ଚ଼ିନ୍ତନ
ଚ଼ିନ୍ତନ
ଥରେ ସମୂଦ୍ରରେ ଗୋଟିଏ ଯାତ୍ରୀବାହୀ ଜାହାଜ ଶହ ଶହ ଯାତ୍ରୀମାନଙ୍କୁ ନେଇ ଅନ୍ୟ ଦେଶକୁ ଖୁବ୍ ଦ୍ରୁତଗତିରେ ଚାଲିଥାଏ । ସେମାନେ ସବୁ ଭିନ୍ନ ଭିନ୍ନ ଧର୍ମର ଲୋକମାନେ ହିଁ ଥିଲେ ।କିଛି ସମୟ ପରେ ଉଠାତ୍ ଜଳମଗ୍ନ ଏକ ପାହାଡ଼ରେ ଧକ୍କା ବାଜି ଜାହାଜଟି ଖଣ୍ଡ ଖଣ୍ଡ ହୋଇଗଲା । ସେଥିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୩/୪ ଜଣ ବଞ୍ଚିଯାଇ ନିଜ ନିଜ ଇଷ୍ଟ ଦେବା ଦେବୀଙ୍କୁ ସ୍ମରଣ କରି ଚାଲିଥାନ୍ତି ଆଉ ପ୍ରାଣରକ୍ଷା ପାଇଁ ଉଦ୍ୟମ ଜାରି ରଖିଥାନ୍ତି । ବଞ୍ଚିଥିବା ବିଭିନ୍ନ ଧର୍ମର ଯାତ୍ରୀମାନଙ୍କ ମଧ୍ୟରେ ଜଣେ ହିନ୍ଦୁ ଧର୍ମର ଯାତ୍ରୀ ବି ଥାଏ । ସେ ମଧ୍ୟ ତା ଇଷ୍ଟ ଦେବା ଦେବୀଙ୍କୁ ସ୍ମରଣ କରି ଚାଲିଥାଏ ଓ ପହଁରୁଥାଏ ବି ପ୍ରାଣ ରକ୍ଷାକରିବା ଉଦ୍ଦେଶ୍ୟରେ। ଶେଷରେ ଦେଖାଗଲା ଅନ୍ୟ ଧର୍ମର ଯାତ୍ରୀମାନେ ପହଁରି ପହଁରି କୂଳରେ ପହଞ୍ଚି ଗଲେ ଓ ସେମାନଙ୍କର ଜୀବନ ରକ୍ଷା ହୋଇଗଲା । ବିଚ଼ରା ହିନ୍ଦୁ ଧର୍ମର ଯାତ୍ରୀ ଜଣଙ୍କ ବି ତା' ଇଷ୍ଟ ଦେବାଦେବୀଙ୍କୁ ସ୍ମରଣ କରୁଥାଏ ଓ ପ୍ରାଣରକ୍ଷା ପାଇଁ ଉଦ୍ୟମ ଜାରି ରଖିଥାଏ , ହେଲେ ରକ୍ଷା ପାଇପାରୁ ନଥାଏ l ଏହାର କାରଣ କ'ଣ ହୋଇପାରେ । ସମସ୍ତେ ତ ସେମାନଙ୍କର ଇଷ୍ଟ ଦେବା ଦେବୀଙ୍କୁ ସ୍ମରଣ କରି ବଞ୍ଚିଗଲେ, ଏ ଲୋକଟି କାହିଁକି ଯେତେ ଚେଷ୍ଟା କଲେ ବି କୂଳରେ ପହଞ୍ଚି ପାରୁ ନାହିଁ ।
ଏହାର କାରଣ ଆପଣମାନଙ୍କୁ ବି ଜଣା ଅଛି । ଲୋକଟି ମାତ୍ର କେତେ ଥର ତା ଇଷ୍ଟ ଦେବା ଦେବୀଙ୍କୁ ସ୍ମରଣ କରିଛି । ସେମାନେ ଆସି ପହଞ୍ଚିଲା ବେଳକୁ ଲୋକଟି ଅନ୍ୟ ଦେବା ଦେବୀଙ୍କୁ ସାହାଯ୍ୟ ପାଇଁ ଅତି ଆକୁଳରେ ପ୍ରାର୍ଥନା କରି ଚାଲିଛି । । ତା'ର ଲକ୍ଷ୍ୟ ଠିକ୍ ନାହିଁ । ଏଣୁ ସାହାଯ୍ୟ କରିବା ପାଇଁ ଦେବୀ ଦେବତା ଆସିଲେ ବି ପ୍ରାର୍ଥନା କରୁଥିବା ଲୋକର ମନସ୍କାମନା ପୂରଣ କରିପାରନ୍ତି ନାହିଁ। ଏହା ହିଁ ସତ୍ୟ ।
