Santosh Pattnayak

Others

3  

Santosh Pattnayak

Others

ପହିଲି ପ୍ରେମ

ପହିଲି ପ୍ରେମ

4 mins
1.7K


ସନ୍ତୋଷପଟ୍ଟନାୟ,ଗଞ୍ଜାମ

ପ୍ରେମ ଏକ ଗୋଲାପ ଫୁଲ ବା ପୁଷ୍କରିଣୀର ପଦ୍ମଫୁଲ ଭଳି । ଗୋଲାପ ଯେଉଁ ଡାଳରେ ଫୁଟିଥାଏ ସେହି ଡାଳରେ ଅନେକ କଣ୍ଟା ଥାଏ । ପଦ୍ମଫୁଲ ମୂଳରେ ବିଷାକ୍ତ ସାପ ରହିଥାଏ । ଏହା ଜାଣି ମଧ୍ୟ ଅନେକ ତାକୁ ପାଇବାକୁ ଇଛା କରନ୍ତି । ସେ ସମୟରେ ତାଙ୍କୁ କଣ୍ଟା ଫୋଡି ହେବାର କି ସାପ କାମୁଡ଼ିବାର ଭୟ ନଥାଏ । ଠିକ୍ ଏହି କ୍ରମେ ଏକ ଝିଅ ଓ ଏକ ପୁଅ ଦିନେ ସେହି ବୟସରେ ପାଦ ଥାପନ୍ତି ,ଯୋଉଠି କି ତାଙ୍କ ହୃଦୟରେ ପ୍ରେମ ସୃଷ୍ଟି ହୋଇଥାଏ । ସୁମନ ଓ ସରୋଜ୍ ସେଥିରୁ ବାଦ୍ ଯାଆନ୍ତି କିପରି !

ସରୋଜ୍ ମଧ୍ୟ ଦିନେ ସେହି ବୟସରେ ପାଦ ରଖିଥିଲା । +୩ ପ୍ରଥମ ବର୍ଷରେ ପଢୁଥାଏ ସରୋଜ୍ । କିଛି ସାଙ୍ଗମାନଙ୍କ ଠାରୁ ତାଙ୍କ ପ୍ରେମିକା ମାନଙ୍କ ବିଷୟରେ ଶୁଣୁଥାଏ, ଶୁଣିବାକୁ ସେତେ ଇଛା ନଥିଲେ ମଧ୍ୟ ବିରକ୍ତ ଲାଗୁନଥାଏ । ଧିରେଧିରେ ଅନୁଭବ କଲା ସେ ଯେମିତି କାହାକୁ ଖୋଜୁଛି ପାଉନି । ବ୍ୟସ୍ତ ଲାଗୁଛି ପୁଣି ବେଳବେଳେ ଖୁସି ଅନୁଭବ କରୁଛି । ତା’ ହୃଦୟ ନୟନ ଏକ ପ୍ରେମିକାକୁ ମନେ ମନେ ଖୋଜିବାକୁ ଲାଗିଲା ଠିକ୍ ସେଇ ସମୟରେ କଲେଜର ଏକ ସୁନ୍ଦର ଝିଅ ସହ ତା’ର ଅଚାନକ ସାକ୍ଷାତ ହୁଏ । ତାକୁ ଦେଖି ଲାଗିଲା ଏଇ ସେଇ ତା’ ମନର ପ୍ରତୀମା , ଧିରେଧିରେ ସେ ତା’ ମନରେ ବସା ବାନ୍ଧିନେଲା । ପ୍ରତି ମୁହୁର୍ତ୍ତରେ ତା’ ଆଖିରେ ସେଇ ଝିଅର ପ୍ରତିଛବି ନାଚି ଉଠିଲା । ଡ୍ରଇଁରୁମ୍ ,କ୍ଳାସରୁମ୍ , କମନ୍ ରୁମ୍ ସବୁଠି ତାରି ପ୍ରତିଛବି । ସେ ଅନୁଭବ କଲା ଯେପରି ତାକୁ ସେ ଭଲ ପାଇସାରିଛି ।

