STORYMIRROR

Parbati Pradhan

Abstract Inspirational Others

3  

Parbati Pradhan

Abstract Inspirational Others

ଭିଜା ମାଟିର ବାସ୍ନା

ଭିଜା ମାଟିର ବାସ୍ନା

4 mins
418


ଦୀର୍ଘ ତିନି ବର୍ଷ ପରେ ଆଜି କାହିଁକି ଟିକେ ମନ ବଳେଇଛି ଗାଁ କୁ ଯିବାପାଇଁ । ବାପା ମା ଆରପାରିକୁ ଯିବାଠାରୁ କେବେ ଯାଇନି ଗାଁକୁ । ତାଛଡା କାମର ବ୍ୟସ୍ତତା ଭିତରେ  ଗାଁ କଥା ପୁରା ଭୂଲି ଯାଇଥିଲି ଦାଦାଙ୍କ ଅନୁରୋଧ କୁ କାଟି ନପାରି ଯିବାପାଇଁ ହୁଁ ମରିଥିଲି ।


         ପରଦିନ ମଟରଗାଡି ଧରି ବାହାରି ପଡ଼ିଥିଲି ଗାଁ ଆଡେ । ଆଜି ବି ସେଇ ରାସ୍ତା ସେମିତି ପଡିଛି କେତେ ନେତା ମନ୍ତ୍ରୀ ଙ୍କ ଅମଳ ଗଲାଣି କାହାର ଟିକେ କୃପା ହେଇନି ସେଇ ଏରିଆ ଉପରେ  । ମେନ ରାସ୍ତା ଠାରୁ ଦୀର୍ଘ ୩୦ କିମି ଅତିକ୍ରମ କରି ଆସିଲାଣି ରାସ୍ତାର ଅବସ୍ଥା ଯେମିତି ଅସୁବିଧା ତ ନିଶ୍ଚିନ୍ତ ହବନା ।


         ନାଲି ମାଟିରେ ତିଆରି ରାସ୍ତାଟି ଶଗଡ଼ ଯିବା ଆସିବାରେ ରାସ୍ତା ଯାକ ବଡ଼ ବଡ଼ ଖାଲ ହୋଇଗଲାଣି ।

ଶଗଡ଼ ନୁହେଁ ତ ମଟର ଗାଡ଼ିଟା ହଠାତ ରାସ୍ତାରେ ଖରାପ ହୋଇ ଗଲା , ଡ୍ରାଇଭର କଳକବ୍ଜା ଧରି ଗାଡିଟିକୁ ତିଆରି କରିବାରେ ଲାଗିପଡ଼ିଲା ।

       

    ମୁଁ ଗାଡ଼ିରୁ ଓଲ୍ଲାଇ କିଛି ବାଟ ଆଗେଇ ଆସିଲି ସେଇ ବିଲ ଗୁଡାକୁ ଦେଖିଲେ ସତେ ଲାଗୁଥାଏ ମଶାଣି ପଦା ଭଳି ଆଉ ଯେଉଁଠି ଟିକେ ଟିକେ ପାଣି ଅଛି ଗୋଟିଏ ଗୋଟିଏ ଧାନ ଗଛ ମୁଣ୍ଡ ଟେକିଥଏ । ମୁଁ ଟିକେ ସେଇ ବିଲ ତଳକୁ ଖସିଗଲି ଦେଖିଲି ଗଣ୍ଠିରୁ ଧାନଗଛ ଗୁଡାକ ସୁଖୀ ଯାଇ ସବୁ ବିଲରେ ମଥା ଗୁଞ୍ଜିଛନ୍ତି ଆଉ ଚାରିଆଡେ ଦୁବ ଘାସ ଟିଏ ଵି ଦେଖିବାକୁ ମୁଳୁନି ପୁଣି ଆଗେଇ ଚାଲିଲି ।

          ଆଖି କୋରଡ଼ ପଶିଯାଇଛି , ମୁଣ୍ଡରେ କେଇ କେରା ଛୁଟି ଧୋବ ଫର ଫର ହୋଇ ଉଡୁଛି ମୁଣ୍ଡରେ ଗୋଟିଏ ବଡ଼ ଟୋକେଇ ଚମ ପୁରା ଧୁଡୁ ଧୁଡୁ ପଡିଯାଇଛି ଲାଗୁଛି ବୁଢୀକୁ 80ବର୍ଷ ହେବ ।

   

ମୁଁ ପଚାରିଲି ମାଉସୀ କୁଆଡେ ଯାଉଛୁ????????

 ବୁଢ଼ୀ :-ପାକୁଆ ପାଟିକୁ ପାକୁଳେଇ ପାକୁଳେଇ କହିଲା...

 ବାପ ଝିଅ ଘରକୁ ଯାଉଛି କେତେ ଦିନ ହେଲା ଝିଅ କୁ ଦେଖିନି ତ ଭରି ଇଛା ହେଲା ଦେଖିବାକୁ ତ ଭାବିଲି ଟିକେ ଯାଇ ବୁଲି ଆସିବି ।


   କେତେ ଦିନି ବା ଆଉ ମୁଁ ବଞ୍ଚିବି.......

ଆରେ ଆପଣଙ୍କ ଏ ବୟସରେ ଏମିତି ଚାଲି ଚାଲି ଯାଉଛନ୍ତି ଯେ ! ନିଜର ବୋଲି କେହି ନାହାନ୍ତି ଝିଅ ତ ତା ଶାଶୂଘରେ ଆଉ କିଏ ବା ମତେ ନେବ?


    ମୁଁ ପଚାରୁ ପଚାରୁ ପଚାରି ଦେଲି ..... ମାଉସୀ ସେ ଟୋକେଇ ରେ କଣ? ବୁଢ଼ୀ ଟୋକେଇଟି ଓଲ୍ଲାଇ ଦେଇ ମୋ ସମ୍ମୁଖରେ ରଖିଦେଲା ବାସ ମୁଁ ଦେଖେତ......

 ଗୋଟିଏ ଧୋବ କାନରେ କିଛି ମୁଢି ଆଉ ପାଚିଲା କଞ୍ଚା ଲଙ୍କା ଦୁଇ ଚାରିଟା......।

ବୁଢ଼ୀ :- ବାପା ମୋ ପାଖରେ ତ କିଛି ନାହିଁ ଏଇଆକୁ ନେଇ ଯାଉଛି ଝିଅ ଘରକୁ ତାପରେ ବୁଢ଼ୀ ବାଂକୁଲି ବାଡ଼ି ଧରି ଆଗକୁ ଚାଲିଲା ।


ଆଉ ଖଣ୍ଡିଏ ବାଟ ଯାଇଦେଖିଲି ଜଣେ ବୟସ୍କ ବ୍ୟକ୍ତି ବିଲ ମୁଣ୍ଡରେ ମୁଣ୍ଡରେ ହାତ ଦେଇ ବିଲ ଆଡକୁ ମୁହଁ କରି ବସିଛି ।


ମୁଁ :- ମଉସା ଏଇଠି ଏମିତି କାହିଁକି ବସିଛନ୍ତି............. ବୁଢା ମୁହଁ କୁ ଶୁଖାଇ ଦେଇ କହିଲା ଦେଖୁ

ଛୁ ତ ଏଇ ଜମି ଗୁଡ଼ାଙ୍କୁ ଅବସ୍ଥା ଗଲାଥର ମରୁଡି ରେ ଠିକ ଏମିତି ଅବସ୍ଥା ହେଇଥିଲା ଏଥର ଵି ବୋଧେ ଇନ୍ଦ୍ରଦେବ ରୁଷ୍ଟ ହୋଇଛନ୍ତି ସେଥିପାଇଁ ବର୍ଷା ଟିକେବି ନାହିଁ ସିଝାଇ ଖାଇବା ପାଇଁ ଘରେ ଗଣ୍ଡେ ଖୁଦ ଵି ନାହିଁ ଗଲାଥର କେଇ ଜଣ ବାବୁ ଆସିଥିଲେ । କହୁ ଥିଲେ କୁଆଡେ ସରକାର ଙ୍କ ତରଫରୁ ରିଲିଫ ସାଥେ ଋଣ ଛାଡ଼ କରି ଦିଆଯିବ,......... କହିଦେଇ ଚାଲିଗଲେ କିନ୍ତୁ କିଛି ଵି ସାହାଯ୍ୟ ମିଳିନଥିଲା ଯୋଉ ଦୁଃଖରେ ଦିନ କାଟିଛୁ ସେ କଥା ଭଗବାନ ଜାଣନ୍ତି ।


        ପ୍ରତେକ ବିଲ ମୁଣ୍ଡରେ ବସି ରହିଥାନ୍ତି ଚାଷୀ ସମସ୍ତଙ୍କ ମୁହଁ ଆକାଶ ଆଡକୁ ଆଖିରୁ ଝାଡ଼ି ପଡୁଥାଏ ଲୁହ ଓ ମଳିନ ଦିଶୁଥାଏ ମୁହଁ ସେମାନଙ୍କୁ ଦେଖିବା ଅସହ୍ୟ ଥିଲା ।


ସେତିକି ବେଳକୁ ଡ୍ରାଇଭର ଜୋର ପାଟିରେ ଡାକ ଛାଡୁ ଥାଏ ବାବୁ ଆସନ୍ତୁ ଯିବା ଗାଡି ଠିକ ହୋଇଗଲା ଆମେ ଗାଡିରେ ଚାଲିଲୁ ଗ୍ରାମ ଅଭିମୁଖେ । ଗାଁ ଗଣ୍ଡା ବିଲ ବାଡ଼ିର ହା...... ହା କାର ଦୃଶ୍ୟ ହୁଦୟ କୁ ଜାଳି ଦେଉଥାଏ ।


