Nihar ପ୍ରତିକ୍ଷିତ ନାୟିକା

Romance Tragedy Others

4  

Nihar ପ୍ରତିକ୍ଷିତ ନାୟିକା

Romance Tragedy Others

ଶେଷ ଇଛା

ଶେଷ ଇଛା

5 mins
219


  ଜୀବନର ଶେଷ ଶଯ୍ୟାରେ ଶୋଇଯାଇଛି ଆଜି ରୋହିନୀ ! ଯେତେ ମାନଅଭିମାନ ନେଇ ଚାଲିଯାଇଛି ଆଉ ଏକ ଦୁନିଆକୁ! ଯେଉଁଠିକୁ ମଣିଷ ଗଲେ ଆଉ କେବେ ଫେରେ ନା ସେଇଠିକୁ !ମସାଣିରେ ଉଠୁଥିବା ହୁତୁ ହୁତୁ ନିଆଁ କେତେବେଳୁ ବୋଧେ ଶାନ୍ତ ହୋଇ ସାରିଥିବଣି! ହେଲେ ଏଇ ହୃଦୟରେ ଜଳୁଥିବା ନିଆଁକୁ ବୋଧେ ଆଉ କେଉଁ ଶ୍ରାବଣର ବାରିଧାରା କିମ୍ବା ଶୀତଳ ଚନ୍ଦନର ପ୍ରଲେପ ଶାନ୍ତ କରିପାରିବିନି!

   ରୋହିନୀର ମରଶରୀରକୁ ଶେଷ ନିଆଁ ଦେଇ ଚାଲି ଆସିଥିଲେ ପ୍ରକାଶ ବାବୁ ଆଉ ଭାବି ଚାଲିଥିଲେ ନିଜ ଅର୍ଦ୍ଧାଙ୍ଗିନୀ କଥା, ଅସରନ୍ତି ଭାବନାର ଅଶାନ୍ତ ଜୁଆର ଯେମିତି ତାଙ୍କ ଆଡ଼କୁ ମାଡି ଆସୁଥିଲା ! ଆଉ ଏ ଲୁଣି ଜୁଆର କେଉଁ ସମୁଦ୍ରର ଜୁଆର ନ ଥିଲା ! ନିଜ ହୃଦୟ ସାଗରୁ ଚକ୍ଷୁଦେଇ ମାଡିଆସୁଥିବା ଭୟଙ୍କର ଜୁଆର ଥିଲା ! ଏ କେଉଁ ଏକ ସାମାନ୍ୟ ଅମାବାସ୍ୟାର ଅନ୍ଧକାର ନ ଥିଲା ଯେଉଁଠି କିଛି ସମୟ ଅତିକ୍ରାନ୍ତ ପରେ ପୁଣି ଆଲୋକମୟ ଏକ ଦିନ ଆସିବ! ଏ ତ ଏମିତି ଏକ ଘନ ତାମସାଛନ୍ନ କାଳରାତ୍ରି ଅଟେ ଯାହାର ଆଉ ସୂର୍ଯ୍ୟୋଦୟ ହିଁ ନାହଁ!

    ରୋହିନୀ କାହିଁକି ତୁମେ ଏକୁଟିଆ ମୋତେ ଛାଡିଗଲ? କଣ ତୁମେ ଜାଣିନ ମୁଁ ଟିକେ ବଦରାଗି, ଟିକେ ଟିକେ କଥାରେ ତୁମ ଉପରେ ମୋର ପୁରୁଷ ପଣିଆ ଦେଖେଇବାର ବଦ ଅଭ୍ୟାସ ! ଯେତେ ମୁଁ ରାଗିଲେ ବି ପରମୁହୂର୍ତ୍ତରେ ମୋ ଅସୀମ ଭଲପାଇବା ଦ୍ୱାରା ତୁମକୁ ଶାନ୍ତ କରେଇ ଦେଉ ଥିଲି! ଏ କଥା ମୁଁ ନୁହେଁ ତୁମେ କହିଛ ପ୍ରତିଥର ! ଯେତେ କଟୁ କଥା କହି ଗାଳି ଦେଇଛି ଚୁପଚାପ ସହିଛ, ତୁମେ ମୋ ଜୀବନ ବାରବାଦ କରିଛ, ଜୀବନରେ କେବେ ଶାନ୍ତି ଦେଇ ନ ଏମିତି କେତେ କଥା କହିଛି, କିନ୍ତୁ ମୁଁ ଜଣେ ମୋ ଅସଫଳତା ପଛର କାରଣ ତୁମେ ନ ଥିଲ ରୋହିନୀ ! କେବଳ ମୁଁ ମୋର ପୁରୁଷ ପଣିଆର ଭୀରୁତାକୁ ଲୁଚେଇବାକୁ ତୁମ ସଙ୍ଗେ କଳି କରୁଥିଲି ! ପୁଣି ଫେରି ଆସ ନା ସେଇ ଚିତା ଭିତରୁ.... ଦେଖ ତୁମ ବିନା ମୁଁ କିଛି ନୁହଁ ମୋ ଜୀବନ ଶୂନ୍ୟ କଳସୀ ରୋହିନୀ !ମୋ ଜୀବନର ପ୍ରଥମ ପ୍ରେମ! ମୋ ଜୀବନର ପ୍ରଥମ ସ୍ବପ୍ନ ତୁମେ ହିଁ ଥିଲ ଆଉ ଅଛ! କୁହ ଜୀବନର ଏ ଦୀର୍ଘ ରାସ୍ତା ତୁମ ବିନା କେମିତି ଅତିକ୍ରମ କରିବି! ତୁମେ କଣ ଜାଣି ନ ଥିଲ ତୁମକୁ ଯେତେ ରାଗିଲେ ବି ତୁମଠୁ ଦୁରେଇ ରହିପାରେନି ଗୋଟେ ବି ଦିନ ! ତେବେ ଜବାବ ଦିଅ ଏ ଜୀବନସାରା କେମିତି ରହିବି !ତୁମେ ମୋ ସଙ୍ଗେ ଛଳନା କଲ! କଥାଦେଇ କଥା ରଖିଲ ନାହଁ! ତୁମଶେଷ ଚିଠିକୁ ପଢିବାକୁ ସାହସ ହେଉନି ରୋହିନୀ ! ସତରେ ମୁଁ ଏକ ନିଷ୍ଠୁର ମଣିଷଥିଲି ! ଆଜି ମର୍ମେ ମର୍ମେ ଅନୁତପ୍ତ....

   ରୁମ ଭିତରଟା ସାରା ଭୟଙ୍କର ଅନ୍ଧକାର ବୋଧେ ଏଇ ଅନ୍ଧକାର ମୋ ହୃଦୟ ଅନ୍ଧକାରୁ ଗଭୀର ହୋଇ ନ ପାରେ। ବାହାରେ ବର୍ଷାର ତାଣ୍ଡବ ଅବିରତ ଝରି ଚାଲୁଛି ଆକାଶରୁ ବୋଧେ ରୋହିନୀର ବିୟୋଗରେ ଆକାଶବି କାନ୍ଦୁଛି।ଏଇ ପ୍ରଚଣ୍ତ ଘଡଘଡିର ଭୟଙ୍କର ଶବ୍ଦ ବୋଧେ ମୋତେ ରଡି କରି କରି ଗାଳି କରୁଛି।

  ବିଜୁଳିର ଝଲକରେ ଚମକି ଉଠିଲା ପୂର୍ବ ପଟ କାନ୍ଥରେ ଟଙ୍ଗା ଯାଇଥିବା ରୋହିନୀର ଫୋଟୋଟି । ସତେ ଯେମିତି ବ୍ୟଙ୍ଗ କରି କହୁଛି "ଏବେ ଶାନ୍ତିରେ ରୁହ" ଓଃ ଏ କି ଅସହ୍ୟ ଯନ୍ତ୍ରଣା.....ସେ ଦିନ ଆଜି ଭଳି ଏତେ ଭୟଙ୍କର ଝଡ଼ ତୁଫାନ ତ ନ ଥିଲା । ଯେଉଁ ଦିନ ତୁମ ସଙ୍ଗେ ମୋର ପ୍ରଥମ ସାକ୍ଷାତ ହୋଇଥିଲା । ମୋର ସମ୍ପୂର୍ଣ୍ଣ ମନେ ଅଛି ସେ ଦିନ ଦ୍ୱିତୀୟ ରଜ ଥିଲା ।ମୋ ସାଙ୍ଗର ଫୋନରୁ ମଜା ମଜାରେ ଏକ unknown number ପାଖକୁ call dial ହୋଇଯାଇଥିଲା ! ସେ ପଟରୁ ତୁମର ମଧୁର ସ୍ୱର ଭାସି ଆସିଥିଲା ।କେବେ ବି କେଉଁ ଝିଅର ସ୍ୱର ଶୁଣି ମୁଁ ଏତେ ରୋମାଂଚିତ ହୋଇ ନ ଥିଲା ।ହଁ ସେ ଦିନ ସେମିତି କିଛି କଥା ହୋଇନୁ କିଛି ନର୍ମାଲ କଥା! ଭୁଲରେ ଲାଗିଯାଇଥିଲା ବୋଲି କ୍ଷମା ମାଗିଲି । ପୁଣି ଧୀରେ ଧୀରେ କିଛି କିଛି ନର୍ମାଲ କଥାରୁ ପରସ୍ପରକୁ ସାୟାରୀ ଦିଅ ନିଆ sms.. ଯେତେବେଳେ sms ର ରିଙ୍ଗ ଟୋନ ବାଜେ ହୃଦୟର ତାର ବି ଝଙ୍କୃତ ହୋଇ ଉଠେ।ଆଉ ଆମେ ଭିତରେ ଖାସ କଥା କଣ ଥିଲା ଜାଣିଛ ଆମେ ପରସ୍ପର ନ ଦେଖି ବି ଅଜାଣତରେ ଏତେ ଭଲପାଇ ବସିଥିଲେ । ନା ମୁଁ ଜାଣିଥିଲି ତୁମେ କିଏ ମୋ ଠୁ ବଡ଼ ନା ସାନ, କଣ କର କିଛି ବି ତ ଜାଣି ନ ଥିଲେ! ହେଲେ ଜାଣିନି ପରସ୍ପର ପ୍ରତି ହୃଦୟ କାହିଁକି ଏତେ ଆନ୍ଦୋଳିତ ହେଉଥିଲେ । ମୋତେ ଅନେକ ଝିଅ ପ୍ରପୋଜ କରିଥିଲେ ତେବେ କାହାକୁ ବି ମୁଁ ହଁ ଭରି ନ ଥିଲି କି କାହା ପ୍ରତି ଏ ମନ ଏତେ ବ୍ୟାକୁଳ ହୋଇ ନ ଥିଲା।ଜାଣିଛ ରୋହିନୀ ସେ ଏକା ତୁମେ ହିଁ ତ ଥିଲା ।ଆଉ ଆମେ ଦୁହେଁ ଏତେ ପରିମାଣରେ ଭଲପାଇ ବସିଥିଲେ ଯେ ପରସ୍ପର ବାହା ହେବାକୁ ବି ନିଷ୍ପତି ନେଇଗଲେ।ଆଉ ହଁ ଘର ଲୋକଙ୍କୁ ମନେଇବାକୁ ଅନେକ ବର୍ଷ ଲାଗିଥିଲା । ତେବେ ବି ସଫଳ ତ ହୋଇ ଥିଲେ ନା ।

   ତୁମ ସଙ୍ଗେ ଯାଇଥିବା ପ୍ରତିଟି ଜାଗା ପ୍ରତିଟି ମୁହୂର୍ତ୍ତ ସତରେ ସ୍ବପ୍ନ ଭଲି ଲାଗୁଥିଲା ।ହଁ ଅବଶ୍ୟ ବିବାହର କିଛି ବର୍ଷ ଆରାମରେ କାଟିଥିଲେ ।ତେବେ ଧୀରେ ଧୀରେ ଦୁନିଆର କଟୁକଥାରେ ବିଚଳିତ ହୋଇ ତୁମ ଉପରେ ବି କେବେ ଦିନ ଦିନ ତ କେବେ ସପ୍ତାହ ସପ୍ତାହ ଧରି ଅନେକ କଥା କହିଛି । ହେଲେ ତୁମେ ତ ପୃଥିବୀ ସ୍ଥିର କେବେ ବିଚଳିତ ହୁଅନି ।ମୋତେ ମନେଇ ନିଅ ।କେତେ ଝଗଡା ପରେ ଏକାଠି ହୋଇ ଯାଉ କାହିଁକି ଏତେ ବଡ଼ ନିଷ୍ପତି ନେଲ ରୋହିନୀ ।

   ପ୍ରକାଶ ବାବୁଙ୍କ ମୁଣ୍ଡ କାମ କରୁ ନ ଥିଲା ! କାନ୍ଥକୁ ସାହାରା କରି ଧୀରେ ଧୀରେ ଉଠିଲେ ! ମୋତେ ତୁମକୁ ସାମ୍ନା କରିବାକୁ ପଡ଼ିବ ରୋହିନୀ । ମୃତ୍ୟୁ ପୂର୍ବରୁ ରଖି ଦେଇ ଥିବା ଚିଠିଟି ଆଲମିରାର ଲକର ରୁ ବାହାର କଲେ ।

   ଚିଠି ଭିତର ଗୋଲାପି ଲେର୍ଟର ପେଡରେ ଲେଖା ଥିଲା

 Dear,

    Husband !

  ଏଇ ଚିଠି ପାଇଲାବେଳକୁ ବୋଧେ ମୁଁ ଏ ଦୁନିଆରେ ନ ଥିବି ।ତୁମ ସଙ୍ଗେ ବିତେଇ ଥିବା ବୈବାହିକ ଜୀବନର ଦଶ ବର୍ଷ... ବହୁତ ଭଲପାଇବା ଆଉ ଆତ୍ମଗ୍ଲାନି ବି ପାଇଛି! ଉଭୟ ସୁଖ ଆଉ ଦୁଃଖ ବି ପାଇଛି, ତେବେ ସେଥିରେ ବି ଜୀବନଟା କଟେଇ ଦେବାକୁ ଇଛା ହେଉଥିଲା ତୁମ ବାହୁ ବନ୍ଧନରେ ଘରେରେ ।କାରଣ ଯେ କୌଣସି ବୈବାହିକ ଜୀବନରେ ଅନେକ ଝଡ଼ ଝଞ୍ଜା ଆସେ ।ତେବେ ଆମ ଉଭୟଙ୍କ ଜୀବନରେ ଏମିତି ଏକ ଝଡ଼ ଆସିଥିଲା ଯାହାକୁ ତୁମ ଜୀବନରୁ ଦୁରେଇ ଯାଇ ନ ଥିଲେ ବୋଧେ ସମାଧାନ ହୋଇ ନ ଥାନ୍ତା । ଆଉ ତୁମକୁ ଏକ ନୂତନ ଜୀବନ ଦେବାକୁ ହିଁ ମୃତ୍ୟୁକୁ ଆଲିଙ୍ଗନ କରିନେଲି ।

    ଏଇ ଘରେ କେତେ ହସ କେତେ ଲୁହରେ ବିତେଇ ଥିବା ଅନେକ ଅଭୁଲା ସ୍ମୃତିକୁ ନେଇ ଯାଉଛି ।ମନେ ଅଛି ନା ତୁମର ତୁମେ ଆମ ପ୍ରେମରେ ଏତେ ବିଭୋର ଥିଲ ଯେ ସବୁ interview ରେ ଅସଫଳ ହୋଇ ହିଁ ଆସ। ଆଉ ଚାକିରୀ ନ ଥିବାରୁ ଆମ ବିବାହ ବି ଡେରି ହେଲା। ଆଉ ମୁଁ ନିଜକୁ ତୁମକୁ ବିବାହ ଆଗରୁ ସମର୍ପି ଦେବା ହିଁ ମୋର ଭୁଲ ଥିଲା।କାରଣ ଆମର ପ୍ରଥମ ସନ୍ତକକୁ ବଞ୍ଚେଇବାରେ ଦୁହେଁ ଅସମର୍ଥ ହୋଇ ଥିଲେ ।ମୁଁ ନା କୁନ୍ତୀ ହୋଇ ପାରିଲି ନା ତୁମେ ସୂର୍ଯ୍ୟ! ଜନ୍ମ ହେବା ଆଗରୁ ହିଁ କର୍ଣ୍ଣ ଭାସିଯାଇଥିଲା କେଉଁ ଏକ ଅନ୍ଧାରି ଗୁମ୍ଫାର ଗର୍ତ୍ତରେ ।

     ଜାଣିଛ ସେ ଦିନ ଅବଶ୍ୟ ତୁମେ କହିଥିଲ ପରିବାର ସ୍ୱୀକୃତି ନ ଦେଲେବି ତୁମକୁ ନେଇ ଅଲଗା ରହିବି ବୋଲି ତେବେ ମୁଁ ଜାଣିଛି ତୁମେ ତୁମ ପଟିବାର ଠୁ ଦୁରେଇ ରହି ପାରିବିନି ।ତେଣୁ ଦୁହିଁଙ୍କ ଭବିଷ୍ୟତ ପାଇଁ ସତରେ କେତେ ନିଷ୍ଠୁର ହୋଇଯାଇଥିଲେ।

   ଆଉ ବିବାହ ପରେ ଯେତେ ଚେଷ୍ଟା ଯେତେ ଗୁଣି ଗାରେଡି ଡାକ୍ତର ପରୀକ୍ଷା ପରେ ବି ମୁଁ ତୁମକୁ ସନ୍ତାନ ଟିଏ ଦେଇ ପାରିଲିନି ।ବୋଧେ ଈଶ୍ୱର ମୋର ଭୁଲକୁ କ୍ଷମା କରିପାରିଲେନି!ଆମ ଭୁଲର ଦୋଷ ମୋ ଶାଶୁ ଶଶୁର କାହିଁକି ଭୋଗିବେ ? ମୋର ଭୁଲର ଦୋଷ ତୁମେ କାହିଁକି ଭୋଗିବ... ନା ଜୀବନରେ ଆଉ ତୁମକୁ ଅଶାନ୍ତି କରି ଶାନ୍ତିରେ ମୁଁ କେମିତି ଜୀବନ ବିତେଇ ଥାନ୍ତି ?

    ଯଦି ଜୀବନରେ ଟିକିଏ ବି ଭଲପାଇଥିବ ସଂସାର ଆଗକୁ ନେବାକୁ, ତୁମ ବାପା ମା ଙ୍କ ଓଠରେ ହସ ଖେଳେଇବାକୁ ଦ୍ୱିତୀୟ ବିବାହ କରିନେବ ଏଇଟା ହିଁ ମୋର ଶେଷ ଇଛା ।

     ଜଣା ଅଜଣାତରେ ଯାହା ବି ଭୁଲ କରି ଦେଇଥିବି କ୍ଷମା କରିଦେବ ।ଆଉ କିଛି ସମୟ ପରେ ନିଜକୁ କେଉଁ ଏକ ଟ୍ରେନ କିମ୍ବା ଟ୍ରକ ଆଗକୁ ଫିଙ୍ଗି ଦେବି ।ଫଳରେ କେହି ବି ତୁମକୁ ଦୋଷ ଦେଇ ପାରିବେନି!

   ଅଶ୍ରୁଳ ନୟନରେ ବିଦାୟ ନେଉଛି ସାଥି ।

                  ଇତି

                   ରୋହିନୀ

   ପ୍ରକାଶ ବାବୁ ସେଇଠି ସ୍ଥାଣୁ ପାଲଟି ଯାଇଥିଲେ, accident ନ ଥିଲା ନିଜେ ନିଜକୁ ଶେଷ କରି ଦେଇଥିଲେ ରୋହିନୀ !।

  


Rate this content
Log in

More oriya story from Nihar ପ୍ରତିକ୍ଷିତ ନାୟିକା

Similar oriya story from Romance