ଶେଷ ଫଗୁଣର ଚିଠି
ଶେଷ ଫଗୁଣର ଚିଠି


ମୁଁ ସରକାରୀ କଲେଜରେ କିରାଣୀ l ଏଇ ଏବେ କିଛିଦିନ ହେବ ଗଞ୍ଜାମକୁ ବଦଳି ହୋଇଥାଏ l କଲେଜ ଠାରୁ 2କିଲୋମିଟରରେ ଗୋଟିଏ ଭଡାଘରେ ରହୁଥାଏ ମୁଁ ସକାଳ 10ରୁ ଯେ ସନ୍ଧ୍ୟା 5 କଲେଜରେ ବିତିଯାଏ, ଆଉ ଅବଶିଷ୍ଟ ସମୟ ମୁଁ ଅଫିସ କାମରେ ବ୍ୟସ୍ତ ଥାଏ l
ମୁଁ ରହୁଥିବା ଘର ଆଗରେ ଦୁଇଜଣ ବୁଢା ବୁଢ଼ୀ ରହିଥାନ୍ତି l ପ୍ରାୟତଃ ସେମାନେ ନିଜ କାମରେ ବ୍ୟସ୍ତ ଥାଆନ୍ତି l ସେମାନଙ୍କ ସହିତ ମୋର ଦୈନିକ ଦେଖା ହୁଏ ଏଇ ଯିବାଆସିବା ଭିତରେ l
ଦିନେ ମୁଁ ବାଲକୋନୀ ଉପରେ ଗୋଟେ ଚେୟାର ଉପରେ ବସି ଚାଆ କପେ ଧରି ଖଣ୍ଡେ ଖବର କାଗଜ ପଢୁଥାଏ l ଖବର କାଗଜ ଉପରୁ ଆଖି ହଟାଇ ଫଗୁଣ ଋତୁର ପ୍ରାକୃତିକ ଦୃଶ୍ୟକୁ ଅନୁଭବ କରୁଥାଏ l ସେଇ ସବୁଜ ସାଗୁଆ ଲତା ତା ଉପରେ ରଙ୍ଗ ବେରଙ୍ଗର ଫୁଲ ଫୁଲ ଉପରେ ଉଡି ବୁଲୁ ଥିବା ଭଅଁରର ଦୃଶ୍ୟ ମୋ ହୃଦୟକୁ ବିଚଳିତ କରୁଥାଏ l ବାସ୍ ନଜର ହଟୁନଥାଏ l ହଠାତ ନଜର ପଡିଲା ଆଗ ବଗିଚା ଉପରେ... ବଗିଚାକୁ ଲାଗି ରହିଥିବା ସେଇ ଘରେ ଚେୟାର ଉପରେ ବସିଛନ୍ତି ସେଇ 70ବର୍ଷର ବୃଦ୍ଧ ଓ ବୃଦ୍ଧା l
ଲାଗୁଥାଏ ସେମାନେ ଯେମିତି କାହାକୁ ଅପେକ୍ଷା କରିଛନ୍ତି, ଆଖିକୁ ଅନାଇଲେ ଲାଗୁଥାଏ କାହାକୁ ଖୋଜୁଛନ୍ତି ବୋଧହୁଏ l ମାପି ହେଉଯାଉଥାଏ ସେମାନଙ୍କ ବିଶାଳ ହୃଦୟର ବ୍ୟଥା l ସେମାନେ ମଧ୍ୟ୍ୟ ମତେ ଅନାଇଥାନ୍ତି l ହେଲେ କେହି କାହାକୁ କିଛି କହି ପାରୁନଥାଉ l ଖାଲି ଏତିକି ଭାବୁଥିଲି ସେମାନେ କିଛି ଖୋଜୁଛନ୍ତି l
