STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Abstract

2  

ସୌମ୍ଯ ରଞ୍ଜନ ମହାପାତ୍ର

Abstract

ସାକ୍ଷୀ ସେଇ ଶୀତୁଆ ସକାଳ

ସାକ୍ଷୀ ସେଇ ଶୀତୁଆ ସକାଳ

1 min
541

ଦିନେ ସଉଦା ପତର ବ୍ୟାଗ୍ ଟାକୁ ଧରି ବଜାରୁ ଫେରୁଥାନ୍ତି ବରଜୁ ବାବୁ ।ହଠାତ୍ ଗୋଟାଏ ଲୋକ ତାଙ୍କ ସହ ଧକ୍କା ହେଇଗଲା । ସଙ୍ଗେ ସଙ୍ଗେ ପାଟିରୁ ବାହାରି ପଡ଼ିଲା, "କେଡ଼େ ବେଲଜ୍ଜା ଲୋକଟା ବାଟ ଘାଟ ଦିଶୁନାହିଁ ନା କଣ!" ଲୋକଟା ମୁଖରୁ ଭାଷି ଆସିଲା, "ଆରେ ବରଜୁ!" ଏଇ ପଦକ କଥା ଶୁଣି ତାଙ୍କର ମନେ ପଡ଼ିଗଲା ସେ ତାଙ୍କ ତିରିଶି ବରଷ ତଳର ବନ୍ଧୁ କାଶିଆ।

ଦିହେଁ ଯାକ ଭାବନା ରାଇଜେ ବୁଡ଼ିଗଲେ ସେମାନେ ଦିନେ ଶୀତୁଆ ସକାଳେ ଏମିତିକା ଧକ୍କା ଖାଇଥିଲେ ଆଉ ସେଦିନଠାରୁ ତାଙ୍କର ଦୋସ୍ତି ତିଆରି ହେଇଥିଲା। କେମିତି କେଜାଣି ଦୁଇ ଜଣ ଯାକ ତୁଣ୍ଡରୁ ପଦଟିଏ ଖସି ଆସିଲା," ଆରେ ହେଇରେ ସାକ୍ଷୀ ସେଇ ପା ଶୀତୁଆ ସକାଳ।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract