STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ସେବା

ସେବା

2 mins
24


ମଣିଷ ଯେ କୌଣସି କର୍ମ କରୁ ନା କାହିଁକି ,ତାହା ସେବାର ଅନ୍ତର୍ଗତ । ସେହି ସେବା ଟି ମହତ ଉଦ୍ଦେଶ୍ୟ ରଖି କାର୍ଯ୍ୟ କରୁଥିଲେ, ତାହା ପ୍ରଶଂସନୀୟ । ପ୍ରାୟ ସମସ୍ତେ ଏ ଅଳିକ ସଂସାରରେ କିଛି ନା କିଛି କର୍ମ କରି ସେବା କର୍ମ କରିଥାନ୍ତି ।ଆମେ ବା ସେଥିରୁ ବାଦ ପଡ଼ିବା କିପରି । ଆମେ କି ସେବା କରୁଛେ ସମାଜ ପାଇଁ । 

 କବି ଓ ଲେଖକମାନେ ନିଜ ନିଜର ଈଶ୍ଵର ଦତ୍ତ ପ୍ରତିଭା ଯୋଗୁଁ ସମାଜରେ ଅଗ୍ରଗଣ୍ୟ ଓ ନମସ୍ୟ ବି |ସମାଜରେ ଘଟୁଥିବା ଦୈନଦିନ କର୍ମରେ କିଛି ନା କିଛି ଭଲ ବା ମନ୍ଦ କର୍ମ ଦେଖିବାକୁ ବା ଶୁଣିବାକୁ ମିଳିଥାଏ। କବି ତାହାର ସାରମର୍ମକୁ ନିଜ ଲେଖନୀ ମୁନରେ ସ୍ଥାନ ଦେଇ କବିତା ରଚନା କରିଥାଏ ଜନ ସଚେତନତା ପାଇଁ । ସମାଜ ବି ତାକୁ ଗ୍ରହଣ କରିଥାଏ ବିନା ଆଲୋଚନା ବା ପର୍ଯ୍ୟାଲୋଚନା କରି । ତେବେ କବିଙ୍କ ଉପରେ ସମାଜରେ ବସବାସ କରୁଥିବା ଲୋକମାନେ କାହିଁକି ଏତେ ବିଶ୍ୱାସ କରନ୍ତି| ଏହାର କାରଣ ସମସ୍ତଙ୍କୁ ଜଣା ନ ଥାଏ ବୋଧହୁଏ | ଲୋକମାନଙ୍କର ବିଶ୍ୱାସ ହେଉଛି,କବି କେବେ ହେଲେ ଅବିଶ୍ଵାସୀ ନୁହେଁ । ସେ କେବେ ହେଲେ ମିଛ ଖବର ପ୍ରକାଶ କରିବ ନାହିଁ । ସେ ଯାହା ବା କହିବ, ତାହା ହିଁ ନିଶ୍ଚୟ ସତ୍ୟ ଉପରେ ପର୍ଯ୍ୟବେସିତ । କବିର ଆରାଧ୍ଯ ଦେବୀ ବା ଦେବତା କବିର ମନୋବୃତ୍ତିକୁ ନେଇ ତାକୁ ଲେଖିବାରେ ସଦାସର୍ବଦା ସାହାଯ୍ୟ କରିଥା'ନ୍ତି । ସାହିତ୍ୟ ସେବା ସବୁଠାରୁ ବଡ଼ ସେବା ବୋଲି ସମସ୍ତଙ୍କୁ ବେଶ ଜଣା । ସାହିତ୍ୟ ସେବା ଯଦି ସକାରାତ୍ମକ ହୋଇଥାଏ, ତେବେ କବିଙ୍କୁ ସମସ୍ତେ ଆଦର କରିଥାନ୍ତି। ବେଳେ ବେଳେ କବିମାନେ ନକାରାତ୍ମକ ଲେଖା ବି ଲେଖିବାକୁ ପଛାଇ ନାହାଁନ୍ତି। ସେଥିପାଇଁ କେତେକ ସ୍ଥଳେ ନିନ୍ଦିତ ହେବାକୁ ପଡ଼ିଥାଏ,ହେଲେ ପ୍ରକୃତ କବି ଯିଏ ସେ ସେଥିପ୍ରତି ଦୃଷ୍ଟି ଦେଇ ନ ଥାଏ । ଏହା ହିଁ ସତ୍ୟ। ଏଥିରେ ବି ସମାଜର ମଙ୍ଗଳ ଲୁଚ଼ି ରହିଥାଏ। ତେଣୁ କବି ଯାହା ବା ଲେଖୁ ତା' ଭିତରେ କିଛି ନା କିଛି ସତ୍ୟ ଲୁଚ଼ି ରହିଥାଏ।ଏହା ବି ସତ୍ୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract