Mr.GAGAN BIHARI NAYAK

Fantasy Inspirational Thriller

4.1  

Mr.GAGAN BIHARI NAYAK

Fantasy Inspirational Thriller

ଶେଷ ଉପପାଦ୍ୟ

ଶେଷ ଉପପାଦ୍ୟ

5 mins
242



ଅଣାୟତ ହୋଇ ନାଚି ଯାଉଛି ଶ୍ରାବଣୀ । ତା’ କୋହଲା କାନୀ ପଣତରେ ଥରେଇ ଦେଉଛି ଦେହ । ଡିବିରୀ ବତୀରେ ଆଉ ତେଲ ନାହିଁ । ତେଲ ଯେତିକି ସରି ଆସୁଛି ସେତିକି ଜୋରରେ ଜଳି ଧିମେଇ ଯାଉଛି ଟିକେ । ଏକ ଜିଦରେ ଜ୍ୟାମିତିର ପରିମିତି ସୂତ୍ରକୁ ମୂଖସ୍ତ କରି ଚାଲିଛି–ଶରତ । ତାକୁ ଗାଣେତିକ ସିଦ୍ଧାନ୍ତରେ ପ୍ରମାଣ କରିବା ବେଳକୁ ଭଗାରୀ ସାଜେ ଡିବିରୀ ବତୀ । କିରୋସିନୀ ସରିଗଲା ପରେ ରାତି ଅଧା ସାରିବାକୁ ଯାଇ ସେ ଘୋଡେଇ ହୋଇ ଆଖି ବନ୍ଦ କରି ଶୋଇ ଯାଏ । ହେଲେ ଅଧୁରା ଜ୍ୟାମିତିର ଅର୍ଦ୍ଧ ସିଦ୍ଧାନ୍ତ ଭିତରେ ସେ ଖୋଜୁଥାଏ ଯେମିତି ସଂପୂର୍ଣ୍ଣ ସଠିକ ଉତ୍ତରଟି । ବେଳେ ବେଳେ ସେ ସ୍ଵପ୍ନ ଦେଖେ, ପୃଥିବୀର ବିଚିତ୍ରମୟ ଭୂରୂପ ଆଜି ଜ୍ୟାମିତିର ସିଦ୍ଧାନ୍ତରେ ବାନ୍ଧି ହେଇ ଯାଇଛି । ତା’ ପାଇଁ ବିନା ମୂଲ୍ୟରେ ମିଳୁଛି ଦି’ ପାଦ ଭୁଇଁ ଆଉ ମଥା ଉପରେ ଥିବା ବିଶାଳ ନୀଳିମା ଭରା ଆକାଶରୁ ଚେନାଏଁ । ଯାହାକୁ ପୃଥିବୀରେ ଜନମି ଥିବା ପ୍ରତ୍ୟେକ ପ୍ରାଣୀ ପାଇଁ ସପୂର୍ଣ୍ଣ ମୁକ୍ତ । ଜନ୍ମ ସିଦ୍ଧ ଅଧିକାର । ସେମିତି ଆକାଶ ତଳେ ମୁକ୍ତ ବିହଙ୍ଗମ ମାନେ ବି ବିଚରନ୍ତି ଏ ଦିଗରୁ ସେ ଦିଗ ପର୍ଯ୍ୟନ୍ତ । ଦେବାକୁ ପଡେନି ଦେୟ କିଛି । ଯେତେବେଳେ ଦେଶର ସମସ୍ତ ନାଗରିକଙ୍କୁ ବାସ ମୌଳିକ ଅଧିକାର ଭୁକ୍ତ କରାଯାଇ ବିନା ମୂଲ୍ୟରେ ଯୋଗେଇ ଦିଆଯିବ । ଠିକ ସେଇଦିନ, ଭାରତର ସ୍ଵାଧୀନତାର ସ୍ଵାଦ ସମସ୍ତେ ଉପଲବ୍ଧି କରିବେ । କିନ୍ତୁ ଖାଦ୍ୟ ନିରାପତ୍ତା ଓ ବତ୍ସର ଆବଶ୍ୟକତା ମେଣ୍ଟେଇ ହେଇ ପାରୁନି ଯେଉଁଠି, ସେଇ ଦେଶରେ କିଏ ଦେବ ଗରିବ ମାନଙ୍କ ପାଇଁ ତାଙ୍କ ଭୂ-ସମ୍ପତି ଅଧିକାର ।


ଏଇ ଜ୍ୟାମିତିର ସୂତ୍ର ସବୁ ଅଲୋଡା ହେଇ ଯିବ ସେତେବେଳେ, ଯେତେବେଳେ ସାଧାରଣ ନାଗରିକ ମୁଣ୍ଡ ଗୁଞ୍ଜିବାକୁ ପାଇଥିବ ବାସ ଖଣ୍ଡେ । ଦରକାର ହେବନି ଏଇ ସାତ ପୁରୁଣା କଊ ପୁରୁଷରୁ ସାଇତା ଡିବିରୀ ବତୀରେ ଉପପାଦ୍ୟର । ଏଇ ଜ୍ୟାମିତର ଗଣନା ଦ୍ଵାରା ଆଜି କେତେ କିଏ କାହା ଠାରୁ ଜମି କିଣି ନେଇ ଭୂସମ୍ପଦର ମାଲିକ । ସେଇ ଜମି ଉପରେ ତିଆରି କରି ଚାଲିଛନ୍ତି ସର୍ବୋଚ୍ଚ ଅଟାଳିକା । ଘର ଗୁଡିକ ଭଡା ଦେଇ ବେଶ ଚତୁରତାର ସହିତ କୋଟି କୋଟି ଟଙ୍କା ଆୟ କରି ସୁଖ ସ୍ଵାଚ୍ଛନ୍ଦ୍ୟ ଜୀବନ ବିତେଇ ଆସୁଛନ୍ତି । ତାର ଯିଏ ସ୍ରଷ୍ଟା.....ସେ ଦ୍ଵିତୀୟ ବିଶ୍ଵକର୍ମା ହେଲେ ବି ସେଇ ରାଜ-ମିସ୍ତ୍ରୀ ମାନେ ରହନ୍ତି ଅପାନ୍ତରା ଗାଁ,ବସ୍ତି ଓ ଅସ୍ଵାସ୍ଥ୍ୟକର ପରିବେଶେ । ପୂଜା ଚାଲିଛି ବିଶ୍ଵକର୍ମାର କିନ୍ତୁ କାରିଗରୀ ଦେଶର ମାନ୍ୟତା କିମ୍ବା ଯୋଗ୍ଯତା ଠାରୁ ବହୁତ ଦୂରରେ ।


ଏଇମିତି ରାତି ସରି ଯାଏ- ଅବାସ୍ତବ ସ୍ଵପ୍ନ ଭିତରେ.... । ଶରତ ମନ ପକାଏ ପୁରୁଣା କଥା । ମାଇନର ପାଶ କଳା ପରେ ତା’ ବାପ ଆସି ଭୁବନେଶ୍ଵର ନେଇ ଗଲେ । ସେମାନେ ରହିବାକୁ ଭଡା ଘର ଠିକ କଲେ । ଘର ମାଲିକ ଜଣେ ରାଜ ମିସ୍ତ୍ରୀକୁ ପାଇ ତା’ ଘରେ ଥିବା ଯେତେ ବାକିଆ କାମଚତୁରତା ସହିତ କଡ଼ିଏ ନେଇଥିଲେ । ସେଥି ପାଇଁ ସେ ପାରିଶ୍ରମିକ ନେଇ ନ ଥିଲେ ବରଂ ଘର ମାଲିକକୁ କହିଥିଲେ- ଘର ଭଡାରୁ କାଟିବାକୁ । କିନ୍ତୁ ଘର ମାଲିକ ମାସ ଶେଷରେ ଘର ଭଡା ବାବଦ ଗୋଟିଏ ଟଙ୍କା କାଟି ନ ଥିଲା । ଗୋଟିଏ ରାଜ ମିସ୍ତ୍ରୀ ତା’ ଘରର ସମସ୍ତ କାମ ନିଜ ଘର ଭାବି କରି ଦେବା ପରେ ତା’ ପାଇଁ ଟଙ୍କାଟିଏ ଛାଡି ନ ଥିଲା । ସେଥିରେ ଶରତର ବାପା ଆପତ୍ତି କରିବାରୁ ଘର ମାଲିକ ରାଗିଯାଇ ରାତି ଅଧାରେ ଘରୁ ବାହରି ଯିବାକୁ କହିଲା । ଘରେ ଥିବା ସମସ୍ତ ଆସବା ପତ୍ର ବାହାର କରି ଫିଙ୍ଗି ଦେଲା ଓ ଗୁଣ୍ଡା ଲଗେଇ ମାଡ ମାରିବାକୁ ଧମକ ଦେଲା । ମା’ ସଚଳା ଦେବୀ ଘର ମାଲିକର ଏମିତି ଅଧରାତିଆ ଅଭଦ୍ରାମି କାର୍ଜ୍ୟାକଳାପ ଦେଖି ଡରି ଯାଇଥିଲେ । ସେତେବେଳକୁ ଶରତ ନବମ ଶ୍ରେଣୀର ଛାତ୍ର ଓ ଝିଅ ସରିତା ସପ୍ତମ ଶ୍ରେଣୀର ଛାତ୍ରୀ । ସପରିବାର ବର୍ଷଣ ମୁଖର ରାତିକୁ ଭୟ ନ କରି ଭୁବନେଶ୍ଵର ବସ ଷ୍ଟାଣ୍ଡରେ ରାତି ବିତେଇଥିଲେ


। ଶରତ ଭାବୁଥିଲା ବାମନ ଅବତାରର ରାଜା ବଳୀର କଥା । ଛଳନାର ଶିକାର ହୋଇ ସେଦିନ ବିନା ଦ୍ଵିଧାରେ ଏକ ଭିକ୍ଷୁ ବାମନକୁ ଦାନ ଦେଇ ନିଜକୁ ବେଶ ଦାନର ସୁନାମ ନେଇଯେ, ପାତାଳ ଗାମୀ ହେବାକୁ ପଡିବ ହୁଏତ ତାହା ସେ ଜାଣି ନ ଥିଲା । ଠିକ ଯେମିତି ଶରତର ବାପା । ଏତେବଡ ସହରେରେ ଆଜି ସହରିକରଣ ହେବାରେଯେ ତାଙ୍କରି ଭଳି ଏମିତି ଅନେକ ରାଜମିସ୍ତ୍ରୀମାନେ ହଜି ଯାନ୍ତି ନିଜ କାରୁକାର୍ଯ୍ୟର ଦକ୍ଷତା ନେଇ ଦେବାକୁ ଜ୍ଵଳନ୍ତ ପ୍ରମାଣ । ପରୋକ୍ଷରେ ତାଙ୍କ ପାଇଁ ନ ଥାଏ ଭଡା ଘରଟିଏ ସେମାନେ ରହନ୍ତି କେଉଁ ଅସ୍ଵାସ୍ଥ୍ୟକର ପରିବେଶ ଭିତରେ କିମ୍ବା ଭଙ୍ଗା ଚାଳ ଘର ଗାଁ’ କୁଡିଆରେ । ସେଇ ବଂଶ ଧର ମାନେ ତୋଳି ଦେଇ ଥିଲେ ଦିନେ ଭଗ୍ନଶିଳାରେ ବିଶ୍ଵ ପ୍ରସିଦ୍ଧ ଶ୍ରେଷ୍ଠ କଳାର ନିଦର୍ଶନ କୋଣାର୍କ । ସଭ୍ୟତାର ପ୍ରତୀକ ସୁନ୍ଦର ସ୍ଥାପତ୍ୟ । ଭାଙ୍ଗି ପଡେ ଶରତ ।ଦୀର୍ଘ ଶ୍ଵାସ କେଇଟା ମିଳେଇ ଯାଏ ପବନରେ । ଭାବେ ମନ ଲଗେଇ ନ ପଢିଲେ ଏ ଦୁନିଆଁ ରେ ବଞ୍ଚି ହେବନି । ଦୁନିଆଁରେ ସରଲ ହେଇ ଚାଲିବା ମାନେ ଝୁଣ୍ଟିବା । ହାତରେ ପୁରାଣ ଧରେଇ ସମ୍ବିଧାନ ପଢି ଲୋକେ ଶାସକ ଓ ପ୍ରଶାସକ ହେଉଛନ୍ତି । ଆଉ ଆମେ ପୁରାଣର ସେଇ ପୁରୁଣା ପୋଥିକୁ ନେଇ ଭକ୍ତ-ଭଗବାନ ସମ୍ପର୍କ ଭିତରେ ମଜ୍ଜି ଯାଉଯେ, ବିଜ୍ଞାନ ସମ୍ମତ ବିଚାର ସବୁ ପୁର।ଣର ପୁରୁଣା ଉବାଚରେ ଲୀନ ହୁଏ । ଭଗବାନଙ୍କ ଦର୍ଶନରୁ ତ ବଞ୍ଚିତ ହେଉ, ପଚାରିଲେ- କହୁ, ଭଗବାନ ଅରୂପ ନିର୍ଗୁଣ । ତାଙ୍କରି ଦ୍ଵାହି ଦେଇ ବାବା ମାନେ କୋଟି ପତୀ ହୋଇ ଭୋଗ ବିଳାସର ଆୟସରେ ବୁଡି ଅସାମାଜିକ କାର୍ଯ୍ୟ କରନ୍ତି ଆଉ ସେଇ ଅରୂପ ନିର୍ଗୁଣ ଭଗବାନ ନିନ୍ଦିତ ହୁଅନ୍ତି ଯେବେ ବିଚାର ଚାଲେ ନ୍ୟାୟାଳୟରେ ଆଉ ସ୍ଵୟଂ ନ୍ୟାୟାଧୀଶ ମଣିଷ- ଭଗବାନଙ୍କୁ ଦିଏ ନ୍ୟାୟ ।


