STORYMIRROR

Chinmaya Jena

Abstract

2  

Chinmaya Jena

Abstract

ସ୍ବପ୍ନ ସାଗରର ରାଜକୁମାରୀ

ସ୍ବପ୍ନ ସାଗରର ରାଜକୁମାରୀ

1 min
625

ସେତେବେଳେ କୁନାକୁ ୪ବର୍ଷ ହେଇଥାଏ। ଆଉ ଆଗ କାଳରେ ପିଲାକୁ ୫ବର୍ଷ ନ ହେବା ଯାଏ ସ୍କୁଲ କି ଚାଟଶାଳରେ ଆଜିକା ଯୁଗର ଶିଶୁଙ୍କ ପରି ନିର୍ଯାତିତ ହେଉନଥିଲେ। କୁନା ସବୁବେଳେ ଜେଜେଙ୍କ ସହ ଖେଳୁଥାଏ ଆଉ ବି ଜେଜେ ନାତିଙ୍କ ସ୍ନେହ ସମ୍ପର୍କ ତ ସମସ୍ତେ ଜାଣିଥିବେ। ସନ୍ଧ୍ୟା ହେଲେ ଜେଜେ ନାତି ବସି କେତେ କଣ ରାଇଜ ସାରା କଥା ହେଇଯାନ୍ତି ଆଉ ବି ଜେଜେ ନାତି ଟୋକାକୁ ସବୁବେଳେ କେତେ କଣ ଗପ କୁହନ୍ତି। ଏ ସବୁ ଗପ ଭିତରୁ କୁନାକୁ ଏକ ରାଜକୁମାରର ଗପ ବହୁତ ମନକୁ ପାଇଥିଲା। ସେଇ ଗପରେ ନାୟକ ଜଣେ ରାଜକୁମାର ଆଉ ନାୟିକା ସ୍ବପ୍ନ ରାଇଜର ରାଜକୁମାରୀ। ଆଗରୁ ତ ରାଜା ଶାସନ ଚାଲିଥାଏ। ଗୋଟେ ରାଜ୍ୟରେ ଜଣେ ରାଜା ଥିଲେ ଆଉ ତାଙ୍କର ଏକମାତ୍ର ପୁଅ ଥିଲା। ସେ ଦେଖିବାକୁ ଯେତିକି ସୁନ୍ଦର ବୁଦ୍ଧି ଓ ଗୁଣରେ ସେତିକି ବଳିୟାନ। ଦିନକୁ ଦିନ ସେ ଶିଶୁରୁ ଯୁବାବସ୍ଥାରେ ଅବତୀର୍ଣ୍ଣ ହେଲେ। ଦିନେ ରାଜକୁମାର ରାତିରେ ଶୋଇଛି ହଠାତ ସେ ସ୍ୱପ୍ନ ଦେଖିଲା ଯେ ସେ ଏକ ଜଙ୍ଗଲକୁ ପଶୁ ଶିକାର ପାଇଁ ଯାଇଛି ଆଉଦିନ ସାରା ଜଙ୍ଗଲରେ ବୁଲି ବୁଲି ଥକି ଯାଇଥିଲା ପାଖରେ ଥିବା ଏକ ନଦୀକୁ ପାଣି ପିବାକୁ ଯାଇଛି । ଯେତେବେଳେ ସେ ସେହି ନଦୀ କୂଳରେ ପହଂଚୁଛି ତ ଦେଖେ ଏକ ସ୍ୱର୍ଗର ଅପ୍ସରୀ ପରି ସୁନ୍ଦର ଯୌବନ ତରୁଣୀ ହାତରେ ପାଣି ମାଠିଆ ଧରି ତାର ଆସିବାକୁ ଅପେକ୍ଷା କରିଛି। ଆଉ ତାର ସେହି ରୂପ ଯୌବନରେ ରାଜକୁମାର ବିମୋହିତ ହୋଇରହିଯାଇଛି। ଏହାରି ଭିତରେ ସକାଳ ହେଇସାରିଥିଲା ଓ ରାଜକୁମାର ତା ସ୍ୱପ୍ନର ଅପ୍ସରୀ କୁ ମନେ ମନେ ବହୁତ ଖୋଜୁଥିଲା। ଜେଜେ ଠାରୁ ଏହି ଗପ ଶୁଣି କୁନା ବି ଆଜି ତା ଜୀବନର ସ୍ବପ୍ନ ସୁନ୍ଦରୀ ଖୋଜିବାରେ ନିତି ସ୍ବପ୍ନ ଦେଖୁଛି। ଆଉ ଜେଜେଙ୍କୁ ପଚାରୁଛି ଯେ କେବେ ତା ସ୍ୱପ୍ନର ସୁନ୍ଦରୀ ତା ସ୍ୱପ୍ନ ମାନସରେ ଇନ୍ଦ୍ରଧନୁର ସାତ ରଙ୍ଗରେ ରଙ୍ଗୀନ କରିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract