ଶେଷ ଚିଠି
ଶେଷ ଚିଠି
ସେଦିନ ଥିଲା କୁଆଁର ପୁନେଇଁ l ସବୁଝିଅ ଚାହିଁଥାନ୍ତି ସେଇ ଶଶାଙ୍କ ପରି ସୁନ୍ଦର ବର l ହେଲେ ଫତିମା ର ମନ କଥା କେବେ ଜାଣି ପାରେନି ଶିବମ l ମୁସଲିମ ହେଲେ ବି ହିନ୍ଦୁ ଦେବା ଦେବୀ ଙ୍କୁ ଖୁବ ଭକ୍ତି କରେ l
ବହୁତ ଦିନ ରୁ ସେମାନେ ଏ ଗାଁ ରେ ରହି ଆସୁଛନ୍ତି l ସେଥିପାଇଁ ସବୁ ପର୍ବ ପର୍ବାଣି ରେ ସାମିଲ ହୋଇ ଯାଆନ୍ତି ଜାତି ଧର୍ମ ର ଭେଦ ଭାବ କୁ ଭୁଲି l ଫତିମା ଦେଖିବାକୁ ଖୁବ ସୁନ୍ଦର l ଘନ କେଶ ରେ ଦୁଇଟି ଲମ୍ବା ଛୁଟି ଖୁବ ମାନେ ତାକୁ l ଶିବମ ସହିତ ଏକା ସାଥିରେ ପଢ଼ନ୍ତି l ମୁସଲମାନ ହେଲେ ବି ଖୁବ ସଂସ୍କାରି ଝିଅ ଟେ l ସେଥିପାଇଁ ଶିବମ ର ଖୁବ ପସନ୍ଦ l ଏଇ କୁଆଁର ପୁନେଇଁ ରେ ଏକା ଆଜି ଛାତ ଉପରେ ବସି ଅନେକ କିଛି ଭାବୁଛି l ଶିବମ ତାଙ୍କ ଘର କୁ ପ୍ରାୟ ସବୁବେଳେ ଆସେ l
ଏକା ସାଥିରେ କଲେଜ ଯାଆନ୍ତି l ସେ ବି ସାଙ୍ଗ ହିସାବ ରେ ଖୁବ ଭଲ ପାଏ ଶିବମ କୁ l ହେଲେ ଶିବମ ତା ମନ କଥା କେବେ କହି ପାରେନି l
ସେଦିନ ତାକୁ ଛାତ ରେ ଏକା ଥିବା ଦେଖି ଚାଲିଗଲା ତା ପାଖକୁ l ଫତିମା ସେମିତି ଅନେଇ ଥାଏ ସେ ଚାନ୍ଦ କୁ l ଶିବମ ଆସିବା କଥା ବି ଜାଣେନି l ଶିବମ ହଠାତ ତାକୁ ହଲେଇ ଦେଲା କହିଲା "ଏତେ ଭାବୁକ କାହାପାଇଁ....?? କିଏ ସେ ଭାଗ୍ୟବାନ ଟିକେ କହିବ ଆଜିକା ଦିନ ରେ ଯାହା କଥା ଭାବୁଛ l ହସିଦେଇ ଫତିମା କହିଲା ଧେତ... ଏ କି କଥା...
କାହାକୁ ବି ଭାବୁନି... ସେମିତି ଦେଖୁଛି... ମୋତେ ଏ ଚାନ୍ଦ ନା ଖୁବ ଭଲ ଲାଗେ.... ଏମିତି ଲାଗେ ମୁଁ ସେ ଚାନ୍ଦ ପାଖ କୁ ଚାଲିଯାନ୍ତି ସବୁଦିନ ପାଇଁ
କେତେ ସୁନ୍ଦର ସେ ଜାଗା ହୋଇଥିବ ନା l ନୀଳ ଆଲୋକ ର ଦେଶ ସେ l ଶିବମ ଥଟ୍ଟା କରି କହିଲା ଆଉ ମୁଁ ପୃଥିବୀ ରହି କଣ କରିବି ଦୟାକରି ମୋତେ ବି ନେବା ବ୍ୟବସ୍ଥା କର....ଜୋର ରେ ହସିଦେଲେ ଦୁଇଜଣ ଯାକ l ସେ ସୁନ୍ଦର ଜହ୍ନ ରାତିରେ ଫତିମା ର ମୁହଁ ଆହୁରି ଝଲସି ଉଠୁଥିଲା l ଭଲ ପାଇବା କଥା କହିବାକୁ ଆସିଥିଲା ହେଲେ ତା କଥା ର ଯାଦୁ ରେ ପୁରା ଭୁଲିଗଲା l ସେ ଜାଣିଥିଲା ଫତିମା ର ଜନ୍ମ ଦିନ ଏଇ ପୁର୍ଣିମା ରେ ସେଥିପାଇଁ ସେ ତିଥି ହିସାବ ରେ ମାନେ l ସେଦିନ ଗୋଟେ ନୀଳ ପ୍ରିଯମ ଯାହା ଭିତରେ ଦୁଇ ପ୍ରେମୀ ହାତ ଧରା ଧରି ହୋଇ ନୃତ୍ୟ ରତ.... ଧରେଇ ଦେଲା ଫତିମା ହାତରେ l ଖୁବ ଖୁସି ହୋଇ ଗଲା ଫତିମା l ଗୋଟେ ଛୋଟ ଚୁମ୍ବନ ଆଙ୍କି ଦେଲା ଶିବମ ଗାଲ ରେ l ଖୁବ
ଖୋଲା ହୃଦୟ ର ଝିଅ ଟେ l ଆଉ କହି ପକେଇଲା... ସତରେ ୟୁ ଆର ମାଈ ବେଷ୍ଟ ଫ୍ରେଣ୍ଡ ଜୀବନ ରେ କେବେ ଭୁଲି ପାରିବି ନି ଶିବମ ତୁମ ବନ୍ଧୁତ୍ୱ କୁ l ସବୁଦିନ ପାଇଁ ମନେ ରଖିଥିବି l ଶିବମ ଆଉ କିଛି କହି ପାରିଲା ନି l ଫେରି ଆସିଲା ଗୋଟେ ହାରିଯାଇଥିବା ପ୍ରେମିକ ର ମନ ନେଇ l ସତରେ ଫତିମା କେବଳ ସାଙ୍ଗ ହିସାବ ରେ ତାକୁ ଭଲ ପାଏ l
ଏମିତି ଅନେକ ଦିନ ବିତିଗଲା l ଫତିମା ର ବାବା ହୃଦ ଘାତ ରେ ଚାଲିଗଲେ ଆର ପାରିକି l ଫତିମା ଓ ତା ଭଉଣୀ ଏକା ହୋଇଗଲେ l
ମା ଆଗରୁ ନ ଥିଲେ l ସେଥିପାଇଁ ତାଙ୍କ ପରିବାର ର ଲୋକ ପାକିସ୍ତାନ ନେଇ ଗଲେ ଦୁଇ ଝିଅ ଙ୍କୁ l ଶିବମ ଖୁବ ମନେ କରେ ଫତିମା କୁ l କେତେ ଦିନ ସେ ଶିବମ ପାଖକୁ ଚିଠି ବି ଲେଖୁଥିଲା ସୁଦୂର ପାକିସ୍ତାନ ରୁ l କିନ୍ତୁ ଏ କେତେ ମାସ ହେବ ସେ ଆଉ ଚିଠି ଦେଉନି କି ଚିଠି ଦେଲେ ତା ଉତ୍ତର ପାଉନି l ଶିବମ ଭାବେ ବୋଧ ହୁଏ ସେ ଭୁଲିଗଲା l
ସେଥିପାଇଁ ଯେବେ ବି ଏ ଚାନ୍ଦ ଦେଖେ ତାକୁ ସେଥିରେ ଫତିମା ର ମୁହଁ ଦେଖେ l ସେଦିନ ଡାକ ଵାଲା ଆସି ଗୋଟେ ଚିଠି ଦେଲା l ଖୁବ ଉତ୍ସ୍ସୁକତା ର ସହିତ ଖୋଲି ପଢିବାକୁ ଲାଗିଲା ଶିବମ...
ସ୍ନେହ ର ଶିବମ.....
