକୁ ଲାଗିଲା -
ପ୍ରକୃତରେ ସେତେବେଳକୁ ବାହାଘର ହେଇ ନ ଥିଲା।
ବାହାଘର ପୂର୍ବ ଦିନ ପୁଅ ପାଇଁ ଆମେରିକାରୁ ଗୋଟେ ବହୁତ ବଡ କମ୍ପାନୀର ଚାକିରି ଅଫର ଆସିଥିଲା , ସେଥିପାଇଁ ତାକୁ ତିନିବର୍ଷ ପାଇଁ ଭାରତକୁ ଫେରିବନି ବୋଲି ଏଗ୍ରିମେଣ୍ଟ କରିବାକୁ ପଡିଲା ଆଉ ଏବେ ଏବେ ମାନେ ଏଇ ମାସରେ ତା ବାହାଘର ହେଲା। ହେଲେ ସେ ଆମେରିକା ଫେରନ୍ତା ପୁଅ ସହ ନୁହେଁ , ଆଉ ଗୋଟେ ପୁଅ ସହ।
ସୁରଜର ଆଶ୍ଚର୍ଯ୍ୟରେ .... !
ତମେ ଏତେ ସବୁ କଥା ତା ବିଷୟରେ କେମିତି ଜାଣିଲ ?ଆଉ କୋଉ ....ପୁ...ଅ ସହ ...ତା ମ୍ୟାରେଜ୍ ହେଲା ? ରହି ରହି ପଚାରିଲା ସୁରଜ୍ ।
ଉତ୍ତରରେ ଓଢଣା ତଳୁ ଝିଅଟି କହିଲା - ମୁଁ ଯଦି ଜାଣିଥାନ୍ତି "ଆମ ପ୍ରେମର ଭବିଷ୍ୟତ "ଟା ଏତେ ସୁନ୍ଦର ହେଇଥିବ ତା ହେଲେ ସେଦିନ ତମ ଆଗରେ ଏତେ କାନ୍ଦିନଥାନ୍ତି !
ସୁରଜ୍ ଦ୍ୱାରା ଏ ରହସ୍ୟମୟ ପରିସ୍ଥିତି ସହଜବୋଧ ହେଲାନି। ଝିଅଟିର ମଥାରୁ ଓଢଣାକୁ ଧୀରେ କି ଉଠେଇଦେଲା ପରେ ଆହୁରି ରହସ୍ୟମୟ ର ଗଭୀରତାକୁ ଚାଲିଯାଇ କହିଲା -ତମେ ଏଠି !କେମିତି ? ମୋତେ ତ ବିଶ୍ୱାସ ହେଉନି !
ଓଢଣା ତଳର ଝିଅଟି ଲଗ୍ନା ହିଁ ଥିଲା ତା ମନର ମାନସୀ ,ପ୍ରେମର ପ୍ରେମିକା। ଲଗ୍ନା ସବୁ କଥା କହିସାରିବା ପରେ କହିଲା-ଏମିତି ହିଁ ଆସିଲି। ଅପା ତମ ପାଇଁ ତମ ଅଜାଣତରେ.... ଏବେ ଵୁଝିଲେ ତ !
ସୁରଜ୍ ନିଜ ପକେଟ୍ ରୁ ସୁନାର ଚୁଡି ପଟକ ବାହାର କରି ଲଗ୍ନା ହାତରେ ପିନ୍ଧେଇ ଦେଲା। କେବେ ଭାବି ନ ଥିଲି ଏ ଚୁଡିଟି ତମକୁ ପିନ୍ଧେଇ ପାରିବି ବୋଲି !
ଆଉ ଅଜାଣତରେ ଅପାର କଥାକୁ ରକ୍ଷା କରିବା ପାଇଁ ସିନ୍ଦୂର ତ ପିନ୍ଧାଇ ସାରିଛି ।
ଲଗ୍ନା ସୁରଜର କାନ୍ଧରେ ହାତ ରଖିଦେଲା ! ଆଉ କହିଲା ମୁଁ ଭବିଷ୍ୟତର ଅଦୃଶ୍ୟ ଫର୍ଦ୍ଦଟାକୁ ପଢି ପାରିଥିଲି ସୁରଜ୍... କେବଳ ଅପା ରୂପି ଦେବୀଙ୍କ ପାଇଁ ଆଉ ଭଗବାନଙ୍କ ଏ ସୁନ୍ଦର ସଂଯୋଗ ପାଇଁ । ତମେ ହିଁ ମୋର ସୁଖ ଆଉ ସୌଭାଗ୍ଯ ଥିଲ ଆଉ ରହିବ , ତମରି ଏଇ ଟୋପାଏ ସିନ୍ଦୂର ମୋର ପରିଚୟ ବଦଳାଇଦେଲା ।
ଆଜିଠୁ ମୁଁ ଏକା ତୁମର ଆଉ ତୁମେ ମୋର । ଆମେ ଦୁହେଁ ଆମ ସ୍ମୃତିନଦୀ ତୀରେ ତୀରେ ଭ୍ରମିବା ପ୍ରେମ ପିୟୁଷ ପାନ କରି ।