କିନ୍ତୁ ତାପର ଦିନ ଠାରୁ ଆଉ କୌଣସି ଦିନ ଦେଖିପାରିଲା ନାହିଁ କଲେଜରେ । ତା’ ଆଖି ତାକୁ କଲେଜର ପ୍ରତ୍ୟେକ କୋଣ ଅନୁକୋଣରେ ଖୋଜି ବୁଲିଲା । ପାଠପଢାରେ ଆଉ ମନନଥାଏ ।

ଦିନେ ଲିଜର ପିରିୟଡ଼ ରେ କଲେଜ ହତାରେ ଏକ କୃଷ୍ଣଚୁଡା ଗଛମୂଳେ ବସିଛି ସରୋଜ୍ ଏବଂ ସେଇ ଝିଅ କଥା ଭାବୁଥାଏ ।ସେ ଅନୁଭବ କଲା ଯେପରି ଆଉ କେହି ଜଣେ ଆସି ସେଠି ବସିଲା । ବୁଲିକି ଦେଖିଲା ଟିକେ ଦୂରରେ ଆଶ୍ଚର୍ଯ୍ୟର ସହ ଚକିତ ହୋଇଗଲା ।ସେ ଆଉ କେହି ନୁହେଁ ସେଇ ତ ତା’ ମନର ପ୍ରତୀମା , ବହି ପଢାରେ ଏକଦମ୍ ମଜ୍ଜିଯାଇଛି ଯେ କୌଣସି ପ୍ରତି ନଜର ନାହିଁ ତାର । ତାର ଓଢ଼ଣୀଟି ସୁଲୁସୁଲିଆ ପବନର ସାହାଯ୍ୟ ନେଇ ସରୋଜ୍ ମୁହଁ ଉପରେ ଘୁରି ବୁଲିବାକୁ ଲାଗିଲା କିନ୍ତୁ ସେଥିପ୍ରତି ସେ ଝିଅଟିର ନଜର ନଥାଏ । ସେ ଡାଇରିର ଲେଖାଗୁଡିକୁ ନିରୀକ୍ଷଣ କରି ପଢ଼ିବାରେ ବ୍ୟସ୍ତ । ତେଣୁ ବୋଧହୁଏ ସରୋଜ୍ ର ଉପସ୍ଥିତି ଜାଣିପାରିନାହିଁ । ତଳେ ଥିବା ତାର ଅନ୍ୟଏକ ବହିଟିକୁ ନିରିକ୍ଷଣ କରି ସରୋଜ୍ ଜାଣିନେଲା ସେ ବି +୩ ପ୍ରଥମ ବର୍ଷର ବିଜ୍ଞାନ ଛାତ୍ରୀ ଆଉ ତା ନା ‘ସୁମନ୍’ । ସରୋଜ୍ ତାକୁ କିଛି ପଚାରିବା ପୂର୍ବରୁ କ୍ଳାସ୍ ବେଲ ବାଜିଉଠିଲା । ଝିଅଟି ତାର ବହିପତ୍ର ଧରି ଉଠିଲା । ସରୋଜ୍ ବସିରହି ନିରିକ୍ଷଣ କରୁଥାଏ । ହଠାତ୍ ତାର ଅସଞ୍ଜତ ଓଢ଼ଣୀଟି ଆସି ସରୋଜ୍ ଦେହରେ ଲାଖିଗଲା । ସେ ଓଢ଼ଣୀ ନେବାକୁ ଆସି ସରୋଜକୁ ଦେଖି ଲାଜେଇ ଗଲା , ସରୋଜ୍ ବି ଟିକେ ଲାଜେଇ ଗଲା , ପରେ ପରେ ତାକୁ ଓଢ଼ଣୀଟି ତା’ହାତକୁ ବଢେଇ ଦେଲା । ଦୁହେଁ କ୍ଳାସରୁମ୍ ଆଡ଼କୁ ଚାଲିଲେ । କ୍ଳାସ୍ ରେ ପହଞ୍ଚି ସରୋଜ୍ ବାରଣ୍ଡାରୁ ଚାହେଁତ ସୁମନ୍ ବି ସରୋଜ କୁ ତାଙ୍କ କ୍ଳାସରୁମ୍ ର ବାରଣ୍ଡାରୁ ନିରିକ୍ଷଣ କରି ଚାହିଁ ରହିଛି । ଚାରି ଆଖିର ମିଳନ ପରେ ସେ ଟିକେ ମୁରୁକି ହସିଦେଇ ଚାଲିଗଲା । ସରୋଜ୍ ବି ତା ହସରେ ହସ ମିଳାଇ କ୍ଳାସ୍ କୁ ଗଲା ଓ ପାଞ୍ଚମିନିଟ୍ ଲେଟ୍ ରେ ପହଞ୍ଚିଲା ତାର ସେଇ ହସରେ ସରୋଜ ମନରେ ଖେଳି ଯାଇଥିଲା ଅପୂର୍ବ ଆନନ୍ଦ ଓ ଶିହରଣ । କ୍ଳାସ୍ ଥିଲା ଓଡ଼ିଆ ଓ ବିଷୟ ଥିଲା ଉପେନ୍ଦ୍ର ଭଞ୍ଜଙ୍କ “ଭଞ୍ଜସାହିତ୍ୟ” । ସେଥିରେ ଥିବା ପ୍ରେମାଳାପକୁ ଓଡ଼ିଆ ମେଡ଼ମ୍ ସରଳ କରି ବିଭିନ୍ନ ଉଦାହରଣ ଦେଇ ବୁଝଉଥାନ୍ତି । ସରୋଜ କୁ ଭାରି ଭଲ ଲାଗୁଥାଏ ବିଷୟଟି । ମନେ ମନେ ଭାବୁଥାଏ ମୁଁ’ ବି ଏପରି ପ୍ରେମାଳାପ ଶୁଣାଇବି ଦିନେ ଏକାଞ୍ଚନରେ ମୋ ମନର ମାନସୀକୁ । ତା’ ମନ ଓ ହୃଦୟର ପ୍ରେମ ଉନ୍ମାଦନା ଅତି ପ୍ରବଳରୁ ପ୍ରବଳତ୍ତର ହେବାକୁ ଲାଗିଲା ।