ମୋ ଭଲ ପାଇବା ନେବ l ବୋଧହୁଏ ତୁମେ ଏ ଚିଠି ପଢିବା ବେଳେ ମୁଁ ଆଉ ଏ ଦୁନିଆ ରେ ନ ଥିଵି l ଜୀବନ ର ଅନ୍ତିମ ସମୟ ଆସିଯାଇଥିବ l
ଏଠି ଆସିବା ପରେ ଦେହ ବହୁତ ଖରାପ ହେଲା l ସବୁ ଟେଷ୍ଟ ପରେ ଜଣା ପଡିଲା ମୋତେ ବ୍ଲଡ଼ କେନସର ଆଉ କିଛି ମାସ ର ଅତିଥି ମୁଁ କାରଣ ଏ ଥିଲା ଲାଷ୍ଟ ଷ୍ଟେଜ l ତୁମ ଚିଠି ରୁ ଜାଣିଲି ତୁମେ ଏବେ ବି ମୋତେ ହୃଦୟ ରୁ ଭଲ ପାଉଛ l ମୁଁ ଜାଣିଛି ତୁମେ ମଣିଷ କୁ ଭଲ ପାଅ କୌଣସି ଜାତି କି ଧର୍ମ ତୁମ ପାଇଁ କିଛି ମଇନା ରଖେନି l ମୋ ରୋଗ କଥା ଜାଣି ତୁମ ମନ ଦୁଃଖ ହେବ ବୋଲି କିଛି କହିଲି ନି କି ଉତ୍ତର ଦେଲିନି l କାରଣ ଠିକ ଅନୁରୂପ ଭାବେ ମୁଁ ବି ତୁମ କୁ ଭଲ ପାଇ ବସିଲି l ତୁମେ ଦେଇଥିବା ଚିଠି କୁ ଛାତି ରେ ଲଗେଇ ଖୁବ କାନ୍ଦିଲି l ତୁମ ସେଦିନ ର ଉପହାର ଆଜିବି ସାଇତି ରଖିଛି ସେଥିରେ ତୁମ ହାତର ସ୍ବର୍ଶ ଅନୁଭବ କରେ l ଜାଣିଛ ମୁଁ ଯେବେ ବି ଚାନ୍ଦ ଦେଖେ ତୁମ ମୁହଁ କୁ ସେଥିରେ ଦେଖେ l ସତରେ ମୁଁ ସେ ଚାନ୍ଦ ର ହୋଇଯିବି ଆଉ କିଛି ସମୟ ପରେ l ମୋ ସ୍ନେହ, ମୋ ଭଲ ପାଇବା ସେମିତି ବଞ୍ଚି ଥିବ ଏ ଚାନ୍ଦ ସହିତ l ମୁଁ ମରି ବି ତୁମକୁ ଖୁବ ଭଲ ପାଇବି l ଯେବେ ବି ଚାନ୍ଦ ଦେଖିବ ମୁଁ ତୁମକୁ ଦେଖାଯିବି.... ସତରେ ଚାନ୍ଦ ର ମୋହ ରେ ମୁଁ ପାଗଳୀ ହୋଇଗଲି ସେଥିପାଇଁ ସବୁଦିନ ପାଇଁ ନିଜର କରିନେଲା ସେ..
ମୋ ମୃତ୍ୟୁ ରେ କେବେ ଲୁହ ଗଡ଼େଇବ ନି.... ଖାଲି ନୀଳ ଆକାଶ କୁ ଦେଖି ଟିକେ ହସି ଦେବ l ମୁଁ ବହୁତ ଦୂର ରେ ରହି ତୁମକୁ ଦେଖୁଥିବି ସେ ସୁନୀଳ ଆକାଶ ବକ୍ଷ୍ୟ ରୁ...
ଚିଠି ଟି ପଢି ସାରିବା ପରେ ଶିବମ ହୃଦୟ ଅଜଣା କୋହ ରେ ଭରିଗଲା l ସତରେ କଣ ଫତିମା ର ସୁନ୍ଦର ଶରୀର ଆଜି ସେ ନୀଳ ଆଲୋକ ଶିଖାରେ ମିଳେଇ ସାରିଥିବ??? ସେ ସତରେ ଜହ୍ନ ରାଇଜ କୁ ଚାଲିଯିବ??? ଏସବୁ କେମିତି ସପ୍ନ ଭଳି ଲାଗୁଥିଲା ଶିବମ କୁ.....