ଫଗୁଣ ସହିତ ମୋ ଭଳି ଆପଣମାନେ ଵି ପରିଚିତ l ଚାରିଆଡେ ଖୁସିର ମାହୋଲ l ଅବିର ଫଗୁରେ ଆକାଶ ରଙ୍ଗୀନ ଦିଶୁଥାଏ l ସବୁଆଡେ ରାଧା କୃଷ୍ଣ ଯୁଗଳ ମୂରତିଙ୍କ ସାଜସଜା ବାଜା, ଢୋଲ, ମାଦଳରେ ଦୁଲୁକୁଥାଏ ଗାଆଁ ଗଣ୍ଡା l ମୁଁ ବେଶ ମନଭରି ଉପଭୋଗ କରୁଥାଏ ଫଗୁଣକୁ l
ସେହି ସମୟରେ କେହି ଗୋଟେ କଲିଙ୍ଗ ବେଲ ମାରିବାର ଶୁଭିଲା l ମୁଁ ବାଲକୋନୀ ଉପରୁ ଯାଇ ଡୋର ଖୋଲି ଦେଖେ ତ ଡାକବାଲା l ଏଇଟା କିଛି ନୂଆ କଥା ନଥିଲା ମୋ ପାଇଁ l କାରଣ ସପ୍ତାହରେ ତିନି ଚାରି ଥର ମୋ ପାଖକୁ ଚିଠି ଆସୁଥିଲା l ଯେହେତୁ ମୁଁ ଜଣେ ଅଫିସିଆଲ ଲୋକ ଥିଲି, ଏଇ ଚିଠି ଦେବା ନେବା ଭିତରେ ବେଶ ପରିଚିତ ଥିଲି ତା ସହିତ l
ସେଇ ସମୟରେ ବୁଢ଼ା ବୁଢ଼ୀ ଦୁହେଁ ତା ପାଖକୁ ଆସି ପଚାରୁଥାଆନ୍ତି, ପୁଅ ମୋ ନାଆଁ ହରିଦାସ ମୋ ନାଆଁରେ କିଛି ଚିଠି ଆସିଛିକି ? ଡାକଵାଲା ନାଇଁ କହି ପଳାଇଯାଏ l ଏମିତି ଦୁଇ ତିନି ଦିନ ହବ ଲକ୍ଷ୍ୟ କରୁଛି ସେଇ ଗୋଟିଏ କଥା...
ମନ ମଧ୍ୟରେ ପ୍ରଶ୍ନ ଉଠୁଥାଏ ଗୋଟେ କଥା କାହା ଚିଠିକୁ ଅପେକ୍ଷା କରିଛନ୍ତି! ଝରକା ଖୋଲି ଦେଖେ ତ ବୁଢ଼ୀ ଗୋଟେ ଯବାନର ଫଟୋ ଧରି ବାର ବାର ଦେଖୁଥାଏ ଆଉ ଗୁଣୁ ଗୁଣୁ ହୋଇ କିଛି କହୁଥାଏ...
କିଛି ଦିନ ପରେ ଡାକଵାଲା ଆସି ତାଙ୍କ ଦୁଆରେ ଠିଆ ହୋଇ ଜୋରରେ ଡାକ ପକାଉଥାଏ,
ଚିଠି ନିଅ... ଚିଠି... ମଉସା ତୁମର ଚିଠି ଆସିଛି l
ବୁଢା ବୁଢ଼ୀ ଦୁହେଁ ବାହାରି ଆସିବାରୁ ଡକାଵାଲା ବୁଢା ହାତକୁ ଚିଠି ଟିଏ ବଢ଼ାଇ ଦେଇ ଚାଲି ଯାଇଥିଲା l ବାସ୍ ମୁଁ ସେମାନଙ୍କୁ ଅନାଉ ଦେଇ ଚାଲି ଯାଇଥିଲି କଲେଜ l
କଲେଜରୁ ଫେରିଲା ବୁଳକୁ ବାଟରେ ଦେଖିଲି ଗେଟ ପାଖରେ ଖଣ୍ଡେ କାଗଜ ଧରି ଠିଆ ହୋଇଛି ବୁଢ଼ା ଆଉ ଆଲୁବାଲୁ କରି ଚାହିଁଛି ମତେ...
ଧୀର ସ୍ୱରରେ ଡାକିଲେ ପୁଅ...
