Parbati Pradhan

Abstract Inspirational Others

4.3  

Parbati Pradhan

Abstract Inspirational Others

ସେଇ ବର୍ଷା ରାତି

ସେଇ ବର୍ଷା ରାତି

3 mins
454


ପ୍ରତେକ ଦିନ ତଳବଣିଆ ଠାରୁ ଦତ୍ତତୋଟା ପୁରୀ ସେଇ ଚକ୍ରତିର୍ଥ ଦେଇ ଟିଉସନ ଜୀବ ଆସିବା ରେ ସେଇ ରାସ୍ତା ସହିତ ରାତି ସହିତ ବେଶ ଭଲ ଭାବରେ ପରିଚିତ ହୋଇଯାଇଥିଲି ପ୍ରତେକ ଦିନ ରାତି ନଅ ଟାରେ ଘରକୁ ଫେରିବା ନିତିଦିନିଆ ଅଭ୍ୟାସ ରେ ପରିଣତ ହୋଇଯାଇଥିଲା l

         ହଠାତ ଦିନେ ଟ୍ୟୁସନ ସାରି ଫେରିବା ବେଳକୁ ଅମାନିଆ ବର୍ଷା କୁଆଡେ ଥିଲା କେଜାଣି ଦୁର ଦୁର କରି ଅଜାଡି ଦେଥିଲା ଅନର୍ଗଳ ବର୍ଷା ପାଣି ବିଜୁଳି ଘଡ ଘଡି ଶବ୍ଦରେ କନ ଫାଟି ପଡୁଥିଲା ସେତ ବେଳକୁ ପ୍ରାୟ ସମସ୍ତ ପିଲା ବାପା ମା ଙ୍କ ସହିତ ଘରକୁ ପଳାଇଥିଲେ କିନ୍ତୁ ମୋ ପାଖରେ ଘରକୁ ଜୀବ ପାଇଁ ନା ଥିଲା ରେନିକୋଟ ନା ଛାତ, ଘରକୁ ଫୋନ କରିବା ପାଇଁ ପାଖରେ ଫୋନ ଟିଏ ଵି ନଥିଲା କଣ କରିବି ଅନେକ ସମୟ ବିତି ଯାଇଥିଲା ସେତେ ବେଳକୁ ରାତି ପ୍ରୟ ଦଶଟା ବାଜି ତିରିଶ ମିନିଟ ଆଉ କେତେ ସମୟ ବା ଅପେକ୍ଷା କରିଥାନ୍ତି ଏ ଅମାନିଆ ବର୍ଷା କୁ

   ବାହାରି ପଡିଲି ନିଜର ସେଇ ଲେଡିବାର୍ଡ଼ ଧରି ଘର ଆଡକୁ ରାସ୍ତାରେ ଆଣ୍ଠେ ଆଣ୍ଠେ ବର୍ଷା ପାଣି ର ସୁଅ ଛୁଟୁ ଥାଏ ସେତେବେଳ କୁ ମୁଁ ବର୍ଷା ରେ ପୁର ଓଦା ଜୁଡୁବୁଡୁ ଦେହ ଶୀତେଇ ଉଠୁ ଥାଏ ଗଳିକାନ୍ଦି ରୁ ବାହାରି ପହଂଚି ଯାଇଥିଲି ସେଇ ଚକ୍ରତିଥ ରୋଡ଼ରେ ସେତେ ବେଳକୁ ପ୍ରାୟ ରାତି ଏଗାର ଟା ରାସ୍ତା କଡରେ ଧାଡ଼ି ଧାଡ଼ି ହୋଇ ଠିଆ ହୋଇଥାଏ ସେଇ କାର ଗୁଡାକ ସତେ ଲାଗୁଥାନ୍ତି ଯେମିତି ରାସ୍ତା ରେ ବହୁତ ଭିଡ ହେଲା ଭଳି ଏପଟେ ଶୁଭୁଥାଏ ସମୁଦ୍ର ର ଜୋର ଗର୍ଜନ ସତେ ଲାଗୁ ଥାଏ ପାଖକୁ ମାଡି ଆସୁଛି ଯେମିତି. ସମୁଦ୍ର କୂଳର ସେଇ ହୋଟେଲ ମାନଙ୍କୁ ଦେଖି ଦେଲା ମାତ୍ରେ ଭୟରେ ଥରି ଉଠୁଥାଏ ମୋ ଦେହ ଜୋର ରେ ଧକ ଧକ କରୁଥାଏ ମୋ ଛାତି ଲାଗୁଥାଏ ସେ ଘରରୁ କେହି ଜମିତି ମତେ ଡାକୁଛି ବାରମ୍ବାର ପଛକୁ ବୁଲି ଅନାଉ ଥାଏ


       

      ରାସ୍ତା ପୁରା ଜନଶୂନ୍ୟ ମଣିଷ ତ ଦୂରର କଥା ରାସ୍ତା ରେ ବୁଲୁ ଥିବା ଗାଇ ଓ କୁକୁର ମନେ ମଧ୍ୟ୍ୟ ଦେଖାଯାଉନଥିଲେ ରାସ୍ତା ଲମ୍ବା ଧାଡ଼ି କରି ଠିଆ ହୋଇଥିବା ସେଇ ଡେଙ୍ଗା ଡେଙ୍ଗା ଷ୍ଟ୍ରିଟ ଲାଇଟ ଗୁଡାକ ଧପ ଧପ କରୁ ଥାନ୍ତି ସତେ ଯେମିତି ବିଜୁଳି ମାରିବା ଭଳି

          ହଠାତ ନୋଳିଆ ସହି ପାଖରେ ମୋର ଲେଡିବାର୍ଡ ସାଇକେଲ ଟି ଖରାପ ହୋଇ ଯାଇଥିଲା ହେଲେ ତିଆରିବି କୋଉଠି ଦୋକାନ ଫିଟିବା ଦୂର କଥା ଘରଗୁଡାକ ର ସବୁ ଝରକା କବାଟ ବନ୍ଦ ହୋଇ ସାରିଥାଏ

ଏତେ ରାତି ଏକୁଟିଆ ଝିଅ ଟାଏ ଭୟଲାଗୁଥାଏ ହେଲେ କଣ କରିବି ଛାତିକୁ ଦମ୍ଭ କରି ଚାଲିଲି ଆଗକୁ କିଛି ବାଟ ଜୀବ ପରେ ମିଞ୍ଜି ମିଞ୍ଜି କରି ଜଳୁଥିବା ଲାଇଟ ଟିଏ ଦେଖାଗଲା ମନରେ ଭୟ ଥିଲେ ମଧ୍ୟ୍ୟ ପହଞ୍ଚି ଥିଲି ସେଇଟି ଆଖିରେ ଝାଡ଼ି ପୋକ ଓ ଜୁଳୁ ଜୁଳିଆ ପୋକ ମାଡ଼ ହୋଇଯାଉଥାନ୍ତି ତାରି ମଧ୍ୟରେ ମୁଁ ଆଖିକୁ ମଳିମଳି ସେଇ କୁଡ଼ିଆ ତଳେ ଆଶ୍ରୟ ନେଇଥିଲି ଭିତରୁ ଶୁଭିଲା......

       ଝିଅ... ଭିତରକୁ ଆ ଭେରୀ ମୁଁ ଟିକିଏ ଭୟ ରେ ଥରି ଉଠିଥିଲି କିନ୍ତୁ ଭିତରୁ ବାହାରି ଆସିଥିଲେ ଅଶି ବର୍ଷ ର ବୃଦ୍ଧା ମୋ ହାତକୁ ଧରି ପକାଇ ଥିଲା କିଛି ନ କହି ଆକୁ ବାକୁ କରି ଅନାଇ ରହିଥାଏ ତ ମୁହଁ କୁ


 : ଝିଅ ଭିତର କୁ ଆ ଓଦାରେ କେତେ ସମୟ ଠିଆ ହେବୁ କିଛି ନ କହି ମୁଁ ଭିତରକୁ ଯାଇଥିଲି..

     ଦେଖେ ଗୋଟିଏ ବୁଢ଼ା କିଛି ନିଆଁ ଜାଳି ଗୋଟିଏ ସେତେବେଳିଆ ରୁମୁ ରିମିଆ ମୋଟା କନ୍ଥା ଘଡି ହୋଇ ବସି ଥଏ ଆଉ କେହିବି ସେ ଘରେ ଦିଶୁ ନଥାନ୍ତି ଏଥିରୁ ବାରି ହେଇ ଯାଉଥାଏ ଯେ ବୁଢା ବୁଢ଼ୀ ଦୁଇ ସ୍ୱାମୀ ସ୍ତ୍ରୀ ମୁଁ ପୁରା ନିରବ ରହି ଦେଖୁଥାଏ ବୁଢ଼ୀ ମତେ ଗୋଟିଏ ଗାମୁଛା ଦେଇ କହିଲା ଝିଅ ତୁ ପୋଛି ହୋଇପଡ ତାପରେ....


ବୁଢା :- ମା ତୁ କୋଉଠି ରହୁଛୁ??????

 ମୁଁ :- ଧୀର ସ୍ୱର ରେ କହିଲି ଏଇ ତାଳ ବଣିଆ ପଟେ ମୋ ଘର

 ବୁଢା କହି ଉଠେ ଏ ଅଦିନିଆ ବର୍ଷା ର ପ୍ରକୋପ କେତେ ବିଶାଳ କିଛି ନଥିଲା ଦେଖୁନୁ ହଠାତ କୁଆଡୁ ମାଡି ଆସିଲା ଯେ ଛାଡିବାର ନା ଧରୁନି

    ମୁଁ........ହୁଁ ଟିଏ ମରି ଦୀର୍ଘ ନିଶ୍ୱାସ ନେଇ ଭାବୁ ଥାଏ ସତରେ ଏମାନେ କେତେ ଭଲ


   ଏତିକି ବେଳେ ବୁଢ଼ୀ ଗୋଟିଏ ଷ୍ଟିଲ ଗ୍ଲାସ ଓ ବେତରେ ତିଆରି ସେତେବେଳିଆ ଗୋଟିଏ ଭୋଗେଇ ଧରି ମୁଁ ଆଡକୁ ବଢ଼ାଇ ଦେଇଥିଲା

ବୁଢ଼ୀ ର ହାତ ଥରୁ ଥାଏ.... ଥରିବା ଵି ସ୍ୱାଭାବିକ  ବାଧ୍ୟକ୍ୟ ବୟସ ହିଁ ତାର କାରଣ ଥିଲା ମୁଁ ବୁଢ଼ୀ ର ହାତରୁ ଗ୍ଲାସ ଟିକୁ ନେଇ ଦେଖେତ " ନାଲି ଚା ଓ ଆକାଣ୍ଡି ଚାଉଳ ରେ ଭଜା ମୁଢି " କିଛି ସମୟ ନିରିଖେଇକି ଦେଖିଥିଲି....


       ମୋ ମୁହଁକୁ ଅନାଇ ବୁଢ଼ୀ କହିଲା ଆଲୋ...... ଇଏ ପରା   "ନାଲି ଚା" ଭଲସେ ଅଦା ଓ ମରିଚ ପକାଇ ତିଆରି କରିଛି ପିଇ ଦେ ଭଲ ଲାଗିବ ଥଣ୍ଡା ଏକାବେଳେକେ କୁଆଡେ ଛାଡି ଚାଲି ଜୀବ

         ବୁଢ଼ୀ ର କଥା ଶୁଣି ମୁଁ ଗ୍ଲାସ ଟିକୁ ଓଠ ପାଖକୁ ନେଇ ଗୋଟିଏ ଷୋଡକା ମରି ଥିଲି ଓ ସେଥିରୁ ମତେ କିଛି ଅନୁଭୂତି ମିଳି ଯାଇଥିଲା

  ସତରେ ସେମାନେ କଣ ମୋ ନିଜର କେଜାଣି କାହିଁକି ଆଜି ବର୍ଷା କୁ ଦେଖିଲେ ସେଇ ଦୁଇ ଜଣ ଙ୍କ କଥା ଭରି ମନେ ପଡେ ଓ ମନେ ମନେ ଖୋଜି ବୁଲେ ଓ ସେଇ ନାଲି ଚା କୁ ମୁଁ ଝୁରେ 



Rate this content
Log in

Similar oriya story from Abstract