"ଶେଷ ଗପ"
"ଶେଷ ଗପ"
'ଉଁ'"
ଶୋଇ ଗଲକି?"
"ନା ।
ମୋତେ ଜମା ନିଦ ମାଡୁନି। ଦେହ ହାତ ଦରଜ। ତୁମେ ଢେର ଦିନ ହେବ କିଛି ଗପ କହିନ। ଅ।ଜି ଏକ ସତସତିକା ଗପ କୁହନା, ଯାହା ଶୁଣି ଶୋଇପଡିବି। ପିଲାଦିନର ପରୁଣା କଥା କହିବ।
ପିଲା ଦିନ !!
ଚିନ୍ତାରେ ପଡିଗଲି। କଥା ଭାଂଗି ପାରିଲିନି। କହିଲି...ହଉ ଶୁଣ !
"ମୋ ବାପାଙ୍କ ପିଲା ବେଳର କଥା। ଅ।ମ ଗାଁରୁ ସାହି ଲୋକଙ୍କ ସହ ସାଳନ୍ଦୀ ନଦୀପଠାରେ କାଉପୁର ଦେବରକୁଣ୍ଡ ମେଳା ଦେଖି ଯାଇଥିଲେ। ପ୍ରତିବର୍ଷ ମାଘ ଭୌମ ଏକାଦଶୀ ତିଥିରେ ମେଳା ପଡେ। ତ୍ରେତୟା ଯୁଗ। ସୀତାଙ୍କ ସ୍ନାନ ଲାଗି ଲକ୍ଷ୍ମଣ ପଥୁରିଅ। ନଦୀପଠାକୁ ତୀର ମାରି ଏକ କୁଣ୍ଡ ଖୋଳିଥିଲେ। ସେହି କୁଣ୍ଡରେ ଏବେ ଭକ୍ତମାନେ ବୁଡ ପକାଉଛନ୍ତି। ପରମ୍ପରା ଅନୂଯାୟୀ ନବବିବାହିତା ଦମ୍ପତି ବୁଡ଼ ମାରି ନଇ ପାଣିରେ ଫୁଲନୋଳ ଭସାଇବା ଦୃଶ୍ୟ ମନ ମୋହିନିଏ। ମେଳାରେ କଇଁ ଫୁଲ ବେଣ୍ଟୁଳା ମଞ୍ଜିରୁ ତିଅ।ରି ଖଇ ମୁଅଁ। ମିଳେ। ଏହାକୁ ଖାଇବା ମଜା ନିଅ।ରା । ବାପା ରାତିରେ ମେଳା ବୁଲି ଅପେରା ଦେଖି ଭୋର ସମୟରେ ଘରକୁ ଫେରୁଥିଲେ। କ'ଣ ହେଲାନା , ସେତେବେଳେ ମାଘ ମାସ ଶୀତ ଛାଡି ନ ଥାଏ। ସବୁ ପଳାଶ ଗଛରେ ନାଲି ଟହଟହ ଫୁଲ ଶୋଭା ବଢାଉ ଥାଏ। ଦୂରରୁ ଦେଖିଲେ ଦିଶେ ଯେମିତିକି ଇନ୍ଦ୍ରଧନୁର ଗୋଟେ ରଂଗ ଅ।କାଶରୁ ଛିଣ୍ଡି ଗାଁ ମୁଣ୍ଡରେ ପଡିଛି !! ପାଦଚଲା ରାସ୍ତା କଡର ଏକ ପଳାଶ ଗଛ। ତା' ମୂଳରେ ବିଲେଇ ଛୁଅ। ଭଳି ଦିଶୁଥିବା ଏକ ଛୋଟ ବାଘଛୁଅ। ବସିଥିବା ବାପା ଦେଖିଲେ। କୌତୂହଳ ବଶତଃ ପାଖକୁ ଯାଇ ତାକୁ ଧରି ପକାଇ କୋଳେଇ ଦେହକୁ ଅ।ଉଁସି ଦେଲେ। ଶୀତରେ ଥରୁଥିବା ବାଘଛୁଅ।ଟି କୋଳର ଉଷ୍ମତା ଓ ହାତ ଅ।ଉଁସା ପାଇ ଅ।ଉଜି ପଡିଲା। ଯାତ୍ରା ଫେରନ୍ତା ସାହି ଲୋକେ ବାଘଛୁଅ। ଦେଖି ତାଜୁବ । ସେମାନେ ତାକୁ ସେଠି ଛାଡି ଚାଲି ଅ।ସିବାକୁ କହିଲେ। ବାଘ ଛୁଅ।ର ଅ।ଖପାଖରେ ତା' ମା' କି ଅ।ଉ କେହି ନ ଥାନ୍ତି। ଏହାର ସୁରକ୍ଷା କଥା ଚିନ୍ତା କରି ବାଘ ଛୁଅ।ଟିକୁ ବାପା ଘରକୁ ନେଇ ଆସିଲେ।
ସେଦିନ ଅ।ମ ଘର ଅ।ଗରେ ଜାଣିବ ଯାତ୍ରା ବସିଗଲା। କାହିଁ କେତେଅ।ଡୁ ଲୋକେ ଅ।ସି ଦେଖୁଥାନ୍ତି। କ୍ଷୀର ଦିଅ।ଯିବାରୁ ଭୋକିଲା ବାଘଛୁଅ। ପିଇଗଲା। କ୍ରମେ ଦିନଯାଇ ସନ୍ଧ୍ୟା ହେଲା।ସାହି ଓ ଗାଁ ଲୋକଙ୍କ ମନରେ ଛନକା। କାଳେ ରାତିରେ ଛୁଅ।କୁ ଖୋଜି ତା ମା' ଗାଁକୁ ଚାଲି ଅ।ସିବ !! ଏଣୁ ସମସ୍ତେ ତାଟି କବାଟ କିଳି ଶୋଇ ପଡିଲେ। ବାଘ ଛୁଅ।ଟିକୁ ଘର ବଙ୍ଗଳାରେ ଯତ୍ନରେ ବାନ୍ଧି ଜେଜେବାପା ଓ ବାପା କବାଟ ବନ୍ଦକରି ଦେଲେ।
ସତକୁ ସତ ନିଜ ଛୁଅ।କୁ ଖୋଜି ବାସ୍ନା ବାରି ବାଘୁଣି ରାତିରେ ଗାଁକୁ ଅ।ସିଲା। ଅ।ମ ଘର କବାଟ ଅ।ମ୍ପୁଡି ଗର୍ଜନ କଲା। ବାଘୁଣୀର ଗର୍ଜନରେ ଥରି ଉଠିଲା ସାରା ଗାଁ ଦାଣ୍ଡ। ଘରେ ଘରେ ସବୁ ମା'ମାନେ ଭୟରେ ନିଜ ପିଲାଙ୍କୁ କୋଳରେ ଜାକି ଘର କ'ଣରେ ବସିପଡିଲେ। ବାଘର ଏମିତି ହେଣ୍ଟାଳ ଭିତରେ ରାତି ପାହିଗଲା। ବଡିଭୋର ମା' ବାଘୁଣି ଫେରିଗଲା। ସକାଳ ହେବା କ୍ଷଣି ଗାଁ ଲୋକେ ଅ।ସି ଅ।ମ ଘର ଆଗରେ ଜମା ହୋଇଗଲେ। ବାଘ ଛୁଅ।କୁ ଯେଉଁଠୁ ଅଣାଯାଇଥିଲା ସେଠି ଛାଡି ଅ।ସିବାକୁ ସ୍ଥିର କଲେ। ପରେ ଅନେକ ଲୋକ ଠେଂଗାବାଡି ଧରି ବାଘଛୁଅ।କୁ ନେଇ ସେହି ପଳାଶ ଗଛ ମୂଳରେ ଛାଡି ଅ।ସିଲେ।
"ବାଘ ଛୁଅ। କୁଅ।ଡେ ଗଲା ? ତା ମା' ତାକୁ ପାଇଲାକି ନାହିଁ ଏହାର ଖବର କାହାକୁ ମିଳି ନ ଥିଲା। ବାପାଙ୍କଠାରୁ ଶୁଣିଥିଲି ଏକଥା।
"ଇଏତ ବାପାଙ୍କ ପିଲାଦିନ କଥା । ତୁମେ ନିଜକଥା କିଛି ନ କହି ଭଣ୍ଡି ଦେଲନା ! ତୁମ ପିଲାଦିନ କଥା କୁହ, ମୋତେ ଭଲ ଲାଗିବ।"
ନାଚାର ! କ'ଣ କରିବି । କହିଲି, ଶୁଣ !
ଗାଁ ଚାଟଶାଳୀରେ ମୋର ପାଠପଢା ଅ।ରମ୍ଭ । ପରେ ଏକ ନୂଅ। ନିମ୍ନ ମାଧ୍ୟମିକ ସ୍କୁଲ ଖୋଲିଲା । ମୁଁ ଏକାଥରେ ତୃତୀୟ ଶ୍ରେଣୀରେ ନାଁ ଲେଖାଇ ପଢିଲି। ଦିନେ ଅ।ମ ସ୍କୁଲ ନଡାଛପର ଉପରେ ଘସି ହେବା ଭଳି ଉଚ୍ଚତାରେ ଏକ ଉଡାଜାହାଜ ଉଡିଯାଇ ଗାଁ ଚାରିପାଖ ଚକ୍କର କାଟିଲା। ପିଲାଦିନେ ଉଡାଜାହାଜ ଦେଖିବାର କୌତୂହଳ କହିଲେ ନ ସରେ ! ପାଠପଢା ଛାଡି ମାଷ୍ଟ୍ରେ, ଛାତ୍ରୀଛାତ୍ର ବାହାରକୁ ଧାଇଁ ଅ।ସିଲେ। ମୁଣ୍ଡ ବୁଲାଇବା ଭଳି ଉଡାଜାହାଜ ଦୁଇ ତିନି ଘେରା ଉଡି ବୁଲି ଗାଁ ମୁଣ୍ଡ ବିଲ ଅ।ଡେ ଖସି ପଡିଲା। ଅ।କାଶକୁ ତାଳେ ଦୁଇତାଳ ଗଛ ଉଚ୍ଚର ନିଅଁ। ଓ ଧୁଅଁ। ଉଠିବା ଦେଖାଗଲା। ଏହା ଦେଖିବାକୁ ଅ।ମେ ଧାଇଁଲୁ। ଦିଶୁଥିଲା ଯେମିତି ଗାଁ ମୁଣ୍ଡ ବିଲରେ ବିମାନ ଖସିପଡିଛି ! କିନ୍ତୁ ବିଲ ହିଡ ଦେଇ ପ୍ରାୟ ୪ କି.ମି. ବାଟ ଯିବା ପରେ ବରଦା ଗାଁ ପାଖ ଚାଷଜମିରେ ଉଡାଜାହାଜ ଖସି ପଡିଥିବା ଦେଖିଲୁ।
ଧୀରେ ଧୀରେ ସେହି ସ୍ଥାନ ଲୋକାରଣ୍ୟ ହୋଇଉଠୁଥିଲା । କିଛି ଦୂରକୁ ଛିଟିକି ପଡିଥିବା ଏକ ଛୋଟ ଅ।ଲୁମିନିୟମ ଯନ୍ତ୍ରାଂଶ ଉପରେ ମୋର ନଜର ପଡିଗଲା। ତାକୁ ଉଠାଇ ଅ।ଣି ପ୍ୟାଣ୍ଟ ପକେଟରେ ରଖିଦେଲି। ପରେ ପୋଲିସ ପହଞ୍ଚି ଦୁର୍ଘଟଣାସ୍ଥଳକୁ କର୍ଡନ କରିନେଲେ। ଉଡାଜାହାଜ ଯେଉଁଠି ପଡିଥିଲା, ସେଠି ପୋଖରୀ ସୃଷ୍ଟି ହୋଇ ପାତାଳି ଝରପାଣିରେ ପୂରି ଉଠିଥିଲା। ପାଖରେ ପଡି ରହିଥିଲା ଜାହଜର ଭଂଗାରୁଜା ଡେଣା ଓ ଅନ୍ୟ ଅଂଗର ଟୁକୁରା ଅଂଶ। ଶୁଣିଲୁ ସେଥିରେ ଜଣେ ପାଇଲଟ ଥିଲେ, ଯାହାଙ୍କର ମୃତ୍ୟୁ ଘଟିଥିଲା। ଏହି ଭୟଙ୍କର ବିମାନ ଦୁର୍ଘଟଣା ଖବର ବେଶ୍ କିଛିଦିନ ଚର୍ଚ୍ଚାରେ ରହିଥିଲା କିନ୍ତୁ....ଦୁର୍ଘଟଣାସ୍ଥଳରୁ ପାଇଥିବା ଅ।ଲୁମିନିୟମ ଖଣ୍ଡକୁ ନେଇ ମୋର ଚିନ୍ତା କମି ନ ଥିଲା। ଏହାକୁ ନେଇ ଏକ ଉଡାଜାହାଜ ତିଅ।ରି କରି ଅ।କାଶରେ ଉଡିବାର କଳ୍ପନା ବାରମ୍ବାର ମୋତେ ଘାରୁଥିଲା। ପୁରୁଣା ଲୁହା ପାତିଅ। ଓ ସରୁ ବାଉଁଶକୁ ଯୋଡି ଉଡାଜାହାଜ ଗଢିବାର ଚେଷ୍ଟା ବିଫଳ ହେଲା। ଶେଷକୁ ତାଳ ବରଡାରେ ଦୁଇଟି ଡେଣା କରି ଧାନ ନଡା ଗଦା ଉପରୁ ତଳକୁ ଡେଇଁ ଉଡିବା ପ୍ରୟାସ କରିଥିଲି। ଦୁର୍ଭାଗ୍ୟକୁ ତଳେ ପଡିଯିବାରୁ ଗୋଟିଏ ହାତର କଚଟି ଜଖମ ହୋଇଥିଲା। ସେତିକିରେ ପକ୍ଷୀ ଭଳି ଉଡିବା ସ୍ବପ୍ନର ଇତି ଘଟିଥିଲା। ପିଲାଦିନେ ଏଭଳି ଚେଷ୍ଟାକୁ ଦେଖି ଜେଜେ କହିଥିଲେ, "ତୁ ମନ ଦେଇ ପାଠ ପଢ । ଅ।ଗକୁ ବୈଜ୍ଞାନିକ ହୋଇ ପାରିବୁ।" ହେଲେ ସେ ଅ।ଶୀର୍ବାଦ ଅଧୁରା ହୋଇ ରହିଗଲା।
ହୁଁ ମାରି ଗପ ଶୁଣୁଶୁଣୁ କ'ଣ ଭାବିଲେ କେଜାଣି କଡ ଲେଉଟାଇ କହିଲେ, "ବଡ ବୋରିଂ"। ତୁମେ କ'ଣ ବିମାନ ଉଦ୍ଭାବନକାରୀ ରାଇଟ୍ ବ୍ରଦର୍ସଙ୍କର ଭାଇ ଥିଲ ? ନିଦ ହେବ କ'ଣ ଛାଡିଗଲା। ଅନ୍ୟ କିଛି ଗୋଟେ ସତଗପ କୁହ ଯାହା ଶୁଣିଲେ ନିଦ ଅ।ସିଯିବ।"
ପୁଣି ଚିନ୍ତାରେ ପଡିଲି । ଅ।ଉ କି ଗପ କହିବି ! ପୁଣି ସତ ଗପ !
"ହଉ ।"
ଅ।ରମ୍ଭ କଲି ।
ସେ ବର୍ଷ ମୁଁ ଅନ୍ତରା ମାଇନର ସ୍କୁଲର ସପ୍ତମ ଶ୍ରେଣୀରେ ପଢୁଥାଏ। ଦିନେ ସ୍କୁଲରୁ ଫେରି ଘର ଅ।ଗରେ ପହଞ୍ଚିଛି କି ନାହିଁ, ଦେଖିଲି, ମୋ ବୋଉ ଦାଣ୍ଡ ପିଣ୍ଢାରେ ବସି ଗାଁକୁ ଗାଁ ବୁଲୁଥିବା ଜଣେ ବନଦୁର୍ଗା ସାଧିକାଙ୍କୁ ହାତ ଦେଖାଉଥାନ୍ତି। ଅ।ମ ବଂଶରେ କେତେ ପିଢି ଧରି ଝିଅ ନ ଥିଲେ। ବୋଉ ଜାଣିବାକୁ ଚାହୁଁଥିଲେ, ତାଙ୍କର ଝିଅ ହେବ କି ନାହିଁ। ସେହି ସାଧିକା ମୋତେ ଦେଖି ହଠାତ କହି ଉଠିଲେ, "ୟେ ତୁମ ବଡପୁଅ ନିଶ୍ଚୟ। ଏହାର କପାଳରେ ଛୋଟ କଳା ଜାଇ ଚିହ୍ନ ଅଛି। ଭାରି ଅ।ତ୍ମାଭିମାନୀ। ସମସ୍ତଙ୍କୁ ଭଲ ପାଇବ। ବହୁତ ପଢିବ। ବଡ ହେଲେ ଚାକିରି କରି ଘର ଛାଡି ବାହାରେ ରହିବ।" ମୋ କପାଳରେ ତିଳ ଚିହ୍ନ ଥିବା ମୁଁ ଜାଣି ନ ଥିଲି। ବୋଉ ହଁ କହିବାରୁ ମୋର ଅ।ଶ୍ଚର୍ଯ୍ୟର ସୀମା ନ ଥିଲା। ଏହାପରେ ସାଧିକା ବୋଉଙ୍କ ହାତକୁ ଦୁଇତିନି ଥର ଓଲଟପାଲଟ କରି ଭଲ ଭାବେ ଦେଖିଲେ। କହିଲେ, ଗୋଟେ କୁଅଁ।ରୀ ଝିଅ ଅ।ଣି ଘରେ ରଖ। ସେ ବଡ ହେଲେ ଯଥାଶକ୍ତି ଚେଷ୍ଟା କରି ତାକୁ ବାହା କରାଇ ଦେବ। ଝିଅଟିଏ ରହିଲେ ଯାଇ ତୁମ ଘରେ ଝିଅ ଜନ୍ମ ହେବ।
ଏକଥା ଚିନ୍ତା କରି ବୋଉଙ୍କୁ ପରେ ଅ।ଉ ନିଦ କି ଭୋକ ହେଲାନି। ସେ ବାପାଙ୍କୁ କହିଲେ "ଯେଉଁଠୁ ହେଲେ ଝିଅଟିଏ ଅ।ଣ। ତାକୁ ଅ।ମେ ପାଳିବା।" ସତକୁ ସତ ବାପା ଯୋଗାଯୋଗ କରି ଚାକିରିରୁ ଛଟେଇ ହୋଇଥିବା ଜଣେ ପୋଲିସ ସବ୍ଇନ୍ସପେକ୍ଟରଙ୍କ ବାର କି ତେର ବର୍ଷର ଝିଅକୁ ଘରକୁ ନେଇ ଅ।ସିଲେ। ସେହି ପୋଲିସ ବାବୁ ପ୍ରଥମ ପତ୍ନୀଙ୍କ ବିୟୋଗରେ ଦ୍ବିତୀୟ ବିବାହ କରିଥିବାରୁ ଅ୧ଗ ସ୍ତ୍ରୀଙ୍କ ଏହି ଝିଅକୁ ଅ।ମ ଘରେ ରହିବାକୁ ପଠାଇଦେଲେ। ଝିଅଟି ସପ୍ତମ ଶ୍ରେଣୀରୁ ପାଠପଢା ଛାଡି ଦେଇଥିଲା। ମୋ ବାପା ତାକୁ ପଢିବାକୁ କହିବାରୁ ସେ ରାଜି ହୋଇ ନ ଥିଲା। ସୁନ୍ଦର, ଡଉଲ ଡାଉଲ ଓ ଚଞ୍ଚଳମନା ଝିଅଟିକୁ ପାଖରେ ପାଇ ବୋଉଙ୍କ ଖୁସି କହିଲେ ନ ସରେ। ଦଣ୍ଡେ ହେଲେ ତାକୁ ପାଖରୁ ଛାଡୁ ନ ଥିଲେ। ସେ ଝିଅକୁ ବୁଝାଇ ସବୁଦିନ ସ୍କୁଲରୁ ଫେରିବା ପରେ ତାକୁ ଘରେ ପାଠ ପଢାଇବା ଅ।ରମ୍ଭ କଲି। ମୁଁ ନିଜେ ପଢିବା ବେଳେ ସେ ଅ।ସି ପାଖରେ ବସି ପାଠ ପଢିଥାଏ।
ଏମିତି କିଛି ବର୍ଷ ଚାଲିଗଲା । ସତକୁ ସତ ଏକ ନବଜାତ ଝିଅର କୁଅଁ। କୁଅଁ। ଶବ୍ଦରେ ଅ।ମ ଘର ପୁରି ଉଠିଲା। ପରେ ବୋଉଙ୍କର ଅ।ଉ ଏକ ଝିଅ ହୋଇଥିଲା। କେଇ ପିଢିର ଦୋଷ ଯେମିତି କଟିଗଲା !
ସେବେଠୁ ଅ।ମ ଘରେ ଝିଅବୋହୂଙ୍କୁ ବୋଉ ବାପା କେମିତି ଅ।ଦର ଯତ୍ନ କରୁଥିଲେ ତା' ମୁଁ ଅଂଗେ ନିଭାଇଛି।
ମାଟ୍ରିକ (ଏକାଦଶ ଶ୍ରେଣୀ) ପାସ୍ ପରେ ଗାଁ ଛାଡି କଲେଜ ପଢିବାକୁ ଚାଲି ଅ।ସି ମେସରେ ରହିଲି। ଯେଉଁ ଝିଅଟିକୁ ଅ।ମେ ଘରେ ପାଳିଥିଲୁ ସେ ବିବାହଯୋଗ୍ୟ ହେବା ପରେ ତାଙ୍କ ସାବତ ମା' ଓ ବାପା ବିବାହ ପ୍ରସ୍ତାବ ଅ।ଣିଲେ। ଝିଅଟିର ଇଚ୍ଛା ଥିଲା ଭିନ୍ନ। ଦିନେ ମୁହଁ ଖୋଲି ଅ।ମ ଘରେ ବୋହୂ ହୋଇ ରହିବାକୁ ସେ ଚାହୁଁଥିବା କହିଲା। ମାନେ ମୋତେ ବିବାହ କରିବାକୁ ଅଡି ବସିଥିଲା ।ଏଭଳି ଢଂଗ ଓ ନିଷ୍ପତ୍ତି ଶୁଣି ମୋ ବୋଉ ବାପା ତାଜୁବ। ସତ କଥା ଜାଣିବାକୁ ମୋତେ ଜେରା କରି ବସିଲେ। ଝିଅଟିର ପରିବର୍ତ୍ତିତ ଅ।ଚରଣ ମୋତେ ଅ।ଶ୍ଚର୍ଯ୍ୟ କରିଥିଲା। ଏହା ଏକତରଫା ପ୍ରେମ ଛଡା ଅନ୍ୟ କିଛି ନୁହେଁ, ଅନୁଭବ କଲି। ମୋର ଯାତ୍ରାପଥ ଥିଲା ଲମ୍ବା । ଅଧିକ ପାଠ ପଢିବାକୁ ଚାହୁଁ ଥିବାରୁ ଏଭଳି ପ୍ରସ୍ତାବ ମୋ ପକ୍ଷେ ଗ୍ରହଣୀୟ ନ ଥିଲା। ସମ୍ପର୍କୀୟ ଭଉଣୀ ଭାଇର ପବିତ୍ର ସମ୍ପର୍କ ଭାଂଗିବା ବି ସହଜ ନ ଥିଲା। ଏଭଳି ପରିସ୍ଥିତିରେ ସେ ଝିଅଟିକୁ ପରେ ଅନ୍ୟତ୍ର ବିବାହ କରାଇ ଦିଅ।ଗଲା।
ମୁଁ ବାଣୀବିହାରରୁ ପିଜି ପାସ୍ ପରେ ଘର ତରଫରୁ କନ୍ୟା ଖୋଜା ଅ।ରମ୍ଭ ହୋଇଗଲା। ସେତେବେଳେ ଚାକିରି କରି ନ ଥିବାରୁ ବିବାହ କରିବାକୁ ଇଚ୍ଛା ନ ଥିଲା। ପରିବାରର ବାଧ୍ୟବାଧକତାରେ ସାତ ଅ।ଠ ଜାଗା ଯାଇ ଝିଅ ଦେଖିଥିଲି। କିଛିନା କିଛି ବାହାନା କରି ପ୍ରସ୍ତାବ ଭାଂଗି ଦେଉଥିଲି। ସମୟ କ୍ରମେ ଅଧ୍ୟାପନା କରିବା ଇଚ୍ଛା ତ୍ୟାଗ କରି ସାମ୍ବାଦିକତା ବୃତ୍ତିକୁ ଅ।ଦରି ନେଲି। ଧରିତ୍ରୀରେ ମୁଖ୍ୟ ସହସମ୍ପାଦକ ଭାବେ କାମ କରୁଥିବା ବେଳେ ଦିନେ ଜଣେ ଅଧ୍ୟାପକ ବନ୍ଧୁ ଫୋନ କରି କହିଲେ, "ଅ।ରେ ତୁ କେମିତିକା ପିଲା ! ଚରମ୍ପା ହନୁମାନଙ୍କ ମନ୍ଦିରରେ ନିର୍ବନ୍ଧ ଉତ୍ସବ ହେଲା, ଅନେକ ଲୋକ, ବନ୍ଧୁବାନ୍ଧବ ଅ।ସିଥିଲେ। ତୁ କେମିତି ଅ।ସିଲୁନି ? ଜାଣିଛୁ ସେ ହନୁମାନ ପ୍ରତ୍ୟକ୍ଷ ଠାକୁର। ତାଙ୍କ ବିଗ୍ରହ ପ୍ରତିବର୍ଷ ବଢୁଛି। ଏଭଳି ଏକ ପୁରାତନ ମନ୍ଦିରରେ ନିର୍ବନ୍ଧ ଉତ୍ସବ ଶୁଭଦାୟକ ।"
ବିସ୍ମୟ ଓ ଉତ୍କଣ୍ଠା ମୋତେ ଗ୍ରାସ କରି ସାରିଥିଲା । ପଚାରିଲି, "ତୁମେ ଯାଇଥିଲ ?"
"ହଁ ଯାଇଥିଲି।"
"କାହାର ନିର୍ବନ୍ଧ ହେଲା କୁହତ ?"
"ସତରେ ତୁ କିଛି ଜାଣିନୁ ? ଦୁଇ ମାସ ତଳେ ଯେଉଁ ଝିଅକୁ ଅ।ମେ ଦେଖିବାକୁ ଯାଇଥିଲେ, ସେହି ଝିଅ ସହ ତୋର ନିର୍ବନ୍ଧ ହୋଇଯାଇଛି।"
" ଯିଏ ଯାହା ହାଣ୍ଡିରେ ଚାଉଳ ପକାଇଛି" କଥା ପଦକ ମୋର ନବୀନ ଚିନ୍ତାଧାରାକୁ ଦଳିଚକଟି ଦେଲା। ସମାଜ ଜୀବନରେ ବିବାହ ଏକ ପବିତ୍ର ବନ୍ଧନ। ଦୁଇଟି ଅପରିଚିତ ଅ।ତ୍ମାକୁ ଯୋଡିଥାଏ। ସମ୍ପୂର୍ଣ୍ଣ ଅଜାଣତରେ ନିର୍ବନ୍ଧ ହୋଇଥିବା ଝିଅଟିକୁ ଜୀବନ ସାଥୀ ରୂପେ ପାଇ ମୁଁ ଖୁସି ହୋଇ ପାରିଥିଲି। ପାଇଥିଲି ଜୀବନରେ ପରିପୂର୍ଣ୍ଣତା। ୧୯୮୫ ଏପ୍ରିଲ ୨୪ ତାରିଖରେ ବିବାହ ସମ୍ପନ୍ନ ହୋଇଥିଲା। ସେ ବି ସାରା ଜୀବନ ତାଙ୍କ ଖୁସିକୁ ନିଃସର୍ତ୍ତରେ ମୋ ପାଦତଳେ ଅଜାଡି ଦେଇଥିଲେ। ମୋ ମାମୁ କହିଥିଲେ, "ଦେଖିଲ, କହିଥିଲି ନା, ଅ।ମ ପ୍ରସ୍ତାବରେ ପୁଅ କେବେ ବି ଅମଂଗ ହେବନି। କାନ୍ଧରେ ଜୁଅ।ଳି ପଡିଲେ ସମସ୍ତେ ସଳଖି ଯାଅ।ନ୍ତି।"
ସେ ଦିନ ଗପ କହିସାରିବା ବେଳକୁ ତାଙ୍କ ଅ।ଖିକୁ ପାତଳ ନିଦ ଘୋଟି ଅ।ସୁଥିଲା। ତଥାପି ତାଙ୍କ ଅସୁସ୍ଥ ଦେହକୁ ସାମାନ୍ୟ ହଲାଇ ଦେଇ ପଚାରିଲି, କେଉଁ ଗପଟି ବେଶି ଭଲ ଲାଗିଲା, କୁହ ତ ?
ଉତ୍ତର ଥିଲା "ଶେଷ ଗପ ।"
*******