Nihar ପ୍ରତିକ୍ଷିତ ନାୟିକା

Others

3  

Nihar ପ୍ରତିକ୍ଷିତ ନାୟିକା

Others

ପରିଚୟ

ପରିଚୟ

1 min
166



  ଉର୍ବଶୀର ସୁଖୀ ପରିବାର ସ୍ୱାମୀ ପୁତ୍ରକୁ ନେଇ, ହସ ଖୁସିରେ ବିତିଯାଉ ଥିଲା ଦିନ ! ହଠାତ ଦିନେ ଚିଠି ସଙ୍ଗେ ଆସିଲା କିଛି ଦସ୍ତାବିଜ! ସ୍ୱାମୀ ଆଶୁତୋଷ ହାତରେ ! 

  ହଠାତ ଦୀର୍ଘ 30 ବର୍ଷର ସ୍ୱାମୀ ସ୍ତ୍ରୀର ସମ୍ପର୍କ ଯେମିତି କାଚ ଖଣ୍ଡ ପରି ଟୁକୁରା ଟୁକୁରା ହୋଇ ଭାଙ୍ଗି ଗାଲା ! ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିଲେ ! କୁହ ଅଙ୍କିତ କାହିଁକି ତୁମ ନାମରେ ତାଙ୍କର ସବୁ ସମ୍ପତି କରି ଦେଇଗଲେ? 

  ଫେରି ଯାଇଥଲେ ଉର୍ବଶୀ ଦୀର୍ଘ 25ବର୍ଷ ତଳକୁ, ହିଁ ଅଙ୍କିତ ତାଙ୍କର ସଂଗୀତ ଗୁରୁଥିଲେ !ଯେତେବେଳେ ଆଶୁତୋଷ ନ ଥିଲେ ପାଖେରେ ଟୁର ଯାଇଥିଲେ !ସଂଗୀତ ଗାଉ ଥିଲେ ଅଙ୍କିତ ସେ ଝଙ୍କାରକୁ ମିଶେଇ ସେ ଶ୍ରାବଣବି ବର୍ଷି ଯାଇ ଥିଲା !ଉର୍ବଶୀ ନିଜକୁ ରୋକି ନ ପାରି ଭିଜି ଯାଇଥିଲେ ସେ ବର୍ଷାରେ ଆଉ ଅଙ୍କିତଙ୍କ ଯାଦୁ ଭରା ନୟନରେ ନିଜକୁ ସୁରକ୍ଷିତ ରଖି ପାରି ନ ଥିଲେ ! ସେ ଦୁର୍ବଳ ମୁହୂର୍ତ୍ତରେ ନିଜକୁ ସମର୍ପି ଦେଇ ଥିଲେ ! ଆଉ ତାଙ୍କ ପୁଅ ଆଙ୍କିତ ଔରସରୁ ! 

   ଚୁପ କର କହି ପାଗଳ ପ୍ରାୟ ଚିତ୍କାର କରି ଉଠିଲେ ଆଶୁତୋଷ ! ଯାଅ ଚାଲି ଯାଅ ଆଜିଠୁ ସମ୍ପର୍କ ଅନ୍ତ ! ଉର୍ବଶୀ ଚୁପ ଚାପ ବାହାରି ଯାଇଥିଲେ ଘରୁ ! ଜୀବନ ସଙ୍ଗେ ସେଇ ଛୋଟ ଦୁର୍ବଳ ମୁହୂର୍ତ୍ତର ଶାସ୍ତି ପାଉଥିଲେ, ନିଜ ପୁଅ ବି ବୁଝିଲା ନି, ଅଙ୍କିତଙ୍କ ଅବଦାନ !ଜୀବନର ସେଇ ପଡାବରେ ବି ଖଜୁ ଥିଲେ ନିଜ ଅସ୍ତିତ୍ୱ ନିଜ ପରିଚୟ ଏକା ଏକା !

 

  



Rate this content
Log in

More oriya story from Nihar ପ୍ରତିକ୍ଷିତ ନାୟିକା