ଗାଁ ମୁଣ୍ଡେ ପହଞ୍ଚିଲା ବେଳକୁ ୪ ଟା ବେଳ ହୋଇଯାଇଥାଏ ଗୋଧୂଳି ସମୟ ଯେତିକି ମନଲୋଭା ଥିଲା ତା ଠାରୁ ତାଠାରୁ ଗାଁ ଲୋକଙ୍କ ମୁହଁ ଓ ଗାଁ ଦୃଶ୍ୟ ଦୁଃଖଦ ଥିଲା ।


      ଗୋଧୂଳି ର ଅନ୍ଧକାର ସାଥେ ହଠାତ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ, ପବନ ଦ୍ରୁତ ଗତିରେ ମାଡି ଆସୁଥାଏ ଗଛ ପତ୍ର ସବୁ ପବନ ରେ ଝୁଲି ଝୁଲି ଲୋଟି ପଡୁଥାଏ ତଳେ ଆରମ୍ଭ ହୋଇଗଲା ଟୋପା ଟୋପା ମେଘ ବର୍ଷା, ବର୍ଷା ର ବୁନ୍ଦା ବୁନ୍ଦା ପାଣି ଭୂମିଷ୍ଠ ହେବା ମାତ୍ରେ ଉପରକୁ ଉଠୁଥାଏ ଧୂଳି ସେଇ ମାଟିର ବାସ୍ନା ଶିହରଣ ଖେଳାଇ ଦେଉଥାଏ ମୁଁ ମଟର ରୁ ଓଲ୍ଲାଇ କିଛି ସମୟ ବାହାରେ ଠିଆ ହୋଇ ମାଟିର ବାସ୍ନା କୁ ଅନୁଭବ କରୁଥଏ ।


ସତେ ଯେମିତି ଅପୂର୍ବ ଖୁସି ଓଲ୍ଲାଇ ଆସିଛି ଗାଁ କୁ ଛୋଟ ଛୁଆ ଠାରୁ ବୃଦ୍ଧ ପଯ୍ୟନ୍ତ ବାହାରି ଆସି ଅନୁଭବ କରୁଥାନ୍ତି ମାଟିର ବାସ୍ନା କୁ ଓଦା ହୋଇ ନାଚିଯାଉଥାନ୍ତି ସମସ୍ତଙ୍କ ମୁହଁରେ ଖୁସି ପାଟିରୁ ବାହାରୁ ଥାଏ ଗୋଟିଏ ଶବ୍ଦ ଇନ୍ଦ୍ରଙ୍କର କୃପା ହୋଇଛି ।


   ସମସ୍ତଙ୍କ ଦେହରେ ମାଟିର ପରାସ୍ତ ପଡିଥାଏ । ତା ସହିତ ବର୍ଷା କି ମନଲୋଭା ଦୃଶ୍ୟ ଇଛା ହେଉନଥଏ ଆଖି ଫେରାଇବାକୁ  ଧୀରେ ଧୀରେ କ୍ଷେତ, ବିଲ ବାଡ଼ି ନଈ ନାଳ ପାଣି ରେ ପରି ପୂର୍ଣ୍ଣ ମାଟି ଉପରେ ଭାସି ଯାଉଥାଏ ।ପାଣି ର ଧାର ସତରେ ଯେମିତି ଧରଣୀ ମା ଆଖିରୁ ଖୁସିର ଲୁହ ଗଦା ଗଦା ଧାର ହୋଇ ବହି ଆସୁଛି ଆଉ ତା ସାଥେ ଟୋପା ଟୋପା ପାଣି ଚଳରୁ ଝରି ପଡୁଥାଏ ଓ କୁନି ପିଲା ଙ୍କ ଡ଼ଙ୍ଗା ଭସା ଦୃଶ୍ୟ ଆଖିରେ ନାଚି ଉଠେ ସେଇ ପିଲା ଦିନର ଦୃଶ୍ୟ  ଦାଣ୍ଡରେ କାଦୁଅରେ ନାଚିନାଚି ଖେଳୁଥିବା ସେଇ ପିଲା ଭିତରୁ ଅଶି ଜଣେ ମୋ ଦେହରେ ଟିକିଏ କାଦୁଅ ଲଗାଇ ଖୁସିରେ ଦୌଡ଼ି ପଳାଇଲା ବୋଧେ ଅଜାଣତରେ ସେ ଏମିତି କରିଥଲା କିନ୍ତୁ !


           ମୁଁ ହାତ ଟିକୁ ଉପରକୁ ଉଠାଇ ମୁହଁ ପାଖକୁ ନେଉଥିଲି ବାସ ଝରି ଆସୁଥିଲା ଆଖିରୁ ଗଦ ଗଦ ଲୁହ ସେ କାଦୁଅ ଛିଟା ର ସ୍ପର୍ଶ କେତେ ଅପୂର୍ଵ ଥିଲା ସତରେ ଫେରି ପାଆନ୍ତି କି ସେଇ ପିଲାବେଳ ଚାଲି ଚାଲି ପହଂଚି ଥିଲି ଘରେ ଖୁସି ର ଲହରୀ ଦେଖି ମୁଁ ଖୁସି ହୋଇ ଯାଇଥିଲି ।

   



Rate this content
Log in

Similar oriya story from Abstract