Nihar ପ୍ରତିକ୍ଷିତ ନାୟିକା

Romance Others

4  

Nihar ପ୍ରତିକ୍ଷିତ ନାୟିକା

Romance Others

ଅସମ୍ପୂର୍ଣ୍ଣ ପ୍ରେମ କାହାଣୀ

ଅସମ୍ପୂର୍ଣ୍ଣ ପ୍ରେମ କାହାଣୀ

2 mins
264


 ହେ କବି ! ଆଜି ଯେଉଁ ବେଳାଭୂମିରେ ତୁମେ ପଦଚାରଣ କରୁଛ ଯେଉଁ ସାଗର କୁମାରୀକୁ ଦେଖୁଛ ଦୂର ନୀଳ ଆକାଶକୁ ଦେଖୁଛ ଜାଣିଛ କି ସେମାନଙ୍କ ପୂର୍ବଜନ୍ମ ବୃତ୍ତାନ୍ତ ।

  ନା ଗିରିବର,ଜାଣିନି କହିବ କି ସବୁ କାହାଣୀ ମୋତେ।ମୁଁ ଶୁଣିବାକୁ ଚାହେଁ ମୋ କଲମରେ ଜୀବନ୍ତ କରିବାକୁ ଚାହେଁ ସେ ଇତିହାସ ।

   ତା ହେଲେ ଶୁଣ କବି, ସେମାନେ ବି ପୂର୍ବଜନ୍ମରେ ଜୀବନ୍ତ ଥିଲେ ମଣିଷ ପରି ସେ ସାଗରକୁମାରୀ ବହୁତ ସୁନ୍ଦର ନିଷ୍କପଟ ସରଳ ହୃଦୟର ଝିଅଟିଏ ଆଉ ସେ ଆକାଶ ବି ଖୁବ ସୁନ୍ଦର ଯୁବକଟିଏ ଦୁହେଁ ପରସ୍ପରକୁ ଖୁବ ଭଲପାଉଥିଲେ ।ଜାଣିନି କେଉଁ ପରିସ୍ଥିତିରେ କେଉଁ ଏକ ଶୁଭ ବେଳାରେ ସେମାନଙ୍କ ଭିତରେ ହୃଦୟ ଆଉ ଭାବର ଆଦାନ ପ୍ରଦାନ ହୋଇ ଭଲପାଇ ଗଲେ !ସେ ଝରଣା କୂଳରେ ବସି ଘଣ୍ଟା ଘଣ୍ଟା ତାଙ୍କର ପ୍ରେମାଲାପ ଶୁଣିଛି, ସାଗରକୁମାରୀ ତା ଗୋଡ଼କୁ ଝରଣା ଜଳ ପାଉଁଜି ପିନ୍ଧା ପାଦରେ ଯେବେ ଚାଲି ଯାଏ ଆକାଶ ବିମୋହିତ ହୋଇ ତାର ସେ ଚଞ୍ଚଳା ପ୍ରିୟାକୁ ଦେଖେ ।ବଣର ମାଳତି ଫୁଲ ଆଣି ତା ଗଭାରେ ସରାଗରେ ସଜେଇ ଦିଏ ଆକାଶ, ସେମାନେ ଏଇ ସବୁଜ ବଣରେ ଦୁଇ ପ୍ରେମୀ ପକ୍ଷୀପରି ଉଡି ବୁଲନ୍ତି ।ଆକାଶ ଗୀତ ଗାଇଲେ ସାଗର କୁମାରୀ ତା କାନ୍ଦରେ ମୁଣ୍ଡ ରଖି ଶୁଣେ ।ସେମାନଙ୍କ ନିଷ୍କପଟ ପ୍ରେମ ଭଲପାଇବାର ମୁଁ ମୂକ ସାକ୍ଷୀ ।

    ଦିନେ ଦୁହେଁ ପରସ୍ପର ପ୍ରେମରେ ମଗ୍ନଥିଲେ , ଜଣେ ସନ୍ୟାସୀ ସେଇ ବାଟ ଦେଇ ଯାଉଥିଲେ !ସନ୍ୟାସୀଙ୍କ ଆଗମନ କଥା ସେମାନେ ଜାଣିନ ପାରି ପ୍ରେମରେ ହିଁ ମଗ୍ନ ରହିଲେ, ସନ୍ୟାସୀ ବାରମ୍ବାର ପ୍ରଶ୍ନ କଲେ ହିମାଳୟ କେଉଁ ରାସ୍ତା ଦେଇ ଯାଏ? କିନ୍ତୁ ପ୍ରେମୀ ଯୁଗଳ ନିଜ ଭିତରେ ଏତେ ମଗ୍ନ ଥିଲେ ଯେ ସନ୍ୟାସୀର କିଛି ବି ପ୍ରଶ୍ନର ଉତ୍ତର ଦେଲେ ନାହଁ ।

        ସନ୍ୟାସୀ ଅଭିଶାପ ଦେଇ ଗଲେ ତୁମେ ଦୁହେଁ ନିର୍ଜୀବ ହୋଇଯାଅ ଆଉ ପରସ୍ପର ଏମିତି ଅନେଇ ରୁହ କିନ୍ତୁ କେବେ ବି ମିଶିପାରିବିନି, କେବେ ବି ଏକ ହୋଇ ପାରିବିନି ଅନେକ ଝରଣା ଆସି ସାଗରେ ମିଶିବେ,ତଥାପି ନିଜ ଅଶ୍ରୁ ଜଳରେ ଚିରକାଳ ନିଜେ ଲୁଣିଆ ହୋଇ ରହିବୁ, ତୋ ଭିତରେ ହୃଦୟର ଅଲୋଡ଼ନ ଅଶାନ୍ତ ତରଙ୍ଗ ହୋଇ କୂଳ ଛୁଉଁ ଥିବ, ପ୍ରତି ପୂର୍ଣ୍ଣିମାରେ ଆକାଶକୁ ପାଇବା ତୋ ଇଛା ଭାଙ୍ଗି ଚୁରମାର ହେବ। କିନ୍ତୁ ସେତେବେଳେ ଆକାଶ ନିଜ ପୂର୍ଣ୍ଣମୀ ଜହ୍ନକୁ ତାରା ମେଳରେ ଅତି ଆପଣାର ହୋଇ କଥା ବାର୍ତ୍ତାରେ ମସଗୁଲ ଥିବ ତୋ ପ୍ରେମ ଭୁଲି।ଆଉ ଯେତେବେଳେ ତୁ ଶାନ୍ତଥିବୁ ଆକାଶ ତା ଆଷାଢ଼ ଶ୍ରାବଣ ଦୁଇ ଆଖିରୁ ଲୁହ ଝରେଇବ ଆଉ ତୁ ସେ ଲୁହ ସବୁ ପିଇ ଯିବୁ ।ବିଜୁଳି ଘଡ ଘଡି ହୋଇ ଯେତେରାଗି ପ୍ରେମ ନିବେଦନ କଲେ ବି ତୁ ଶାନ୍ତ ହୋଇ ଲହଡି ଭାଙ୍ଗୁଥିବୁ।ଦୂର ଦିଗବଳୟରେ ତୁମର ମିଳନ ହେବ ଦୁନିଆ ପାଇଁ କିନ୍ତୁ ବିଚ୍ଛେଦର ଯନ୍ତ୍ରଣା ଏମିତି ଯୁଗ ଯୁଗ ପରସ୍ପର ପାଇଁ ସହୁଥିବ ବୋଲି ସେ ସନ୍ୟାସୀ ଅଭିଶାପ ଦେଇ ଗଲେ ଆଉ ମୁଁ ମୂକ ସାକ୍ଷୀ ହୋଇ ଏଇ ସାଗର କୂଳରେ ରହିଛି ।

    ସାଗର କୁମାରୀ ଆସେ ମୋ ପାଦ ଧୋଇଦେଇ ନିଜ ମନ କଥା କୁହେ ମୁଁ ବାସ ଚୁପ ଚାପ ଶୁଣି ଶୁଣି ଆହୁରି ପଥର ହୋଇଯାଇଛି ଆଉ ସେ କାନ୍ଦିକାନ୍ଦି ଆହୁରି ଲୁଣିଆ।

   କୁହ କବି ତୁମେ କଣ ନ୍ୟାୟଦେଇ ପାରିବ ତୁମ କଲମରେ ତାଙ୍କର ବିରହ ବିଚ୍ଛେଦକୁ ଲେଖି, ଶାନ୍ତ କରିପାରିବ ସେ ଦୁହିଁଙ୍କୁ, ଜୀବନ୍ତ କରିପାରିବ ପୁଣି ସେ ପ୍ରେମି ଯୁଗଳକୁ?

    କବିର ଆଖିରୁ ବି ଧାର ଧାର ଲୁହ ବହିଚାଲି ଥିଲା, ଆଉ ନିଜ ସଦା କାଗଜରେ ବିଗତ ପ୍ରେମ କାହାଣୀକୁ ଜୀବନ୍ତ କରିବାର ନିରର୍ଥକ ପ୍ରୟାସ କରୁଥିଲେ।



Rate this content
Log in

More oriya story from Nihar ପ୍ରତିକ୍ଷିତ ନାୟିକା

Similar oriya story from Romance