କଲେଜ ଛୁଟିପରେ ସରୋଜ୍ ସମସ୍ତଙ୍କ ପଛରେ ରହିଗଲା । ଅନୁମାନ କଲା ସୁମନ୍ ମଧ୍ୟ ଜାଣିଶୁଣି ସବୁ ଝିଅଙ୍କ ପଛରେ ଯାଉଛି । ସରୋଜ୍ ପଛରୁ ଚୁପି ଚୁପି ଡାକିଲା ।

ସୁମନ୍…………………..

ସୁମନ୍ ଧିରେଚାହିଁ ହସିଦେଲା । ତାର ସେଇ ହସ ସରୋଜ୍ ମନ ଓ ଶରୀରକୁ ଆନନ୍ଦରେ ବିଭୋର କରିପକାଇଲା । ସରୋଜ୍ ମନେ ମନେ ନିଜକୁ ଧନ୍ୟ ମନେକଲା । ଏହାପରେ ଦୁହେଁ ଦୁହିଁଙ୍କ ବିଷୟରେ ବିସ୍ତୃତ କଥାବାର୍ତ୍ତା ହେଲେ , ଲିଜର ପିରିୟଡ଼ରେ ସେହି କୃଷ୍ଣଚୁଡା ଗଛ ମୂଳରେ ଏକାକୀ ଅନେକ ଦିନ ବସି ଗପ କଲେ । ଏଭଳି ତାଙ୍କ ସମ୍ପର୍କର ସେତୁ ଧିରେଧିରେ ବଢ଼ିବାରେ ଲାଗିଲା । ଦୁହେଁ ଦୁହିଁଙ୍କୁ ଭଲପାଉଛନ୍ତି ଏହା ଉଭୟଙ୍କୁ ଅଜଣା ନଥିଲା । ସେଇ କୃଷ୍ଣଚୁଡା ଗଛମୂଳରେ ବସି ସେମାନେ ତାଙ୍କ ସ୍ବପ୍ନର ମହଲ ଗଢ଼ିବାକୁ ସଙ୍କୋଚ କରିନଥିଲେ ।

