STORYMIRROR

Sunanda Mohanty

Abstract Tragedy Fantasy

3  

Sunanda Mohanty

Abstract Tragedy Fantasy

ଶିକାରୀ

ଶିକାରୀ

3 mins
162


ନୀର ବାବୁଙ୍କ ଆଖିରୁ ନୀର ବାହାରି ରାସ୍ତା ଦେଖାଯାଉନଥାଏ, ଟିପୁ ର ବିଶ୍ୱାସନିୟତା ରେ ସେ କୁଠାରଘାତ କରିବା ପରି ତାଙ୍କୁ ପ୍ରତ୍ୟୟ ହେଉଥାଏ, ଅନେକ ବିଶ୍ୱାସ ଆଉ ଭରସା କୁ ଯେମିତି ପାଦରେ ଆଡେଇ ଦେଇ ଆସିଛନ୍ତି ବୋଲି ଭାବୁଥାନ୍ତି ତ ପଛ ସିଟରୁ ସ୍ତ୍ରୀ କାନ୍ଦ କାନ୍ଦ ସ୍ୱର ରେ ଗାଡିଚଲାଇବା ବେଳେ ପ୍ରକୃସ୍ଥିତ ହେବାକୁ କହୁଥିବା ବେଳେ କୋଳରେ ଥିବା ଛୋଟ ଝିଅ ରାସ୍ତାରେ ଯାଉଥିବା କୁକୁର ଦେଖି ଗୁଳୁଗୁଳିଆ ସ୍ୱର ରେ ଟିପୁ ଟିପୁ ଡାକୁଥାଏ, ତ ନୀର ବାବୁଙ୍କ ଅମାନିଆ ଲୁହ ଲହୁ ହୋଇ କେତେ ସ୍ମୃତି ଟିପୁ ସହ ମନେ ପଡି ହୃଦୟ ଛଟପଟ କରୁଥାଏ ।


   ନୂଆ କ୍ଵାଟର ରେ ପହଂଚି ସ୍ତ୍ରୀ ବାଡ଼ିପଟେ ଗାତ କରି ଶୋଇଥିବା କୁକୁର ଟିଏ ଦେଖି ଖୁସିରେ ଡାକ ପକାଇଲେ ସ୍ୱାମୀ ନୀର ବାବୁଙ୍କୁ ତ କେତେ ରକମର ଖାଦ୍ୟ, ରୁଟି, ବିସ୍କୁଟ, ଛେନାପୋଡ଼ ଇତ୍ୟାଦି ପକେଇ କୁକୁରକୁ ଆ ଚୁ ଚୁ ଡାକ ମାରିଲେ ହେଲେ ଖାଇବା ତ ଦୂରର କଥା ବୁଲି ଚାହିଁଲାନି କୁକୁର ଟା ।


   ମାଛ ଅପେକ୍ଷା ଚିକେନ ଅଧିକା ମିଳୁଥିବା ନୂଆ ସ୍ଥାନ ରୁ ଚିକେନ ଆଣି ପକେଇଲେ ନିରବାବୁ ପ୍ରାୟ ଅଧିକାଂଶ ବାଡ଼ିପଟେ ଗାତ କରି ଶୋଉଥିବା କୁକୁର ଆଡକୁ ଆଉ ସ୍ନେହ ରେ ଡାକିଲେ ଆ ଚୁ ଚୁ, ସ୍ତ୍ରୀ ବି ଦଉଡି ଆସିଲେ ଟିକି ଝିଅ ସହ ତା ଖାଦ୍ୟ ଧରି, ହୁଏତ କୁକୁର କୁ ଦେଖି ଅନ୍ୟମନସ୍କ ହୋଇ ଖାଇଦେବ ଖାଦ୍ୟ କୁନି ଝିଅ, ହେଲେ ଝିଅ କେତେ ଖାଇଲା ନଖାଇଲାଠୁ କୁକୁର ର ଖାଦ୍ୟ ପ୍ରତି ଅନାସକ୍ତ ଭାବ ରେ ନୀରବାବୁଙ୍କ ମନରେ ଅନେକ ପ୍ରଶ୍ନ, ହୁଏତ କୁକୁର ଭୋକିଲା ନାହିଁ ବା ଚିକେନ ସେଣ୍ଟରରୁ ଖୁବ ଖାଇଛି ବା ବିଶ୍ୱାସ କରିପାରୁନି ଅଜଣା ମଣିଷ ଦୁହିଁଙ୍କୁ କାରଣ ଚିକେନ ବାସ୍ନା ରେ ଉଠି ଠିଆ ହେଲା ଖାଦ୍ୟ ଆଡକୁ ମୁଁହାଇଲା କିନ୍ତୁ ଛୁଇଁଲା ନାହିଁ ତ ମନେ ପଡୁଥିଲା ଟିପୁ, ଭାତରେ ଚିକେନ ଗୋଳେଇ ଦେଉ ଦେଉ ଅଥୟ ହୁଏ ଖାଇବାକୁ ଆଉ ଗେଲ୍ହେଇ ହେଉଥାଏ ଦେବା ପର୍ଯ୍ୟନ୍ତ, ଏ ଭିତରେ ସହକର୍ମୀ ସୁବୋଧ ବାବୁଙ୍କୁ ମଧ୍ୟ ମାନିଗଲାଣି ଅନେକାଂଶ ରେ ଟିପୁ, ହେଲେ ଏଠାର ଏ କୁକୁରର ରଙ୍ଗଢ଼ଙ୍ଗ କେମିତି ଅଲଗା ଅଲଗା ଲାଗୁଥିଲା ତ ମନରେ କେତେ କଣ ପ୍ରଶ୍ନ ଉଙ୍କି ମାରି ଉତ୍ତର ନପାଇ ଛଟପଟ କରୁଥିଲା ସ୍ୱାମୀ ସ୍ତ୍ରୀ ଦୁହିଁଙ୍କୁ ତଥାପି କୁକୁରଟିକୁ ଖାଦ୍ୟର ପ୍ରଲୋଭନ ଦେଇ ଦେଇ ଏଇ କିଛିଦିନ ହେଲା ସମସ୍ତଙ୍କ ଅଲକ୍ଷରେ ଖାଦ୍ୟ ଗ୍ରହଣ କରୁଛି ମନେ ହେଲା ତ ସ୍ୱାମୀ ସ୍ତ୍ରୀ ଖୁସି ଓ ଆଶ୍ୱସ୍ତ ଯେ ଟିପୁ ପରି ପୋଷା ମାନିଗଲେ ଛୋଟ ଝିଅଟାର ଅଝଟପଣ ଭାଙ୍ଗିବା ସହଜ ହେବା ସହ ଖାଦ୍ୟ ଖୁଆଇବା କଷ୍ଟ ଲାଘବ ହୁଅନ୍ତା, ତଥାପି କୁକୁରଟାର ସଂଦେହୀ ଦୃଷ୍ଟି ଯେମିତି ଅନ୍ୟ କିଛି କହୁଥାଏ ।

