Parbati Pradhan

Abstract Romance Others

4.0  

Parbati Pradhan

Abstract Romance Others

କଳଙ୍କିନୀ

କଳଙ୍କିନୀ

3 mins
412


କଳଙ୍କ ଗୋଟିଏ ଏମିତି ରଙ୍ଗ ଯାହା ଲିଭାଇଲେ ଲିଭି ହୁଏ ନା ଧୋଇଲେ ଛାଡେ ଦାଗ ଥରେ ଲାଗିଲେ ଆଜୀବନ ରହିଯାଏ l କହିବାକୁ ଗଲେ ପୂର୍ଣ୍ଣମୀ ଆକାଶରେ ଦେଖୁଥିବା ଚନ୍ଦ୍ରମା ଓ ଦିନ କରୁଥିବା ରବି ଵି ରାହୁ ଓ ଶନିର କଳଙ୍କରେ ଵି କଳଙ୍କିତ ମଣିଷ କୋଉଠି ବାଦ ପଡ଼ିବ ।

          ପ୍ରେମ ଏମିତି ଏକ ନିଶା ଯାହା ପିଛା ଛାଡେନି ନା ଛାଡିବାକୁ ଦିଏନି l ପ୍ରେମ ଦୁଇଟି ହୃଦୟର ପରିଭାଷା ଓ ଶାଶ୍ୱତ ମିଳନା ଯାହାକୁ ହୃଦୟ କେବେ ବି ଭୂଲି ପାରେନା ପ୍ରେମ କେବେ ବଞ୍ଚିବାର ରାହା ଵି ପାଲଟିଛି ତ କେବେ କଳଙ୍କର ଗଦା ଗଦା ଦାଗ ଲଗାଇ ଦେଇଛି

    ସତରେ କଣ ପ୍ରେମ ସମାଜ ପାଇଁ କଳଙ୍କ?


ଆଜକୁ ଦର୍ଘ ପାଞ୍ଚ ବର୍ଷ ତଳର କଥା ରୁପା ଓ ରାଜୁ ଦୁହେଁ ବହୁତ ଭଲ ସାଙ୍ଗ ଥିଲେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ ସକାଳୁ ଉଠିଲେ ଦୁହେଁ ମୁହଁ ଦେଖା ଦେଖି ଏମିତି କୌଣସି ଦିନ ନଥିଲା ଦୁହେଁ ଝଗଡ଼ା କରୁନଥିଲେ ଏ ସବୁ ପରେ ସେ ଦୁହେଁ ଭଲ ବନ୍ଧୁ ଏହି ବନ୍ଧୁତାର ସମ୍ପର୍କ ନେଇଥିଲା ପ୍ରେମର ରୁପ l

        ରୁପା ଥିଲା ଶିକ୍ଷିତ ପରିବାରର ଝିଅ ଆଉ ରାଜୁ ଥିଲା ଜଣେ ଗରିବ ଦିନ ମଜୁରିଆର ପୁଅ । ପାଠ ପଢା ପରେ ସେ ନିଜେ ଖଟି ଘର ଚଳାଉଥିଲା ତଥାପି ରୁପା ତାକୁ ଭଲପାଏ ଭଲ ପାଇବାରେ ଧନି କି ଗରିବ ଓ ଜାତି କି ଅଜାତି ବା ସୁନ୍ଦର ଓ ଅସୁନ୍ଦର ଦେଖାଯାଇ ନଥାଏ ତାଙ୍କ ମଧ୍ୟରେ ଠିକ ସେଇ ଭଲି ପ୍ରେମ ବଞ୍ଚି ରହିଥିଲା l

ରାଗ ରୋଷ ମାନ ଅଭିମାନ ଝଗଡା ଭିତରେ ଦୁହେଁ ଗୋଟିଏ ସୁନ୍ଦର ଜୀବନ କାଟୁଥିଲେ ଏପରି ଅନେକ ଦିନ ବିତିଯାଇଥିଲା l

       

        ଜଣେ କୁଆଁରୀ ଓ ଜଣେ କୁଆଁରା ଥିଲା ତାଙ୍କ ପାଖରେ ପ୍ରେମର ସଂଜ୍ଞା ବାସ କେହିନଥିଲେ ପାଖରେ ସତେ ଯେମିତି ନିଆଁରେ ଘିଅ ଢାଳିଲେ ହୁତୁ ହୁତୁ କରି ଜଳେ ସେମିତି ତରଳି ଉଠୁ ଥିଲେ ଦୁହେଁ ଭୂଲି ଯଇଥିଲେ ସମାଜର ରୀତି ନୀତି, ନିନ୍ଦା ଅପନିନ୍ଦା ମନରେ ନଥିଲା ଟିକେ ଵି ଭୟ ବାସ ଦୁହେଁ ଦୁହିଁଙ୍କୁ ସାହାରା ଭାବୁଥିଲେ ସମାଜର ସମସ୍ତ ସୀମାକୁ ଉଲଂଘନ କରି ଏକ ହଇଯାଇଥିଲେ ଦୁଇଟି ହୃଦୟ l ସଂଜ୍ଞାହୀନ ହୋଇ ଯାଇଥିଲେ। ସାକ୍ଷୀଥିଲା କଳା ରାତ୍ରୀ, ବସ୍ତ୍ରହୀନ ଅବସ୍ଥା ଶୀତେଇ ଉଠୁଥିଲା ରୁପା କିନ୍ତୁ ରାଜୁ ରୁପାର ଦେହର ବାସ୍ନାକୁ ସାଉଁଟୁ ଥିଲା ଆଉ ଦୁହେଁ ମଜି ଯାଇ ଥିଲେ ଦେହ ଖେଳରେ କରି ବସିଥିଲେ ବିରାଟ ଏକ ଭୁଲ ଯାହା ଆଜୀବନ ଦୁହିଁଙ୍କ ହୃଦୟରୁ ଲିଭି ନଥିଲା l

      ଏସବୁ ପରେ ଦୁହେଁ ଦୁହିଁଙ୍କୁ ବିଶ୍ୱାସ କରୁଥିଲେ

 ରାଜୁ ରୁପାକୁ ସବୁବେଳେ କୁହେ ମୁଁ ତତେ ଆଜୀବନ ଜୀବନ ସାଥିକରି ରଖିବି ଏହି ବିଶ୍ୱାସରେ ଆଗକୁ ବଢୁ ଥିଲେ........।

     ଅନେକ ଦିନ ପରେ.....।

 ପରିବାର ସମ୍ମୁଖକୁ ଆସିଥିଲା ସମସ୍ତ ସତ୍ୟତା । ଅନେକ ମାଡ ଗାଳି ଖାଇ ଦୁହେଁ ଘରଛାଡି ଯିବା ପାଇଁ ବସିଥିଲେ କିନ୍ତୁ ରୁପା ସେତେବେଳେ ବନ୍ଦୀ ହୋଇଯାଇଥିଲା ଗୋଟିଏ ଘରେ ।

    ବରପାତ୍ର ଖୋଜା ଚାଲିଥିଲା ତା ପାଇଁ ଘର ଲୋକେ କେହିବି ତା କଥାରେ ରାଜିନଥିଲେ l ରାଜୁ ପାଖକୁ ଯିବା ପାଇଁ ସମସ୍ତ ବାଟ ବନ୍ଦ ଥିଲା କୁହୁଳି ଉଠୁଥିଲା ସେ ତା ମନ କଥା କେହିବି ପଢ଼ି ପରିନ ଥିଲେ l

       ପନ୍ଦର ଦିନ ରହିଲା ବାହାଘର ବେସ୍ତତା ଭିତରେ ସମସ୍ତେ ଧୁମ ଧାମ ଭିତରେ ହେଲା ବାହାଘର ଆଉ ଝିଅ ବିଦା...। ଗୋଟିଏ ମାସ ବିତି ଯାଇଥିଲା ଶାଶୂଘରେ କିନ୍ତୁ ତା ମନରେ ନ ଥିଲା ଖୁସି ତା ମଧ୍ୟରେ ସବୁକିଛି ଆଦରି ନେଇଥିଲା ହେଲେ ।

