STORYMIRROR

LALIT MOHAN DASH

Abstract Action Classics

4  

LALIT MOHAN DASH

Abstract Action Classics

ବିକ୍ରମ ବେତାଳର କାହାଣୀ

ବିକ୍ରମ ବେତାଳର କାହାଣୀ

3 mins
6


ବେତାଳ , କାହାଣୀ ଶୁଣାଇବା ପରେ ରାଜନ ବିକ୍ରମାଦିତ୍ୟଙ୍କୁ କହିଲା ଯେ , ହେ ରାଜନ୍ ଏଇ ଯକ୍ଷଯାନ କୁ ଟିକେ ଧିମା ଗତିରେ ଚାଳନା କର ନଚେତ୍ ତୁ ରହିବୁ ନା ମୁଁ । ଆଉ ମୁଁ ଯଦି ନରୁହେ ତେବେ କାହାଣୀ କାହାଠାରୁ ଶୁଣିବୁ । ଏବେ କୁହ ରାଜକୁମାରୀ ଗୋଟିଏ ଏବଂ ରାଜକୁମାର ୩ଟି । ରାଜକୁମାରୀ ବିବାହ କାହାକୁ କରିବେ ?


ମୁଁ ଜାଣିଚି ବିକ୍ରମାଦିତ୍ୟ , ତୋର ଇଚ୍ଛା ପ୍ରବଳ ହେଲାଣି ଜାଣିବାକୁ ରାଜକୁମାରୀ ସ୍ଵୟଂପ୍ରଭାଙ୍କ ବିଷୟରେ । ତେବେ ଉଜ୍ଜୟିନୀ ନରେଶ, ଚକ୍ରବର୍ତ୍ତୀ ସମ୍ରାଟ ବିକ୍ରମାଦିତ୍ୟ ଶୁଣ ଏହି ରାଜକୁମାରୀଙ୍କ କାହାଣୀ ...

ଆମ ରାଜକୁମାରୀ ..


 ରାଜକୁମାରୀ ସ୍ଵଂୟପ୍ରଭା , ପ୍ରାତଃ କାଳରେ ତାଙ୍କ ରାଜ ଉଦ୍ୟାନ ରେ ଭ୍ରମଣ କରୁଥିଲେ । ହଠାତ ଦେଖିବାକୁ ପାଇଲେ ଅନେକ ଗୁଡ଼ିଏ ରଙ୍ଗୀନ ପ୍ରଜାପତି ଆନନ୍ଦର ସହିତ ଭ୍ରମଣ କରୁଛନ୍ତି । ତାଙ୍କୁ ଦେଖି ଖୁବ୍ ଆନନ୍ଦ ଲାଗିଲା ରାଜକୁମାରୀ ଙ୍କୁ ଏବଂ ସେ ପଶ୍ଚତାଧବନ୍ କରିଲେ ତାଙ୍କୁ ନିଜର କରି ଧରିବା ପାଇଁ । ଆଗରେ ଉଡ଼ିଛନ୍ତି ରଙ୍ଗୀନ ପ୍ରଜାପତି , ପଛରେ ଧରିବାକୁ ଉଦ୍ୟେlତ ରାଜକୁମାରୀ ଏବଂ ତାଙ୍କ ପଛରେ ଦୌଡ଼ି ଚାଲିଛନ୍ତି ପରିଚାରିକା ତଥା ସଖୀ ମାନେ । 

_ରହି ଯାଆନ୍ତୁ ରାଜକୁମାରୀ ..! ସେମାନେ ଧରା ଦେବେ ନାହିଁ ।

_ ସେଥିପାଇଁ ତ ମୁଁ ତାଙ୍କ ପଛରେ ପାଶ୍ଚାତଧାବନ୍ କରୁଛି । 


ହଠାତ , ଗଗନ ମାର୍ଗରୁ ସଭିଙ୍କୁ ଶୁଣିବାକୁ ମିଳିଲା ଯେ ଘ୍ହୋଟକ ର ରଡ଼ି ଶବ୍ଦ । ସଭିଏଁ ସ୍ତବ୍ଧ ହେଲେ । କେଉଁଠାରୁ ଆସୁଛି ଏଭଳି ହୁଁ ...ହୁଁ... ଶବ୍ଦ । କାନନ ବନ୍ ରେ ଘୋଡ଼ା ଆସିଲା କେଉଁଠୁ । କିନ୍ତୁ ଯେତେବେଳେ ସେ ଉପରକୁ ଚାହିଁଲେ , ଦେଖିଲେ ଯେ ଜଣେ ରାଜକୁମାର ଗୋଟିଏ ପକ୍ଷୀରାଜ ଘୋଡାରେ ବସି ଉପରୁ ପୁଷ୍ପବର୍ଷା କରୁଥିଲେ ତାଙ୍କୁ ଦେଖି ରାଜକୁମାରୀ ସ୍ଵୟଂ ପ୍ରଭା କହିଲେ କିଏ ଏହି ପୁରୁଷ ସଖୀ?