  ସେଦିନ ନୀରବାବୁ ବହୁ ଦିନ ପରେ ଅଭ୍ୟାସ ବଶତଃ ମର୍ନିଙ୍ଗ ୱାକ ରେ ମର୍ନିଙ୍ଗ ଡ୍ରେସ ରେ ଭୋର ଭୋର ବାହାରିପଡିଲେ ରାସ୍ତାକୁ ତ ଭୁ ଭୁ କରି ତାଙ୍କ ଉପରକୁ ଲମ୍ଫ ପ୍ରଦାନ କରି ଯେଉଁ କୁକୁର ତାଙ୍କୁ ଅସ୍ତବ୍ୟସ୍ତ କରିପକାଇଲା, ସେ ଆଉ କେହି ନୁହେଁ, ତାକୁ ପୋଷା ମନେଇବାର ଅପଚେଷ୍ଟା କରୁଥିବା ତାଙ୍କ ବାରିପଟ ସେହି କଳା କୁକୁର ଟା, ତା ପଛେ ପଛେ ଦଶ ବାର ଜଣ ଲୋକ, ସେମାନେ କୁକୁର କୁ ଅଣାୟତ୍ତ ନକରିଥିଲେ ନୀରବାବୁଙ୍କ ଅବସ୍ଥା କଣ ଯେ ହୋଇଥାନ୍ତା, ସେମାନେ କୁକୁର କୁ ଆ ଚୁ ଚୁ କରି ଡାକି ନେଉଥିଲେ ତ ଟିପୁ ତାଙ୍କ ପଛରେ ଗୋଡ଼ାଇଲା ପରି ସେ ଚାଲିଯାଇଥିଲା, ଆଉ ଯିବା ପୁର୍ବରୁ ସେମାନେ କହୁଥିଲେ ଦେଖିଚାହିଁ ଚାଲିବେ ବାବୁ ଆମ କୁକୁର ସବୁ ମାଲିକ ପ୍ରତି ଭାରି ଅନୁରକ୍ତ ଓ ବିଶ୍ୱସ୍ତ ତଥା ଶିକାରୀ ।


   ତା ପରଦିନ ନୀରବାବୁ ଟିପୁକୁ ଆଣିବାକୁ ଗାଡ଼ିନେଇ ଯେବେ ବାହାରିଲେ ଆଣିବାକୁ, ସ୍ତ୍ରୀ ବାରଣ କଲେ, ଟିପୁ ହୁଏତ ମାଲିକ ପ୍ରତି ଅନୁରକ୍ତ ଓ ବିଶ୍ୱସ୍ତ ହୋଇପାରେ, ହେଲେ ଶିକାରୀ ନୁହେଁ, ଏଠି ସେ ଏଭଳି କୁକୁରଙ୍କ ଦାଉରୁ ବଂଚିପାରିବ ଭାବୁଛ, ନୀରବାବୁ ଅଟକି ଗଲେ ଖାଲି ଟିପୁକୁ ଫେରାଇ ଆଣିବା ପ୍ରତ୍ୟାଶାରୁ ନୁହେଁ ବରଂ ମର୍ଣ୍ଣିଙ୍ଗରେ ଚାଲିବା ରୁ ମଧ୍ୟ ସବୁଦିନ ପାଇଁ ବିରତି ନେଲେ, ଯୋଗ ପ୍ରାଣାୟାମ ଘରେ କରାଯାଇପାରେ, ହେଲେ ଶୀକାରୀ ର ଶୀକାର ନହୋଇ ପୈତୃକ ପ୍ରାଣ ଟା ରହିଯାଉ ଆଗ, ବାଡ଼ିପଟ କବାଟ ଖୋଲିଲେ କିନ୍ତୁ ମାଟିରେ ଗାତ ଖୋଳି କୁକୁର ଟା ଶୋଇଥାଏ ଦାମ୍ଭିକତାରେ ।


Rate this content
Log in

Similar oriya story from Abstract