             ଗୋଟିଏ ଡାକ୍ତରୀ ଟେଷ୍ଟ ରିପୋର୍ଟରୁ ଜଣା ପଡିଯାଇଥିଲା କି ସେ ପ୍ରେଗନେଟ! ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ଛଡ଼ା କାହାକୁ ଜଣା ନଥିଲା । ରାଗରେ ତା ସ୍ୱାମୀ ତାକୁ ମାର ପିଟ କରେ ହେଲେ ବିଚାରି କଣ କରିବ ଏ କଥା ବା କେତେ ଦିନ ଲୁଚି ରହିବ ଶେଷରେ ଶାଶୁ ଘର ଓ ବାପାଘର ଲୋକଙ୍କ ସାମ୍ନାକୁ ଆସିଲା ଏହି କଥା । ସମସ୍ତେ ଗମ୍ଭୀର ହୋଇ ଉଠିଥିଲେ କହିବା ପାଇଁ ଭାଷା ନଥିଲା କାହା ପାଟିରେ। ଜଳ ଜଳ କରି ଅନାଇ ରହିଥିଲେ ସମସ୍ତେ ସମସ୍ତଙ୍କୁ ।

          ଗୋଟିଏ କଥା ସମସ୍ତଙ୍କ ମୁହଁରେ କେମିତି.... କେମିତି...... କେମିତି ଏମିତି ହେଲା ବାହାଘର ମାତ୍ର ଦୁଇମାସ ହେଲା କିନ୍ତୁ ପଞ୍ଚ ମାସର ହେଲା ଗର୍ଭ କେମିତି? କାହାର ଏ ଛୁଆ...

      କିଛି ସମୟ ପରେ ରୁପା ଧୀର କଣ୍ଠରେ ଭୟଭିତ ହୋଇ କହିଲା ରାଜୁର ଏ ଛୁଆ !

       ହାଁ.............. ରାଜୁର

ଯେମିତି ଆକାଶ ତା ଛିଣ୍ଡି ପଡିଲା ଭଳି ଓ ସାଗରଟା ଭାଗ ଭାଗ ହେଇ ଗଲା ଭଳି ଲାଗୁଥାଏ l ଧିକାର କରି କହୁଥାନ୍ତି ଶାଶୂଘର ଲୋକେ କଳଙ୍କିନୀ ଚୁନକାଳୀ ଆଜି ବୋଳିଦେଲା ଆମ ମୁହଁରେ ସବୁ ଶୁଣି ଚୁପ ଥାଏ ରୁପା ସେ ଏକ ବିରାଟ ଭୁଲ କରିବସିଥିଲା ଆସ୍ତେ ଆସ୍ତେ ଏହି କଥା ଗାଁ ଗଣ୍ଡା ବନ୍ଧୁ ବାସ, ସାହି ପଡିଶା ସବୁ ଆଡେ ଚହଳ ପଡିଯାଇଥିଲା ଆଉ ସେ ପାଲଟି ଯାଇଥିଲା ସମାଜ ପାଇଁ "କଳଙ୍କିନୀ "

          ତଥାପି ତା ମଧ୍ୟରେ ସେ ଅନାଇ ଥିଲା ରାଜୁକୁ ଏସବୁ ଜାଣି ଘର ଲୋକେ କ୍ଷତ ଵିକ୍ଷତଓ ଆଘାତ କରିଚାଲିଥିଲେ ରାଜୁକୁ ଅନେକ ସଭା ବସିଥିଲା ତାଙ୍କ ପାଇଁ ଆଉ ସମସ୍ତଙ୍କ ତୁଣ୍ଡରେ ଗୋଟିଏ କଥା କଳଙ୍କିନୀ..... କଳଙ୍କିନୀ..... କଳଙ୍କିନୀ ।


Rate this content
Log in

Similar oriya story from Abstract