_ ତୁମ ଭଳି ସ୍ବପ୍ନ ଦେଖୁଥିବା ଜଣେ ରାଜକୁମାର । ଯିଏ ସର୍ବଦା ସ୍ବପ୍ନ ଦେଖିଥିଲେ ଯେ ପକ୍ଷୀରାଜ ଘୋଡାରେ ବସି ନିଜର ସୁନ୍ଦର ପ୍ରିୟତମାଙ୍କ ସହିତ ଗଗନ ବିହାର କରିବେ ।ଆଜି ତାଙ୍କୁ ମିଳିଯାଇଛି ପକ୍ଷୀରାଜ ଘୋଡ଼ା ଏବଂ ସେ ଏବେ ଆକାଶ ମାର୍ଗରୁ ଆପଣକୁ ନିହlରୁଛନ୍ତି । ଏବଂ ଏହି ରାଜକୁମାର ଯଦି ଆପଣଙ୍କୁ ମିଳନ୍ତି ତେବେ ଆପଣଙ୍କ ସବୁ ସ୍ବପ୍ନ ତଥା ମନୋସ୍କାମନା ପୂର୍ଣ୍ଣ ହେଇଯିବ । 


ସଖି ଙ୍କ କଥନ ଶୁଣି , ରାଜକୁମାରୀ ସ୍ଵୟଂପ୍ରଭା ଟିକେ ହସି ମୌନ ରହିଲେ ଏବଂ ରାଜକୁମାର ଜଣଙ୍କ ଆକାଶ ମାର୍ଗରୁ ତଳକୁ ଓହ୍ଲାଇ ଆସିଲେ । ତାଙ୍କୁ ଦେଖି ସମସ୍ତେ ତାଙ୍କ ପାଖକୁ ଯାଇ ସ୍ଵାଗତ କରିବା ସହିତ ଶୁଭେଚ୍ଛା ବାର୍ତ୍ତା ଦେଇ ପ୍ରଶ୍ନ କରିଲେ ଯେ କୁମାର ଏଇ ଘୋଡ଼ା କିପରି ଉଡୁଛି ? 


ସଖିମାନଙ୍କ କଥା ଶୁଣିବା ପରେ ରାଜକୁମାର ସୂର୍ଯ୍ୟକାନ୍ତ କହିଲେ ଯେ ଆମେ ଯେପରି ଚାଲିବା ଜନିଛେ ଠିକ୍ ସେହିପରି ମୋର ଏହି ଘୋଡ଼ା ଉଡ଼ିବା ଜାଣିଛି । ଏହାକୁ ମୁଁ ବହୁତ ପରିଶ୍ରମ କରି ପରୀ ରାଇଜରୁ ଆଣିଛି । କିନ୍ତୁ ରାଜକୁମାରୀ ଙ୍କ ଇଚ୍ଛା ଯଦି ହୁଏ ତେବେ ମୁଁ ତାଙ୍କୁ ଆକାଶ ମାର୍ଗରେ ଭ୍ରମଣ କରାଇ ଆଣି ପାରିବି । 


ରାଜକୁମାର ସୂର୍ଯ୍ୟକlନ୍ତଙ୍କ ଉପରେ ବିମୋହିତ ରାଜକୁମାରୀ ସ୍ଵୟଂପ୍ରଭା କହିଲେ । କୁମାର ଏହି ଘୋଡ଼ା ବିଷୟରେ ଆମେ କେବଳ ପୁସ୍ତକ ପଢ଼ି କଳ୍ପନା କରିଥିଲୁ କିନ୍ତୁ ଏହାକୁ ବାସ୍ତବରେ ଦେଖିବା ପରେ ଅତ୍ୟନ୍ତ ସୁଖ ପ୍ରାପ୍ତି ହେଲା । ଆପଣ ଏହି ଘୋଡ଼ା ପାଇଁ ଅତ୍ୟନ୍ତ କଷ୍ଟ ଉଠାଇ ଏହାକୁ ପ୍ରାପ୍ତ କରିଛନ୍ତି ଅତେଵ ଏହାର ଉପରେ କେବଳ ଆପଣଙ୍କ ଅଧିକାର , ସେଥିପାଇଁ ମୁଁ କିପରି ବସି ଭ୍ରମଣ କରିବି । ଏହା ସୁନ୍ଦର ହେବ ନାହିଁ । କିନ୍ତୁ ରାଜକୁମାରୀ ଙ୍କ କଥନ କୁ ଖଣ୍ଡନ କରି ରାଜକୁମାର କହିଲେ ରାଜକୁମାରୀ , ଯଦି ଏହାପରେ ବସି ଆପଣ ମୋ ସହିତ ଆକାଶ ମାର୍ଗ ପରିଦର୍ଶନ କରିବେ ତେବେ ମୁଁ ଜାଣିବି ଯେ ମୋର ଏହି ପରିଶ୍ରମ ସଫଳ ହେଲା ନଚେତ ଏହା ବୃଥାଜନକ ଅଟେ । 

କ'ଣ ଆପଣ ମୋର ଏହି ବିନତୀ ସ୍ବୀକାର କରିବେ ନାହିଁ ?

କୁହନ୍ତୁ ରାଜକୁମାରୀ ସ୍ଵୟଂ ପ୍ରଭା ..!


ରାଜକୁମାରଙ୍କ କଥାରେ ସମସ୍ତ ଦାସୀ , ପରିଚାରିକା ତଥା ସଖି କହିଲେ ଯାଆନ୍ତୁ ରାଜକୁମାରୀ । ଏଭଳି ମୌକା ହୁଏତ ପରେ ମିଳି ନପାରେ । 


ସଭିଙ୍କ କଥାର ମାନ ସମ୍ମାନ ରଖି , ରାଜକୁମାରୀ ସ୍ଵୟଂ ପ୍ରଭା ରାଜି ହେଲେ ଏବଂ ରାଜକୁମାର ସୂର୍ଯ୍ୟକାନ୍ତ ଙ୍କ ସହିତ ଗଗନ ବିହାର ପରିଭ୍ରମଣ କରିବାକୁ ଚାଲିଗଲେ । 


ଏତିକି କହି ବେତାଳ କହିଲା , ହେ ରାଜନ ତୁମେ ଦେଖ କିପରି ରାଜକୁମାର ସୂର୍ଯ୍ୟକାନ୍ତ , ରାଜକୁମାରୀ ସ୍ଵୟଂ ପ୍ରଭlଙ୍କୁ ନେଇ ଭ୍ରମଣ କରୁଛନ୍ତି କିନ୍ତୁ ତୁମେ ମୋତେ ପ୍ରେତଘାଟି ରୁ ଘୋଷାଡି ଆଣି କିଛି ଠିକ କରି ନାହଁ ଉଜ୍ଜୟିନୀ ନରେଶ ଚକ୍ରବର୍ତ୍ତୀ ସମ୍ରାଟ ବିକ୍ରମାଦିତ୍ୟ । ପ୍ରତ୍ୟେକ କାର୍ଯ୍ୟ ଆବେଶ ରେ ହୁଏ ନାହିଁ ମହାରାଜ । କିଛି କାର୍ଯ୍ୟ ପ୍ରେମ ଆନନ୍ଦ ରେ ହୁଏ । କିନ୍ତୁ ତୁମେ ଏହା କରିନାହଁ। ଅସମ୍ଭବ କାର୍ଯ୍ୟ ପ୍ରେମ ମାଧ୍ୟମରେ ସମ୍ପାଦନ ହୁଏ କିନ୍ତୁ ମୋତେ ତ ଲାଗୁଚି ତୁ ତୋର ଏଇ ଜୀବନରେ ପ୍ରେମ କରୁଛୁ କି ନାହିଁ ?

ଯଦି କରିଛ ତେବେ ସ୍ମରଣ କର ରାଜନ । ଏବଂ କଳ୍ପନା ରାଜ୍ୟରେ ଭ୍ରମଣ କର ଦେଖିବ ତୁମକୁ ନିଶ୍ଚିନ୍ତ ଅନୁଭବ ହେବ ଯେ ତୁମେ ଆକାଶ କୁ ଛୁଇଁ ପlରିଛ...।


Rate this content
Log in

Similar oriya story from Abstract