Parbati Pradhan

Inspirational

3.5  

Parbati Pradhan

Inspirational

ଅଧୁରା ସ୍ବପ୍ନ

ଅଧୁରା ସ୍ବପ୍ନ

3 mins
91


ମାଣଟିଏ ଜମି l ସେଇଆକୁ ଚାଷୀ ପରିବାର ଭରଣ ପୋଷଣ କରେ, ଝାଟି ମାଟିରେ ଡେରା ଘର ଚାଳ ଛାପର କରିବାକୁ ପଇସା ମିଳେ ନାହିଁ ଯେ ଉପରୁ ପାଣି ଗଳୁଥାଏ ରହିବା କଥା ତ ଦୂରର କଥା ଭଲରେ ଗଣ୍ଡେ ଖାଇବାକୁ ଵି ମିଳେ ନାହିଁ l ସତେ ଯେମିତି ମହାବଳ ବାଘରୂପୀ ଦାରିଦ୍ର୍ୟ ତାଙ୍କ ପିଛା ଛାଡୁ ନଥାଏ ତଥାପି ସେଇଥିରେ ଓଳିଏ ଖାଇ ଓଳିଏ ଓପାସରେ ରହିଯାଆନ୍ତି l ତା ସାଥୀକୁ ଦଇବର ଯାତନା l କୋଳରେ ପନ୍ଦର ବରଷର ଝିଅ l ଯଦି ଝିଅଟା ପୁଅ ହେଇଥାନ୍ତା, ତାହାଲେ ବାପ କାନ୍ଧରେ କାନ୍ଧ ମିଶାଇ କାମ କରିଥାନ୍ତା l ଯାହାଦ୍ୱାରା କିଛିଟା ଅଭାବ ହାଲୁକା ହୋଇଯାଇଥାନ୍ତା l ଝିଅଟିଏ ବୋଲି ଟିକେ ମନ ଉଣା କରୁଥାନ୍ତି l ହେଲେ ମୋର ଝିଅ ପ୍ରତି ଭରି ଶରଧା ଥାଏ l


     ମାଷ୍ଟ୍ରେ କୁହନ୍ତି ତୁମ ଝିଅ କୁଆଡେ ଭଲ ପାଠ ପଢୁଛି, ଦିନେ ଭଲ ବୈଜ୍ଞାନିକଟିଏ ହେବ l

ଘରେ ଆଲୁଅର ସୁବିଧା ନଥାଏ l ସେଇ ଲଣ୍ଠନ ଖଣ୍ଡକୁ ଧରି ସନ୍ଧ୍ୟା ବେଳୁ ପାଠ ପଢ଼ିବା ପାଇଁ ବସି ପଡେ l ଏମିତି ପାଠରେ ସେ ମଜି ଯାଇଥାଏ ଯେ ଖାଇବା ପିଇବା ସବୁ ଭୁଲି ଯାଏ l ଯେତେବେଳେ ଦେଖ ଖଣ୍ଡେ ବହି ଧରି ଗୁଣୁ ଗୁଣୁ ପଢ଼ି ଯାଉଥାଏ l ଦେଖୁଥାଏ ବଡ଼ ସ୍ୱପ୍ନ, ବୈଜ୍ଞାନିକ ହେବ, ଅନେକ ରାସାୟିନିକ ପଦାର୍ଥ ତିଆରି କରିବ, ଦେଶ ବିଦେଶରେ ନାଆଁ କରିବ.... ସବୁବେକେ କୁହେ ବାପା ମତେ ଆଗକୁ ପାଠ ପଢ଼େଇବ ନା l ମୁଁ ତା ମୁଣ୍ଡ ଆଉଁସି ଦେଇ ହଁ କହିଦିଏ l ବେଳେବେଳେ ରାତିରେ ଉଠି ଲଣ୍ଠନଟିକୁ ଧରି ଆଣ୍ଠୁ ମାଡି ଠାକୁରଙ୍କ ସାମ୍ନାରେ ବସି କାନ୍ଦୁଥିବାର ଦେଖେ l ସେ ଠାକୁରଙ୍କୁ ମନେ ମନେ ଅନେକ କଥା କହିଯାଏ କି ମୁଁ ବଡ଼ ହୋଇ ବହୁତ ପାଠ ପଢ଼ିବି, ଭଲ ଚାକିରୀଟିଏ କରିବି, ଆଉ ସବୁ ଦୁଃଖ ଦୂର ହୋଇଯିବ l ଝିଅର ଏଇ କଥା ଶୁଣି ଦୁଇ ଟୋପା ଲୁହ ଝରାଇ ଚୁପଚାପ ଶୋଇପଡ଼େ l

     ଦିନେ ବିଲରେ କାମ କରୁଥାଏ ଖୁସିରେ ଫାଟି ପଡୁଥାଏ l ଝିଅ ଦୌଡ଼ି ଦୌଡ଼ି ଆସି ମୋ ପାଖରେ ଠିଆ ହୋଇ କହୁଥାଏ, ବାପା ଜାଣିଛ ମୁଁ ପଦାର୍ଥ ବିଜ୍ଞାନରେ ଏଣ୍ଟ୍ରାନ୍ସରେ ପାସ କରିଛି ମୁଁ ଭୁବନେଶ୍ୱର ଯିବି ପାଠ ପଢ଼ିବି ହେଲେ ହେଲେ.........ପୁଣି କଣ ହେଲା କହ ତୋର କଣ ଦରକାର l ବାପା ମତେ ହଷ୍ଟେଲରେ ରହିବାକୁ ପଡ଼ିବ l ତାପରେ ଏତେ ବଡ଼ ୟୁନିଭରସିଟି ଯେତେବେଳେ ଯିବି ମତେ କିଛି ନୂଆ ଡ୍ରେସ ଓ ବ୍ୟାଗ ଵି ଦରକାର l ମନ ଦୁଃଖ କରନା ମୁଁ ତୋ ପାଇଁ ସବୁ କିଣି ଆଣିବି l କହିଦେଇଥାଏ ସିନା ହେଲେ ଏ ସବୁ କିଣିବା ପାଇଁ ଟଙ୍କା କୋଉଠୁ ଆଣିବି l ବାରଣ୍ଡାରେ ବସି ଭାବୁଥିବା ବେଳେ ଧର୍ମପତ୍ନୀ ଆସି ତାଙ୍କ ହାତରେ ଥିବା ସୁନାଚୁଡ଼ି ଦୁଇ ପଟ ବଢ଼ାଇ ଦେଇଥିଲେ l ନିଅ ଏଇ ଦୁଇଟାକୁ ବିକି ଝିଅ ପାଇଁ ସବୁ କିଣି ଆଣିବ l ଯେତେ ଅଭାବରେ ଥିଲେ ମଧ୍ୟ୍ୟ ଝିଅକୁ ସେ ବିଷୟରେ କିଛି ଵି କହିନାହାନ୍ତି l ଗୋଟିଏ ପରେ ଗୋଟିଏ ଅଭାବ ପୂରଣ କରିଛନ୍ତି ତାର...................

      ଝିଅର ନାମଲେଖା ସରିଲା ବାପା ନେଇ ତାକୁ ବଡ଼ ସହରରେ ଛାଡି ଆସିଲେ ପାଠ ପଢ଼ିବା ପାଇଁ ସବୁ ଠିକ ଠାକ ଚାଲିଥିଲା l ଏପଟେ ମୁଁ ଅନାଇ ବସିଥାଏ କେବେ ଝିଅର ସ୍ୱପ୍ନ ପୂରଣ ହେବ, ସେ ଭଲ ନାଆଁ କରିବ l ଅନେକ ଦିନ ବିତି ଯାଇଥିଲା ଗୋଟେ ଚିଠି କି ଫୋନ ଆସିନଥିଲା l ତା ପାଖକୁ ଯିବା ପାଇଁ ଵି ମୋ ପାଖରେ କିଛି ଟଙ୍କା ନଥିଲା l ସେଇ ସହର ଭିତରେ ହଜି ଯାଇଥିଲା ବୋଧହୁଏ ଝିଅ ଭୁଲି ଯାଇଥିଲା ବୋଧହୁଏ ଆମକୁ......

