କୋହ
କୋହ


ଦିଲ୍ଲୀ ରେ ଚାକିର କରେ ରୋହନ ବର୍ଷେ ହେବ ଘରକୁ ଆସିନି ଏଥର ପୂଜା ଛୁଟି ରେ ଘରକୁ ଆସିବାପାଇଁ କହିଛି ମା' କୁ ଦିଲ୍ଲୀ ରୁ ଫ୍ଲାଇଟ ଧରି ଭୁବନେଶ୍ୱର ରେ 6ଟା ବେଳେ ପହଞ୍ଚିବ ବିଜୁପଟନାୟକ ବିମାନ ଘଟିରୁ କାର ଧରି ଘରେ ପହଞ୍ଚିବା ବେଳକୁ 7'30କି 8ଟା ହେଇଯିବ
ମା ମନ ସନ୍ତାନ କୁ ଦେଖିବା ପାଇଁ ସବୁବେଳେ ବ୍ୟାକୁଳ ପିଲାମାନେ ସିନା ମା କୁ ଭୂଲି ଯାଇପାରନ୍ତି କିନ୍ତୁ ମା କଣ କେବେ ନିଜ ପିଲାଙ୍କୁ ଭୁଲି ପରେ ଅନେକ ଦିନ ପରେ ପୁଅ ଫେରୁଛି ମା କୋଳକୁ ସାଉଁଟି ନେବ ତାକୁ ନିଜ ହାତରେ ରାନ୍ଧି ଖାଇବାକୁ ଦେବ କୋଳରେ ଶୁଆଇ ମୁଣ୍ଡ ଆଉଁସାଇ ଦେବ ଅନେକ କଥା ଭାବୁଥାଏ ତମ
ପର ଦିନ ସକାଳୁ ଉଠି ଘର କାମ ସାରି ରୋହନ ର ବାପା ହାତକୁ ବଢ଼ାଇ ଦେଲା ଗୋଟିଏ ଲମ୍ବା ଲିଷ୍ଟ ସେଥିରେ ଲେଖା ଥିଲା ଗୋଟି ଗୋଟି କରି ସବୁ ଦରବର ନା କୌଣସି ଗୋଟିଏ ଜିନିଷ ଭୁଲି ଯାଇନଥିଲା ମା ବାସ ଏପଟେ ରୋହନ ର ରୁମ ସଜାଇବା ପାଇଁ କହିଥିଲା ସାନ ଝିଅ ରିତ କୁ ସବୁ କାଯ୍ୟ ଠିକ ଠାକ ଚାଲିଥିଲା ସନ୍ଧ୍ୟା ଗଢ଼ି ଆସିଲା ମା ଚାଲିଲେ ରୋଷେଇ ରୁମ କୁ
ଫୋନ ଆସିଲା ରୋହନ ର
ମା ତୋ ପାଇଁ କଣ ନେଵି
ଆରେ ମୋର କିଛି ଦରକାର ନାହିଁ ବାସ ତୁ ସୁବିଧାରେ ଘରେ ଅଶି ପହଞ୍ଚେ ସେଇଟା ହିଁ ମୋ ପାଇଁ ବଡ଼ ଉପହାର ହେବ
ସେତିକି ବେଳେ ସାନ ଭଉଣୀ ଭାଇ ମୋ ପାଇଁ କିଛି ଆଣିବୁନି କି ମୋ ଓ ବାପା ଙ୍କ କଥା ଭୁଲି ଗଲୁଣି ନା କଣ
ରୋହନ :-ତୋ ପାଇଁ ତ ମୁଁ କିଛି ନେଇ ପାରିବିନି
ମୋ ପାଖରେ ତୋ ପାଇଁ କିଛି ନେବାକୁ ଟଙ୍କା ନାହିଁ
ରିତା କାନ୍ଦି କାନ୍ଦି ମା ଦେଖିଲୁ ତୋ ପୁଅକୁ କଣ କହୁଛି
ହଉ ହେଲା ମୋ ପାଇଁ କିଛି ନ ଅଣ. ଖାଲି ଗୋଟେ ଭାଉଜ ମୋର ଦରକାର ମା ଝିଅ ବାପ ଓ ହସିହସି ବେଦମ
ବାପା ହଉ ହେଲା ତୁ ଠିକ ରେ ଘରେ ପହଞ୍ଚେ
ମା ଏପଟେ ପୁଅର ପସନ୍ଦ ର ସେଇ କ୍ଷୀରି, ପୁରି, ଖେଚୁଡ଼ି, ଦେଶୀ ମାଛ ତରକାରୀ କରିଥାଏ ପୁଅ ପାଇଁ ଅପେକ୍ଷା କରିଥାନ୍ତି ସମସ୍ତେ ରୋହନ କୁ କେତେବେଳେ ଆସିବ
ବାହାର ପଟୁ କେଲିଙ୍ଗ ବେଲ ବାଜିଲା ରିତା ଦୌଡ଼ି ଯାଇ ଡୋର ଖୋଲି ଦେଖେ ତ ରୋହନ ବାପା, ମା ଦେଖ କିଏ ଆସିଛି ପୁଅକୁ ଦେଖି ମା ଆଖିରୁ ଧାର ଧାର ଲୁହ ଝରି ପଡୁଥାଏ ରୋହନ ମା ଆଖିର ଲୁହ ପୋଛି ଦେଇ ପଦା ଛୁଇଁ ପ୍ରଣାମ କରିଥିଲା
ହଉ କେତେବାଟରୁ ଆସିଛୁ ତୁ ଯା ଫ୍ରେସ ହେଇଯା ମୁଁ ତୋ ପାଇଁ ଚା କରିଆଣୁଛି ଫ୍ରେସ ହୋଇ ହଲ ରେ ପହଞ୍ଚି ଲା ରୋହନ କପ୍ ଟିକୁ ଓଠ ପାଖକୁ ନେଇଛି ହଠାତ ଫୋନ ଆସିଲା ରୋହନ ପାଖକୁ ସେ କଥା ହୋଇ ସାରି
ବାପା ମା ମୁଁ ଟିକେ ଆସୁଛି କହି ବାଇକ ଧରି ବାହାରି ପଡିଲା କିଛି ଖବର ନାହିଁ
ସେତେବେଳ କୁ ପ୍ରାୟ ରାତି 10ଟା ଗୋଟେ ଵି କଲ୍ ନାହିଁ ଏପଟେ ମା ବ୍ୟସ୍ତ ସମସ୍ତେ ଅପେକ୍ଷା କରିଛନ୍ତି
ରାତି 11ହେବାରୁ ସ୍ୱାମୀ ଓ ଝିଅ କୁ ପରସି ଦେଲେ ଖାଇବା ତୁମେ କାଇଦିଅ ମୁଁ ରୋହନ ଆସିଲେ ଆମେ ଦୁହେଁ ମିଶି ଖାଇବୁ ସ୍ୱାମୀ ଓ ଝିଅ ଖାଇସାରି ଶୋଇବାକୁ ଗଲେ ବିଛଣା କୁ
ଏପଟେ ମା ଅପେକ୍ଷା କରିଛନ୍ତି ପୁଅ କୁ ବାରମ୍ବାର ବାହାର ବାଲକୋନୀ ପାଖକୁ ଯାଇ ଫେରୁ ଥାନ୍ତି ଓ ଘଣ୍ଟା କୁ ଅନାଉଥାନ୍ତି ଶେଷରେ କ୍ଲାନ୍ତ ହୋଇ ବସିପଡିଲେ ଡାଇନିଂ ଉପରେ ଗାଲରେ ଦୁଇ ହାତ ଦେଇ ଅପେକ୍ଷା କରି ବସିଲେ ସେତେବେଳ କୁ ରାତି 1ଟେ ଆଖି ଲାଗି ଯାଇଥଏ ମା ଙ୍କର
ହଠାତ ଫୋନ ରିଙ୍ଗ ହୋଇ ଉଠିଲା ମା ଉଠିପଡ଼ି ମନେ ମନେ ଏତେ ରାତିରେ କିଏ ବା କଲ୍ କରିଥିବ ଯାଇଦେଖିଲେ ରୋହନ ର କଲ୍
ଫୋନ ରେ ଶୁଭୁଥାଏ କୌଣସି ବାର ମଧ୍ୟରେ ପାଟିଚାଲି ଥିବା ଭଳି ଡିଜେ ଓ ଝିଅ ଓ ପୁଅଙ୍କ ଗହଳି ମୁଁ କନେଇ ଶୁଣୁଥାଏ ରୋହନ ର କଥା
ରୋହନ ମା ' ତୁ ଖାଇଦେ ମୁଁ ଗୋଟେ ପାଟିରେ ଅଛି ମୋ ପାଇଁ ଅପେକ୍ଷା କରିଇବୁନି ଫେରିଲା ବେଳେ ଲେଟ ହେବ ମା କିଛି କହିବା ପୂର୍ବରୁ ସେପଟୁ ଶୁଭୁଥାଏ ଆ ରୋହନ ପଛରେ କଥା ହେବୁ
ସେପଟୁ କଲ୍ ଟି କଟି ଯାଇଥିଲା ମା ତାପରେ ଯେତେ ଚେଷ୍ଟା କଲେ କଲ୍ କାନେକ୍ଟ ହେଲାନାହିଁ
ଡାଇନିଂ ଉପରେ ଥିବା ଖାଦ୍ୟ କୁ ଦେଖି କୋହ ଉଠିଆସିଥିଲା ମା ମନରେ ଓ ଆଖିରୁ ଦୁଇ ଟୋପା ଲୁହ ଗାଡି ଆସିଥିଲା ହୃଦୟ ର କୋହକୁ ଅଟକେଇ ପରି ନଥିଲେ ଲଥ କରି ବସିପଡିଲେ ମୁଣ୍ଡ ରେ ହାତଦେଇ
ସ୍ୱାମୀ ଆସି ପହଞ୍ଚି ଦେଖିଲେ ସ୍ତ୍ରୀ କୋହରେ ଥରି ଉଠୁଛନ୍ତି ଜାବୁଡି ଧରି ଥିଲେ ସ୍ତ୍ରୀ କୁ ଯେତେ ସାନ୍ତ୍ୱନା ଦେଉଥିଲେ ସେତେ କୋହ ଉଠୁ ଥିଲା ତାଙ୍କର ।