ମୁଁ ଆଡକୁ ସ୍ୟାଡ଼କୁ ଅନାଇଲି କିନ୍ତୁ କେହି କୁଆଡେ ନଥାନ୍ତି l ପୁଣି ବୁଢାକୁ ଅନାଇଲି l
ବୁଢ଼ା :-ପୁଅ ମୋର ଗୋଟେ ଅନୁରୋଧ ରଖିବୁ l
କହି ମୋ ହାତଟିକୁ ଧରି ପକାଇଲା ମୁଁ କିଛି କହି ପାରିନଥିଲି ଖାଲି ବିସ୍ମିତ ହୋଇ ଅନାଇଥିଲି... ଘରକୁ ଡାକି ନେଇଥିଲା ବୁଢା ଘରେ ପଶୁ ପଶୁ ଯେଉଁ ଫଟୋଗୁଡାକ ଦେଖିଲି ସେଥିରୁ ସେ ଦିନ ବୁଢ଼ୀ ଧରିଥିବା ଫଟୋ କଥା ମନେ ପଡିଯାଉଥିଲା l ସେଇ ସବୁ ଘଟଣାରୁ ପରଖି ପାରିଥିଲି ଯେ ଯବାନ ଜଣକ ଏମାନଙ୍କ ପୁଅ l
ସେହି ସମୟରେ ବୁଢା ମୋ ହାତକୁ ଚିଠି ଖଣ୍ଡକ ବଢ଼ାଇ ଦେଇ କହିଲା ପୁଅ ଆମେ ତ ମୂରୁଖ ଲୋକ ପଢା ଲେଖା ଜାଣିନୁ l ତୁ ଟିକେ ଏଇଟା ପଢ଼ି ଶୁଣାଇ ଦିଅନ୍ତୁନି l
ଏଇ ଚିଠିଟା ଆମ ପୁଅ ପଠେଇଛି....
ଚିଠିଟିକି ଖୋଲି ଦେଖେ ତ ରକ୍ତ ଲଗା ଚିଠି, ତା ସାଥେ କିଛି ଫଟୋ l ସ୍ତମ୍ଭୀଭୂତ ହେଇଯାଇଥିଲି ମୁଁ l ବାସ୍ ଅନାଇ ରହିଥିଲି ସେମାନଙ୍କ ମୁହଁକୁ...
ମୋ ହାତ ଉପରେ ହାତ ରଖି ପୁଅ କଣ ହେଲା ରହିଗଲୁ ଯେ କହ କଣ ଲେଖା ହେଇଛି ସେଥିରେ ମନକୁ କଷ୍ଟ ଲାଗୁଥିଲେ ମଧ୍ୟ୍ୟ ଭାଙ୍ଗି ପାରିନଥିଲି ସେମାନଙ୍କ କଥା ଆଖିର ଲୁହକୁ ଆଖିରେ ମରି ପଢ଼ିବା ଆରମ୍ଭ କଲି
ପ୍ରିୟ ବାପା, ମାଆ
ମୋର ପ୍ରଣାମ ଗ୍ରହଣ କରିବ l ମୁଁ ଜାଣିଛି ତୁମେ ମତେ ଅପେକ୍ଷା କରିଥିବ ହେଲେ... ନିଜର ଯତ୍ନ ନେବ ଠିକ ସମୟରେ ଔଷଧ ଖାଇବ l ମୋ କଥା ଭାବି ମନ ଦୁଃଖ କରିବନି l ମୁଁ ତୁମ ଯବାନ ପୁଅ ଦେଶର ସୁରକ୍ଷା ପାଇଁ ଜୀବନ ଦେଇଛି ଯାହା ତୁମ ପାଇଁ କଷ୍ଟଦାୟକ l ହେଲେ ଦେଶ ପାଇଁ ଗୌରବର କଥା l ମୁଁ ଯେଉଁଠି ଥାଏ ତୁମ ପାଖେ ପାଖେ ଥିବି l
ଜୟ ହିନ୍ଦ...
ଇତି ତୁମ
ରାଜେଶ
ଓ ବାହାର କରିଦେଲି ଫଟୋ ତକ l ହୃଦୟରୁ ଝରି ଆସୁଥାଏ କୋହ l ବାସ୍ ଅଟକାଇ ଦେଇ ସେଇ ବୃଦ୍ଧା ବାପ ମାଆଙ୍କ ଆଖିରୁ ଲୁହ ପୋଛି ଦେଇଥିଲି ଲୁହ l ଛାତିରେ ଜାବୁଡି ଧରିଥିଲି ଦୁହିଁକି l
ଫଗୁଣର ଶେଷ ଫଗୁ ସହିତ ସବୁଦିନ ପାଇଁ ଉଡି ଯାଇଥିଲା ସେମାନଙ୍କ ମୁହଁରୁ ହସ, ମରି ଯାଇଥିଲା ଆଖିର ଲୁହ, ଥରୁଥିଲେ ଦୁହେଁ ସେମାନଙ୍କ ଅପେକ୍ଷା ଅପେକ୍ଷାରେ ରହିଯାଇଥିଲା l