       ସେତେବେଳେ କଥା ହେବା ପାଇଁ ଲ୍ୟାଣ୍ଡଲାଇନ ବ୍ୟବସ୍ଥା ଥିଲା l ଆମ ମଉଜା ଭିତରେ ଜମିଦାର ବାବୁଙ୍କ ଘରେ ଲ୍ୟାଣ୍ଡ ଫୋନର ସୁବିଧା ଥିଲା l ହଠାତ ଦିନେ ଜମିଦାର ବାବୁଙ୍କ ଘରୁ ଖବର ଆସିଥିଲା l ଯେହେତୁ ସେ ଜମିଦାର ଲୋକ ଥିଲେ ମୁଁ କଣ ଗାଆଁର ସମସ୍ତ ଲୋକ ତାଙ୍କ ଡାକରା ଆସିଲେ ଯାଇ ପହଞ୍ଚି ଯାଆନ୍ତି ତାଙ୍କ ଘରେ l ଅବଶ୍ୟ ସେ ସେତେ କଠୋର ନଥିଲେ କିନ୍ତୁ............. ଜମିଦାର ତ l ପହଞ୍ଚି ଯାଇଥିଲି ତାଙ୍କ ଦୁଆରେ ଜମିଦାର ବାବୁ ଡାକ ପକାଇଲେ l ଆରେ ମୋହନ ତୋର ଫୋନ ଆସିଛି, ଭୁବନେଶ୍ୱରରୁ ତୋ ଝିଅ କରିଛି l ବାପା ମୋର କିଛି ଟଙ୍କା ଦରକାର l ଆଉ ତିନି ଦିନ ରହିଲା l ମୋ ପରୀକ୍ଷା ଫର୍ମ ନ ଭରିଲେ ମୁଁ ପରୀକ୍ଷା ଦେଇ ପାରିବିନି.......

    ମୁଣ୍ଡରେ ବିରାଟ ବଡ଼ ଚଡକ ପଡିଯାଇଥିଲା l କେଉଁଠୁ ଟଙ୍କା ଆଣିବି l ମୁହଁ ଶୁଖି ଯାଇଥିଲା l ଯାହା ପାଖକୁ ଵି ଟଙ୍କା ପାଇଁ ଯାଇଥିଲି ନିରାଶ ହୋଇ ଫେରିବାକୁ ପଡିଥିଲା l ସେତେବେଳକୁ ଆଉ ଦୁଇ ଦିନ ବାକି ଥାଏ l ଖାଇବା ପିଇବା ସବୁ ଭୁଲି ଯାଇଥିଲି l ସତରେ କଣ ଆମ "ସ୍ୱପ୍ନ ଅଧୁରା" ରହିଯିବ....... ନା ନା ସେମିତି ହେଇ ପାରିବନି..........

   ଶେଷରେ ପାଖରେ ଯୋଉ ମାଣକ ଜମି ଥିଲା, ତାକୁ ଚାରି କଉଡ଼ିକୁ ଜମିଦାରଙ୍କୁ ବିକ୍ରି କରି ଦେଇଥିଲି l ହେଲେ ସେତିକି ଵି ଅଣ୍ଟି ନଥିଲା l ଶେଷରେ ଘରେ ବାକି ଥିବା ସୁନା ରୁପା ବିକ୍ରି କରି ପଠାଇ ଥିଲି ଟଙ୍କା l କାଲି ଝିଅର ପରୀକ୍ଷା l ମାଆଙ୍କ ପାଖରେ ମାନସିକ କରି ଅପେକ୍ଷା କରିଥିଲି କେମିତି ଝିଅ ଭଲରେ ଭଲରେ ପରୀକ୍ଷା ଦେଇ ଘରକୁ ଫେରିବ l

   ଗଣମାଧ୍ୟମରେ ପ୍ରସାର ହୋଇ ସାରିଥିଲା ଗୋଟିଏ ଖବର l ୟୁନିଭରର୍ସିଟି ଫେରୁଥିବା ସମୟରେ ଭୁବନେଶ୍ୱର ବଜାର ଉପରେ ଚାରିଜଣ ଦୁର୍ବୁତ୍ତଙ୍କ ଦ୍ୱାରା ଧର୍ଷଣର ଶିକାର ହୋଇ ପ୍ରାଣ ହରାଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀ ରାନୀ ସାହୁ l ଗାଆଁଠୁ ସହର ଚାରିଆଡେ ବ୍ୟାପି ଯାଇଥିଲା ଏଇ ଖବର l ଆହାଃ.......... ଦଇବ କେତେ ନିଷ୍ଠୁର............... କେତେ ନିର୍ଦ୍ଦୟ ସତରେ l ଅଧା ରହିଯାଇଥିଲା ମାଆ ବାପାଙ୍କ ସ୍ୱପ୍ନ l



Rate this content
Log in

Similar oriya story from Inspirational