ସେ ମନେ ମନେ ଶପଥ ନିଏ, ପାଠ ପଢିବ ।

ଗାଁ ମୁଣ୍ଡେ ଝଙ୍କାଳିଆ ବରଗଛ । କିଛି ଦୂରେ ଚାଳ ଛାପର ଘର । ସେଇ ଘରେ ରହେ ସିଦ୍ଧାର୍ଥ ରାଜ ମିସ୍ତ୍ରୀର ପାରିବାର । ଝିଅ ସରିତା, ଗାଁ ଠାରୁ କିଛି ଦୂରରେ କଲେଜରେ ପଢୁଛି । ଶରତ ବି॰ଏ॰ ପାଶ ପରେ ବାପାଙ୍କ ସହିତ ଆସି ଅର୍ଦ୍ଧ ତୋଳା ଘରେ କିଛି ମଜୁଦୂର ମାନଙ୍କ ସହିତ ରହୁଛି । ବାପା ରାଜମିସ୍ତ୍ରୀ ହେତୁ ତାକୁ ସମସ୍ତ ଶ୍ରମିକ,ଦିନ ମଜୁରିଆ ଓ ଖଲାସୀ ମାନେ ଭଲ ପାଆନ୍ତି । ସେଇ ଭଲ ପାଇବାରେ ଶରତର ଛାତ୍ର ଜୀବନ କ୍ରମଶଃ ବଦଳିବାରେ ଲାଗିଚ୍ଚି ସେ ଅନୁଭବ କରୁଛି ଟଙ୍କାଟିଏ ରୋଜଗାରରେ କେତେ ସ୍ଵେଦ ଝରେ । ସେଦିନ (ଥେସିସ) ସନ୍ଦର୍ଭରେ ‘’ଭାରତୀୟ ଶ୍ରମିକ ସ୍ଵେଦର ମୂଲ୍ୟ “ଲେଖି ଡକ୍ଟରେଟ ପାଇଲା ପରେ କାହିକି କେଜାଣି ଭାରତୀୟ ପ୍ରଶାସନିକ ସେବା ପାଇଁ ମନଟି ଟାଣି ହେଇ ଯାଇଥିଲା । ତେଣୁ ବାପାଙ୍କ ସହିତ କିଛି କାମ କରି ଅର୍ଥ ରୋଜଗାର ସହିତ ` ଅକ୍ଲାନ୍ତ ଉଦ୍ୟମରେ ପାଇଲେ ପ୍ରସାଶନିକ ଅଧିକାରୀର ନିଯୁକ୍ତି । ସଫଳତାର ଶୀର୍ଷ ଛୁଇଁଥିଲେ ବି ମନରେ ନ ଥିଲା ଈର୍ଷା କି ଗର୍ବ । ଓଡିଶାର ସହର ଓ ନଗର ଉନ୍ନୟନ ସଚିବ ପଦବୀରେ ଯୋଗ ଦେଲେ । ସମୟ ଗତିଶୀଳ । କିଏ ଜାଣେ କାହା ଭାଗ୍ୟ କେଉଁଠି ଅଟକି ଯିବ । କିଏ ହୋଇ ଯିବ ଫକିର ରୁ ରାଜା ଆଉ ରାଜା ପାଲଟି ଯିବ ଫକିର । ପରେ ପରେ ଭାଇର ରୋଜଗାରରେ ସରିତା ଭଲ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଲା ନିଜକୁ ଜଣେ ଭାରତୀୟ ପୋଲିସ ଅଧିକାରୀ ଭାବେ ।


ସେଦିନ ରାକ୍ଷୀବନ୍ଧନର ଏକ ଅପୂର୍ବ ମୂହୁର୍ତ୍ତ । ଗୋଟିଏ ବୃନ୍ତରୁ ଦୁଇଟି ଫୁଲ ପରି ଜଣେ ପ୍ରସାଶନିକ ଅଧିକାରୀ ଓ ଅନ୍ୟ ଜଣକ ପୋଲିସି ଅଧିକାରୀ । ଶ୍ରମ ସାର୍ଥକତା ନେଇ ନିଜକୁ ବଡ ଆନନ୍ଦରେ ନାଚି ଉଠିଥିଲେ ସଚଳ ଓ ସ୍ଵାମୀ ସିଦ୍ଧାର୍ଥ । ଏକ ସୁନାର ରାକ୍ଷୀ ହାତରେ ଧରି ହସି ହସି ଶରତ ହାତରେ ବାନ୍ଧି ଦେଉ ଦେଉ ସରିତା ଚାଲିଯାଉଥିଲା ବେଳେ, ଶରତ ପକେଟରୁ ଗୋଟିଏ ସୁନାର ହୀରା ଖଚିତ ହାର ବାହାର କରି ଉପହାର ଦେଇଥିଲେ । ବାପ ମା’ଙ୍କ ଆଖିରୁ ଝରି ଯାଉଥିଲା ଆନନ୍ଦାଶ୍ରୁ । ଏତିକି ବେଳେ ଅତୀତର ସେଇ ଦୁଃଖଦ ଦିନର ପ୍ରତିଛବି ନାଚି ଉଠିଲା ସଚଳା ଦେବୀଙ୍କ ଆଖିରେ । ସେ ଶରତର ମୁଣ୍ଡ ଆଉଁସି ଦେଉ ଦେଉ କହିଲେ । ଜାଣିଛୁ ଶରତ ଦିନ ଏମିତି ବି ଥିଲା, ଯେଉଁ ଦିନ ଆମକୁ ସହରର ଭଡା ଘର ଦେଉଥିବା ମାଲିକ ପ୍ରତାଡିତ କରିବା ସହିତ ରାତି ଅଧରେ ଘରୁ ବାହାର କରି ଦେଇଥିଲା । ତୁମେ ଭାଇ ଭଉଣୀ ଦି’ଟା ମିଶି ସେ ଠକ କଳାବଜାରୀ ଘର ଭଡା ବେପାରୀ ଙ୍କୁ ଶିଖେଇ ପାରିବନି । ଅଧିକ ସମ୍ପତି ରଖିବା ନିୟମରେ ବାନ୍ଧି ଜେଲକୁ ପଠାଇ ପାରିବନି । ସରିତା ଚାହିଁ ରହିଥିଲା ଶରତକୁ । ଶରତ ଟିକେ ହସି ଦେଇ କହିଲା – ହଁ, ପାରିବି ମା’ ! ହେଲେ ସେଇତ ଥିଲା ମୋ ଜୀବନ ଗଢିବାର ଏକ ମାତ୍ର ପ୍ରେରଣାର ଉତ୍ସ । ତୁ ଆଜି ଯେଉଁ ଶରତକୁ ଦେଖୁଛୁ – ସେଇ ଶରତକୁ ସେଇ ଦିନର ଘଟଣାର ପ୍ରେରଣା ହିଁ ବଡ ମଣିଷ କରେଇ ଦେଇଛି । ସେଦିନ ବିଶ୍ଵ ରତ୍ନ ବାବା ସାହେବ ଆମ୍ବେଦକର ଯଦି ସର୍ବ ଶ୍ରେଷ୍ଠ ବିଶ୍ଵ ଇତିହାସର କିମ୍ବଦନ୍ତୀ ମହାପୁରୁଷ ହୋଇ ଥାନ୍ତି ତା’ ପଛରେ ସେଇ ନିର୍ଯାତନା ହି ଏକ ମାତ୍ର ପ୍ରେରଣା ଉତ୍ସ । ଆଉ ମୁଁ ସେଇ ସୂତ୍ରକୁ ନିଜ ଜୀବନ ସହିତ ଯୋଡି ଦେଇ ମନ ରଖିଥିଲି ସେଇ ମୋ' ଜୀବନ ଶେଷ ଉପପାଦ୍ୟ । ମୁଁ ପାରିବିନି । ଯେଉଁ ମାନେ ମୋ ଜୀବନ ଗଢିବାରେ ମୋ ସରଳ ମନ ଭିତରେ ଜଟିଳ ଜିଦି ଭରି ଦେଇ ଅଖ୍ୟାତ ଗାଁ ର ଗୋଟିଏ ରାଜ ମିସ୍ତ୍ରୀର ପୁଅକୁ ଏତେ ଉପରକୁ ପହଞ୍ଚେଇଲେ କେମିତି ତାଙ୍କ ଠାରୁ ମୁଁ ନେବି ପ୍ରତିଶୋଧ । ସେମାନେ ମୋ ଜୀବନ ଗଠନର ଶେଷ ଉପପାଦ୍ୟ .....

             


Rate this content
Log in

Similar oriya story from Fantasy