Parbati Pradhan

Classics

4.0  

Parbati Pradhan

Classics

ନୀଳାଦ୍ରି ବିଜେ

ନୀଳାଦ୍ରି ବିଜେ

2 mins
201


ଶ୍ରୀକ୍ଷେତ୍ର ରେ ପାଳିତ ହେଉଥିବା ଏକ ନିଆରା ପର୍ବ ନୀଳାଦ୍ରି ବିଜେ l ନବଦିନର ଯାତ୍ରା ସାରି ପ୍ରଭୁ ବାଳିଆର ଭୁଜ ଜଗନ୍ନାଥ ପାଛୋଟି ଆସିଛନ୍ତି ନୀଳକନ୍ଦରକୁ ଏପଟେ ମା ଲକ୍ଷ୍ମୀ ରାଗରୋସ, ଅଭିମାନ କୋହରେ କଟାଉଛନ୍ତି ଦିନ, ଚାହିଁ ବସିଛନ୍ତି ସ୍ୱାମୀଙ୍କ ବାଟକୁ ।

ପ୍ରଭୁ ଅଧରପଣ ନୀତି ଶେଷକରି ପାର୍ଶ୍ଵ ଦେବଦେବୀଙ୍କୁ ବିଦାୟ ଦେଇ ଶ୍ରୀମନ୍ଦିର ଆଗମନ କରିଛନ୍ତି ବଡଭାଇ ଓ ଭଉଣୀ ରତ୍ନାସିଂହାସନରେ ବିଜେ କରିଛନ୍ତି ।ସେପଟେ ମା ପଦ୍ମାଳୟା ଚାହାଣି ମଣ୍ଡପେ ଅନାଇ ରହିଛନ୍ତି ନନ୍ଦିଘୋଷ ରଥକୁ କେବେ ତାଙ୍କ ନାଥ ପ୍ରବେଶକରିବେ l ଝୁଲି ଝୁଲି, ଢଳିଢଳି ଡାହାଣକୁ ବମକୁ ହଲିହଲି ପହଁଛିଛନ୍ତି ସିଂହଦ୍ୱାର ସମ୍ମୁଖରେ ମା' ଲକ୍ଷ୍ମୀ ଭିତର ପଟୁ ଦ୍ୱାର ବନ୍ଦ କରିଦେଇଛନ୍ତି

ପ୍ରଭୁ କାକୁତି ମିନତୀ ହୋଇ ଡାକୁଛନ୍ତି-ହେ ପ୍ରିୟେ ଦ୍ୱାର ଖୋଲ..... ଖୋଲ...... ଖୋଲ

କିନ୍ତୁ ମା ସପ୍ତ ଗାଳି କରିଚାଲିଛନ୍ତି ପ୍ରଭୁଙ୍କୁ ।

     କେମିତି ଛାଡିକି ଗଲ, କୋଉ ସ୍ତ୍ରୀକୁ ସାଥିରେ ନେଇଥିଲ, ଭଉଣୀକୁ ସ୍ତ୍ରୀ କରୁଥିଲ ଯାହା ଆସିଛି ମନକୁ ଆଡୁସଡୁ କହି ଗାଳି କରିଛନ୍ତି, ନିଜେ ମଧ୍ୟ କାନ୍ଦିବାକୁ ଲାଗିଛନ୍ତି ପରେ ମନକୁ ବୁଝାଇ ଦ୍ୱାର ଖୋଲିଛନ୍ତି l

ଦୀନବନ୍ଧୁ ପ୍ରବେଶ କରିଛନ୍ତି ବାଇଶିପାହାଚେ ।

ସମସ୍ତ ଦେବଦେବୀ ଆନନ୍ଦିତ ହୋଇ ଯାଇଛନ୍ତି ଓ ପ୍ରଭୁଙ୍କ ସ୍ୱାଗତ ପାଇଁ ଶ୍ରୀମନ୍ଦିରରେ ଗହଳିଚହଳି ଲାଗି ଯାଇଛି । ଗଲାବେଳେ ପ୍ରଭୁ ଆନନ୍ଦ ବଜାର ପରିଭ୍ରମଣ କରିଛନ୍ତି । ଯାଇ ପହଁଚିଛନ୍ତି ଗର୍ଭ ଦ୍ୱାର ଜୟ ବିଜୟା ସମୁଖରେ । ମା 'ରତ୍ନସିଂହାସନ ଯିବା ବାଟରେ ସ୍ୱାମୀଙ୍କୁ ଓଗାଳି ଛନ୍ତି । ପ୍ରଭୁ ବୁଝାଇ ସୁଜାଇ ମା'ଙ୍କୁ କହୁଛନ୍ତି... ମୁଁ କ୍ଲାନ୍ତ ହୋଇପଡିଛି, ଦେହ ଦରଜ ହୋଇଯାଇଛି ମୋର ମୁଁ ଆଉ ଠିଆ ହୋଇପାରିବିନି, ଦ୍ୱାର ଖୋଲ ।

    ପ୍ରଭୁ ମା'ଙ୍କ ପାଇଁ ନୂଆ ଲୁଗା ସହିତ ରସଗୋଲାରର ଭାର ଆଣିଛନ୍ତି l

ମା ଲକ୍ଷ୍ମୀଙ୍କର ତ ନୂଆ ଲୁଗାରେ ଭରି ଶରଧା ତାସହ ମିଠା ତାଙ୍କ କଥା ଶୁଣି ଦ୍ୱାର ଖୋଲିଛନ୍ତି l ପ୍ରଭୁ ଓ ମା'ଙ୍କର ଗଣ୍ଠିଆଳ ଫିଟିଆ ହୋଇଛି ଦୁହେଁ ଏକାଠି ହୋଇଛନ୍ତି ଅଭିମାନିନୀ ମା ପ୍ରଭୁଙ୍କୁ ସବୁ ଦୁଃଖ କହିଛନ୍ତି । ତୁମେ କେମିତି ମତେ ଏକା ଛାଡି ଗଲ ପାଖରେ ମୋର କେହିବି ନଥିଲେ, କେମିତି ମୁଁ ଦିନ କଟିଥିବି ଭାବିଲ ,ପ୍ରଭୁ ଓ ମା ଉଭୟ ବାହୁରେ ଆଲିଙ୍ଗୀତ ହୋଇଛନ୍ତି ଓ ମା ତାଙ୍କର ସେବାରେ ଲାଗି ପଡିଛନ୍ତି ଓ ଶ୍ରୀକ୍ଷେତ୍ରରେ ନୀଳାଞ୍ଚଳ ଅଭଡ଼ା ସହିତ ଷାଠିଏ ପଉଠି ଭୋଗ ନିଜ ହାତରେ ତିଆରି ପ୍ରଭୁଙ୍କୁ ଖୁଆଇଛନ୍ତି l

      



Rate this content
Log in

Similar oriya story from Classics