କିନ୍ତୁ ହଠାତ୍ ତାଙ୍କ ଜୀବନର ମୋଡ଼ ବଦଳିଗଲା ।ସୁମନ ସେଇ ସହର ଛାଡ଼ି ଚାଲିଗଲା ଭୂବନେଶ୍ୱରରେ ଏମ୍.ଏ ପଢ଼ିବାକୁ । ସରୋଜ୍ ବି ଚାଲିଗଲା ରାଉରକେଲାରେ କର୍ମମୟ ଜୀବନ ଆରମ୍ଭ କରିବାକୁ । ଭାଗ୍ୟର ବିଡ଼ମ୍ବନା ଯୋଗୁଁ ଦୁହିଁଙ୍କ ଭିତରେ ଆଦାନପ୍ରଦାନ ରହିପାରିଲା ନାହିଁ । ହଠାତ୍ ଦିନେ କଟକ ସହରରେ ଦେଖାହୁଏ । ସରୋଜ୍ ଉତ୍କଣ୍ଠାର ସହ କିଛି ପଚାରିବା ପୂର୍ବରୁ ସୁମନ୍ ନିଜଆଡୁ ହାୟ୍ ….. କହି ସ୍ବାଗତ କଲା । ଦୁହେଁ କରମର୍ଦନ ପର୍ବ ସାରି ଆଗେଇଲେ ଏକ ପାର୍କ ଆଡ଼କୁ । ସୁସଜ୍ଜିତ ପୁଷ୍ପ ଶୋଭା ସହ ପ୍ରମିକ-ପ୍ରମିକାଙ୍କ ଭାବ ଆଦାନ ପ୍ରଦାନ ପରିବେଶକୁ ସୌନ୍ଦର୍ଯ୍ୟ ପ୍ରଦାନ କରୁଥିଲା । ଦୁହେଁ ଯାଇ ଘାସ ଗାଲିଚା ଉପରେ ବସିଗଲେ । ଅନେକ ଗପ ସପ ପରେ ଦୁହେଁ ଦୁହିଁଙ୍କ ଠିକଣା ବୁଝିନେଇଥିଲେ । ଏବଂ ବିବାହ ପ୍ରସ୍ତାବ ଘରେ ଦେବାପାଇଁ ଠିକ୍ କରିନେଇଥିଲେ ।

କିନ୍ତୁ ପୁଣି ଭାଗ୍ୟର ବିଡ଼ମ୍ବନାରେ ହଠାତ୍ ଅଦିନିଆ ଝଡ଼ ଟିଏ ବହିଗଲା । ଦୁହିଁଙ୍କ ପରିବାର ବିବାହ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟିକଲେ । ଶେଷରେ ଦୁହେଁ ଘର ପାଇଁ ନିଜ ନିଜ ପ୍ରେମକୁ ତ୍ୟାଗ କରିବାପାଇଁ ନିଷ୍ପତି ନେଲେ ।

ସରୋଜ୍ କଣ୍ଟକିତ ଡାଳରୁ ଗୋଲାପ ତୋଳିବାର ସାହାସକୁ ରୋକ୍ ଲଗେଇଲା । ଏ ଭିତରେ ଦୀର୍ଘ ବାରବର୍ଷ ବିତିଗଲାଣି । କିନ୍ତୁ ସରୋଜ୍ ଆଉ କେବେ ବି ସୁମନ୍ କୁ ଦେଖିନି । ଦେଖିବାକୁ ସୁଯୋଗ ବି ପାଇନି ସୁମନ ହିଁ ସରୋଜ୍ ର ପ୍ରଥମ ପହିଲି ପ୍ରେମିକା ଏବଂ ସେ ହିଁ ସରୋଜ୍ ଜୀବନର ପ୍ରଥମ ଓ ଶେଷ ।

ତାରି ସ୍ମୃତିକୁ ନେଇ ସରୋଜ୍ ଆଜି ମଧ୍ୟ ବଞ୍ଚି ରହିଛି ।

【ଶିକ୍ଷା :- ପ୍ରେମର ଅନ୍ୟ ଅର୍ଥ ତ୍ୟାଗ】


Rate this content
Log in