କୋରାନା କୋଳରେ ମୃତ୍ୟୁ
କୋରାନା କୋଳରେ ମୃତ୍ୟୁ


ସାଧାରଣ କନେଷ୍ଟବଳ ସରକାରୀ ଚାକିରୀ l ଆଠ ବର୍ଷ ଭିତରେ ଅନେକ ଜାଗାକୁ ବଦଳି ଏଇ ବ୍ୟସ୍ତ ବହୁଳ ଜୀବନ ଭିତରେ କେବେ ଯେ କେତେ ଲୋକଙ୍କ ସହିତ ସମ୍ପର୍କ ଗଢ଼ା ହୋଇଛି ତାହା କଳନା ବାହାରେ ଟିକେ ସ୍ନେହୀ ଓ ସରଳ ଥିବାରୁ ସଭିଏଁ ଭଲ ପାଆନ୍ତି ସେହି ଭଲପାଇବା ର ପ୍ରତିରୂପୀ ଓ କର୍ତ୍ତବ୍ୟ ପରାୟଣତା ଦୃଷ୍ଟି ରୁ ସଭିଙ୍କୁ ଶୃଙ୍ଖଳା ଦେବା ଓ ସାହାଯ୍ୟ ହାତ ବଢ଼ାଇ ଦିଏ
ଏଇ କୋରନା ଠାରୁ ମୁଁ ବଦଳି ହୋଇ ପୁରୀ ରେ ଥାଏ କୋଭିଡ ଯୋଦ୍ଧା ଭାବରେ ଦିନ ରାତି ଡ଼ିଉଟି ଅଫିସର ମାନଙ୍କ ସହିତ ବୁଲିବୁଲି ସଚେତନ ର ବାର୍ତ୍ତା ଓ ସାହାଯ୍ୟ ସହଯୋଗ କରିବା ମୋର କାମ ଥିଲା
କେଜାଣି କି ଦାଉ ସାଜିଥିଲା ଏଇ ଅଜଣା ମହାମାରୀ କେହି କାହାକୁ ଛୁଇଁ ବାତ ଦୂରର କଥା ପାଖରେ କଥା ହେଉନଥିଲେ ଗରିବ ଠାରୁ ଧନି ର ଜୀବିକାରେ ବାଧକ ସାଜିଥିଲା ଏଇ ମହାମାରୀ ଖାଇବାକୁ ନପାଇ ଛଟ ପଟ ହେଉଥିଲେ ରାସ୍ତା କଡର ଭିକାରି ମନେ
ଅକାଳରେ ମୃତ୍ୟୁବରଣ କରୁଥିଲେ ଅସଂଖ୍ୟ ଲୋକ ହଠାତ ଲକଡାଉନ ଓ ଜନତା କରଫୁ ଏପରି ଅଶୋଚନୀୟ ଅବସ୍ଥା ହୋଇ ଯାଇଥିଲା ଯାହା କେବେ ଅଙ୍ଗୁ ଲିଭି ନଥିଲା କାନ୍ଦୁ ଥିଲା ଦୁଇ ଆଖି
ଗୋଟିଏ ଖଦ୍ୟ ପୁଡିଆଟି ଧରି ଠିଆ ହୋଇଥାଏ ସେଇ ସରକାରୀ ପୋଲିସ ମଟରଗାଡି ପାଖରେ ହଠାତ ନଜର ପଡିଲା ଚଳି ତଳେ ବାରଣ୍ଡା ଉପରେ ବସିଥିବା ସେଇ ବୁଢ଼ା ଉପରେ ବୋଧ ହୁଏ କେହି ନଥାନ୍ତି ତାଘରେ ଏକ ଲୟରେ ଅନାଇ ରହିଥାଏ ମତେ
ବୁଢାଟି ଦେଖିବାକୁ ଦୁର୍ବଳ, ଆଖି କୋରଡ଼ ହୋଇ ଭିତରକୁ ପଶିଯାଇଛି, ପେଟ ଯାଇ ପିଠିରେ ଲାଗି ଯାଇଛି ଚମ ସୁଖୀ ଧୁଡୁ ଧୁଡୁ ପଡ଼ି ଯାଇଛି ସତେକି ଦେଖିଲେ ଲାଗୁଥାଏ ପଞ୍ଚ ଛ ଦିନ ହେଲା କିଛି ଖାଇନି ତାର ରୂପ ଭେକ କି ସେ କିଛି ଖାଇନି ବୋଲି
ମୁଁ ଖାଦ୍ୟ ପୁଡିଆ ଟିକୁ ନେଇ ଥିରି କରି ତା ହାତକୁ ବଢ଼ାଇ ଦେଲି ଆଉ ସେଇଠୁ ପଳେଇ ଆସିଲି ଗାଡ଼ିରେ ବସି ଦେଖୁଥାଏ ସେଇ ବୃଦ୍ଧକୁ
ଡହଳ ବିକଳ ହୋଇ ଜରିଟିକୁ ଖୋଲି କଲ ବଲ ରେ ଖାଇ ଲାଗିଥାଏ ଦିନ ଯାକ ସେଇ କଥା ମନକୁ ଆସୁଥାଏ
ସତରେ ଏ ମହାମାରୀ କାଳ ରୁପି ଆସିଛି ସବୁ ଧ୍ବଂସ କରି ମାଟିରେ ମିଶାଇ ଚାଲିଯିବା ପାଇଁ ସେଇ ଦିନ ଠାରୁ ମୁଁ ଡିଉଟି ସାରି ଆସିବା ବେଳେ ଗୋଟିଏ ଲେଖାଏଁ ପୁଡିଆ ତା ହାତକୁ ବଢ଼ାଇ ଦେଇ ଚାଲିଯାଏ ଏପରି କିଛି ଦିନ ବିତି ଯାଇଥିଲା ହେଲେ ପଦଟିଏ ତା ସହିତ କଥା ହୋଇନି କି ସେ ଵି ମତେ କିଛି କହିନୀ ଖାଲି ଆଖି ରେ ଆଖି ରେ ମନର କଥା ବୁଝିବା କଥା ଯା
&n
bsp; ଦିନେ କୋରାନ ସହାୟତା ବାଣ୍ଟିବା ପାଇଁ ଗୋଟିଏ ମାଫସଲ ଏରିଆ କୁ ଯାଇଥାଏ ଫେରିଲା ବେଳକୁ ରାତି ନଅ ଟା କିନ୍ତୁ ତା କଥା ଜମାରୁ ଭୂଲି ନଥିଲି ପୁଡିଆ ଟିଏ ଧରି ପହଞ୍ଚି ଯାଇଥିଲି ତା ପାଖରେ କିନ୍ତୁ ବୁଢାଟି ମଲା ଭଳି ପଡିରହିଥିଲା ଟିକେ ପାଖକୁ ଯାଇ କାନ ଡେରି ଶୁଣୁ ଥିଲି ତା ହୃଦୟ ର ସ୍ୱର ମାପିବାକୁ ଲାଗିଲି ତା ନିଶ୍ୱାସ ପ୍ରଶ୍ୱାସ ହଠାତ ଧଡ଼ କରି ଉଠି ପଡ଼ିଥିଲା ବୁଢା ମୁଁ ପୁଡିଆ ଟିକୁ ବଢ଼ାଇ ଦେଇଥିଲି ହାତକୁ
ଫେରିବାକୁ ବାହାରିବା ବେଳକୁ ବୁଢା ଧୀର ସ୍ୱରରେ
ବାବୁ ବାବୁ
ମୁଁ ସେଇଠି ଠିଆ ହୋଇଗଲି ପଛକୁ ଫେରି ତାକୁ ଅନାଇଲି
ସେ ମତେ ତା ପାଖରେ ବସିବାକୁ ଛୋଟ ଅନୁରୋଧ ଟିଏ କଲା ଭାଙ୍ଗି ପାରିନଥିଲି ତା କଥା ବସି ଯାଇଥିଲି ତା ପାଖରେ
ବୁଢାଟି ମୁଁ ଆଜି ଖାଇ ଦେଇଛି ବାବୁ ମନ ମୋର ଟିକେ ଦୁଃଖିତ ହୋଇଥିଲା ତା କଥା ଶୁଣି ତଥାପି ମୁଁ ଚୁପ ଥିଲି ବୁଢା ତା ମୁନିରେ ଖାଦ୍ୟ ରଖି କହିଲା କିଛି କଥା ନଈ ମୁଁ ସକାଳେ ଏଇଟା ଖାଇନେବି
ପାଖରେ ରଖିଥିବା କାଳା ମୁଣି ବ୍ୟାଗ ଟିକୁ ଅଣ୍ଡାଳି ଅଣ୍ଡାଳି ସାମ୍ନା କୁ ଆଣିଥିଲା
ସେଥିରୁ ଗୋଟିଏ ପୁଡିଆ ବାହାର କରି ମୋ ହାତକୁ ବଢ଼ାଇ ଦେଇ କହିଲା
ଏଇଟା ତୁ ନେଇ ଯା
କୋରନା ରିଲିଫ ବାଣ୍ଟିବାକୁ କିଛି ଲୋକ ଆସିଥିଲେ ସେମାନେ ମତେ ଦୁଇଟି ପୁଡିଆ ଦେଇଥିଲେ ମୁଁ ଖାଦ୍ୟ ତକ ଖାଇଦେଇଛି, ହେଲେ ମୁଁ ଏସବୁ କଣ କରିବି ତୁ ନେଇଯା
ମୁଁ ପୁଡିଆ ଟିକୁ ଧରି ସେଠୁ ପଳେଇ ଆସିଥିଲି
ଘରେ ଅଶି ଖୋଲି ଦେଖେତ କିଛି କୋରନା ଉପଯୋଗୀ ଜିନିଷ ଅଛି ସେଥିରେ ମାସ୍କ, ସାନିଟାଈଜର, ସାବୁନ, ଫସକବର ଓ କୋରନା ଉପରେ ସୂଚନା ଥିବା ଗୋଟିଏ କାଗଜ
ତାକୁ ଦେଖି ମୋ ଆଖିରୁ ଧାର ଧାର ହୋଇ ଲୁହ ବୋହି ଆସିଥିଲା ଭାବିଥିଲି ସକାଳେ ଯାଇ ତାକୁ ଧନ୍ୟବାଦ ଦେଵି ବୋଲି
ତର ତର ହୋଇ ବାହାରି ପଡ଼ିଥିଲି ତା ପାଖକୁ
ସେଠାକାର ପରିସ୍ଥିତି ଦେଖି ଖନୀ ମରି ହଉଥିଲାପାଟି ଆଖିରୁ ବୋହୁଥିଲା ଦୁଇଧାର ଲୁହ ଭିତରୁ ଉଠୁଥିଲା କୋହ
କିନ୍ତୁ ଦେଖି ପାରିନଥିଲି ତାକୁ ମୋ ଦେଖିବା ପୂର୍ବରୁ ସେ ଜରି କବର ରେ ବନ୍ଧା ହୋଇ ସାରିଥିଲା
ବିଚଳିତ ହୋଇ ଯାଇଥିଲି ମନେ ପଡୁଥିଲା କାଲି ରାତିର ସେଇ ସବୁ କଥା ।